Posted inଫୁରସତ

ଜଳବାୟୁ ପରିବର୍ତ୍ତନର ପ୍ରଭାବ ସମୁଦ୍ରରେ କମୁଛି ଅମ୍ଳଜାନ

ମାଡ୍ରିଡ୍‌: ଜଳବାୟୁ ପରିବର୍ତ୍ତନର ସବୁଠାରୁ ଭୟଙ୍କର ପ୍ରଭାବ ପଡ଼ିଛି ସାମୁଦ୍ରିକ ଜୀବନ ଉପରେ। ପ୍ଲାଷ୍ଟିକ ବର୍ଜ୍ୟକୁ ନେଇ ନିଜ ଭିତରେ ନୀରବ ଯୁଦ୍ଧ କରୁଥିବା ସମୁଦ୍ର ଏବେ ଅନୁଭବ କରୁଛି ଅମ୍ଳଜାନର ଅଭାବ। ଏହି କାରଣରୁ ସାମୁଦ୍ରିକ ଜୀବ, ଧୀବରଙ୍କ ସମେତ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଉପରେ ସଙ୍କଟ ବଢ଼ିବାରେ ଲାଗିଛି। ଏହାକୁ ନେଇ ଚେତାବନୀ ଜାରି କରିଛି ଅନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘ (ଆଇୟୁସିଏନ୍‌)। ସାରା ପୃଥିବୀର ଏପରି ୭୦୦ ସ୍ଥାନ ଚିହ୍ନଟ କରାଯାଇଛି, ଯେଉଁଠାରେ ଅମ୍ଳଜାନର ମାତ୍ରା ହ୍ରାସ ପାଇଛି। ୧୯୬୦ ସର୍ଭେରେ ଏହି ସ୍ଥାନ ସଂଖ୍ୟା ଥିଲା ୪୫। ଚଳିତ ସର୍ଭେରେ ଏହା ୪ଗୁଣା ବଢ଼ିଛି। କେବଳ ଏତିକି ନୁହେଁ, ଚିହ୍ନଟ କରାଯାଇଥିବା ସ୍ଥାନଗୁଡ଼ିକ ମଧ୍ୟରେ ଏପରି କେତେକ ଜାଗା ରହିଛି ଯେଉଁଠି; ଅମ୍ଳଜାନର ମାତ୍ରା ଅତି ସ୍ବଳ୍ପ। ସାମୁଦ୍ରିକ ଜୀବମାନେ ତାପମାତ୍ରା ବୃଦ୍ଧି, ଅତ୍ୟଧିକ ମାଛ ମାରିବା, ପ୍ଲାଷ୍ଟିକ ପ୍ରଦୂଷଣ ଭଳି ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଯାହା ପରିବେଶ ପାଇଁ ଅଶୁଭ ସଙ୍କେତ।
ଆଇୟୁସିଏନ୍‌ର କହିବା କଥା, ଜୀବାଶ୍ମ ଇନ୍ଧନରୁ ନିଗର୍ମନ କାର୍ବନର ଏକ ଚତୁର୍ଥାଂଶ ଟାଣି ନେଇଥାଏ। ହେଲେ ତାପମାତ୍ରା ବଢ଼ିବା ଏବଂ ଅମ୍ଳଜାନ ମାତ୍ରା କମିବା ଯୋଗୁ ଏବେ ଏହି ଚକ୍ର ପ୍ରଭାବିତ ହୋଇଛି। ବିଶ୍ୱସ୍ତରରେ ବିଭିନ୍ନ ସମୁଦ୍ରରେ ହାରାହାରି ୨% ଯାଏ ଅମ୍ଳଯାନ କମିଛି। ଏପରି ଧାରା ଜାରି ରହିଲେ ୨୧୦୦ ସୁଦ୍ଧା ସମୁଦ୍ରର ଅକ୍ସିଜେନ ମାତ୍ରା ୩ରୁ ୪% ଯାଏ କମିଯିବା ଆଶଙ୍କା ଦେଖାଦେଇଛି।
ସଂଘର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଗ୍ରେଥଲ୍‌ ଏଗୁଇଲର କୁହନ୍ତି, ସମୁଦ୍ର ପୃଷ୍ଠରୁ ୧୦୦୦ ମିଟର (ହାରାହାରି ୧ କିମି) ଗଭୀରତା ଅଞ୍ଚଳ ଅତି ସମ୍ବେଦନଶୀଳ। ଏଠାରେ ହିଁ ଜଳଚର ଜୀବଙ୍କ ଜୀବନଚକ୍ର ସଞ୍ଚାଳିତ ହୋଇଥାଏ। ଏବେକାର ପରୀକ୍ଷଣରୁ ସମୁଦ୍ରରେ ଅମ୍ଳଜାନର ମାତ୍ରା ହ୍ରାସ ପାଉଥିବା ଜଣାପଡ଼ିଛି। ଏହାଦ୍ୱାରା ଅଧିକ ଅମ୍ଳଜାନ ଆବଶ୍ୟକ କରୁଥିବା ସାମୁଦ୍ରିକ ଜଳଚରଜୀବଙ୍କ ଜୀବନ ଅସନ୍ତୁଳିତ ହୋଇଯିବ। ଟୁନା, ମର୍ଲିନ, ସାର୍କ ପ୍ରଜାତିର ବଡ଼ ମାଛ ଦୈନନ୍ଦିନ ଅଧିକ ଶକ୍ତି ଆବଶ୍ୟକ କରିଥାନ୍ତି। ତଦନୁଯାୟୀ ସେମାନେ ଅଧିକ ଅମ୍ଳଜାନ ମଧ୍ୟ ଗ୍ରହଣ କରିଥାନ୍ତି। କମୁଥିବା ଅମ୍ଳଜାନର ମାତ୍ରାରେ ସୁଧାର ନ ଆସିଲେ ଏପରି ମତ୍ସ୍ୟପ୍ରଜାତିର ପ୍ରାଣୀ ବିଲୁପ୍ତ ହୋଇଯିବେ ବୋଲି ଏଗୁଇଲର ଆଶଙ୍କା ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶପିଂ ମଲରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ଜିନିଷ ଜଳିପୋଡ଼ି ଛାରଖାର

ଝାରସୁଗୁଡା, ୨୨।୭(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡା ସରବାହାଲ ରୋଡ଼ସ୍ଥିତ ଭି ଆର୍ଟ ଶପିଂ ମଲ ଏବଂ ଶଙ୍କର ଅଳଙ୍କାର ଦୋକାନରେ ବୁଧୁବାର ଭୋରରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି I…

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

ସୋନମ ୱାଙ୍ଗଚୁକଙ୍କ ପାଇଁ ନ୍ୟୁୟର୍କଠାରୁ ଆରମ୍ଭ କରି ଲଣ୍ଡନ ପର୍ଯ୍ୟନ୍ତ ପ୍ରଦର୍ଶନ, ଭାରତ ସରକାରଙ୍କୁ କଲେ ବଡ଼ ଅପିଲ୍‌

ନୂଆଦିଲ୍ଲୀ,୨୨।୭: ଆମେରିକାସ୍ଥିତ ଏକ ଅଧିକାର ଗ୍ରୁପର କର୍ମକର୍ତ୍ତାମାନେ ଆମରଣ ଅନଶନ କରୁଥିବା ସୋନମ ୱାଙ୍ଗଚୁକଙ୍କ ପ୍ରତି ଏକଜୁଟତା ଜାହିର କରିବା ପାଇଁ ନ୍ୟୁୟର୍କ ଏବଂ ସାନ ହୋଜେରେ…

ଅଙ୍ଗନଦୀରେ ଭାସିଗଲେ ଗୋପାଳକ, ଅଗ୍ନିଶମ ବିଭାଗ ପକ୍ଷରୁ ଚାଲିଛି ଖୋଜାଖୋଜି

ପଦ୍ମପୁର,୨୨।୭ (ପ୍ରଦୀପ୍ତ ଦାଶ) : ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ଅନ୍ତର୍ଗତ ସମ୍ବଲପୁରୀ ଗ୍ରାମ ନିକଟରେ ଥିବା ଅଙ୍ଗନଦୀରେ ଭାସିଯାଇ ଜଣେ ଗୋପାଳକ ନିଖୋଜ ହୋଇଥିବା ଘଟଣା…

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ଭଟାପଲାକୁ ନୂତନ ଗ୍ରାମ ପଞ୍ଚାୟତ ମାନ୍ୟତା ଦାବି ଜୋରଦାର: ଲିଖିତ ଦାବିପତ୍ର ଦାଖଲ

କର୍ଲାମୁଣ୍ଡା,୨୨।୭(ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଭଟାପଲାକୁ ସୱତନ୍ତ୍ର ଗ୍ରାମ ପଞ୍ଚାୟତର ମାନ୍ୟତା ପ୍ରଦାନ କରିବା ଦାବିରେ ଅଞ୍ଚଳବାସୀଙ୍କ ସୱର ଦିନକୁ ଦିନ ଜୋରଦାର ହେଉଛି। ଦୀର୍ଘଦିନ…

ଆନ୍ଦୋଳନକୁ ନେଇ କଂଗ୍ରେସ କଲା ବଡ଼ ପ୍ଲାନ! ଛାନିଆ ହେଲେ କେନ୍ଦ୍ର ସରକାର, ରାଜନୀତିରେ ଚହଳ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ ନିଟ୍ (NEET) ପେପର୍ ଲିକ୍ ବିରୋଧରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଏକ ନୂଆ ଜୀବନ ସଞ୍ଚାର କରୁଛି। ଜୁଲାଇ ୨୦ ତାରିଖରେ…

CJPର ଆନ୍ଦୋଳନ ପରେ ସୋସିଆଲ ମିଡିଆରେ ବଡ଼ ଘୋଷଣା କଲେ ଧର୍ମେନ୍ଦ୍ର ପ୍ରଧାନ, ରାହୁଲଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ,୨୨।୭: CJP (ସିଜେପି)ର ‘ଚଲୋ ସଂସଦ’ ପ୍ରଦର୍ଶନ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ଥର ପାଇଁ ସାର୍ବଜନୀନ ପ୍ରତିକ୍ରିୟା ରଖିଛନ୍ତି। ସେ କଂଗ୍ରେସ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri