Posted inଖେଳ

ଜାଡେଜାଙ୍କୁ କ୍ଷମା ମାଗିଲେ ମଞ୍ଜରେକର

ମାେଷ୍ଟେର,୧୧।୭(ପି.ଟି.)- ଶେଷରେ ପୂର୍ବତନ ବ୍ୟାଟ୍ସମ୍ୟାନ ସଞ୍ଜୟ ମଞ୍ଜରେକର ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ କ୍ଷମା ମାଗିଛନ୍ତି। ଜାଜେଡାଙ୍କ ବିରୋଧରେ ମନ୍ତବ୍ୟ ଦେବାପରେ ମଞ୍ଜରେକର ବେଶ୍‌ ବିବାଦୀୟ ହୋଇ ପଡିଥିଲେ। ଜାଜେଡା ଏକ ସମ୍ପୂର୍ଣ୍ଣ କ୍ରିକେଟର ନୁହଁନ୍ତି। ତାଙ୍କ ସ୍ଥାନରେ ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟ ଜଣେ ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନ କିମ୍ବା ବୋଲରଙ୍କୁ ଖେଳାଇବା ଉଚିତ୍‌ ବୋଲି ସେ କମେଣ୍ଟ୍ରି କରିବା ବେଳେ କହିଥିଲେ। ଜାଡେଜା ମଧ୍ୟ ଏହାର କଡ଼ା ଜବାବ ଦେଇଥିଲେ। ଆପଣ ମୋ ବିଷୟରେ ବହୁତ କହିଲେଣି ଓ ମୁଁ ମଧ୍ୟ ବହୁତ ଶୁଣିଲିଣି। ଆପଣଙ୍କଠାରୁ ମୁଁ ଦୁଇଗୁଣ ଅଧିକ ମ୍ୟାଚ୍‌ ଖେଳିଛି। ଏବେ ମଧ୍ୟ ଖେଳୁଛି। ଲୋକଙ୍କୁ ସମ୍ମାନ ଦେବା ଶିକ୍ଷା କରନ୍ତୁ ବୋଲି ଜାଡେଜା ତାଙ୍କ ଜବାବରେ କହିଥିଲେ। ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚ୍‌ରେ ଜାଡେଜା ବୋଲିଂ, ବ୍ୟାଟିଂ ଓ ଫିଲ୍ଡିଂ ସବୁଥିରେ ଦମ୍‌ଦାର ପ୍ରଦର୍ଶନ କରିଥିଲେ। ଜାଡେଜା ମୋତେ ଭୁଲ ବୋଲି ପ୍ରମାଣିତ କରିଛନ୍ତି। ସେ ସବୁ ବିଭାଗରେ ଭଲ ପ୍ରଦର୍ଶନ କରିଛନ୍ତି। ଜାଜେଡାଙ୍କୁ ନେଇ ମୁଁ ଦେଇଥିବା ମନ୍ତବ୍ୟ ଭୁଲ ସାବ୍ୟସ୍ତ ହୋଇଛି ବୋଲି ମଞ୍ଜେରେକର ସ୍ବୀକାର କରିଛନ୍ତି। ଏବେ ମୋତେ ଜାଡେଜାଙ୍କୁ କ୍ଷମା ମାଗିବାକୁ ପଡିବ। ସଫଳ ପ୍ରଦର୍ଶନ ପରେ ଜାଡେଜା କମେଣ୍ଟ୍ରି ବକ୍ସକୁ ଚାହିଁ ମୋତେ ଖୋଜୁଥିଲେ। ତେବେ ମୁଁ ସେତେବେଳେ ଲଞ୍ଚ୍‌ କରୁଥିଲି। ମୋର ମନ୍ତବ୍ୟ ପାଇଁ ଦୁଃଖିତ ବୋଲି ମଞ୍ଜେରେକର କହିଛନ୍ତି।
ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲରେ ଭାରତ ୬ ଉଇକେଟ ହରାଇ ୯୨ ରନ କରିଥିବା ବେଳେ ଜାଡେଜା ବ୍ୟାଟିଂ କରିବାକୁ ଆସିଥିଲେ। ମହେନ୍ଦ୍ର ସିଂ ଧୋନୀଙ୍କ ସହ ସେ ସପ୍ତମ ଉଇକେଟରେ ୧୧୬ ରନର ଭାଗୀଦାରି ସ୍ଥାପନ କରିଥିଲେ। ତେବେ ୪୮ତମ ଓଭରରେ ସେ ଟ୍ରେଣ୍ଟ ବୋଲ୍ଟଙ୍କ ବଲ୍‌ରେ ଛକା ମାରିବାକୁ ଯାଇ ଆଉଟ ହୋଇଥିଲେ। ୪ ଚୌକା ଓ ୪ ଛକା ସହ ଜାଡେଜା ୫୯ଟି ବଲର ସମ୍ମୁଖୀନ ହୋଇ ୭୭ ରନ ସଂଗ୍ରହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଳା ଅନ୍ଧାରକରି ମାଡ଼ିଆସିଲା କାଳବୈଶାଖୀ : ବିଦ୍ୟୁତ୍ ସେବା ପ୍ରଭାବିତ, ବିଜୁ ପଟ୍ଟନାୟକ ପାର୍କ ୨ ଦିନ ବନ୍ଦ

ଭଞ୍ଜନଗର, ୩୧।୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଅଞ୍ଚଳରେ ରବିବାର ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହା ଫଳରେ ବିଭିନ୍ନ ବିଭାଗରେ କ୍ଷତି…

ଅପେରା ନାୟିକା କରାଇବାକୁ କହି ଯୁବତୀଙ୍କୁ ହୋଟେଲ୍‌ ଡାକି ବଳାତ୍କାର: ଭିଡିଓ କରି ବ୍ଲାକମେଲିଂ, ଯାତ୍ରାପାର୍ଟି ମ୍ୟାନେଜର ଗିରଫ

ପଟ୍ଟାମୁଣ୍ଡାଇ, ୩୧ା୫(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଯାତ୍ରା ପାଟି ନାୟିକା କରାଇ ଦେବାକୁ ପ୍ରଲୋଭନ ଦେଖାଇ ତାଙ୍କଠାରୁ ଅର୍ଥ…

ଅଭିଷେକ ବାନାର୍ଜୀଙ୍କ ଉପରେ ଆକ୍ରମଣ ଘଟଣାରେ ବଙ୍ଗଳା ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ; ୫ ଅଭିଯୁକ୍ତ ଗିରଫ

ସୋନାରପୁର,୩୧।୫: ତୃଣମୂଳ କଂଗ୍ରେସ (ଟିଏମସି)ର ଜାତୀୟ ସାଧାରଣ ସମ୍ପାଦକ ଏବଂ ଏମପି ଅଭିଷେକ ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ପାଞ୍ଚ ଜଣଙ୍କୁ ଗିରଫ କରିଛି।…

କେନ୍ଦ୍ରାପଡ଼ା ସହରରେ ଫୁଟିଲା ଗୁଳି

କେନ୍ଦ୍ରାପଡା, ୩୧ା୫ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ସହରସ୍ଥ ରଣପଡା ନିକଟ ଟାଉନ ହାଇସ୍କୁଲ ପଡ଼ିଆ ପାଖରେ ଶନିବାର ସନ୍ଧ୍ୟାରେ ଗୁଳି ଫୁଟିଛି। ଏଥିରେ କାହାରି…

ଖୁସି ଖବର, ପେଟ୍ରୋଲ-ଡିଜେଲ ଉପରେ ଟିକସ ହ୍ରାସ କଲେ ସରକାର: ସାଧାରଣ ଲୋକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୩୧।୫: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ATF ରପ୍ତାନି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଶନିବାର, ୩୦ ମଇରେ ଜାରି ଏକ ବିବୃତ୍ତି ଅନୁଯାୟୀ,…

ଏଇ ଭାରତରେ

ନାଗପୁର ନିବାସୀ ଅଶୋକ ତେଭାନି ଅଦରକାରୀ ଓ୍ବେଡିଂ କାର୍ଡରୁ ଘରଚଟିଆଙ୍କ ପାଇଁ ବସା ତିଆରି କରୁଛନ୍ତି। ତାଙ୍କୁ ବୟସ ଏବେ ୭୪। ସେ ବ୍ୟାଙ୍କ ଚାକିରିରୁ ଅବସର…

୯ କିଲୋମିଟରର ଅକୁହା କାହାଣୀ

ଖର ରୌଦ୍ରତାପ। ପାଦ ପୋଡ଼ିଯାଉଛି, ଓଠ ଶୁଖିଯାଉଛି। ତା’ରି ଭିତରେ ଜଣେ ମହିଳା ନିଜର ୯୦ ବର୍ଷୀୟା ବୃଦ୍ଧା ଶାଶୁଙ୍କୁ ପିଠିରେ ବୋହି ପାହାଡ଼ିଆ ରାସ୍ତା, ପଥୁରିଆ…

ପ୍ରାଥମିକ ବିଦ୍ୟାଳୟରେ ଲେସନ ପ୍ଲାନ୍‌

ଦି କୌଣସି ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଦର୍ଶନ ସମୟରେ ଲେସନ ପ୍ଲାନ ଦେଖିବା ପାଇଁ ଚାହାନ୍ତି ଏବଂ ଲେସନ ପ୍ଲାନକୁ ଆଧାରି କରି ଶ୍ରେଣୀଗୃହକୁ ସମୀକ୍ଷା କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri