ଜିଲା ଶିକ୍ଷା ବ୍ୟବସ୍ଥାରେ ସୁଧାର ପ୍ରୟାସ: ଡିଏମ୍‌ଏଫ୍‌ ପାଣ୍ଠିରେ ୮୨ ଶିକ୍ଷକ ନିଯୁକ୍ତି

Teacher Recruitment

ଅନୁଗୋଳ ଅଫିସ, ୨୯।୮: ଅନୁଗୋଳ ଜିଲାର ଖଣି ପ୍ରଭାବିତ ଅଞ୍ଚଳରେ ଥିବା ୪୩ ସ୍କୁଲରେ ବୁଧବାର ୮୨ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଚୁକ୍ତି ଭିତ୍ତିରେ ଏହି ନିଯୁକ୍ତି ପ୍ରଦାନ କରାଯାଇଥିବା ଚିଠି ନଂ. ୭୫୯୫/୧୯ରେ ସ୍ପଷ୍ଟ କରାଯାଇଛି। ନିଯୁକ୍ତି ପାଇଥିବା ସମ୍ପୃକ୍ତ ଶିକ୍ଷୟିତ୍ରୀ ଶିକ୍ଷକମାନେ ଏକ ବର୍ଷ ପାଇଁ ଶିକ୍ଷାଦାନ କରିବେ ବୋଲି ଜିଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା ସୂଚନା ଦେଇଛନ୍ତି। ଏହି ଏକ ବର୍ଷ ମଧ୍ୟରେ ୧୦ ମାସ କାର୍ଯ୍ୟ ଦିବସ ରହିଥିବା ଚିଠିରେ ଦର୍ଶାଯାଇଛି। ମାସକୁ ୨୦ ଦିନ କାର୍ଯ୍ୟ ହିସାବରେ ୧୦ ହଜାର ଟଙ୍କା ପାରିଶ୍ରମିକ ରଖାଯାଇଛି। ଦରମା ବାବଦରେ ଖର୍ଚ୍ଚ ହେବାକୁ ଥିବା ସମସ୍ତ ଅର୍ଥ ଜିଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌)ରୁ ପ୍ରଦାନ କରାଯିବ ବୋଲି ଜିଲା ଶିକ୍ଷା ଅଧିକାରୀ ବେହେରା ପ୍ରକାଶ କରିଛନ୍ତି।
ଶିକ୍ଷା ବିଭାଗ ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପ ଯୋଗୁ ଜିଲାରେ ଖାଲି ପଡ଼ିଥିବା ବହୁ ଶିକ୍ଷକ ପଦବୀ ପୂରଣ ହୋଇପାରିବ। ନବ ନିଯୁକ୍ତ ଶିକ୍ଷୟିତ୍ରୀ ଓ ଶିକ୍ଷକମାନେ ସ୍କୁଲରେ ଗଣିତ, ବିଜ୍ଞାନ, ସାହିତ୍ୟ, ଇଂଲିଶ, ଇତିହାସ ଓ ଭୂଗୋଳ ପାଠ୍ୟକ୍ରମ ପଢ଼ାଇବେ। ମାସକୁ ୨୦ ଦିନ କାର୍ଯ୍ୟ କଲେ ଦିନକୁ ୫ଶହ ଟଙ୍କା ହିସାବରେ ୧୦ ହଜାର ଟଙ୍କା ପାରିଶ୍ରମିକ ଆକାରରେ ପାଇବେ ବୋଲି ସେମାନଙ୍କ ସହ ଚୁକ୍ତି କରାଯାଇଛି। ଏହି ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଜିଲାର କୋଶଳା ଉଚ୍ଚ ବିଦ୍ୟାଳୟ, ପତିତପାବନ ଉଚ୍ଚ ବିଦ୍ୟାଳୟ ଜରପଡ଼ା, ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ ବାଲିପଟା, ବ୍ରହ୍ମାବିଲ ଉଚ୍ଚ ବିଦ୍ୟାଳୟ, ଶିମିଳିପାଳ ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ ସାପୁଇନାଳି, ପଦପଡ଼ା ନୋଡାଲ ଉଚ୍ଚ ବିଦ୍ୟାଳୟ, କମ୍ପାସଲା ନୋଡାଲ ଉଚ୍ଚ ବିଦ୍ୟାଳୟ, ପତାକାମୁଣ୍ଡା ନୋଡାଲ ଉଚ୍ଚ ବିଦ୍ୟାଳୟ, ରାଇଝରଣ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କଙ୍କରାଇ, କନାଳୀ ଉଚ୍ଚ ବିଦ୍ୟାଳୟ, ବାହାଳାସାହି ୟୁପି-ଗ୍ରେଡେଡ୍‌ ଉଚ୍ଚ ବିଦ୍ୟାଳୟ, ବରପଦା ୟୁପି-ଗ୍ରେଡେଡ୍‌ ଉଚ୍ଚ ବିଦ୍ୟାଳୟ, ଓଗି ୟୁପି-ଗ୍ରେଡେଡ ଉଚ୍ଚ ବିଦ୍ୟାଳୟ, ନିଶା ନୋଡାଲ ୟୁପି-ଗ୍ରେଡେଡ୍‌ ଉଚ୍ଚ ବିଦ୍ୟାଳୟ, ଜରାଙ୍ଗ ଦେହୁରୀସାହି ୟୁପି-ଗ୍ରେଡେଡ ଉଚ୍ଚ ବିଦ୍ୟାଳୟ, ଦୁର୍ଗାପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ସନ୍ତରାବନ୍ଧ ଉଚ୍ଚ ବିଦ୍ୟାଳୟ, କରଡ଼ା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ରାଧାମାଧବ ଉଚ୍ଚ ବିଦ୍ୟାଳୟ ବସନ୍ତପୁର, ଏନ୍‌.କେ.ଭି.ପି ସାଉଥ୍‌ ବଲଣ୍ଡା, ଦେଉଳବେଡା କୋଲିୟରୀ ନୋଡାଲ ଉଚ୍ଚ ବିଦ୍ୟାଳୟ, ଗୁରୁଜାଙ୍ଗ ଉଚ୍ଚ ବିଦ୍ୟାଳୟ, ଗୋପାଳପ୍ରସାଦ ନୋଡାଲ ଉଚ୍ଚ ବିଦ୍ୟାଳୟ, ଡଅଁରା ଉଚ୍ଚ ବିଦ୍ୟାଳୟ, ଶ୍ରୀ ଜଗନ୍ନାଥପୁର ନୋଡାଲ ଉଚ୍ଚ ବିଦ୍ୟାଳୟ, ଶ୍ରୀ ଜଗନ୍ନାଥ ନୋଡାଲ ଉଚ୍ଚ ବିଦ୍ୟାଳୟ ଲଙ୍ଗିଯୋଡ଼ି, ସନ୍ଥପଡ଼ା ନୋଡାଲ ଉଚ୍ଚ ବିଦ୍ୟାଳୟ, କୁମୁଣ୍ଡ ଉଚ୍ଚ ବିଦ୍ୟାଳୟ, ବ୍ରଜେଶ୍ୱର ଉଚ୍ଚ ବିଦ୍ୟାଳୟ ବ୍ରଜନାଥପୁର, ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ କୁକୁଡ଼ାଇ, ବଡ଼ତ୍ରିବିଡ଼ା ନୋଡାଲ ଉଚ୍ଚ ବିଦ୍ୟାଳୟ, ସରକାରୀ ୟୁପି-ଗ୍ରେଡେଡ୍‌ ଉଚ୍ଚ ବିଦ୍ୟାଳୟ ବାରିହାପୁର, ହରିହରପୁର ୟୁପି-ଗ୍ରେଡେଡ୍‌ ଉଚ୍ଚ ବିଦ୍ୟାଳୟ, ରିଜିଓନାଲ ଉଚ୍ଚ ବିଦ୍ୟାଳୟ ଗନ୍ଧବେରଣା, କୋଲିୟରୀ ଉଚ୍ଚ ବିଦ୍ୟାଳୟ ଡେରା, ବନେଶ୍ୱରୀ ଉଚ୍ଚ ବିଦ୍ୟାଳୟ ଡେରେଙ୍ଗ, ସନ୍ତ୍ରୀବିଡ଼ା ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ତାଳଚେର, ପି.ଏମ୍‌. ଉଚ୍ଚ ବିଦ୍ୟାଳୟ କଣିହଁା, ବାଗେଡ଼ିଆ ଉଚ୍ଚ ବିଦ୍ୟାଳୟ, ରାଇଝରଣ ଉଚ୍ଚ ବିଦ୍ୟାଳୟ, କୁକୁଡ଼ୁଲ ଉଚ୍ଚ ବିଦ୍ୟାଳୟ, ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ବଡ଼ଗୁଣ୍ଡୁରୀରେ ଚୁକ୍ତି ଭିତ୍ତିରେ ନିଯୁକ୍ତି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ପ୍ରେମିକାଙ୍କୁ ଡାକ୍ତରଖାନାରେ ଛାଡି ପଳାଇଥିବା ପ୍ରେମିକ ଗିରଫ

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ ): ଅସୁସ୍ଥ ପ୍ରେମିକାଙ୍କୁ ଏମ୍‌କେସିଜି ମେଡିକାଲରେ ଛାଡି ପଳାଇଥିବା ଯୁବକ ବ୍ରହ୍ମପୁର ଶ୍ରୀରାମନଗର ୧୦ମ ଲାଇନର ତ୍ରିନାଥ ସାହୁ(୩୦)ଙ୍କୁ ବଡବଜାର ଥାନା ପୋଲିସ…

ମୁଜାଗଡ଼ ବିଦ୍ୟାଳୟରେ ଯୋଗ ଦିବସ

ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରବିବାର ପଞ୍ଚାୟତସ୍ତରୀୟ ଜନ କଲ୍ୟାଣ ଶିବିର ସହ ଯୋଗ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଧରାପଡ଼ିଲା ମଇଁଷି ବୋଝେଇ କଣ୍ଟେନର

କୋକସରା,୨୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ଙ୍ଗରିଗୁଡ଼ା ନିକଟରେ ରବିବାର ବେଆଇନ ଭାବେ ଚାଲାଣ ହେଉଥିବା ମଇଁଷି ବୋଝେଇ କଣ୍ଟେନରକୁ ପୋଲିସ ଜବତ କରିଛି।…

ନ୍ୟାଶନାଲ କିକ୍‌ ବକ୍ସିଂରେ ଗୋଲଡ଼ ମେଡାଲ ଜିତିବାକୁ ଲକ୍ଷ୍ୟ

ଗଞ୍ଜାମ,୨୧ା୬(ବିଦ୍ୟାଧର ସାହୁ): ୬ ବର୍ଷରୁ ୧୫ ବର୍ଷ ସବ ଜୁନିୟର ନ୍ୟାଶନାଲ କିକ୍‌ ବକ୍ସିଂ ଚମ୍ପିୟାନଶିପ୍‌ ପ୍ରତିଯୋଗିତାରେ ଗଞ୍ଜାମରେ ୫ ଜଣ ଅଂଶ ଗ୍ରହଣ କରିଛନ୍ତି। କୋଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri