ଜେଇଇ ଆଡ୍‌ଭାନ୍ସଡ୍‌: ଓଡ଼ିଶାରୁ ପରୀକ୍ଷା ଦେଲେ ୩ ହଜାର ଛାତ୍ରୀଛାତ୍ର-ଆସନ୍ତା ୧୪ରେ ପ୍ରକାଶ ପାଇବ ର଼୍ୟାଙ୍କ୍‌ କାର୍ଡ

ଭୁବନେଶ୍ୱର, ୨୮।୫(ବ୍ୟୁରୋ)- ଆଇଆଇଟିରେ ନାମଲେଖା ପାଇଁ ସୋମବାର ଜେଇଇ ଆଡଭାନ୍ସଡ୍‌ ପରୀକ୍ଷା ଅନୁଷ୍ଠିତ ହୋଇଛି। ଦେଶର ୧ ଲକ୍ଷ ୭୬ ହଜାର ଛାତ୍ରୀଛାତ୍ର ପରୀକ୍ଷା ଦେବାକୁ ନାମ ପଞ୍ଜୀକରଣ କରିଥିବାବେଳେ ଓଡ଼ିଶାରୁ ୩୨୬୧ ଜଣ ପରୀକ୍ଷା ଦେଇଛନ୍ତି। ଦୁଇଟି ପେପରରେ ପରୀକ୍ଷା ହୋଇଥିବାବେଳେ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପେପର୍‌-୧ ଓ ଅପରାହ୍ନ ୨ଟାରୁ ୪ଟା ଯାଏ ପେପର୍‌-୨ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ତେବେ ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କୁ ଗୋଟିଏ ଘଣ୍ଟା ଅଧିକ ସମୟ ମିଳିଥିଲା। ଓଡ଼ିଶାରେ ଭୁବନେଶ୍ୱର ସମେତ ବ୍ରହ୍ମପୁର, କଟକ ଓ ରାଉରକେଲାରେ ପରୀକ୍ଷା କେନ୍ଦ୍ର କରାଯାଇଥିଲା। ପରୀକ୍ଷା କିଭଳି ଭାବରେ ସୁରୁଖୁରୁରେ ପରିଚାଳିତ ହେବ ତାହା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଇଲେକ୍ଟ୍ରୋନିକ୍ସ ଡିଭାଇସ୍‌, ରିଙ୍ଗ୍‌, ବ୍ରେସ୍‌ଲେଟ୍‌, କାନଫୁଲ, ବଡ଼ ବଟମ୍‌ ଥିବା ଡ୍ରେସ୍‌ ପିନ୍ଧିବା ଉପରେ କଟକଣା ଜାରି ହୋଇଥିଲା। ତେବେ ଜୁନ୍‌ ୧୪ରେ ଅନ୍‌ଲାଇନ୍‌ରେ ର଼୍ୟାଙ୍କ୍‌ କାର୍ଡ ପ୍ରକାଶ ପାଇବ। କିନ୍ତୁ କୌଣସି ପରୀକ୍ଷାର୍ଥୀଙ୍କୁ ବ୍ୟକ୍ତିଗତ ଭାବେ ର଼୍ୟାଙ୍କ୍‌ ପଠାଯିବ ନାହିଁ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହିତାଙ୍କୁ କଲେ ଦ୍ଵିତୀୟ ବିବାହ: ସ୍ବାମୀଙ୍କ ଫୋନରୁ ଅନ୍ତରଙ୍ଗ ଭିଡିଓ ଭାଇରାଲ କଲେ ପ୍ରଥମ ସ୍ତ୍ରୀ , ଡରିକି ଏମିତି …

ଦିଗପହଣ୍ଡି,୬|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରେ ରହୁଥିବା ଜଣେ ବିବାହିତା(୩୦)ଙ୍କୁ ପ୍ରେମ କରି ଦ୍ଵିତୀୟ ବିବାହ କରିବା ପରେ କୁକୁଡ଼ାଖଣ୍ଡି…

କଲ୍ୟାଣସିଂହପୁର ଭିଡ଼ ହିଂସା, ୨୪ ଅଭିଯୁକ୍ତଙ୍କ ହେଲା ଟିଆଇ ପରେଡ୍‌

ରାୟଗଡ଼ା/ବିଷମ କଟକ, ୬।୭ (କୈଳାସ ଚନ୍ଦ୍ର ପୃଷ୍ଟି/ ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁରରେ ଘଟିଥିବା ବହୁଚର୍ଚ୍ଚିତ ଭିଡ଼ ହିଂସା ମାମଲାରେ ସୋମବାର ବିଷମକଟକ ଉପକାରାଗାରରେ…

ଡେପୁଟେଶନରେ ଯାଇଥିବା ଶିକ୍ଷକଙ୍କୁ ଫେରାଇ ଆଣିବାକୁ ବିଇଓଙ୍କୁ ଦାବି

ଗଞ୍ଜାମ, ୬।୭ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ନୀଳାଦ୍ରିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସୁଦାମ ନାୟକଙ୍କୁ ଅନ୍ୟ ଏକ ବିଦ୍ୟାଳୟକୁ…

କ୍ୱାର୍ଟରରେ ଇଂଲଣ୍ଡ, ମେକ୍ସିକୋର ଅଭିଯାନ ଶେଷ

ମେକ୍ସିକୋ ସିଟି, ୬ା୭: ଘରୋଇ ଫିଲ୍ଡ ଓ ପରିବେଶରେ ଖେଳିବାର ଫାଇଦା ସହିତ ପ୍ରତିପକ୍ଷ ଦଳ ପ୍ରାୟତଃ ଦ୍ୱିତୀୟାର୍ଦ୍ଧ ୧୦ ଖେଳାଳିରେ ଖେଳିବା ସତ୍ତ୍ୱେ ମେକ୍ସିକୋର ଅଭିଯାନ…

କାଲି  ଖୋର୍ଦ୍ଧା ରୋଡ୍ ଡିଭିଜନ୍‌ରେ ୮ ମେମୁ ଟ୍ରେନ୍‌ ବାତିଲ: ଜାଣନ୍ତୁ କାହିଁକି…

ଭୁବନେଶ୍ୱର, ୬।୭: ଯାତ୍ରୀମାନଙ୍କ ପାଇଁ ଜରୁରୀ ସୂଚନା। ମାଳତୀପାଟପୁର ଓ ପୁରୀ ଷ୍ଟେସନ ମଧ୍ୟରେ ଚାଲିଥିବା ଆଧୁନିକୀକରଣ ଓ ରେଳ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ପାଇଁ ଆସନ୍ତାକାଲି…

ହଠାତ୍‌ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନ ଚାରିପଟେ ଘୁରିବୁଲିଲା ଇଣ୍ଡୋନେସିଆର ବାୟୁସେନାର ଲଢ଼ୁଆ ବିମାନ: ଆଉ ତା’ପରେ…ଦେଖନ୍ତୁ VIDEO

ନୂଆଦିଲ୍ଲୀ,୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନିଟି ରାଷ୍ଟ୍ର ଗସ୍ତରେ ଅଛନ୍ତି। ଗସ୍ତର ପ୍ରଥମ ପର୍ଯ୍ୟାୟରେ ସେ ଇଣ୍ଡୋନେସିଆରେ ପହଞ୍ଚିଛନ୍ତି। ଏଠାରେ ତାଙ୍କୁ ରାଜଧାନୀ ଜାକର୍ତ୍ତାରେ ଜୋରଦାର ସ୍ବାଗତ…

ଭୁଶୁଡ଼ିଲା ଜଳସେଚନ ଉପଖଣ୍ଡ କାର୍ଯ୍ୟାଳୟ ପାଚେରୀ, ଅଳ୍ପକେ….

ପିପିଲି, ୬।୭: ପୁରୀ ଜିଲା ଡେଲାଙ୍ଗ ଅଞ୍ଚଳ ବଡ଼ ଅଂଶ ହଠାତ୍ ଭୁଶୁଡ଼ି ପଡ଼ିଛି। ଘଟଣାରେ କୌଣସି ଜୀବନହାନି ଘଟି ନ ଥିବା ବେଳେ ଅଳ୍ପକେ କିଛି…

Puri Koraput Expressର ଶୁଭାରମ୍ଭ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ରେଳମନ୍ତ୍ରୀ କଲେ ଉଦ୍‌ଘାଟନ

ପୁରୀ,୬।୭: ନୂତନ ପୁରୀ-କୋରାପୁଟ ଏକ୍ସପ୍ରେସ ଏବଂ ବ୍ରହ୍ମପୁର-ଉଧନା(ସୁରଟ) ଅମୃତ ଭାରତ ଏକ୍ସପ୍ରେସର ନିୟମିତ ସେବାର ସୋମବାର ଶୁଭାରମ୍ଭ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri