ରାଜନଗର, ୧।୧୦ (ଡି.ଏନ୍.ଏ.): ତ୍ୱରିତ ନ୍ୟାୟ ପ୍ରଦାନ ଓ ସବୁବର୍ଗର ଲୋକଙ୍କୁ ସରକାରୀ ସୁବିଧା ସୁଯୋଗ ଦେବା ପାଇଁ ପ୍ରତି ମାସରେ ସବୁ ବ୍ଲକ ଓ ଜିଲାସ୍ତରରେ ଜିଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ ହେଉଛି। ଲୋକମାନେ ବ୍ୟକ୍ତିଗତ ଓ ସାମୂହିକ ଅଭିଯୋଗ ନେଇ ଶିବିରରେ ପହଞ୍ଚୁଥିବା ବେଳେ ଲୋକଙ୍କ ସମସ୍ୟା ସୁଧାରିବାରେ ଏହି ଶିବିର କେତେ ଉପଯୋଗୀ ହେଉଛି, ତାହର ଏକ ଉଦାହରଣ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକରେ ଦେଖିବାକୁ ମିଳିଛି। ୨୦୧୨ରେ ଜିଲାପାଳଙ୍କ ଜଳଶୁଣାଣି ଶିବିରରେ ହୋଇଥିବା ଏକ ଅଭିଯୋଗର ସମାଧାନ ଲାଗି ଏବେ ଜିଲା ସମାଜ ମଙ୍ଗଳ ଅଧିକାରୀ ରାଜନଗର ସମନ୍ବିତ ଶିଶୁ ବିକାଶ ଅଧିକାରୀ (ସିଡିପିଓ)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ନେଇ ଜିଲ୍ୟାବ୍ୟାପୀ ଚର୍ଚ୍ଚା ଆରମ୍ଭ ହୋଇଛି।
ରାଜନଗର ବ୍ଲକ ଗୋସିଗାଁରେ ଅଙ୍ଗନଓ୍ବାଡି କର୍ମୀ ବିଦୁଲତା ଜେନାଙ୍କ ଦରମା ବନ୍ଦ ଓ ପିଲାଙ୍କ ଖାଦ୍ୟ ସାମଗ୍ରୀ ଆସୁନ ଥିବା ନେଇ ସେ ୬ ଅକ୍ଟୋବର ୨୦୧୨ରେ ଜିଲାପାଳଙ୍କ ଜନଶୁଣାଣି ଶିବିରରେ ଅଭିଯୋଗ କରିଥିଲେ। ଇତିମଧ୍ୟରେ କୋର୍ଟ ନିର୍ଦ୍ଦେଶ ମୁତାବକ ବିବାଦ ଦୂର ହେବା ସହ ତାଙ୍କ ଚାକିରି ନିୟିମିତ ହୋଇସାରିଛି। ହେଲେ ୨୦୧୨ରେ ସେ କରିଥିବା ଅଭିଯୋଗର ସମାଧାନ ଲାଗି ଗତ ୨୭ ତାରିଖରେ ରାଜନଗର ସିଡିପିଓଙ୍କୁ ଜିଲା ସମାଜ ମଙ୍ଗଳ ଅଧିକାରୀ ଇମେଲ ଯୋଗେ ନିର୍ଦ୍ଦେଶ ଦେଇଛନ୍ତି। ୭ ବର୍ଷ ତଳେ ଅଭିଯୋଗ ହୋଇଥିବା ବେଳେ ୫ବର୍ଷ ତଳୁ ଏହାର ସମାଧାନ ସରିଛି। ହେଲେ ଏ ପର୍ଯ୍ୟନ୍ତ ବିଭାଗୀୟ କର୍ତ୍ତୃପକ୍ଷ କିପରି ଏ ସମ୍ପର୍କରେ ଜାଣି ନ ପାରି ଦୀର୍ଘବର୍ଷ ପରେ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ସେ ନେଇ ବିସ୍ମୟ ପ୍ରକାଶ ପାଇଛି।
ସେହିପରି ରାଜନଗର ସିଡିପିଓଙ୍କ କାର୍ଯ୍ୟାଳୟରେ ୪ର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟରତ ଅଜୟ କୁମାର ସାହୁ ୨୦୧୨ ମସିହାରେ ମାସିକ ୩୩୦ଟଙ୍କା ଦରମା ପାଉଥିଲେ। ଚାକିରି ସ୍ଥାୟୀ କରା ନ ଗଲେ ସପରିବାର ଜୀବନ ହରାଇ ଦେବୁ ବୋଲି ଅଜୟଙ୍କ ସ୍ତ୍ରୀ କୁନୁମୁନୁ ଜିଲାପାଳଙ୍କ ଜନଶୁଣାଣି ଶିବିରରେ ଅଭିଯୋଗ କରିଥିଲେ। ୨୦୧୩ ମସିହାରୁ ଅଜୟଙ୍କ ଚାକିରୀ ସ୍ଥାୟୀ ହୋଇସାରିଲାଣି। ମାତ୍ର କୁନୁମୁନୁଙ୍କ ଅଭିଯୋଗ ଉପରେ ପଦକ୍ଷେପ ନେବାକୁ ଜିଲା ସମାଜ ମଙ୍ଗଳ ଅଧିକାରୀ ଗତ ଡିସେମ୍ବର ୧୯ ତାରିଖରେ ରାଜନଗର ସିଡିପିଓଙ୍କୁ ନିର୍ଦ୍ଦେଶ ଦେଇଥିବା ଜାପଡ଼ିଛି। ଏ ସମ୍ପର୍କରେ ରାଜନଗର ସିଡିପିଓ ପୁଷ୍ପଲତା ଦାସଙ୍କୁ ପଚାରିବାରେ ଇ-ମେଲ ଯୋଗେ ସମସ୍ୟାର ସମାଧାନ କରିବାକୁ ଚିଠି ଆସିଛି। ପୂର୍ବରୁ ସରକାରୀସ୍ତରରେ ଏହାର ସମାଧାନ କରାଯାଇଛି। ସେ ସମ୍ପର୍କରେ ଆମେ ଅବଗତ କରାଇବୁ ବୋଲି କହିଛନ୍ତି। ଏ ନେଇ ଜିଲା ସମାଜ ମଙ୍ଗଳ ଅଧିକାରିଣୀ ଚିନ୍ମୟୀ ରଥ କୁହନ୍ତି ଚିଠି ସମ୍ପର୍କରେ ଅନୁଧ୍ୟାନ କରିବା ପରେ ଜଣାପଡ଼ିବ।
Posted inଆମ ଜିଲା ଖବର, କେନ୍ଦ୍ରାପଡ଼ା View All
ସାଇବର ଅପରାଧରୁ ରକ୍ଷା ପାଇବା ପାଇଁ ଛାତ୍ରୀଛାତ୍ରଙ୍କୁ ସଚେତନ, ଓଟିପି-ପିନ୍ର ଗୋପନୀୟତା କହି…
କଲ୍ୟାଣସିଂହପୁର,୧୬ା୮(ଦୀପକ ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସୁନାଖଣ୍ଡି ପଞ୍ଚାୟତର ଜଗନ୍ନାଥପୁରସ୍ଥିତ ପିଏମ୍ ଶ୍ରୀ ହାଇସ୍କୁଲ ପରିସରରେ କଲ୍ୟାଣସିଂହପୁର ଥାନା ପକ୍ଷରୁ ଏକ ସାଇବର ସଚେତନତା…
ବନ୍ୟାପାଣିରେ ବୁଡ଼ିଲା ଶିବମନ୍ଦିର, ଫସିଲେ ପୂଜକ ଦମ୍ପତି, ୮ ଘଣ୍ଟା ପରେ…
କୁଚିଣ୍ଡା,୧୬ା୮(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକରେ ପ୍ରବାହିତ ଖର୍ଲା ନଦୀରେ ବନ୍ୟା ଆସିଛି। ବନ୍ୟାପାଣି ମାଡ଼ି ଆସିବାରୁ ଚକଦରହ ଶିବମନ୍ଦିରଟି ପାଣିରେ ଅଧା ବୁଡ଼ି ଯାଇଥିଲା।…
ଶ୍ମଶାନକୁ ରାସ୍ତା ନାହିଁ, କେନାଲ ପାର୍ ହୋଇ ଶବଦାହ କଲେ ଗ୍ରାମବାସୀ
ଗଞ୍ଜାମ,୧୬ା୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଞ୍ଚାୟତର ଗଡ଼ହୁମ୍ମା ଗ୍ରାମ ନିକଟରେ ରହିଛି ବାଉଁସିଆ ପଡ଼ା ଗ୍ରାମ। ଶବଦାହ ପାଇଁ ଗ୍ରାମବାସୀ ନାହିଁ ନ ଥିବା…
ଗ୍ରାମୀଣ ଗୃହ ଯୋଜନାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରାଇକିଆ ବ୍ଲକ ପୁରସ୍କୃତ
ରାଇକିଆ,୧୬ା୮(ପ୍ରଦୀପ ବେହେରା): ଗ୍ରାମୀଣ ଗୃହ ଯୋଜନା-୨୦୨୫/୨୬ରେ ସମଗ୍ର କନ୍ଧମାଳ ଜିଲାରେ ଉଲ୍ଳେଖନୀୟ ପ୍ରଦର୍ଶନ ପାଇଁ ଜିଲା ପ୍ରଶାସନ ତରଫରୁ ରାଇକିଆ ବ୍ଲକ ପୁରସ୍କୃତ ହୋଇଛି। ଫୁଲବାଣୀଠାରେ ଜିଲାସ୍ତରୀୟ…
ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ନିଷ୍ପତ୍ତି ଚାଷୀ ସଙ୍ଗଠନ ନେଇ…
ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିର ଶ୍ରୀ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ଚାଷୀ ସଙ୍ଗଠନ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ବ୍ଲକ କମିଟି ପକ୍ଷରୁ ଆଲୋଚନା…
ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…
ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…
ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…
ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…
ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…
ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…
Archives

