ଟୋକନଧାରୀଙ୍କଠାରୁ ଧାନ କିଣ: ଜିଲାପାଳ

ପାଲଲହଡା,୨୫।୩(ଡି.ଏନ.ଏ.)- ଟୋକନ ଥାଇ ମଧ୍ୟ ଅନୁଗୋଳ ଜିଲା ପାଲଲହଡା ଉପଖଣ୍ଡର ୧୧ଟି ସମବାୟ ସମିତିରେ ଚାଷୀମାନେ ଧାନ ବିକ୍ରି କରିପାରୁ ନ ଥିବା ନେଇ ଗତ ୨୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପାଲଲହଡା ଉପଜିଲାପାଳ ଅଜିତ କୁମାର ପ୍ରଧାନଙ୍କୁ ପ୍ରଦାନ କରାଯାଇଥିଲା। ଏପରିକି ଧାନବସ୍ତା ରଖି ଧାରଣା ଦିଆଯିବ ବୋଲି ଚାଷୀମାନଙ୍କ ପକ୍ଷରୁ ଚେତାବନୀ ଦିଆଯାଇଥିଲା। ଚାଷୀମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଧାନ କିଣା ଜାରି ରଖିବାକୁ ପାଲଲହଡ଼ାର ମିଲରମାନଙ୍କୁ ଗତ ୨୩ ତାରିଖରେ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ଉପଜିଲାପାଳ ପ୍ରଧାନ ସୂଚନା ଦେଇଛନ୍ତି।
ଉକ୍ତ ଦାବିପତ୍ରରେ ଚାଷୀମାନେ ଦର୍ଶାଇଥିଲେ ଯେ, ନିଜିଗଡ଼ ସମବାୟ ସମିତିରେ ଚଳିତ ବର୍ଷ ୫୦୫ ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧୪୧ ଜଣ ଟୋକୋନ ଥାଇ ମଧ୍ୟ ଧାନ ବିକ୍ରି କରିପାରିନାହାନ୍ତି। ମଣ୍ଡିକୁ ଅଧାରୁ ବନ୍ଦ କରାଯାଇଥିବାରୁ ଚାଷୀମାନେ ଧାନ ବସ୍ତା ରଖି ଧାରଣାରେ ବସିବାକୁ ନିଷ୍ପତ୍ତି ନେଇଛନ୍ତି। ଉକ୍ତ ଦାବିପତ୍ର ପାଇବା ପରେ ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି ଗତ ୨୩ ତାରିଖରେ ପତ୍ର ସଂଖ୍ୟା ୦୧୦୬୭୮/୨୦ରେ ନିଜିଗଡ଼ ସୋସାଇଟିରୁ ୧୫୯୩.୬୯ କୁଇଣ୍ଟାଲ, ସଇଡା ସୋସାଇଟିରୁ ୨୦୬.୯୫ କୁଇଣ୍ଟାଲ, ଚଷାଗୁରୁଜାଙ୍ଗ ସୋସାଇଟିରୁ ୮୬.୯୮ କୁଇଣ୍ଟାଲ, ଖମାର ସୋସାଇଟିରୁ ୪୬୭.୨୪ କୁଇଣ୍ଟାଲ, ଶଙ୍ଖମୁର ସୋସାଇଟି ରୁ ୩୦୩.୭୭ କୁଇଣ୍ଟାଲ, ଇଞ୍ଜିଡି ସୋସାଇଟିରୁ ୨୧୧.୦୪ କୁଇଣ୍ଟାଲ ଏବଂ ମୁଣ୍ଡରିବେଡା ସୋସାଇଟିରୁ ୩୫୩.୦୭ କୁଇଣ୍ଟାଲ ଧାନ କିଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେବେ କିଭଳି ଭାବେ ଚାଷୀମାନେ ସୁବିଧାରେ ମଣ୍ଡିରେ ଧାନ ବିକ୍ରିକରି ପାରିବେ ସେ ଦିଗରେ ସମସ୍ତ ପଦକ୍ଷେପ ନିଆଯିବ ବୋଲି ଉପଜିଲାପାଳ ଅଜିତ କୁମାର ପ୍ରଧାନ ଏବଂ ଉପଖଣ୍ଡ ଯୋଗାଣ ଅଧିକାରୀ ବେଣୁଧର ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଉପଜିଲାପାଳ କହିଛନ୍ତି, ଲକ୍‌ଡାଉନ୍‌ ଓ ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଗହଳି ନ କରି ଜଣେ କିମ୍ବା ଦୁଇ ଜଣ ମଣ୍ଡିରେ ଧାନ ଦେଇ ସରିଲା ପରେ ପୁଣି ଜଣେ ଦୁଇଜଣ ଧାନ ମଣ୍ଡିରେ ଦେବେ। ଏଥିପାଇଁ ସୋସାଇଟିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଉପଜିଲାପାଳ ପ୍ରଧାନ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁ-ଚନ୍ଦ୍ରଙ୍କ ନବପଞ୍ଚମ ଯୋଗ: ଆଜିଠୁ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ଆର୍ଥିକ ଲାଭ ସହ ହେବ ମାଲାମାଲ

ଭୁବନେଶ୍ୱର: ବୈଦିକ ଜ୍ୟୋତିଷ ଅନୁସାରେ ଗ୍ରହ ଓ ନକ୍ଷତ୍ରଙ୍କ ଚଳନର ପ୍ରଭାବ ମଣିଷର ଜୀବନ ଉପରେ ପଡ଼ିଥାଏ। ଚନ୍ଦ୍ରଙ୍କ ଗୋଚର ପରେ ବିଛା ରାଶିରେ ଥିବା ଚନ୍ଦ୍ର…

ଗଣେଶ ଚତୁର୍ଥୀର ଶୁଭ ସଂଯୋଗ, ଗ୍ରହ ଚଳନରେ ଏହି ରାଶିଙ୍କ ଖୋଲିବ ଭାଗ୍ୟ!

ଆଜି ପବିତ୍ର ଗଣେଶ ଚତୁର୍ଥୀ । ଦିନସାରା ଚନ୍ଦ୍ର ତୁଳା ରାଶିରେ ଅବସ୍ଥାନ କରିବେ; ଯଦିଓ ନକ୍ଷତ୍ର ଚିତ୍ରାରୁ ସ୍ୱାତୀକୁ ପରିବର୍ତ୍ତନ ହେବ, ତଥାପି ରାଶିର କୌଣସି…

ଟିମ ଇଣ୍ଡିଆ କାହିଁକି ଗ୍ରହଣ କଲା ନାହିଁ ଟ୍ରଫି? ଜବାବ ରଖିଲା BCCI

ନୂଆଦିଲ୍ଲୀ,୧୪।୯: ମୋହସିନ ନକଭିଙ୍କ ଠାରୁ ଟ୍ରଫି ଗ୍ରହଣ ନ କରିବାକୁ ନେଇ ଟିମ ଇଣ୍ଡିଆ ନେଇଥିବା ନିଷ୍ପତ୍ତି ଉପରେ BCCI ପ୍ରତିକ୍ରିୟା ରଖିଛି। BCCI ସମ୍ପାଦକ ଦେବଜିତ…

ବିରୂପା ନଦୀକୁ ଡେଇଁଲେ ଦମ୍ପତ୍ତି, ସ୍ତ୍ରୀ ଉଦ୍ଧାର, ସ୍ବାମୀ ଏବେ ବି…

ବରୀ,୧୪।୯(ମହେନ୍ଦ୍ର ସ୍ବାଇଁ/ଶୁଭାଶିଷ ରାଉତ ): ବିରୂପା ନଦୀର ବାଲିକୁଦା ସେତୁ ଉପରୁ ଜଣେ ଦମ୍ପତ୍ତି ଡେଇଁ ପଡିଛନ୍ତି। ସ୍ଥାନୀୟ ଲୋକମାନେ ଉଭୟଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା…

ପଛଘୁଞ୍ଚା ଦେଉଛି ଚାଇନା! LAC ନିକଟରେ ସୈନ୍ୟ ମୁତୟନ ହ୍ରାସ କଲା ଚାଇନା

ନୂଆଦିଲ୍ଲୀ,୧୪।୯: ୨୦୨୬ ବ୍ରିକ୍ସ (BRICS) ସମ୍ମିଳନୀ ଶେଷ ହେବା ପରେ, ‘ଲାଇନ ଅଫ ଆକ୍ଚୁଆଲ କଣ୍ଟ୍ରୋଲ’ (LAC) ନିକଟରେ ଭାରତ ଏବଂ ଚାଇନା ମଧ୍ୟରେ ଦୀର୍ଘ ଦିନ…

‘ନକଭିଙ୍କ ଖେଳ…’ ‘ଚୋର’ ବୋଲି ସ୍ଲୋଗାନରେ ପାକିସ୍ତାନ କ୍ଷୁବ୍ଧ; ଭାରତ ଗ୍ରହଣ କଲା ନାହିଁ ଟ୍ରଫି

ନୂଆଦିଲ୍ଲୀ,୧୪।୯: ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ୨୦୨୬ ମହିଳା ଏସିଆ କପ ଟାଇଟଲ ଜିତିଥିଲା, କିନ୍ତୁ ମ୍ୟାଚ ପରବର୍ତ୍ତୀ ଟ୍ରଫି…

ଘରେ ଶୋଇଥିଲେ ବ୍ୟବସାୟୀ: ହଠାତ୍‌ ଲାଗିଲା ନିଆଁ, ଆଉ ତା’ପରେ…

ରାଉରକେଲା,୧୪।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ମଧୁସୂଦନ ପଲ୍ଲୀରେ ରବିବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ନିଆଁରେ ପୋଡ଼ି ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।…

୧୩ ହଜାର କୋଟିରୁ ଅଧିକ ପୁଞ୍ଜି ପ୍ରତ୍ୟାହାର କରିଛନ୍ତି ଏଫ୍‌ପିଆଇ

ମୁମ୍ବାଇ,୧୪ା୯: ଭୂ-ରାଜନୀତିକ କାରଣକୁ ନେଇ ବିଶ୍ୱସ୍ତରରେ ଅନିଶ୍ଚିତତା ବୃଦ୍ଧି ପାଇବା ଯୋଗ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ନିବେଶକମାନଙ୍କୁ ପ୍ରଭାବିତ କରିଛି। ଏହାବ୍ୟତୀତ ଆମେରିକାର ବଣ୍ଡ୍‌ ୟିଲ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?