ଜଳିଗଲା ୮ ବଖରା

ଭଣ୍ଡାରିପୋଖରୀ,୧୬।୧(ସ୍ବ.ପ୍ର.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଧୀନ ଜଳମଣ୍ଡୁଆ ପଞ୍ଚାୟତର କରଞ୍ଜିଗୁଣୁପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟି ୮ ବଖରା ଜଳିଯାଇଛି। ଗ୍ରାମର ବଳରାମ ସେନାପତି, ରମାକାନ୍ତ ସେନାପତି, ପ୍ରଶାନ୍ତ କୁମାର ଦାସ ଓ ଉଦୟଭାନୁ ଦାସଙ୍କ ଘର ଜଳିଯାଇଥିବା ବେଳେ ସମସ୍ତ ଆସବାବପତ୍ର, ଲକ୍ଷାଧିକ ଟଙ୍କା, ସୁନା, ରୁପା ଅଳଙ୍କାର ଆଦି ପୋଡ଼ି ପାଉଁଶ ହୋଇଯାଇଛି। ଫଳରେ ୪ ପରିବାର ସର୍ବସ୍ବାନ୍ତ ହୋଇଯାଇଛନ୍ତି। ଭଣ୍ଡାରିପୋଖରୀରୁ ଦମକଳ ବାହିନୀ ଆସି ନିଅଁାକୁ ଆୟତ୍ତ କରିଥିଲା। ବିଦ୍ୟୁତ୍‌ ଶର୍ଟ୍‌ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଆବାସ ଯୋଜନାରେ ଘର ଖଣ୍ଡେ ପାଇନାହାନ୍ତି। ଏଣୁ କଷ୍ଟ ଉପାର୍ଜିତ ସଞ୍ଚୟରୁ ୮୦ ହଜାର ଟଙ୍କା ଉଠାଇ ଘର କରିବାକୁ ରଖିଥିଲେ। ସେତକ ବି ପୋଡ଼ିଗଲା କହିଛନ୍ତି ବଳରାମ ଓ ରମାକାନ୍ତଙ୍କ ବାପା ବନମାଳୀ। ତେବେ ବିପନ୍ନ ପରିବାରବର୍ଗଙ୍କୁ ସାହାଯ୍ୟ ଓ ସରକାରୀ ଅନୁଦାନ ବ୍ୟବସ୍ଥା ପାଇଁ ସମିତିସଭ୍ୟ ଜଗତ ପ୍ରକାଶ ବାରିକ ପ୍ରତିଶ୍ରୁତି ଦେଇଥିଲେ। ସକାଳେ ସରପଞ୍ଚଙ୍କ ପ୍ରତିନିଧି ଜଗବନ୍ଧୁ ଦାସ ପହଞ୍ଚି ବିପନ୍ନଙ୍କ ପାଇଁ ଶୁଖିଲା ଖାଦ୍ୟ, ୩ ଦିନ ପାଇଁ ରନ୍ଧାଖାଦ୍ୟ ଓ ପଲିଥିନ ବ୍ୟବସ୍ଥା କରିଛନ୍ତି। ବିଜୁ ଯୁବ ଜନତା ଦଳର ଜିଲା ସଭାପତି ମୁକୁନ୍ଦଦେବ ସାମଲ, ବିଧାୟକଙ୍କ ପ୍ରତିନିଧି ଇଂ. ପ୍ରୟାସକାନ୍ତି ସାମଲ, ଜିଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ, ବିଜୁ ଜନତା ଦଳର ପଞ୍ଚାୟତ ସଭାପତି ଅରୁଣ ବାରିକ, ବିଷ୍ଣୁପୁର ସରପଞ୍ଚ ଅମୂଲ୍ୟ କୁମାର ନାୟକ, ସମିତିସଭ୍ୟ ଦୀପକ ପାଣିଗ୍ରାହୀ, ବିଜୟ ରାଉତ, ଅଭିମନ୍ୟୁ ଦାସ ପ୍ରମୁଖ ପହଞ୍ଚି ଆର୍ଥିକ ସାହାଯ୍ୟ, ଲୁଗା, କମ୍ବଳ ଓ ପଲିଥିନ ବ୍ୟବସ୍ଥା କରିଛନ୍ତି। ତହସିଲଦାର ସରୋଜ କୁମାର ନାୟକ ଓ ରାଜସ୍ବ ନିରୀକ୍ଷକ ସତ୍ୟରଞ୍ଜନ କର ସ୍ଥିତି ଅନୁଧ୍ୟାନ କରି ଯଥାସମ୍ଭବ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri