ଜଳ ବନ୍ଦିରେ ଶକ୍ତିନଗର ବାସିନ୍ଦା : ୨୦ ବର୍ଷ ପରେ ବି ନିର୍ମାଣ ହୋଇନି ଡ୍ରେନ

ବ୍ରହ୍ମପୁର ଅଫିସ୍‌,୮ା୯-ଉତ୍ତର- ପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଦୁଇଦିନ ଧରି ହୋଇଥିବା ଲଗାଣ ବର୍ଷାରେ ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳ ପ୍ରଭାବିତ ହୋଇଛି ।
ଏଥିରୁ ବାଦ ପଡିନି ସହରତଳି ଅଞ୍ଚଳ ।  ଲୋଚାପଡା ପଞ୍ଚାୟତ ଓ କୁକୁଡାଖଣ୍ଡି ବ୍ଲକ ଶକ୍ତିନଗର ଅଞ୍ଚଳରେ ସଙ୍ଗିନ ସ୍ଥିତି ଦେଖିବାକୁ ମିଳିଥିଲା। ଦୁଇଦିନ ବର୍ଷାରେ ଶକ୍ତିନଗର ପ୍ରଥମ ଗଳି ଏକ୍ସଟେନଶନ ଅଞ୍ଚଳର ମୁଖ୍ୟରାସ୍ତା ଜଳମଗ୍ନ ହୋଇଛି। ଡ୍ରେନେଜ୍‌ ବ୍ୟବସ୍ଥା ନ ଥିବାରୁ ବାହାର ନର୍ଦ୍ଦମା ମିଶା ଜଳ ଅନେକ ଘରେ ପଶିଥିବା ଅଭିଯୋଗ ହୋଇଛି ।  ଡ୍ରେନ୍‌ ନିର୍ମାଣ ପାଇଁ ବହୁବାର ଉଭୟ ବ୍ଲକ ଓ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସମସ୍ୟା ସମାଧାନ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଫଳରେ ଅଞ୍ଚଳାବସୀଙ୍କୁ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିବା ସେମାନେ କହିଛନ୍ତି। ତୁରନ୍ତ ଏହାର ସ୍ଥାୟୀ ସମାଧାନ କରାଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
ସନ୍ନିକଟ ତଥା କୁକୁଡାଖଣ୍ଡି ବ୍ଲକ ଲୋଚାପଡା ପଞ୍ଚାୟତ ଶକ୍ତିନଗର ପ୍ରଥମ ଗଳି ଏକ୍ସଟେନଶନରେ ଦୀର୍ଘ ୨୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବସତିସ୍ଥାପନ ହୋଇଛି ।  ଏହି ଅଞ୍ଚଳରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ପରିବାର ରହୁଛନ୍ତି ।  କିନ୍ତୁ ଏଯାଏ ଉକ୍ତ ଅଞ୍ଚଳରେ ଡ୍ରେନ୍‌ ନିର୍ମାଣ ହୋଇନାହିଁ ।
ଫଳରେ ସ୍ପଳ୍ପ ବର୍ଷାରେ ରାସ୍ତା ଉପରେ ଜଳ ଜମି ରହି ଘରେ ପଶୁଛି ା ଅଞ୍ଚଳର ବ୍ରଜବନ୍ଧୁ ବେହେରାଙ୍କ କହିବାନୁସାରେ, ଗତ ଦୁଇଦିନ ଲଗାଣ ବର୍ଷାରେ ମୁଖ୍ୟରାସ୍ତା ସମ୍ପୂର୍ଣ୍ଣ ଜଳାର୍ଣ୍ଣବ ହେବା ସହ ଘରେ ପାଣି ପଶିଛି ା କୂଅରେ ମଧ୍ୟରେ ନଦ୍ଦର୍ର୍ମା ମିଶା ଜଳ ପଶିଛି ା ଅନ୍ୟପକ୍ଷରେ ଡ୍ରେନେଜ୍‌ ବ୍ୟବସ୍ଥା ନ ଥିବାରୁ ମୁଖ୍ୟରାସ୍ତାରେ ବର୍ଷାଜଳ ଜମି ରହିଛି ା ଫଳରେ ଅଞ୍ଚଳକୁ ଯାତାୟାତ ପ୍ରଭାବିତ ହେଉଛି ା ବହୁବାର ଅଞ୍ଚଳର ଡ୍ରେନ୍‌ ପାଇଁ ପଞ୍ଚାୟାତ, ବ୍ଲ୍ଳକ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇ ଥିଲେ ମଧ୍ୟ ସମସ୍ୟା ସମାଧାନ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଅଞ୍ଚଳର ସିଏଚ ରାମକୃଷ୍ଣ କହିଛନ୍ତି। ତେବେ ଆଗାମୀ ଦିନରେ ଏହାର ସ୍ଥାୟୀ ସମାଧାନ କରା ନ ଗଲେ ଆନ୍ଦୋଳନକୁ ଓହ୍ଲାଇବାକୁ ସେମାନେ ଚେତାବନୀ ଦେଇଛନ୍ତି। ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରି ବିଡିଓଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରାଯାଇଥିବା କହିଛନ୍ତି ଲୋଚାପଡା ପଞ୍ଚାୟତ ନାଏବ ସରପଞ୍ଚ ବରୁଣ କୁମାର ଚୌଧୁରୀ ା ରବିବାର ଅଞ୍ଚଳରୁ ବର୍ଷାଜଳ ନିଷ୍କାସନ ନେଇ ଅସ୍ଥାୟୀ ସମାଧାନ କରାଯିବାକୁ ବିଡିଓ ପ୍ରତିଶ୍ରୁତି ଦେଇଥିବା ସେ କହିଛନ୍ତି ା ପଞ୍ଚାୟତ ଅଞ୍ଚଳର ବିକାଶ ପାଇଁ ବର୍ଷକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ଟଙ୍କା ଯଥେଷ୍ଟ ହେଉନି ା ଯାହାଦ୍ୱାରା ପଞ୍ଚାୟତ ଅଞ୍ଚଳରେ ଡ୍ରେନେଜ୍‌ ସମସ୍ୟା ଦେଖାଦେଉଛି। ସହରାଞ୍ଚଳ ଭଳି ପଞ୍ଚାୟତ ଅଞ୍ଚଳର ମଧ୍ୟ ଡ୍ରେନ୍‌ ନିର୍ମାଣ କାର୍ଯ୍ୟ ରାଜ୍ୟ ସରକାରଙ୍କ ଡ୍ରେନେଜ୍‌ ବିଭାଗକୁ ଦିଆଗଲେ ଏହାର ସ୍ଥାୟୀ ସମାଧାନ ସମ୍ଭବ ହୋଇପାରିବ ବୋଲି ନାଏବ ସରପଞ୍ଚ ଚୌଧୁରୀ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ ହାତେଇଲା ଟାଇଟଲ

ଅହମଦାବାଦ, ୩୧।୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଇତିହାସ ରଚିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି)।…

ବିସ୍ଫୋରକ ଗଚ୍ଛିତ ଥିବା ଗୋଦାମରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ

ମିଆଁମାରର ନମଖାମର ଏକ ଗୋଳାବାରୁଦ ଡିପୋରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି ।…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri