ଏଇ ଭାରତରେ

ଛତିଶଗଡ଼ ପତ୍ରାର ଏକ ସରକାରୀ ସ୍କୁଲ୍‌ ପିଲାମାନଙ୍କ ଭବିଷ୍ୟତ ନିଆରା ଢଙ୍ଗରେ ଗଢୁଛିି। ଏହି ସ୍କୁଲ୍‌ରେ ପିଲାମାନେ ସେମାନଙ୍କ ଆମତ୍ବିଶ୍ୱାସ ବଢାଇବା ଲାଗି ଖୋଲା ଆଲୋଚନା କରୁଛନ୍ତି। ଭାଷଣ ଦେଉଛନ୍ତି ଓ ବିତର୍କ ମଞ୍ଚର ମଧ୍ୟ ଆୟୋଜନ କରୁଛନ୍ତି। ଛତିଶଗଡ଼ରେ କେବଳ ଏହି ସ୍କୁଲରେ ହିଁ ଥିଏଟର ରହିଛି। ୨୦୧୬ରେ ଗ୍ରାମବାସୀ ଓ ଶିକ୍ଷକମାନେ ସ୍କୁଲ ପ୍ରତି ପିଲାମାନଙ୍କ ଆକର୍ଷଣ ବଢାଇବା ଲାଗି ପ୍ରଥମେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ପରେ ଶିକ୍ଷକ ଓ ଗ୍ରାମବାସୀ ୧ ଲକ୍ଷ ଟଙ୍କା ଚାନ୍ଦା କରି ଥିଏଟର ନିର୍ମାଣ କରିଥିଲେ। ପ୍ରସିଦ୍ଧ ଚିତ୍ରଶିଳ୍ପୀ ହବିବ୍‌ ତନ୍‌ବୀରଙ୍କ ନାମରେ ଏହା ନିର୍ମାଣ କରାଯାଇଛି। ପ୍ରତିଦିନ ଏହି ମଞ୍ଚରେ ପିଲାମାନଙ୍କୁ ଗାଇବାର ସୁଯୋଗ ଦିଆଯାଉଛି। ପ୍ରଥମରୁ ପଞ୍ଚମ ଯାଏ ପିଲାମାନଙ୍କୁ କହିବାର ସୁଯୋଗ ବି ମିଳୁଛି। ପିଲାମାନଙ୍କ ମନରୁ ସଙ୍କୋଚ ଦୂର କରି ଆମତ୍ବିଶ୍ୱାସ ବଢାଇବା ଲକ୍ଷ୍ୟ ନେଇ ଏହା କରାଯାଇଛି ବୋଲି କୁହନ୍ତି ସ୍କୁଲ୍‌ର ପ୍ରଧାନଶିକ୍ଷକ ଶିବ ଚନ୍ଦ୍ରବଂଶୀ। ସବୁ ସରକାରୀ ସ୍କୁଲ୍‌ର ପିଲାମାନଙ୍କ ପାଇଁ ନୀଳରଙ୍ଗର ୟୁନିଫର୍ମ ରହିଥିବାବେଳେ ଏହି ସ୍କୁଲ୍‌ରେ ହଳଦିଆ ରଙ୍ଗର ୟୁନିଫର୍ମ ରଖାଯାଇଛି। ଏଥିଲାଗି ସବୁ ପିଲାଙ୍କୁ ସ୍ଥାନୀୟ ପଞ୍ଚାୟତ ସହଯୋଗ କରୁଛି। ସ୍କୁଲ୍‌ରେ ବିଭିନ୍ନ କାର୍ଯ୍ୟକ୍ରମକୁ ସୋସିଆଲ ମିଡିଆରେ ପୋଷ୍ଟ୍‌ କରାଯାଉଛି। ସ୍କୁଲ୍‌ର ନିଜସ୍ବ ଓ୍ବେବ୍‌ସାଇଟ ମଧ୍ୟ ରହିଛି। ପିଲାମାନଙ୍କୁ ଆରମ୍ଭରୁ କୃଷି ସହ ଯୋଡ଼ିବାର ପ୍ରୟାସ କରାଯାଉଛି। ସ୍କୁଲ୍‌ ପରିସରରେ ଗ୍ରାମବାସୀଙ୍କ ସହଯୋଗରେ କିଚେନ୍‌ ଗାର୍ଡେନ୍‌ କରାଯାଇଛି ଓ ସେଠାରେ ପିଲାମାନେ ଜୈବିକ ଉପାୟରେ ପନିପରିବା ଚାଷ କରୁଛନ୍ତି। ଏହା ତାଙ୍କ ମଧ୍ୟାହ୍ନଭୋଜନରେ ଉପଯୋଗ ହେଉଛି। ସ୍କୁଲ୍‌ରେ ୮୩ ଜଣ ପିଲା ପଢୁଛନ୍ତି ଓ ଥିଏଟରର ଲାଭ ସବୁ ପିଲାଙ୍କୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବୁଲା କୁକୁର, ଗାଈ ଓ ବାଛୁରିଙ୍କୁ ରୁଟି ଖାଇବାକୁ ଦେଉଛନ୍ତି ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦର ଗୌତମ ଯାଦବ। ସେ ଠେଲାଗାଡ଼ିରେ ପ୍ରତିଦିନ ସନ୍ଧ୍ୟାରେ ଘରକୁ ଘର…

ମହାବିଲୁପ୍ତି ପଥେ

ବର୍ତ୍ତମାନ ଷଷ୍ଠ ମହାବିଲୁପ୍ତି ପ୍ରକ୍ରିୟାର ଅୟମାରମ୍ଭ ଘଟିଲାଣି ବୋଲି ମତ ଦେଉଛନ୍ତି କେତେକ ପରିବେଶ ବିଜ୍ଞାନୀ। ସେଥିପାଇଁ ପୃଥିବୀର ପରିସଂସ୍ଥା ଦ୍ରୁତ ଅବକ୍ଷୟିତ ହୋଇଚାଲିଛି ଏବଂ ପରିଣାମସ୍ବରୂପ,…

ଯୋଜନାର ଅଧୋଗତି

ଭାରତର ସ୍ବାଧୀନତା ପରେ ଯେଉଁ ପଞ୍ଚବାର୍ଷିକ ଯୋଜନା ପ୍ରବର୍ତ୍ତନ କରାଯାଇଥିଲା ତା’ର ଅଧୋଗତି କାହିଁକି ଘଟିଲା? ୧୯୧୭ରେ ସୋଭିଏଟ ରୁଷ ପ୍ରଥମେ ପଞ୍ଚବାର୍ଷିକ ଯୋଜନା ପ୍ରଣୟନ କରି…

ଏନ୍‌ଜିଓ କାର୍ଯ୍ୟରେ ବାଧା

ଯାହା ସଂସଦରେ ଆଇନ ଭାବରେ ପାସ୍‌ ହୋଇପାରେ ନାହିଁ, ତାହାକୁ ନିୟମରେ ପରିବର୍ତ୍ତନ କରି ନୂଆରୂପରେ ଉପସ୍ଥାପନ କରାଯାଇପାରେ। ଏହା ଭାରତରେ ସମ୍ଭବ ହେଉଛି। ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକ…

ପୁଣି ଅନ୍ଧକାର ଗର୍ଭଗୃହକୁ

ନିର୍ବାଚନ ସରିଲା। ଶାସକ ଦଳର ‘ନାରୀ ବନ୍ଦନ’ ସଭା ସମାବେଶ ସରିଗଲା। ବିରୋଧୀ ଦଳର ମା’ମାନଙ୍କୁ ନେଇ ହେଉଥିବା ପ୍ରତିବାଦରେ ବି ଭଟ୍ଟା ପଡ଼ିଗଲା। ଫଳ? ଯେଉଁ…

ବହ୍ବାରମ୍ଭେ ଲଘୁକ୍ରିୟା

ସଂସ୍କୃତରେ ଗୋଟିଏ ଶ୍ଳୋକ ଅଛି ”ଅଜା ଯୁଦ୍ଧେ ଋଷି ଶ୍ରାଦ୍ଧେ ପ୍ରଭାତେ ମେଘ ଡମ୍ବରୁ, ଦାମ୍ପତ୍ୟ କଳହଶ୍ଚୈ ବହ୍ବାରମ୍ଭେ ଲଘୁକ୍ରିୟା’ ଏହାର ଅର୍ଥ ଦୁଇଟି ଛେଳି ଗୋଳଯୁଦ୍ଧ…

ନ୍ୟାୟ ଦେବାରେ ବିଳମ୍ବ

ଉତ୍ତରାଖଣ୍ଡ ସରକାର ହୁଇସିଲ୍‌ବ୍ଲୋୟର ତଥା ବନ ଅଧିକାରୀ ସଞ୍ଜୀବ ଚତୁର୍ବେଦୀଙ୍କୁ ଲୋକପାଳକୁ ଡେପୁଟେଶନ ପାଇଁ ମଞ୍ଜୁରୀଦେବା ଉଲ୍ଲେଖନୀୟ। କିନ୍ତୁ ଏହାଠୁ ବଡ଼ କଥା ହେଉଛି ଏହି ହୁଇସିଲ୍‌ବ୍ଲୋୟରଙ୍କ…

ଏଇ ଭାରତରେ

ମଧ୍ୟପ୍ରଦେଶ ଛତରପୁର ଜିଲାର ପାନ୍ନା ଜାତୀୟ ଉଦ୍ୟାନ ବାଘ ପାଇଁ ବେଶ୍‌ ଜଣାଶୁଣା ଥିଲା। ହେଲେ ୨୦୦୯ରେ ତାହା ବାଘ ଶୂନ୍ୟ ହୋଇଯାଇଥିବା ସରକାର ଘୋଷଣା କରିଥିଲେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri