ଜିଲାପାଳଙ୍କ ଜନଶୁଣାଣି ଶିବିରରେ ଅଭିଯୋଗ: ୭ ବର୍ଷ ପରେ ସମାଧାନ ନିର୍ଦ୍ଦେଶ

ରାଜନଗର, ୧।୧୦ (ଡି.ଏନ୍‌.ଏ.): ତ୍ୱରିତ ନ୍ୟାୟ ପ୍ରଦାନ ଓ ସବୁବର୍ଗର ଲୋକଙ୍କୁ ସରକାରୀ ସୁବିଧା ସୁଯୋଗ ଦେବା ପାଇଁ ପ୍ରତି ମାସରେ ସବୁ ବ୍ଲକ ଓ ଜିଲାସ୍ତରରେ ଜିଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ ହେଉଛି। ଲୋକମାନେ ବ୍ୟକ୍ତିଗତ ଓ ସାମୂହିକ ଅଭିଯୋଗ ନେଇ ଶିବିରରେ ପହଞ୍ଚୁଥିବା ବେଳେ ଲୋକଙ୍କ ସମସ୍ୟା ସୁଧାରିବାରେ ଏହି ଶିବିର କେତେ ଉପଯୋଗୀ ହେଉଛି, ତାହର ଏକ ଉଦାହରଣ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକରେ ଦେଖିବାକୁ ମିଳିଛି। ୨୦୧୨ରେ ଜିଲାପାଳଙ୍କ ଜଳଶୁଣାଣି ଶିବିରରେ ହୋଇଥିବା ଏକ ଅଭିଯୋଗର ସମାଧାନ ଲାଗି ଏବେ ଜିଲା ସମାଜ ମଙ୍ଗଳ ଅଧିକାରୀ ରାଜନଗର ସମନ୍ବିତ ଶିଶୁ ବିକାଶ ଅଧିକାରୀ (ସିଡିପିଓ)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ନେଇ ଜିଲ୍ୟାବ୍ୟାପୀ ଚର୍ଚ୍ଚା ଆରମ୍ଭ ହୋଇଛି।
ରାଜନଗର ବ୍ଲକ ଗୋସିଗାଁରେ ଅଙ୍ଗନଓ୍ବାଡି କର୍ମୀ ବିଦୁଲତା ଜେନାଙ୍କ ଦରମା ବନ୍ଦ ଓ ପିଲାଙ୍କ ଖାଦ୍ୟ ସାମଗ୍ରୀ ଆସୁନ ଥିବା ନେଇ ସେ ୬ ଅକ୍ଟୋବର ୨୦୧୨ରେ ଜିଲାପାଳଙ୍କ ଜନଶୁଣାଣି ଶିବିରରେ ଅଭିଯୋଗ କରିଥିଲେ। ଇତିମଧ୍ୟରେ କୋର୍ଟ ନିର୍ଦ୍ଦେଶ ମୁତାବକ ବିବାଦ ଦୂର ହେବା ସହ ତାଙ୍କ ଚାକିରି ନିୟିମିତ ହୋଇସାରିଛି। ହେଲେ ୨୦୧୨ରେ ସେ କରିଥିବା ଅଭିଯୋଗର ସମାଧାନ ଲାଗି ଗତ ୨୭ ତାରିଖରେ ରାଜନଗର ସିଡିପିଓଙ୍କୁ ଜିଲା ସମାଜ ମଙ୍ଗଳ ଅଧିକାରୀ ଇମେଲ ଯୋଗେ ନିର୍ଦ୍ଦେଶ ଦେଇଛନ୍ତି। ୭ ବର୍ଷ ତଳେ ଅଭିଯୋଗ ହୋଇଥିବା ବେଳେ ୫ବର୍ଷ ତଳୁ ଏହାର ସମାଧାନ ସରିଛି। ହେଲେ ଏ ପର୍ଯ୍ୟନ୍ତ ବିଭାଗୀୟ କର୍ତ୍ତୃପକ୍ଷ କିପରି ଏ ସମ୍ପର୍କରେ ଜାଣି ନ ପାରି ଦୀର୍ଘବର୍ଷ ପରେ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ସେ ନେଇ ବିସ୍ମୟ ପ୍ରକାଶ ପାଇଛି।
ସେହିପରି ରାଜନଗର ସିଡିପିଓଙ୍କ କାର୍ଯ୍ୟାଳୟରେ ୪ର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟରତ ଅଜୟ କୁମାର ସାହୁ ୨୦୧୨ ମସିହାରେ ମାସିକ ୩୩୦ଟଙ୍କା ଦରମା ପାଉଥିଲେ। ଚାକିରି ସ୍ଥାୟୀ କରା ନ ଗଲେ ସପରିବାର ଜୀବନ ହରାଇ ଦେବୁ ବୋଲି ଅଜୟଙ୍କ ସ୍ତ୍ରୀ କୁନୁମୁନୁ ଜିଲାପାଳଙ୍କ ଜନଶୁଣାଣି ଶିବିରରେ ଅଭିଯୋଗ କରିଥିଲେ। ୨୦୧୩ ମସିହାରୁ ଅଜୟଙ୍କ ଚାକିରୀ ସ୍ଥାୟୀ ହୋଇସାରିଲାଣି। ମାତ୍ର କୁନୁମୁନୁଙ୍କ ଅଭିଯୋଗ ଉପରେ ପଦକ୍ଷେପ ନେବାକୁ ଜିଲା ସମାଜ ମଙ୍ଗଳ ଅଧିକାରୀ ଗତ ଡିସେମ୍ବର ୧୯ ତାରିଖରେ ରାଜନଗର ସିଡିପିଓଙ୍କୁ ନିର୍ଦ୍ଦେଶ ଦେଇଥିବା ଜାପଡ଼ିଛି। ଏ ସମ୍ପର୍କରେ ରାଜନଗର ସିଡିପିଓ ପୁଷ୍ପଲତା ଦାସଙ୍କୁ ପଚାରିବାରେ ଇ-ମେଲ ଯୋଗେ ସମସ୍ୟାର ସମାଧାନ କରିବାକୁ ଚିଠି ଆସିଛି। ପୂର୍ବରୁ ସରକାରୀସ୍ତରରେ ଏହାର ସମାଧାନ କରାଯାଇଛି। ସେ ସମ୍ପର୍କରେ ଆମେ ଅବଗତ କରାଇବୁ ବୋଲି କହିଛନ୍ତି। ଏ ନେଇ ଜିଲା ସମାଜ ମଙ୍ଗଳ ଅଧିକାରିଣୀ ଚିନ୍ମୟୀ ରଥ କୁହନ୍ତି ଚିଠି ସମ୍ପର୍କରେ ଅନୁଧ୍ୟାନ କରିବା ପରେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri