ଜିଲାପାଳଙ୍କ ଶୁଣାଣିକୁ ବିରୋଧ: ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ଜନପ୍ରତିନିଧି

ବୌଦ୍ଧ,୨୭।୧(ସ୍ବ.ପ୍ର.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକରେ ସ୍ଥାୟୀ ବିଡିଓ ନିଯୁକ୍ତି ଦାବିରେ ସମସ୍ତ ପଞ୍ଚାୟତର ଜନପ୍ରତିନିଧି ସୋମବାର ଜିଲାପାଳଙ୍କ ଜନଶୁଣାଣିକୁ ବିରୋଧ କରିଛନ୍ତି। ତଳଗାଁ ପଞ୍ଚାୟତ କାର୍ଯ୍ୟାଳୟରେ ଏହି ଜନଶୁଣାଣି ହେବାର ଥିଲା। ମାତ୍ର ୯ ନଂ ଜୋନ୍‌ର ଜିଲା ପରିଷଦ ସଭ୍ୟ ଅବକାଶ ସାହୁଙ୍କ ସମେତ ଅନ୍ୟ ଜନପ୍ରତିନିଧିମାନେ ସମସ୍ୟା ସମାଧାନ ନ ହେବା ପର୍ଯ୍ୟନ୍ତ ଜନଶୁଣାଣି ହେବ ନାହିଁ ବୋଲି ତାଲା ପକାଇ ଦେଇଥିଲେ। କିନ୍ତୁ ଜିଲାପାଳ ଓ ଅନ୍ୟ ପଦାଧିକାରୀ ଘଟଣାସ୍ଥଳରେ ପହଞ୍ଚି ପୋଲିସ ସହାୟତାରେ ଆନ୍ଦୋଳନକାରୀ ଜିଲା ପରିଷଦ ସଭ୍ୟ ଓ ସମିତିସଭ୍ୟମାନଙ୍କୁ ଅଟକ ରଖିବା ପରେ ଜିଲାପାଳ ଜନଶୁଣାଣି କାର୍ଯ୍ୟ ଆରମ୍ଭ କରିଥିଲେ।
ସୂଚନାଯୋଗ୍ୟ, ଗତ ୨୦ ତାରିଖରୁ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକରେ ସ୍ଥାୟୀ ବିଡିଓ ନିଯୁକ୍ତି ଦାବିରେ ବ୍ଲକ ଅଧ୍ୟକ୍ଷଙ୍କ ନେତୃତ୍ୱରେ ସମସ୍ତ ପଞ୍ଚାୟତର ଜନପ୍ରତିନିଧି ଏହି ଆନ୍ଦୋଳନ କରିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟର ତାଲିକାରୁ ଶତାଧିକ ଯୋଗ୍ୟ ନାଗରିକଙ୍କ ନାଁ କାଟିବାକୁ ଷଡ଼ଯନ୍ତ୍ର, ଅଭିଯୋଗ ଆଣି ବିଜେଡି କହିଲା…

ଧାମନଗର,୨୮ା୮(ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଧାମନଗର ଏନଏସି ଅଞ୍ଚଳରେ ଶତାଧିକ ଯୋଗ୍ୟ ଭୋଟରଙ୍କ ନାମ ଭୋଟର ତାଲିକାରୁ ବାଦ୍‌ ଦେବା ପାଇଁ ଜାଲିଆତି ଓ ଷଡ଼ଯନ୍ତ୍ର…

ରେଭେନ୍ସା ବିଶ୍ବବିଦ୍ୟାଳୟ ବିବାଦ; ସମୂହ ଛୁଟିରେ ଗଲେ ଅଧ୍ୟାପକ

କଟକ,୨୮।୮(ପ୍ରଭୁକଲ୍ୟାଣ ପାଲ): ସମୁହ ଛୁଟିରେ ଗଲେ ରେଭେନ୍ସା ଅଧ୍ୟାପିକା ଓ ଅଧ୍ୟାପକ । ଏହାସହ କୁଳପତିଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଛନ୍ତି । ରେଭେନ୍ସା ୟୁନିଭରସିଟି ଟିଚର୍ସ…

ଥରିଲା ଚାଇନା: ଭୟରେ ଲୋକେ ଦୌଡ଼ିଲେ

ବେଜିଂ,୨୮।୭: ଦକ୍ଷିଣ-ପଶ୍ଚିମ ଚାଇନାର ସିଚୁଆନ ପ୍ରଦେଶରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ଚାଇନା ଭୂକମ୍ପ ନେଟୱାର୍କସ ସେଣ୍ଟର (CENC) ଅନୁଯାୟୀ, ଲଙ୍ଗଚାଙ୍ଗ ସହରରେ ୫.୧ ତୀବ୍ରତାର ଭୂକମ୍ପ…

ଖାତାକୁ ଗଲା ସୁଭଦ୍ରା ଟଙ୍କା, ତୁରନ୍ତ ଚେକ୍‌ କରନ୍ତୁ ଆକାଉଣ୍ଟ

ନୟାଗଡ଼,୨୮ା୮(ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ଲାଠିପଡ଼ାରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପହଞ୍ଚି ଗହ୍ମାପୂର୍ଣ୍ଣିମା ଅବସରରେ ୫ମ କିସ୍ତି ସୁଭଦ୍ରା ଅନୁଦାନ ପ୍ରଦାନ କରିଛନ୍ତି। ଆଜିର…

ମୋହନ ଭାଗବତଙ୍କ ଭିଜା ରଦ୍ଦ ପାଇଁ ୟୁଏସ୍‌ସିଆଇଆର୍‌ଏଫ୍‌ର ଦାବି

ଓ୍ବାଶିଂଟନ,୨୮।୮(ପି.ଟି.): ନ୍ୟୁୟର୍କକୁ ୩ ଦିନିଆ ଗସ୍ତରେ ଯାଇଥିବା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତଙ୍କ ଭିଜା ରଦ୍ଦ କରିବାକୁ ଆମେରିକାର ଅନ୍ତର୍ଜାତୀୟ ଧର୍ମୀୟ ସ୍ବାଧୀନତା…

ଆଖଡ଼ାଶାଳୀ ସ୍ଲୁଇସ୍‌ କ୍ରୀକ୍‌ ୬ ପଞ୍ଚାୟତର ଚାଷୀଙ୍କ ଭାତହାଣ୍ଡି, ବିଧାୟକ କହିଲେ ଏଠାରେ ଖୁବ୍‌ଶୀଘ୍ର ହେବ…

ମହାକାଳପଡ଼ା,୨୮ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମଙ୍ଗଳପୁର ପଞ୍ଚାୟତ ବନ୍ଧପଡ଼ା ଗ୍ରାମ ଲକ୍ଷ୍ମୀ ନାରାୟଣ ମନ୍ଦିର ପରିସରରେ ଗୁରୁବାର ବଳଦେବଜୀଉଙ୍କ ଜନ୍ମଦିବସ ଅବସରରେ ଚଷା…

ଗ୍ରାହକଙ୍କୁ ବଡ଼ ଝଟ୍‌କା ବଢିଲା କ୍ଷୀର ଦର: ଏବେ ଲିଟର ପିଛା…

ମୁମ୍ବାଇ,୨୮।୮: ପାର୍ବଣ ଋତୁ ଆରମ୍ଭରୁ ଗ୍ରାହକଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ସେପ୍ଟେମ୍ବର ୧, ୨୦୨୬ଠାରୁ, ମୁମ୍ବାଇରେ କ୍ଷୀର କିଣିବା ସାଧାରଣ ଲୋକଙ୍କ ପକେଟ ଉପରେ ଭାରୀ…

‘ଇମ୍ରାନ ଖାନଙ୍କୁ ମାରିଦେବାକୁ ଚାହୁଁଛନ୍ତି ପାକିସ୍ତାନ ସରକାର’, ବଡ଼ ଦାବି କଲେ ପୁଅ

ଇସଲାମାବାଦ,୨୮।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନେଇ ବଡ଼ ଅଭିଯୋଗ ଆସିଛି । ଇମ୍ରାନ ଖାନଙ୍କ ଦୁଇ ପୁଅ କାସିମ ଖାନ ଓ ସୁଲେମାନ ଖାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri