ଜିଏସ୍‌ଟିର ସମୀକ୍ଷା ଲୋଡ଼ା

ଡ. ଭରତ ଝୁନ୍‌ଝୁନ୍‌ଓ୍ବାଲା
ଦେଶରେ ଜିଏସ୍‌ଟି ଲାଗୁହେବା ପରେ ପ୍ରଥମ ପାଞ୍ଚବର୍ଷ ପାଇଁ ରାଜ୍ୟଗୁଡିକ ଯଦି ଜିଏସ୍‌ଟି କମ୍‌ ପାଆନ୍ତି ତେବେ କେନ୍ଦ୍ର ତାହା ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ପ୍ରତିବର୍ଷ ଜିଏସ୍‌ଟି ୧୪ ପ୍ରତିଶତ ବୃଦ୍ଧିହେବ ବୋଲି କେନ୍ଦ୍ର ମଧ୍ୟ ଆଶା କରିଥିଲା। ପାଇବାକୁ ଥିବା ଏହି ଜିଏସ୍‌ଟିରୁ କେନ୍ଦ୍ର ହୁଏ ତ ରାଜ୍ୟଗୁଡିକୁ ଦେଇପାରେ, ତେବେ ଗ୍ୟାରେଣ୍ଟି ଦିଆଯାଇଥିବା ରାଜସ୍ବର ପାଞ୍ଚବର୍ଷ ଶେଷହେବା ପରେ ବାସ୍ତବ ପଦକ୍ଷେପ ଆରମ୍ଭ ହୋଇଯିବ। ସେତେବେଳେ ରାଜ୍ୟଗୁଡିକ ପାଇଁ ଏହି ଅଭାବ ବା କ୍ଷତିଭରଣା କରିବା ଲାଗି କିଛି ବାଟ ନ ଥିବ। ସେମାନେ ବ୍ୟୟ ହ୍ରାସ କରିବା ନିମନ୍ତେ ବାଧ୍ୟ ହେବେ। ପୂରା ଅର୍ଥନୀତି ପାଇଁ ଏହା ଗୁରୁତ୍ୱ ରଖିବ। ୨୦୧୦-୨୦୧୧ରେ ରାଜ୍ୟଗୁଡିକର ପୁଞ୍ଜିଗତ ବ୍ୟୟ ୧.୭ ଲକ୍ଷ କୋଟି ଟଙ୍କା ଥିଲାବେଳେ ୨୦୧୯-୨୦ରେ ଏହା ବୃଦ୍ଧି ପାଇ ପହଞ୍ଚିଛି ୬.୨ ଲକ୍ଷ କୋଟିରେ। ତୁଳନାମତ୍କ ଭାବେ କେନ୍ଦ୍ରର ଏହି ବ୍ୟୟ ୨୦୧୦-୨୦୧୧ରେ ୧.୬ ଲକ୍ଷ କୋଟି ଟଙ୍କା ରହିଥିଲାବେଳେ ତାହା ବୃଦ୍ଧି ପାଇ ୨୦୧୯-୨୦୨୦ରେ ୩.୪ ଲକ୍ଷ କୋଟିରେ ପହଞ୍ଚିଛି। ୨୦୧୦-୨୦୧୧ରେ ରାଜ୍ୟଗୁଡିକ ସହ କେନ୍ଦ୍ରର ପୁଞ୍ଜିଗତ ବ୍ୟୟ ପ୍ରାୟତଃ ସମାନ ରହିଥିଲା। କିନ୍ତୁ ସେହି ରାଜ୍ୟଗୁଡିକର ଏହି ବ୍ୟୟ ୨୦୧୯-୨୦ରେ କେନ୍ଦ୍ରଠାରୁ ପାଖାପାଖି ଦୁଇଗୁଣ ହୋଇଯାଇଛି।
ରାଜ୍ୟଗୁଡିକର ରାଜସ୍ବରେ କ୍ରମାଗତ ହ୍ରାସ ପାଇବାର ଆଶଙ୍କା ଦୂର କରିବା ଲାଗି ଆମକୁ ଆଗୁଆ ଚିନ୍ତା କରିବା ସହ ଏଥିପାଇଁ ଯୋଜନା ହେବା ଦରକାର। ତେବେ କାହିଁକି ଆମେ ଜିଏସ୍‌ଟି ଲାଗୁ କଲେ? ଆସନ୍ତୁ ଟିକେ ପଛକୁ ଫେରିଯାଇ ତା’ର ସମୀକ୍ଷା କରିବା। ଅନ୍ତଃରାଜ୍ୟ ବାଣିଜ୍ୟକୁ ସୁଗମ କରିବା ପାଇଁ ଏହା ଲାଗୁ କରାଯାଇଥିଲା। କିନ୍ତୁ ଆମେ ତାଓ୍ବାରୁ ନିଆଁକୁ ଖସି ପଡିବା ଭଳି ଅବସ୍ଥା ହୋଇଛି। ଆମେ ଆନ୍ତଃରାଜ୍ୟ ବାଣିଜ୍ୟ ସମସ୍ୟା ଦୂର କରିପାରିଛୁ ସତ, କିନ୍ତୁ ରାଜ୍ୟକୁ ନଷ୍ଟ କରୁଥିବା ସମସ୍ୟା ଭିତରେ ଫସିଯାଇଛୁ। ଏଣୁ ରାଜ୍ୟର ସ୍ବାୟତ୍ତତା ବଜାୟ ରଖିବା ଲାଗି ଆବଶ୍ୟକ ବାଣିଜ୍ୟ କାରବାରର ଅନ୍ୟ ସହଜ ବାଟ ସମ୍ପର୍କରେ ଆମକୁ ଅନୁଧ୍ୟାନ କରିବାକୁ ପଡିବ।
ଆମେରିକାରେ ଜିଏସ୍‌ଟି ନାହିଁ। ଆମ ଭଳି ତାଙ୍କର କେନ୍ଦ୍ରୀୟ ବିକ୍ରିକର ବି ନାହିଁ। ସେଠାରେ ରାଜ୍ୟଗୁଡିକରେ ବିକ୍ରି ଅନୁଯାୟୀ ସେମାନେ ବିକ୍ରିକର ଆଦାୟ କରନ୍ତି। ରାଜ୍ୟଗୁଡିକ ମଧ୍ୟରେ ଏହାର ଫରକ ହାରାହାରି ଶୂନରୁ ୧୦ ପ୍ରତିଶତ ରହେ। ତଥାପି ଗୋଟିଏ ରାଜ୍ୟରୁ ଆଉ ଏକ ରାଜ୍ୟକୁ ଜିନିଷପତ୍ର ନେବା ଆଣିବାରେ କିଛି ଅସୁବିଧା ହୁଏନାହିଁ। ରାଜ୍ୟ ସୀମାରେ କୌଣସି ଚେକ୍‌ ପୋଷ୍ଟ୍‌ ମଧ୍ୟ ନାହିଁ। ଆମେରିକାର ନ୍ୟୁଜର୍ସିରେ ବିକ୍ରି କର କମ୍‌ ଥିବାରୁ ଗ୍ରାହକମାନେ ଜିନିଷ କିଣିିବା ଲାଗି ନ୍ୟୁୟର୍କରୁ ସେଠାକୁ ଯାଇଥାନ୍ତି। ୟୁରୋପରେ ବି ଏକାପ୍ରକାର ପରିସ୍ଥିତି, ଯଦିଓ ସେଠାରେ ବିକ୍ରିକରରେ ଫରକ ରହିଛି। ଫିନ୍‌ଲାଣ୍ଡ ଭଳି ଦେଶ ତା’ରାଜ୍ୟଗୁଡିକୁ ଅଧିକ ସ୍ବାଧୀନତା ଦେଇଥିବାବେଳେ ୟୁରୋପର ଅନ୍ୟ ଦେଶଗୁଡିକ ସେମାନଙ୍କ ରାଜ୍ୟଗୁଡିକୁ ବାଣିଜ୍ୟ କାରବାରରେ ସ୍ବାଧୀନତା ଦେଇନାହାନ୍ତି। ତଥାପି ଆନ୍ତଃରାଜ୍ୟ ବାଣିଜ୍ୟ ସହଜ ହୋଇପାରିଛି। ଏଥିରୁ ଜଣାପଡେ ଯେ, ରାଜ୍ୟଗୁଡିକ ମଧ୍ୟରେ ବିକ୍ରିକର ଓ ଜିଏସ୍‌ଟି ଆଦାୟ କରିବାରେ ପାର୍ଥକ୍ୟ ରହିଥିଲେ ମଧ୍ୟ ସେଠାରେ ଆନ୍ତଃରାଜ୍ୟ ବାଣିଜ୍ୟ କାରବାର ସମ୍ଭବ। ଏହାର ଗୋଟିଏ କାରଣ ହେଉଛି ଜିନିଷଗୁଡିକର ବିଭିନ୍ନ ବର୍ଗୀକରଣରୁ ଉପୁଜୁଥିବା ସମସ୍ୟାକୁ ଦୂର କରାଯାଇଛି। ଉଦାହରଣ ସ୍ବରୂପ, ପଞ୍ଜାବରେ କ୍ରାଫ୍ଟ ପେପରକୁ ‘ପେପର’ ବର୍ଗରେ ରଖାଯାଇଥିବାବେଳେ ହରିୟାଣାରେ ଏହାକୁ ‘ପ୍ୟାକିଂ ମ୍ୟାଟେରିଆଲ’ ବର୍ଗରେ ରଖାଯାଇଥିଲା। ଏଭଳି ଅବସ୍ଥାରେ ରାଜ୍ୟଗୁଡିକ ମଧ୍ୟରେ ଗୋଟିଏ ଜିନିଷ ଉପରେ ଲଗାଯାଇଥିବା କର କାରଣରୁ ଅନ୍ତଃରାଜ୍ୟ ବାଣିଜ୍ୟରେ ଅସୁବିଧା ଉପୁଜୁଥିଲା। ଜିଏସ୍‌ଟି ଲାଗୁହେବା ଦ୍ୱାରା ଏହି ସମସ୍ୟା ଦୂର ହୋଇଯାଇଛି। ଏବେ ରାଜ୍ୟଗୁଡିକ ଦ୍ୱାରା ସ୍ଥିର କରାଯିବାକୁ ଥିବା ଜିଏସ୍‌ଟିର ବିଭିନ୍ନ ରେଟ୍‌ ପୁଣି ଲଗାଇବା ଉଚିତ। ଆମେରିକା ଓ ଫିନଲାଣ୍ଡ୍‌ର ଉଦାହରଣ ଆମକୁ ସୂଚାଇ ଦିଏ ଯେ ବିଭିନ୍ନ କର ବ୍ୟବସ୍ଥାରେ ବି ଅନ୍ତଃରାଜ୍ୟ ବାଣିଜ୍ୟ ସମ୍ଭବ। ଏଥିପାଇଁ ଆମେ ଜିନିଷଗୁଡିକୁ ଏକ ସାଧାରଣ ବର୍ଗରେ ରଖି ରାଜ୍ୟଗୁଡିକୁ ବିକ୍ରି ଉପରେ ବିଭିନ୍ନ ରେଟ୍‌ର ଟ୍ୟାକ୍ସ ସଂଗ୍ରହ କରିବାକୁ ଅନୁମତି ଦେଇପାରିବା। ଆମେ ଅନ୍ୟ ବିକଳ୍ପ ବ୍ୟବସ୍ଥା ମଧ୍ୟ କରିପାରିବା। କିନ୍ତୁ ମୁଖ୍ୟ କଥା ହେଉଛି ରାଜ୍ୟଗୁଡିକର ସ୍ବାଧୀନତା ଯେମିତି ବଜାୟ ରହେ ଯାହାଦ୍ୱାରା ସେମାନେ ସେମାନଙ୍କ ଟ୍ୟାକ୍ସ ରେଟ୍‌ ଓ ରାଜସ୍ବକୁ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଆଡ୍‌ଜଷ୍ଟ କରିପାରିବେ। ଏହା ପ୍ରଥମରୁ ଉଚ୍ଚ ହାରରେ ବିକ୍ରିକର ଆଦାୟ କରୁଥିବା ଆସାମ ଓ ଅନ୍ୟ ରାଜ୍ୟଗୁଡିକର ଅତ୍ୟଧିକ ଚାପକୁ ଦୂର କରିପାରିବ। ସେମାନେ ଅଧିକ ହାରରେ ଜିଏସ୍‌ଟି ଆଦାୟ କରିବା ସହ ପୂର୍ବଭଳି ସେମାନଙ୍କ ବ୍ୟୟଭରଣା କରିବାକୁ ସକ୍ଷମ ହୋଇପାରିବେ। ସମସ୍ୟାକୁ ବି ସହଜରେ ବୁଝିହେବ। ଗୋଟିଏ ଯୌଥପରିବାରରେ ଯଦି ଯୁବକମାନଙ୍କୁ ମାସିକ ଓ ଅନ୍ୟାନ୍ୟ ବ୍ୟୟ ସୀମା ସ୍ଥିର କରି ତା’ ଭିତରେ ରହିବାକୁ ବାଧ୍ୟ କରାଯିବ ତେବେ ପରିବାର ଭୁଶୁଡିି ପଡିବ। ଅନ୍ୟପକ୍ଷରେ ମୁଖିଆ ସେମାନଙ୍କ ଆବଶ୍ୟକତା ଓ ରୁଚି ଅନୁଯାୟୀ ବଞ୍ଚିବାକୁ ସ୍ବାଧୀନତା ଦେଲେ ପରିବାର ଏକାଠି ରହିପାରିବ। ସେମିତି ଯଦି ଆମେ ଜିଏସ୍‌ଟି କୋହଳ କରି ରାଜ୍ୟଗୁଡିକୁ ବିଭିନ୍ନ ରେଟ୍‌ରେ ଆଦାୟ କରିବାକୁ ଅନୁମତି ଦେବା ତେବେ ଦେଶରେ ଏକତା ରହିବ। ଜିଏସ୍‌ଟିର ଲକ୍ଷ୍ୟ ହେଉଛି ‘ଓ୍ବାନ୍‌ ଟ୍ୟାକ୍ସ, ଓ୍ବାନ୍‌ କଣ୍ଟ୍ରି’। ଏବକାର ପରିସ୍ଥିତିକୁ ଲକ୍ଷ୍ୟ କଲେ ଯଦି ରାଜ୍ୟଗୁଡିକର ସ୍ବାଧୀନତା ନ ରହେ ତେବେ ଜିଏସ୍‌ଟି ଲକ୍ଷ୍ୟର ବିପରୀତ ‘ଓ୍ବାନ୍‌ ଟ୍ୟାକ୍ସ, ମେନି କଣ୍ଟ୍ରି’ ହୋଇଯିବାର ଆଶଙ୍କା ରହିଛି।
Email: bharatjj@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri