ଜୁଆଖେଳରୁ ଛୁରା ମାଡ ଘଟଣା: ଗୁରୁତର ପବନାଙ୍କ ମୃତ୍ୟୁ

ଜଗନ୍ନାଥପ୍ରସାଦ,୧୨ା୧୧(ଡି.ଏନ.ଏ.)-ଜଗନ୍ନାଥପ୍ରସାଦ ଜଳିସାହିଠାରେ ଗତ ସୋମବାର ରାତି ୯ଟାରେ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଥିଲା। ଏଥିରେ ପବନା ସେଠୀ (୨୫) ଗୁରୁତର ହୋଇଥିଲେ। ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ କଟକ ମେଡିକାଲକୁ ନେବା ବାଟରେ ତାଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମା ସେବତୀ ସେଠୀଙ୍କ ଏତଲା କ୍ରମେ ନଂ. ୧୯୨/୧୯ରେ ମାମଲା ରୁଜୁ କରି ପୋଲିସ ମୁଖ୍ୟ ଅଭିଯୁକ୍ତ ବସନ୍ତ ସେଠୀଙ୍କ ସମେତ ତାଙ୍କ ସହଯୋଗୀ ଶ୍ୱେତ ସେଠୀ, ଦିଲୀପ ସେଠୀ, ସନ୍ତୋଷ ସାମଲ, ଭାସ୍କର ସେଠୀ, ଅଭି ସେଠୀଙ୍କୁ ନେଇ ପଚରାଉଚରା କରୁଛି। ହତ୍ୟାରେ ବ୍ୟବହୃତ ଛୁରୀ ଓ ଅନ୍ୟ ଆକ୍ରମଣକାରୀ ଅସ୍ତ୍ର ଜବତ କରାଯାଇଛି।

ପ୍ରକାଶ ଯେ, ବସନ୍ତଙ୍କ ସ୍ତ୍ରୀଙ୍କୁ ପବନାଙ୍କ ପରିବାର ଗୁଣି କରିଥିବା ସନ୍ଦେହକରି ବସନ୍ତ ଗାଳିଗୁଲଜ କରିବା ସହ ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ଲାଗି ରହୁଥିଲା। ଏନେଇ ପବନାଙ୍କ ପରିବାର ଲୋକେ ବହୁବାର ଥାନାର ଦ୍ୱାରସ୍ତ ହୋଇଥିଲେ। ସୋମବାର ଜୁଆଖେଳ ଚାଲିଥିବା ବେଳେ ସଂଘବଦ୍ଧ ଭାବେ ପୁଅକୁ ମାରି ଦିଆଯାଇଥିବା ମୃତକଙ୍କ ମା ଅଭିଯୋଗ କରିିଛନ୍ତି। ମଙ୍ଗଳବାର ବ୍ରହ୍ମପୁର ବଡ଼ ମେଡିକାଲ ମୃତଦେହ ବ୍ୟବଚ୍ଛେଦ ହୋଇଥିବା ବେଳେ ଜଗନ୍ନାଥପ୍ରସାଦ ଥାନାଧିକାରୀ ପହଞ୍ଚତ୍ଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଉନସୁଗାର ସହ ନଗଦ ଟଙ୍କା ଜବତ, ଜଣଙ୍କୁ ଗିରଫ କରି…

ଧାମନଗର,୧୦ା୬(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ଥାନା ଆନନ୍ଦପୁର ପଞ୍ଚାୟତସ୍ଥିତ ବୈତରଣୀ ନଦୀପୋଲ ନିକଟରୁ ଧାମନଗର ପୋଲିସ ଜଣେ ବ୍ରାଉନସୁଗାର ବିକ୍ରେତା ଙ୍କୁ ଗିରଫ କରିଛି। ଗିରଫ…

ବଢ଼ୁଛି ସାପ ଆତଙ୍କ: ସାପ-ନେଉଳ ଏମିତି ଲଢେଇ, VIDEO ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଭଞ୍ଜନଗର,୧୦।୬(ବାବୁଲା ପ୍ରଧାନ)-କିଛି ଦିନ ବ୍ୟବଧାନକୁ ଥରେ ଭଞ୍ଜନଗର ଅଞ୍ଚଳରେ ବର୍ଷା ହେଉଛି। ଏହାର ପ୍ରଭାବରେ ନଦୀ, ନାଳ, ଗର୍ତ୍ତ ଗୁଡ଼ିକରେ ପାଣି ଭର୍ତ୍ତି ହେଉଛି। ଫଳରେ ସାପ…

ଘର ବିବାଦକୁ ନେଇ ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣା; ଜାମିନ ଆବେଦନ ଖାରଜ ହେବାରୁ ୨ ଯାଆଙ୍କୁ…

ଦିଗପହଣ୍ଡି,୧୦।୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଗୋକର୍ଣ୍ଣପୁର ଗ୍ରାମ ବଡ଼ ସାହିର ଝୁନୁ ସେଠୀ ଓ ବୁଧି ସେଠୀ ୨ ଯାଆଙ୍କୁ ବୁଧବାର…

ଅପରେଶନ ବୈତରଣୀ: ୪ ହାଇୱା, ଜେସିବି, ଖନନ ଯନ୍ତ୍ର, ୩୩ ଟ୍ରାକ୍ଟର ଜବତ: ୩୮ ମାମଲା ରୁଜୁ…

ହାଟଡିହୀ/ଆନନ୍ଦପୁର/ବଞ୍ଚୋ, ୧୦।୬ (ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ ପ୍ରଦୋଷ ବିଶ୍ୱାଳ):‘ଅପରେଶନ ବୈତରଣୀ’ର ଧାରାବାହିକତା ଏବଂ କେନ୍ଦୁଝର ଜିଲା ପୋଲିସ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆନନ୍ଦପୁର ଉପଖଣ୍ଡ ପୋଲିସ ପକ୍ଷରୁ…

ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ନବମ ଗ୍ରାମସଭା: ଏକର ପିଛା ଏତେ କୋଟି ଦାବି କଲେ ଗ୍ରାମବାସୀ

ପାଟଣା,୧୦।୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅର୍ନ୍ତଗତ ଚେମେଣା ଓ ଯମୁନା ପଶି ର ୧୨ଟି ମୌଜା ର ଜମି କୁ ନେଇ ପ୍ରସ୍ତାବିତ…

୪ ଥାକିଆ ହେବ ପିପିଲି-କୋଣାର୍କ ରାସ୍ତା

ଗୋପ,୧୦ା୬(ଭାରତୀ ଭୂଷଣ ଉପାଧ୍ୟାୟ): ପର୍ଯ୍ୟଟନର ବିକାଶ ଲାଗି ଖୁବ୍‌ଶୀଘ୍ର ପିପିଲି-କୋଣାର୍କ ରାଜ୍ୟ ରାଜପଥକୁ ୪ ଥାକିଆ ରାସ୍ତା କରାଯିବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ…

ଓଡ଼ିଶା ସୀମାନ୍ତରେ ଆନ୍ଧ୍ର ମହିଳା ଓ ଶିଶୁବିକାଶ ମନ୍ତ୍ରୀଙ୍କ ଅନୁପ୍ରବେଶ, ଓଡ଼ିଶା ପ୍ରଶାସନ ଉପରେ…

ପଟ୍ଟାଙ୍ଗି,୧୦ା୬(ଶରତ କୁମାର ଧଳ): ଓଡ଼ିଶାର ସୀମାନ୍ତ ଗ୍ରାମରେ ପଡ଼ୋଶୀ ଆନ୍ଧ୍ର ରାଜ୍ୟର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଏବଂ ସରକାରୀ ଅଧିକାରୀ ଅନୁପ୍ରବେଶ କରି ସରକାରୀ…

ଜଳୁଛି ଜଙ୍ଗଲ: ବନ୍ୟଜନ୍ତୁ ଗାଁ ମୁହାଁ

ମାଲକାନଗିରି,୧୦।୬: ମାଲକାନଗିରି ସଦର ମହକୁମାର ନିକଟ ଜଙ୍ଗଲରେ ନିଆଁ ଲାଗିଯାଇଛି। ନିଆଁ ମଙ୍ଗଳବାରଠାରୁ ଲାଗିଥିବା ବେଳେ ଏହାକୁ ଆୟତ୍ତ କରାଯାଇନାହିଁ। ଫଳରେ ବନ୍ୟଜନ୍ତୁ ଗାଁ ମୁହାଁ ହେଉଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri