ଟେଲିକମ୍‌ କମ୍ପାନୀ ପଇଠ କରିବେ ୧.୪୭ ଲକ୍ଷ କୋଟି ବକେୟା

ନୂଆଦିଲ୍ଲୀ,୧୭-୧: ବୈଧାନିକ ଦେୟ ବାବଦ ବକେୟା ୧.୪୭ ଲକ୍ଷ କୋଟି ଟଙ୍କା ଚଳିତ ମାସ ୨୩ ସୁଦ୍ଧା ସରକାରଙ୍କୁ ଦେବା ଲାଗି ସୁପ୍ରିମକୋର୍ଟ ଟେଲିକମ କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦେଇଥିଲେ। ଏହାର ପୁନର୍ବିଚାର ଲାଗି ଭୋଡାଫୋନ ଆଇଡିଆ ଏବଂ ଏୟାରଟେଲ ଭଳି କମ୍ପାନୀ ସର୍ବୋଚ୍ଚ ନ୍ୟାୟାଳୟରେ ରିଭ୍ୟୁ ପିଟିଶନ ଦାୟର କରିଥିଲେ। ଶୁକ୍ରବାର ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରି ଦେଇଛନ୍ତି। ଜଷ୍ଟିସ ଅରୁଣ ମିଶ୍ର, ଏସ୍‌.ଏ. ଅବଦୁଲ ନାଜିର ଏବଂ ଏମ୍‌.ଆର୍‌ ଶାହ ବୁଧବାର ଏହି ମାମଲାର ଶୁଣାଣି କରିବା ସହ ଆବେଦନକୁ ଖାରଜ କରିଥିବା ଜଣାପଡିଛି। ଏହି ମାମଲାର ପୁନଃ ଶୁଣାଣି ଲାଗି କୌଣସି ଯଥାର୍ଥ କାରଣ ନ ଥିବା ଖଣ୍ଡପୀଠ କହିଛନ୍ତି। ଫଳରେ ଧାର୍ଯ୍ୟ ସମୟ ମଧ୍ୟରେ ଟେଲିକମ କମ୍ପାନୀଗୁଡିକ ୧.୦୨ ଲକ୍ଷ କୋଟି ଟଙ୍କାର ଆଡଜଷ୍ଟେଡ ଗ୍ରସ ରେଭେନ୍ୟୁ (ଏଜିଆର୍‌) ଦେୟ ପଇଠ କରିବେ। ଟେଲିକମ୍‌ କମ୍ପାନୀଙ୍କର ଅଣ ଟେଲିକମ୍‌ ରାଜସ୍ବ ବା ଏଜିଆରକୁ ନେଇ ବୈଧାନିକ ଦେୟ ହିସାବ କରାଯିବ ବୋଲି ଅକ୍ଟୋବର ୨୪ରେ ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ।
ଏହି ମାମଲାର ଓପନ କୋର୍ଟ ହିଅରିଂ ହେଉବୋଲି ଟେଲିକମ୍‌ କମ୍ପାନୀ ନିବେଦନ କରିଥିଲେ। ଏହାକୁ ଖାରଜ କରିବା ସହ ସର୍ବୋଚ୍ଚ ନ୍ୟାୟାଳୟ ଇନ ଚାମ୍ବର ଶୁଣାଣି କରିଥିଲେ। ଗତ ବର୍ଷ ଅକ୍ଟୋବରରେ ଟେଲିକମ୍‌ ମନ୍ତ୍ରୀ ରବି ଶଙ୍କର ପ୍ରଶାଦ କହିଥିଲେ ଯେ, ବୈଧାନିକ ଦେୟ ବାବଦ ଟେଲିକମ୍‌ କମ୍ପାନୀଗୁଡିକ ୧.୪୭ ଲକ୍ଷ କୋଟି ଟଙ୍କା ବାକି ରଖିଛନ୍ତି। ଏହି ଦେୟ ଉପରେ ବର୍ତ୍ତମାନ ସୁଧ କିମ୍ବା ଜରିମାନା ଛାଡ କରିବା ନେଇ କୌଣସି ଯୋଜନା ନାହିଁ ବୋଲି ସେ ମତ ରଖିଥିଲେ। ଦେୟ ମଧ୍ୟରେ ଲାଇସେନ୍ସ ଫି ବାବଦ ୯୨,୬୪୨ କୋଟି, ସ୍ପେକ୍ଟ୍ରମ ବ୍ୟବହାର ଚାର୍ଜ ବାବଦ ୫୫,୦୫୪ କୋଟି ଟଙ୍କା ସାମିଲ ରହିଥିବା ଲୋକସଭାକୁ ଏକ ଲିଖିତ ଉତ୍ତରରେ ସେ କହିଥିଲେ। ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଏକ ସତ୍ୟପାଠ ଜରିଆରେ ଟେଲିକମ୍‌ ବିଭାଗ (ଡିଓଟି) କହିଛି ଯେ, ଏୟାରଟେଲ ଲାଇସେନ୍ସ ଫି ବାବଦ ୨୧, ୬୬୨.୧୩ କୋଟି, ଭୋଡାଫୋନ ୧୯,୮୨୩.୭୧ କୋଟି, ରିଲାଏନ୍ସ କମ୍ୟୁନିକେଶନ ୧୬,୪୪୫ କୋଟି, ବିଏସ୍‌ଏନ୍‌ଲଏ୍‌ ୨୦୯୮ କୋଟି ଏବଂ ଏମ୍‌ଟିଏନ୍‌ଏଲ୍‌ ୨୫୩୭ କୋଟି ଟଙ୍କା ବକେୟା ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ସେମିଫାଇନାଲରେ ଡାର୍କ ବ୍ଲ୍ୟୁ ଜର୍ସି ପିନ୍ଧିବାକୁ ଫିଫାକୁ କାହିଁକି ଅନୁରୋଧ କଲା ଆର୍ଜେଣ୍ଟିନା, ଜାଣନ୍ତୁ…

ମାୟାମି,୧୪ା୭: ଚଳିତ ଫିଫା ବିଶ୍ୱକପ୍‌ରେ ବୁଧବାର ଦ୍ୱିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ଓ ଇଂଲଣ୍ଡ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ହାଇ ପ୍ରୋଫାଇଲ ମୁକାବିଲା ପାଇଁ…

ଟ୍ରେନରେ ଯିବେ ବରଯାତ୍ରୀ! ବୁକ୍ କରିପାରିବେ ପୂରା କୋଚ୍ କିମ୍ବା ସ୍ପେଶାଲ ଟ୍ରେନ୍: ଜାଣନ୍ତୁ କେମିତି ଓ କେତେ ଖର୍ଚ୍ଚ ହେବ…

ନୂଆଦିଲ୍ଲୀ,୧୪ା୭: ବିବାହ ଋତୁ ହେଉ, କୌଣସି ଧାର୍ମିକ ଯାତ୍ରାରେ ଶତାଧିକ ଲୋକଙ୍କୁ ଏକାଠି ଯିବାର ଥାଉ କିମ୍ବା କୌଣସି ସଂସ୍ଥାର ଏକ ବଡ଼ ଟିମ୍‌କୁ ଗୋଟିଏ ଟ୍ରେନରେ…

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: କୋଭିଡକୁ ନେଇ ସରକାର…

ଭୁବନେଶ୍ୱର,୧୪।୭: କୋଭିଡ ମୁକାବିଲା ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କୋଭିଡକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, ସରକାର ସଜାଗ ଅଛନ୍ତି।…

ମହାନଦୀ ବ୍ରିଜରୁ ଡେଇଁପଡିଲେ ଯୁବକ, କାହିଁକି ଜାଣନ୍ତୁ…

ସମ୍ବଲପୁର,୧୪।୭: ସମ୍ବଲପୁର ମହାନଦୀ ଚାଉଁରପୁର ବ୍ରିଜ୍‌ରୁ ଜଣେ ଯୁବକ ନଦୀକୁ ଡେଇଁପଡିଥିଲେ। ହେଲେ ଡେଇଁ ପଡିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ମେଡିକାଲରେ…

ତାଇୱାନରେ ଚମକିଲା ନୂଆଖାଇ ବାଲୁକା କଳା: ଓମପ୍ରକାଶ କଲେ ବଡ଼ କାରନାମା

କର୍ଲାମୁଣ୍ଡା:୧୪/୭(ପ୍ରଦୀପ କୁମାର ସାହୁ):ଚଳିତ ମାସ ୪ ତାରିଖ ରୁ ୧୦ ରିଖ ପର୍ଯନ୍ତ ତାଇୱାନ ରେ ଅନୁଷ୍ଠିତ ଟଙ୍ଗସାଇଓ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri