Posted inଭଦ୍ରକ

ଜିଲା ଯୋଜନା କମିଟି ବାର୍ଷିକ ବଜେଟ: ୧୩୬୦. ୭୯ କୋଟିର ପ୍ରସ୍ତାବ ଅନୁମୋଦନ

ଭଦ୍ରକ ଅଫିସ, ୪।୧- ଭଦ୍ରକ ଜିଲା ଯୋଜନା କମିଟିର ବାର୍ଷିକ ବଜେଟ ବୈଠକ ଶୁକ୍ରବାର ଜିଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। କମିଟି ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ଅଧ୍ୟକ୍ଷତାରେ ଜିଲାରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବାର୍ଷିକ ଯୋଜନାର ଖସଡ଼ା ଜିଲା ପ୍ଲାନିଂ ବିଭାଗ ପକ୍ଷରୁ ଉପସ୍ଥାପନା କରାଯାଇଥିଲା। ଚଳିତବର୍ଷ ଜିଲାରେ ୧୩୬୦ କୋଟି ୭୯ଲକ୍ଷ ୬୦ହଜାର ଟଙ୍କାର ପ୍ରସ୍ତାବ ଅନୁମୋଦନ କରାଯାଇଛି। କୃଷି ଓ ଏହାସହିତ ଅନୁବନ୍ଧିତ ବିଭାଗ ପାଇଁ ୨୭କୋଟି ୨ଲକ୍ଷ ୩୦ହଜାର, ଗ୍ରାମାଞ୍ଚଳ ଉନ୍ନୟନ ସକାଶେ ୪୩୭ କୋଟି ୭୪ ଲକ୍ଷ ୨୭ ହଜାର, ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ବାବଦକୁ ୧୨୬ କୋଟି ୭୪ ଲକ୍ଷ ୪୭ ହଜାର, ଶକ୍ତି ବିଭାଗ ନିମନ୍ତେ ୩ କୋଟି ୧୩ ଲକ୍ଷ ୭୩ ହଜାର, ଶିଳ୍ପ ପାଇଁ ୨କୋଟି ୭୬ଲକ୍ଷ ୪୭ ହଜାର, ପରିବହନ ସେବା ଲାଗି ୨୦୪ କୋଟି ୩୧ ଲକ୍ଷ ୩୮ ହଜାର, ବିଜ୍ଞାନ କାରିଗରୀ ଓ ପରିବେଶ ପାଇଁ ୧ କୋଟି ୯୫ ଲକ୍ଷ ୮୦ହଜାର, ସାଧାରଣ ଆର୍ଥିକ ସେବା ନିମନ୍ତେ ୨୦କୋଟି ୭୯ ଲକ୍ଷ ୨୭ ହଜାର, ସାମାଜିକ ସେବା ଲାଗି ୫୩୬ କୋଟି ୩୧ ଲକ୍ଷ ୯୧ ହଜାର ଟଙ୍କା ଏବଂ ଗୋପବନ୍ଧୁ ଗ୍ରାମୀଣ ଯୋଜନା ବାବଦରେ ୭୧ଲକ୍ଷ ୮୮ହଜାର ଟଙ୍କାର ଏକ ବାର୍ଷିକ ବ୍ୟୟ ଅଟକଳର ବଜେଟ୍‌ ବୈଠକରେ ସ୍ଥିର କରାଯାଇଛି।
ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଧାମନଗର ବିଧାୟକ ବିଷ୍ଣୁ ସେଠୀ, ଭଦ୍ରକର ସଞ୍ଜୀବ କୁମାର ମଲ୍ଲିକ, ବାସୁଦେବପୁରର ବିଷ୍ଣୁବ୍ରତ ରାଉତରାୟ, ଭଦ୍ରକ ଏମ୍‌ପିଙ୍କ ପ୍ରତିନିଧି ତଥା ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲାପରିଷଦ ଅଧ୍ୟକ୍ଷ ଦ୍ୱିଜବର ରାଉତ, ଜିଲାପାଳ ଜ୍ଞାନରଞ୍ଜନ ଦାସ, ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ, ଜିଲା ଯୋଜନା କମିଟି ସଦସ୍ୟ ଓ ଜିଲାସ୍ତରୀୟ ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ରାୟ ସରକାରଙ୍କ ପକ୍ଷରୁ ଜିଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ସମୀକ୍ଷା କରିଥିଲେ। ସରକାରଙ୍କ ପକ୍ଷରୁ ବହୁ ଲୋକାଭିମୁଖୀ ଯୋଜନାର କାର୍ଯ୍ୟକାରିତା ତଥା ତାହାର ସୁଫଳ କିପରି ଲୋକେ ପାଇପାରିବେ ସେ ସମ୍ପର୍କରେ ବିଭାଗୀୟ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ଅସମ୍ପୂର୍ଣ୍ଣ ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ସେ କହିଥିଲେ। ଜିଲା ଯୋଜନା ବିଭାଗର ଉପନିର୍ଦ୍ଦେଶକ ଉମେଶ ଚନ୍ଦ୍ର ମଲ୍ଲିକ ବାର୍ଷିକ ଖସଡ଼ା ଉପସ୍ଥାପନ କରିଥିଲେ। ଶେଷରେ ପ୍ରକଳ୍ପ ନିର୍ଦ୍ଦେଶକ ଦାସ ଧନ୍ୟବାଦ ଦେଇଥିଲେ। ଏହି ବୈଠକ ପୂର୍ବରୁ ଅଧ୍ୟକ୍ଷ ରାୟ ମହିଳା ସ୍ବୟଂସହାୟିକା ଗୋଷ୍ଠୀଙ୍କ ଆଦର୍ଶ ପ୍ରଦର୍ଶନୀ ଓ ବିକ୍ରୟ କେନ୍ଦ୍ରକୁ ଉଦ୍‌ଘାଟନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

ଇରାନ ଦେଲା ବଡ଼ ଧମକ, ସାରା ବିଶ୍ୱରେ ଖେଳିଗଲାଣି ଆତଙ୍କ

ତେହରାନ,୨୧।୫: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ସମୁଦ୍ର ତଳ ଇଣ୍ଟରନେଟ କେବୁଲ ସମ୍ପର୍କରେ ଇରାନ ଦ୍ୱାରା ଜାରି କରାଯାଇଥିବା ଧମକ ବିଶ୍ୱ ଚିନ୍ତାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri