ଜଳିଗଲା ୧୧ ଏକର ଆଖୁ ଫସଲ

ଢେଙ୍କାନାଳ ଅଫିସ, ୨୦।୧: ଢେଙ୍କାନାଳ ସଦର ଥାନା ଭୋଜଦେଈପୁର ଗ୍ରାମ ଶିବ ମନ୍ଦିର ନିକଟ ଆଖୁ ଜମିରେ ରବିବାର ଅପରାହ୍ନ ୪ଟାରେ ଅଗ୍ନିକାଣ୍ଡ ଘଟି ପ୍ରାୟ ୧୧ଏକର ଫସଲ ପୋଡ଼ିଯାଇଛି। ଏଥିରେ ବିନୋଦିନୀ ଖିଲାର, ସସ୍ମିତା ନନ୍ଦ, କୁମୁଦିନୀ ମଲ୍ଲିକ, ଅବନ୍ତୀ ମଲ୍ଲିକ, ମନୋଜ ମଲ୍ଲିକ ପ୍ରମୁଖ କ୍ଷତିଗ୍ରସ୍ତ ହୋଇଛନ୍ତି। ସମ୍ପୃକ୍ତ ଚାଷୀମାନେ ମିଳିମିଶି ବ୍ୟାଙ୍କରୁ ୫ଲକ୍ଷ ଏବଂ ହାତ ଉଧାରି ୩ ଲକ୍ଷ ୨୦ ହଜାର ଏପରି ମୋଟ ୮ଲକ୍ଷ ୨୦ ହଜାର ଟଙ୍କା ଋଣ କରି ଆଖୁ ଫସଲ କରିଥିଲେ। ମୋଟ ୧୬ ଏକର ଜମିରେ ଆଖୁଚାଷ ହୋଇଥିଲା। ସେଥିରୁ ୫ ଏକର ଜମିରୁ ଆଖୁ କଟା ସରିଥିଲା। ଅମଳ ପୂର୍ବରୁ ୧୧ଏକର ଜମିର ଫସଲ ଜଳିପୋଡ଼ି ଛାରଖାର ହୋଇଯିବା ଋଣୀ ଚାଷୀଙ୍କ ମୁଣ୍ଡରେ ଚଡ଼କ ପକାଇଛି।
ଅନ୍ୟପଟେ ଚାଷୀମାନେ ଅଭିଯୋଗ କରିଛନ୍ତି, ସୂଚନା ଦିଆଯିବା ସତ୍ତ୍ୱେ ଅଗ୍ନିଶମ କର୍ମଚାରୀ ତୁରନ୍ତ ପହଞ୍ଚତ୍ ନ ଥିଲେ। ଫଳରେ ନିଅଁା ଖୁବ୍‌ କମ୍‌ ସମୟରେ ବ୍ୟାପୀଯାଇଥିଲା। ନିଅଁା ଲାଗିବାର ପାଖାପାଖି ଦୁଇଘଣ୍ଟା ପରେ ସନ୍ଧ୍ୟା ୬ଟାରେ ହିନ୍ଦୋଳ ରୋଡରୁ ଗୋଟିଏ ଦମକଳ ଗାଡ଼ି ପହଞ୍ଚତ୍ଥିଲା। ହେଲେ ନିଅଁା ଏତେ ଭୟଙ୍କର ଭାବେ ମାଡ଼ି ଚାଲିଥିଲା ଯେ, ତାକୁ ଆୟତ୍ତ କରିବା ଅସମ୍ଭବ ହୋଇପଡ଼ିଥିଲା। ଏହାପରେ ସନ୍ଧ୍ୟା ୬ଟା ୫୦ରେ ଢେଙ୍କାନାଳରୁ ଅନ୍ୟ ଏକ ଦମକଳ ଗାଡ଼ି ପହଞ୍ଚତ୍ ନିଅଁା ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଥିଲା। ତେବେ ଖବର ଲେଖାଯିବା ସୁଦ୍ଧା ନିଅଁାକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇପାରିନାହିଁ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।
ଏ ସଂକ୍ରାନ୍ତରେ ଢେଙ୍କାନାଳ ଅଗ୍ନିଶମ ସଂସ୍ଥା ଅଧିକାରୀ ଉମାକାନ୍ତ ନାୟକ କୁହନ୍ତି, ସୂଚନା ପାଇବା ପରେ ତୁରନ୍ତ ଗୋଟିଏ ଦମକଳ ଗାଡ଼ି ପଠାଯାଇଥିଲା। ଅନ୍ୟ ଏକ ଗାଡ଼ି ନ ଥିବାରୁ ହିନ୍ଦୋଳ ରୋଡ କେନ୍ଦ୍ରକୁ ସୂଚନା ଦିଆଯାଇଥିଲା। ସେଠାରୁ ଗୋଟିଏ ଦମକଳ ଗାଡ଼ି ଯାଇଥିଲା। ଢେଙ୍କାନାଳ କେନ୍ଦ୍ରକୁ ଗାଡ଼ି ଫେରିବା ପରେ ଦ୍ୱିତୀୟ ଗାଡ଼ିକୁ ମଧ୍ୟ ପଠାଯାଇଥିଲା। ଏବେ ୩ଟି ଦମକଳ ନିଅଁା ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ନିଅଁାକୁ ଆୟତ୍ତ କରିବାକୁ ଉଦ୍ୟମ କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ଦିନରେ ପୋଲିସକୁ ଦ୍ୱିତୀୟ ସଫଳତା: ୭ ଲକ୍ଷ ଟଙ୍କା ଲୁଟ୍‌ ମାମଲାର ହେଲା ପର୍ଦ୍ଦାଫାଶ

ଗଜପତି,୩।୮(ଗିରିଧାରୀ ପରିଛା): ଗଜପତି ଜିଲାରେ ଟଙ୍କା ଲୁଟ୍‌ ଘଟଣାରେ ପୁଣି ଏକ ବଡ଼ ସଫଳତା ହାସଲ କରିଛି ଗାରାବନ୍ଧା ପୋଲିସ । ଦୁଇ ଦିନ ମଧ୍ୟରେ ଜିଲାରେ…

ଭତ୍ତା ପାଇଁ ହଟହଟା: ଜିଲାପାଳଙ୍କୁ ଫେରାଦ ହେଲେ ବୃଦ୍ଧାବୃଦ୍ଧ

ବରଗଡ଼,୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳର ବୃଦ୍ଧାବୃଦ୍ଧ ଦୀର୍ଘ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ବ୍ୟାଙ୍କକୁ ଗଲେ କେତେବେଳେ…

୧୫ ବର୍ଷୀୟା ଛାତ୍ରୀଙ୍କୁ ଅପହରଣ କରି ବଳାତ୍କାର ଅଭିଯୋଗ, ୪ ମାସ ପରେ ଯୁବକଙ୍କୁ ପୋଲିସ ଧରି…

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁର ୯ମ ଶ୍ରେଣୀରେ ପଢୁଥିବା ଜଣେ ୧୫ ବର୍ଷୀୟା ଛାତ୍ରୀଙ୍କୁ ଅପହରଣ କରି…

ଚା’ ପିଉଥିବା ବେଳେ ବ୍ୟକ୍ତିଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର

ଧାମନଗର,୩।୮(କାଳିନ୍ଦୀ ବେହେରା): ଭଦ୍ରକ ଜିଲା ଧୁଷୁରୀ ଥାନା ଅଧୀନସ୍ଥ କୋଠାର ପଞ୍ଚାୟତ ଅନ୍ତର୍ଗତ ମିର୍ଘାଟକୁଳ ଗ୍ରାମରେ ସୋମବାର ସନ୍ଧ୍ୟାରେ ଏକ ଛୁରାମାଡ଼ ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା…

ମଙ୍ଗଳବାର ରାଷ୍ଟ୍ରପତିଙ୍କ ତପ୍ତପାଣି ଗସ୍ତ: ମା’ କନ୍ଧୁଣି ଦେବୀଙ୍କୁ କରିବେ ପୂଜାର୍ଚ୍ଚନା, ସୁରକ୍ଷା ବ୍ୟବସ୍ଥା କଡାକଡି

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ସୀମାନ୍ତ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣିକୁ ମଙ୍ଗଳବାର ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।ରାଷ୍ଟ୍ରପତିଙ୍କ ଗ୍ରସ୍ତକୁ ଦୃଷ୍ଟିରେ ରଖି…

୧୦ ଦିନରେ ୩ ସ୍ଥାନରେ ବଡ଼ଧରଣର ଲୁଟ୍‌କୁ ନେଇ ଖେଳିଗଲା ଆତଙ୍କ: ସିସିଟିଭି ଲଗାଇବାକୁ ପରାମର୍ଶ ଦେଲେ ଏସଡିପିଓ

ଦାରିଙ୍ଗବାଡି, ୩ ।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗତ କିଛି ଦିନ ହେଲା ଲୁଟେରା ମାତିଛନ୍ତି । ୧୦ ଦିନ ମଧ୍ୟରେ ୩ଟି…

ଜରି ବ୍ୟାଗରେ ନେଇ ଯାଉଥିଲେ ଦେଶୀ ମଦ ପାଉଚ, ଅଚାନକ ପଛରୁ ଧରିଲା ଅବକାରୀ ଥାନା ପୋଲିସ, ତା’ପରେ…

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଅବକାରୀ ଥାନା ପୋଲିସ ବି. ତୁରୁୁବୁଡ଼ି ଗ୍ରାମର ରମେଶ ରେଡ୍ଡୀଙ୍କୁ ଅବକାରୀ ଥାନା ମାମଲା ନଂ.୭୫/୨୬-୨୭ ଅନୁଯାୟୀ ଗିରଫ କରିଛନ୍ତି। ତାଙ୍କ…

ଖେମୁଣ୍ଡି କଲେଜରେ ନବାଗତ ଛାତ୍ରୀଛାତ୍ରଙ୍କ ଅଭିମୁଖୀକରଣ କାର୍ଯ୍ୟକ୍ରମ: ଛାତ୍ରୀଛାତ୍ରଙ୍କୁ ଦିଆଗଲା ଏହି ପରାମର୍ଶ

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ପରିସରରେ ସୋମବାର ଯୁକ୍ତ ୩ ପ୍ରଥମ ବର୍ଷର ନବାଗତ ଛାତ୍ରୀଛାତ୍ରଙ୍କ ପାଇଁ ଏକ ଅଭିମୁଖୀକରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri