ଜଳିଗଲା ୮ ବଖରା

ଭଣ୍ଡାରିପୋଖରୀ,୧୬।୧(ସ୍ବ.ପ୍ର.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଧୀନ ଜଳମଣ୍ଡୁଆ ପଞ୍ଚାୟତର କରଞ୍ଜିଗୁଣୁପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟି ୮ ବଖରା ଜଳିଯାଇଛି। ଗ୍ରାମର ବଳରାମ ସେନାପତି, ରମାକାନ୍ତ ସେନାପତି, ପ୍ରଶାନ୍ତ କୁମାର ଦାସ ଓ ଉଦୟଭାନୁ ଦାସଙ୍କ ଘର ଜଳିଯାଇଥିବା ବେଳେ ସମସ୍ତ ଆସବାବପତ୍ର, ଲକ୍ଷାଧିକ ଟଙ୍କା, ସୁନା, ରୁପା ଅଳଙ୍କାର ଆଦି ପୋଡ଼ି ପାଉଁଶ ହୋଇଯାଇଛି। ଫଳରେ ୪ ପରିବାର ସର୍ବସ୍ବାନ୍ତ ହୋଇଯାଇଛନ୍ତି। ଭଣ୍ଡାରିପୋଖରୀରୁ ଦମକଳ ବାହିନୀ ଆସି ନିଅଁାକୁ ଆୟତ୍ତ କରିଥିଲା। ବିଦ୍ୟୁତ୍‌ ଶର୍ଟ୍‌ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଆବାସ ଯୋଜନାରେ ଘର ଖଣ୍ଡେ ପାଇନାହାନ୍ତି। ଏଣୁ କଷ୍ଟ ଉପାର୍ଜିତ ସଞ୍ଚୟରୁ ୮୦ ହଜାର ଟଙ୍କା ଉଠାଇ ଘର କରିବାକୁ ରଖିଥିଲେ। ସେତକ ବି ପୋଡ଼ିଗଲା କହିଛନ୍ତି ବଳରାମ ଓ ରମାକାନ୍ତଙ୍କ ବାପା ବନମାଳୀ। ତେବେ ବିପନ୍ନ ପରିବାରବର୍ଗଙ୍କୁ ସାହାଯ୍ୟ ଓ ସରକାରୀ ଅନୁଦାନ ବ୍ୟବସ୍ଥା ପାଇଁ ସମିତିସଭ୍ୟ ଜଗତ ପ୍ରକାଶ ବାରିକ ପ୍ରତିଶ୍ରୁତି ଦେଇଥିଲେ। ସକାଳେ ସରପଞ୍ଚଙ୍କ ପ୍ରତିନିଧି ଜଗବନ୍ଧୁ ଦାସ ପହଞ୍ଚି ବିପନ୍ନଙ୍କ ପାଇଁ ଶୁଖିଲା ଖାଦ୍ୟ, ୩ ଦିନ ପାଇଁ ରନ୍ଧାଖାଦ୍ୟ ଓ ପଲିଥିନ ବ୍ୟବସ୍ଥା କରିଛନ୍ତି। ବିଜୁ ଯୁବ ଜନତା ଦଳର ଜିଲା ସଭାପତି ମୁକୁନ୍ଦଦେବ ସାମଲ, ବିଧାୟକଙ୍କ ପ୍ରତିନିଧି ଇଂ. ପ୍ରୟାସକାନ୍ତି ସାମଲ, ଜିଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ, ବିଜୁ ଜନତା ଦଳର ପଞ୍ଚାୟତ ସଭାପତି ଅରୁଣ ବାରିକ, ବିଷ୍ଣୁପୁର ସରପଞ୍ଚ ଅମୂଲ୍ୟ କୁମାର ନାୟକ, ସମିତିସଭ୍ୟ ଦୀପକ ପାଣିଗ୍ରାହୀ, ବିଜୟ ରାଉତ, ଅଭିମନ୍ୟୁ ଦାସ ପ୍ରମୁଖ ପହଞ୍ଚି ଆର୍ଥିକ ସାହାଯ୍ୟ, ଲୁଗା, କମ୍ବଳ ଓ ପଲିଥିନ ବ୍ୟବସ୍ଥା କରିଛନ୍ତି। ତହସିଲଦାର ସରୋଜ କୁମାର ନାୟକ ଓ ରାଜସ୍ବ ନିରୀକ୍ଷକ ସତ୍ୟରଞ୍ଜନ କର ସ୍ଥିତି ଅନୁଧ୍ୟାନ କରି ଯଥାସମ୍ଭବ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଋଷିମାଳ ମହାବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ, ମା’ଙ୍କ ପାଇଁ ଗଛଟିଏ ସକାଶେ …

ଦାରିଙ୍ଗବାଡି, ୭।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ସ୍ଥିତ ଋଷିମାଳ ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ…

ଘେଁସ୍ କଲେଜର ନାମ ବଦଳିଲା: ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହଙ୍କ ନାମରେ ହେଲା ନାମିତ

ବରଗଡ଼, ୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ୍ ସ୍ଥିତ ‘ଘେଁସ୍ କଲେଜ’ର ନାମ ସୋମବାରଠାରୁ ଆନୁଷ୍ଠାନିକ ଭାବେ ବଦଳିଛି। ଏହି ଅଞ୍ଚଳର ମହାନ…

ପ୍ରଧାନଶିକ୍ଷକ ମାଗିଲେ ଫେବର, DWOଙ୍କୁ ଗୁହାରି କଲେ ୩ ମହିଳା କର୍ମଚାରୀ

ଭବାନୀପାଟଣା, ୭।୭ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି  ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାମରେ ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ସ୍କୁଲର…

ବିରଳ ମୃତ୍ତିକା ସନ୍ଧାନରେ ବୃକ୍ଷହୀନ ହେଉଛି ତାମ୍ପରା-ବଙ୍ଗୋପସାଗର ମଧ୍ୟସ୍ଥ ଅରଣ୍ୟ, ଛତ୍ରପୁର ସହର ପ୍ରତି…

ଛତ୍ରପୁର,୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ବଙ୍ଗୋପସାଗର କୂଳ ଲଙ୍ଘିବା ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏବେ ଛତ୍ରପୁର ପୌରପରିଷଦର ପ୍ରାଣବିନ୍ଦୁ କୁହାଯାଉଥିବା ପ୍ରସିଦ୍ଧ…

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ସିର୍କାବର୍ଗ ରାସ୍ତା ମରାମତି ହେଲାନି, ଲଗାଣ ବର୍ଷାରେ ବେହାଲ: ପ୍ରଶାସନ ପ୍ରତିଶ୍ରୁତି ଖିଲାପ କରିଥିବା…

ଦାରିଙ୍ଗବାଡି, ୭।୭ (ଅରୁଣ ସାହୁ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକର ସବୁଠାରୁ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ସିର୍କାବର୍ଗକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଟି ଏବେ ଲଗାଣ…

ବରିଷ୍ଠ କଂଗ୍ରେସ ନେତା ଅମୁଲ୍ୟ ସାହୁ BJPରେ ସାମିଲ: ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ନାଗାର୍ଜୁନ ପ୍ରଧାନଙ୍କ ଥିଲେ ସହକର୍ମୀ

ଦାରିଙ୍ଗବାଡି, ୭।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳର ଜଣେ ବରିଷ୍ଠ ନାଗରିକ ତଥା ପୂର୍ବତନ କଂଗ୍ରେସ ନେତା ଅମୁଲ୍ୟ ସାହୁ ମଙ୍ଗଳବାର ଆନୁଷ୍ଠାନିକ ଭାବେ…

ପ୍ରଶାସନର କଡ଼ା ଆଭିମୁଖ୍ୟ: ଦିଗପହଣ୍ଡି ନୂଆ ବସଷ୍ଟାଣ୍ଡକୁ ଗଲା ସରକାରୀ ଓ ବେସରକାରୀ ବସ୍

ଦିଗପହଣ୍ଡି, ୭।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରମୁଖ ବାଣିଜ୍ୟିକ କେନ୍ଦ୍ର ଦିଗପହଣ୍ଡି ସହରରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଟ୍ରାଫିକ ସମସ୍ୟାର ସମାଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri