ଜେଡି ବାର୍ଷିକ ଡିଜାଇନ୍‌ ପୁରସ୍କାର-୨୦୧୯: ପୋଷାକରେ ସଂସ୍କୃତିର ଫ୍ୟୁଜନ୍‌

ଭୁବନେଶ୍ୱର,୭।୭(ବ୍ୟୁରୋ): ଫ୍ୟାଶନର କୌଣସି ପରିସୀମା ନାହିଁ। ଏହା ସର୍ବଦା ପରିବର୍ତ୍ତନଧର୍ମୀ। ଦେଶ, ରାଷ୍ଟ୍ରର ପ୍ରତିବନ୍ଧକ ନ ମାନି ଏହା ସବୁବେଳେ କିଛି ନୂଆ ରୂପ ଓ ନୂଆ ବାର୍ତ୍ତା ନେଇ ଆମ ନିକଟକୁ ଆସିଥାଏ। କେତେବେଳେ ପାଶ୍ଚାତ୍ୟ ସହ ପାରମ୍ପରିକର ଫ୍ୟୁଜନ୍‌ ତ କେତେବେଳେ ଆଫ୍ରିକା ସହ ଏସିଆର ଯୁଗଳବନ୍ଦୀ। ଡିଜାଇନରଙ୍କ ପ୍ରତି ଡିଜାଇନ୍‌ ପଛରେ ଥିଲା ମିକ୍ସମ୍ୟାଚ୍‌ ଓ ସୁଇଚିଂର କନ୍‌ସେପ୍ଟ। ଗୋଟିଏ ସଂସ୍କୃତିର ପୋଷାକକୁ ଆଉଏକ ସଂସ୍କୃତିର ପୋଷାକ ସହ ଫ୍ୟୁଜନ୍‌ କରି ଯୁବ ଡିଜାଇନରମାନେ ପ୍ରସ୍ତୁତ କରିଥିଲେ ଏକାଧିକ ଆକର୍ଷଣୀୟ ଡିଜାଇନ୍‌, ଯାହାକି ଆଗରୁ କେବେ ଦେଖିବାକୁ ମିଳି ନ ଥିଲା। ର଼୍ୟାମ୍ପରେ ଚାଲୁଥିବା ମଡେଲଙ୍କ ପ୍ରତ୍ୟେକ ପୋଷାକରେ ରହିଥିଲା ଭିନ୍ନତା। ଶନିବାର ଭୁବନେଶ୍ୱର ସହରକୁ ଏଭଳି ଏକ ନିଆରା ଫ୍ୟାଶନ ଶୋ’ର ଭେଟିଦେଇଥିଲେ ଜେଡି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଫ୍ୟାଶନ ଟେକ୍ନୋଲୋଜିର ଛାତ୍ରୀଛାତ୍ର। ଇନ୍‌ଷ୍ଟିଚ୍ୟୁଟ୍‌ ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ଅୟୋଜିତ ୫ମ ଜେଡି ବାର୍ଷିକ ଡିଜାଇନ୍‌ ପୁରସ୍କାର ପ୍ରଦାନ ଉତ୍ସବ ଏବଂ ଫ୍ୟାଶନ ଶୋ’ରେ ଅଂଶଗ୍ରହଣ କରିଥିବା ଛାତ୍ରୀଛାତ୍ରମାନେ ଏଭଳି ଏକାଧିକ ଆକର୍ଷଣୀୟ ଡିଜାଇନ୍‌ ଲୋକଙ୍କ ସମ୍ମୁଖରେ ପ୍ରଦର୍ଶନ କରି ପ୍ରଶଂସିତ ହୋଇଥିଲେ।

ଉଭୟ ଫ୍ୟାଶନ ଓ ଇଣ୍ଟେରିୟର ଡିଜାଇନ୍‌ କ୍ଷେତ୍ରରେ ଛାତ୍ରୀଛାତ୍ରଙ୍କ ଅନ୍ତର୍ନିହିତ ପ୍ରତିଭା ପ୍ରଦର୍ଶନ ନିମନ୍ତେ ପ୍ରତିବର୍ଷ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରୂପଲ ଦଲାଲ୍‌, ଜେଡି ଇନ୍‌ଷ୍ଟିଚ୍ୟୁଟ୍‌ ଭୁବନେଶ୍ୱର ସେଣ୍ଟରର ନିର୍ଦ୍ଦେଶକ ବିଶାଲ ସୁବୁଦ୍ଧି, ଶିବଦତ୍ତ ସୁବୁଦ୍ଧି ଏବଂ କ୍ରୋଏସିଆରୁ ଆସିଥିବା ଅନ୍ତର୍ଜାତୀୟସ୍ତରୀୟ ମଡେଲ ତଥା ଶୋ’ ଷ୍ଟପର୍‌ ଡାରିଆ ଫାର୍କାସ୍‌ ପ୍ରମୁଖ ଉଦ୍‌ଘାଟନ କରିଥିଲେ। ଚଳିତବର୍ଷ ‘ସ୍ବିଚ୍‌’ ଥିମ୍‌କୁ ନେଇ ଆୟୋଜିତ ହୋଇଥିବା ଏହି ଫ୍ୟାଶନ ଶୋ’ରେ ୧୨ଟି ସିକ୍ୟୁଏନ୍ସରେ ମୋଟ ୧୨୫ଟି କଲେକ୍ସନ ପ୍ରଦର୍ଶିତ ହୋଇଥିଲା, ଯାହାକୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରୀୟ ମଡେଲ୍‌ମାନେ ପିନ୍ଧି ର଼୍ୟାମ୍ପ୍‌ରେ ଚାଲିଥିଲେ। ପରିବର୍ତ୍ତନର ବାର୍ତ୍ତା ଦେବାକୁ ଏଥର ସାଧାରଣ ମଡେଲଙ୍କ ସହ ‘ସ୍ବାଭିମାନ’ର ଭିନ୍ନକ୍ଷମ ତଥା ଦିବ୍ୟାଙ୍ଗ ସଦସ୍ୟମାନେ ର଼୍ୟାମ୍ପଓ୍ବାକ୍‌ କରିଥିଲେ। ଆଫ୍ରିକାର ଆଦିମ ଜନଜାତିଙ୍କ ବେଶପୋଷାକ ଓ ଆର୍ଟଫର୍ମକୁ ଏକ ନୂଆରୂପରେ ‘ଟ୍ରାଇବ୍‌-ଓ-ଲୋଜୀ’ ରାଉଣ୍ଡରେ ପ୍ରଦର୍ଶିତ କରାଯାଇଥିଲା। ସେହିଭଳି ‘ବାହାରା’, ‘ବେୟୋଣ୍ଡ୍‌ ଦି କାନ୍‌ଭାସ’, ‘ବି ଡ୍ୟାଜଲ୍‌ଡ’, ‘ଇଷ୍ଟ୍‌ ମିଟ୍‌ ଓ୍ବେଷ୍ଟ୍‌’, ‘ହାଉସ୍‌ ଅଫ୍‌ ରେଟ୍ରୋ’, ‘ଆଣ୍ଟିକୁଇଟି’ ଭଳି ରାଉଣ୍ଡରେ ଆକର୍ଷଣୀୟ ଫ୍ୟୁଜନ୍‌ ଦେଖିବାକୁ ମିଳିଥିଲା। ସେହିଭଳି ଇଣ୍ଟେରିୟର ଡିଜାଇନର ଛାତ୍ରୀଛାତ୍ରଙ୍କ ଦ୍ବାରା ଏଥର ୪ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। କାର୍ଯ୍ୟକ୍ରମରେ ଦେଶବିଦେଶର ବହୁ ପ୍ରସିଦ୍ଧ ଫ୍ୟାଶନ ଡିଜାଇନରଙ୍କ ସହ ଆର୍କିଟେକ୍‌ ଏବଂ ମଡେଲ୍‌ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମତାକୁ ଆସିଲେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବ ଭାଜପା: ଜାଣନ୍ତୁ ଏଥିରେ ମହିଳାଙ୍କୁ କ’ଣ ମିଳିବ ଲାଭ

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ରବିବାର ଉନ୍ମୋଚିତ ହୋଇଛି। ନିର୍ବାଚନୀ ଇସ୍ତାହାରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା।...

ଭାଜପା ସରକାର ଆସିଲେ ୫୭ ବର୍ଷର କାମ ୫ ବର୍ଷରେ କରିବୁ: ମନମୋହନ

ଭୁବନେଶ୍ୱର,୫।୫: ୨୦୨୪ ନିର୍ବାଚନ ପାଇଁ ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ରବିବାର ଉନ୍ମୋଚିତ ହୋଇଯାଇଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାରକୁ...

ଭାଜପାର ବଡ଼ ଘୋଷଣା: ସରକାରକୁ ଆସିଲେ ଖୋଲାଯିବ ରତ୍ନ ଭଣ୍ଡାର

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାରରେ ଏକ ବଡ଼ ପ୍ରତିଶ୍ରୁତି ଦିଆଯାଇଛି। ଭାଜପା ସରକାରକୁ ଆସିଲେ ରତ୍ନ ଭଣ୍ଡାର ଖୋଲାଯିବ ବୋଲି ଦଳର ରାଷ୍ଟ୍ରୀୟ ସଭାପତି...

ଆଜି ଓଡ଼ିଶା କେବଳ ଜଗନ୍ନାଥଙ୍କ କୃପାରୁ ଚାଲିଛି

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ ଅବସରରେ ଜେପି ନଡ୍ଡା ବିଜେଡି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ବିକାଶ ବ୍ୟବସ୍ଥା ସଂପୂର୍ଣ୍ଣ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ବଦଳିଯାଇଛି ରାଜନୀତିର ସଂସ୍କୃତି: ନଡ୍ଡା

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ରବିବାର ଉନ୍ମୋଚିତ ହୋଇଛି। ଭୁବନେଶ୍ୱରରେ ଏକ ଘରୋଇ ହୋଟେଲ୍‌ରେ ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏହି ନିର୍ବାଚନୀ...

ଭାଜପାର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ: ୪ ବର୍ଗଙ୍କୁ ଫୋକସ୍‌

ଭୁବନେଶ୍ୱର,୫।୫: ଆସନ୍ତା ନିର୍ବାଚନ ପାଇଁ ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ଉନ୍ମୋଚିତ ହୋଇଛି। ଭୁବନେଶ୍ୱରରେ ଏକ ଘରୋଇ ହୋଟେଲ୍‌ରେ ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା...

ଓଡ଼ିଶାରେ ପହଞ୍ଚିଲେ ଜେପି ନଡ୍ଡା

ଭୁବନେଶ୍ୱର,୫।୫: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା ରବିବାର ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ତାଙ୍କୁ ଭାଜପା ସଭାପତି ମନମୋହନ ସାମଲ, ଭୁବନେଶ୍ୱର ଏମ୍‌ପି ଅପରାଜିତତା ଷଡଙ୍ଗୀ ପ୍ରମୁଖ...

ନୀଳଗିରି ଆସନ ଲାଗି ପ୍ରାର୍ଥୀ ଘୋଷଣା, କଂଗ୍ରେସରୁ ଏହି ବରିଷ୍ଠ ନେତା ପାଇଲେ ଟିକେଟ୍‌…

ଭୁବନେଶ୍ୱର,୫।୫: ନୀଳଗିରି ବିଧାନସଭା ଆସନ ଲାଗି କଂଗ୍ରେସ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କୁ ଦଳ ପ୍ରାର୍ଥୀ କରିଛି। ୧୯୮୦ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri