ଜିଲାପାଳଙ୍କ ଜନଶୁଣାଣି ଶିବିରରେ ଅଭିଯୋଗ: ୭ ବର୍ଷ ପରେ ସମାଧାନ ନିର୍ଦ୍ଦେଶ

ରାଜନଗର, ୧।୧୦ (ଡି.ଏନ୍‌.ଏ.): ତ୍ୱରିତ ନ୍ୟାୟ ପ୍ରଦାନ ଓ ସବୁବର୍ଗର ଲୋକଙ୍କୁ ସରକାରୀ ସୁବିଧା ସୁଯୋଗ ଦେବା ପାଇଁ ପ୍ରତି ମାସରେ ସବୁ ବ୍ଲକ ଓ ଜିଲାସ୍ତରରେ ଜିଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ ହେଉଛି। ଲୋକମାନେ ବ୍ୟକ୍ତିଗତ ଓ ସାମୂହିକ ଅଭିଯୋଗ ନେଇ ଶିବିରରେ ପହଞ୍ଚୁଥିବା ବେଳେ ଲୋକଙ୍କ ସମସ୍ୟା ସୁଧାରିବାରେ ଏହି ଶିବିର କେତେ ଉପଯୋଗୀ ହେଉଛି, ତାହର ଏକ ଉଦାହରଣ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକରେ ଦେଖିବାକୁ ମିଳିଛି। ୨୦୧୨ରେ ଜିଲାପାଳଙ୍କ ଜଳଶୁଣାଣି ଶିବିରରେ ହୋଇଥିବା ଏକ ଅଭିଯୋଗର ସମାଧାନ ଲାଗି ଏବେ ଜିଲା ସମାଜ ମଙ୍ଗଳ ଅଧିକାରୀ ରାଜନଗର ସମନ୍ବିତ ଶିଶୁ ବିକାଶ ଅଧିକାରୀ (ସିଡିପିଓ)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ନେଇ ଜିଲ୍ୟାବ୍ୟାପୀ ଚର୍ଚ୍ଚା ଆରମ୍ଭ ହୋଇଛି।
ରାଜନଗର ବ୍ଲକ ଗୋସିଗାଁରେ ଅଙ୍ଗନଓ୍ବାଡି କର୍ମୀ ବିଦୁଲତା ଜେନାଙ୍କ ଦରମା ବନ୍ଦ ଓ ପିଲାଙ୍କ ଖାଦ୍ୟ ସାମଗ୍ରୀ ଆସୁନ ଥିବା ନେଇ ସେ ୬ ଅକ୍ଟୋବର ୨୦୧୨ରେ ଜିଲାପାଳଙ୍କ ଜନଶୁଣାଣି ଶିବିରରେ ଅଭିଯୋଗ କରିଥିଲେ। ଇତିମଧ୍ୟରେ କୋର୍ଟ ନିର୍ଦ୍ଦେଶ ମୁତାବକ ବିବାଦ ଦୂର ହେବା ସହ ତାଙ୍କ ଚାକିରି ନିୟିମିତ ହୋଇସାରିଛି। ହେଲେ ୨୦୧୨ରେ ସେ କରିଥିବା ଅଭିଯୋଗର ସମାଧାନ ଲାଗି ଗତ ୨୭ ତାରିଖରେ ରାଜନଗର ସିଡିପିଓଙ୍କୁ ଜିଲା ସମାଜ ମଙ୍ଗଳ ଅଧିକାରୀ ଇମେଲ ଯୋଗେ ନିର୍ଦ୍ଦେଶ ଦେଇଛନ୍ତି। ୭ ବର୍ଷ ତଳେ ଅଭିଯୋଗ ହୋଇଥିବା ବେଳେ ୫ବର୍ଷ ତଳୁ ଏହାର ସମାଧାନ ସରିଛି। ହେଲେ ଏ ପର୍ଯ୍ୟନ୍ତ ବିଭାଗୀୟ କର୍ତ୍ତୃପକ୍ଷ କିପରି ଏ ସମ୍ପର୍କରେ ଜାଣି ନ ପାରି ଦୀର୍ଘବର୍ଷ ପରେ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ସେ ନେଇ ବିସ୍ମୟ ପ୍ରକାଶ ପାଇଛି।
ସେହିପରି ରାଜନଗର ସିଡିପିଓଙ୍କ କାର୍ଯ୍ୟାଳୟରେ ୪ର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟରତ ଅଜୟ କୁମାର ସାହୁ ୨୦୧୨ ମସିହାରେ ମାସିକ ୩୩୦ଟଙ୍କା ଦରମା ପାଉଥିଲେ। ଚାକିରି ସ୍ଥାୟୀ କରା ନ ଗଲେ ସପରିବାର ଜୀବନ ହରାଇ ଦେବୁ ବୋଲି ଅଜୟଙ୍କ ସ୍ତ୍ରୀ କୁନୁମୁନୁ ଜିଲାପାଳଙ୍କ ଜନଶୁଣାଣି ଶିବିରରେ ଅଭିଯୋଗ କରିଥିଲେ। ୨୦୧୩ ମସିହାରୁ ଅଜୟଙ୍କ ଚାକିରୀ ସ୍ଥାୟୀ ହୋଇସାରିଲାଣି। ମାତ୍ର କୁନୁମୁନୁଙ୍କ ଅଭିଯୋଗ ଉପରେ ପଦକ୍ଷେପ ନେବାକୁ ଜିଲା ସମାଜ ମଙ୍ଗଳ ଅଧିକାରୀ ଗତ ଡିସେମ୍ବର ୧୯ ତାରିଖରେ ରାଜନଗର ସିଡିପିଓଙ୍କୁ ନିର୍ଦ୍ଦେଶ ଦେଇଥିବା ଜାପଡ଼ିଛି। ଏ ସମ୍ପର୍କରେ ରାଜନଗର ସିଡିପିଓ ପୁଷ୍ପଲତା ଦାସଙ୍କୁ ପଚାରିବାରେ ଇ-ମେଲ ଯୋଗେ ସମସ୍ୟାର ସମାଧାନ କରିବାକୁ ଚିଠି ଆସିଛି। ପୂର୍ବରୁ ସରକାରୀସ୍ତରରେ ଏହାର ସମାଧାନ କରାଯାଇଛି। ସେ ସମ୍ପର୍କରେ ଆମେ ଅବଗତ କରାଇବୁ ବୋଲି କହିଛନ୍ତି। ଏ ନେଇ ଜିଲା ସମାଜ ମଙ୍ଗଳ ଅଧିକାରିଣୀ ଚିନ୍ମୟୀ ରଥ କୁହନ୍ତି ଚିଠି ସମ୍ପର୍କରେ ଅନୁଧ୍ୟାନ କରିବା ପରେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?