ଜରିମାନାରୁ ବର୍ତ୍ତିବା ପାଇଁ ଯୁବକଙ୍କ ନିଆରା ଉପାୟ

ବାରିପଦା ଅଫିସ,୧୯ା୧୨- ନୂତନ ମୋଟର ଯାନ ଆଇନ ଲାଗୁ ହେବା ପରେ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ଗାଡ଼ି ମୋଟର ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ଗାଡ଼ି ଚାଳକମାନଙ୍କଠାରୁ ଏଭଳି ଭାବେ ଜରିମାନା ଆଦାୟ କରାଯାଉଛି ଯେ, ଲୋକେ ଘରୁ ଗାଡ଼ିି କାଢ଼ିବା ବନ୍ଦ କରିଦେଇଛନ୍ତି। ଏପରିସ୍ଥଳେ ବାରିପଦା ସହର ପୋଡାଅସ୍ତିଆ ଅଞ୍ଚଳର ସୁଶାନ୍ତ ସିଂ ନାମକ ଜଣେ ଯୁବକ ନିଆରା ଉପାୟରେ ନିଜ ଗାଡ଼ିର କାଗଜପତ୍ର ପ୍ରଦର୍ଶନ କରୁଛନ୍ତି। ତାଙ୍କ ମୋଟର ସାଇକେଲର ରେଜିଷ୍ଟ୍ରେଶନ ସାର୍ଟିଫିକେଟ, ପଲ୍ୟୁଶନ ସାର୍ଟିଫିକେଟ ଓ ଡ୍ରାଇଭିଂ ଲାଇସେନ୍ସକୁ କଲର ଜେରକ୍ସ କରି ଗାଡି ସମ୍ମୁଖରେ ଲଗାଇଛନ୍ତି। ଫଳରେ ପୋଲିସକୁ କାଗଜପତ୍ର ଯାଞ୍ଚ ବେଳେ ଅଳ୍ପ ସମୟ ନଷ୍ଟ ହେବ ଓ ତାଙ୍କର ମଧ୍ୟ ସମୟ ଅପଚୟ ହେବ ନାହିଁ ବୋଲି ସେ କହିଛନ୍ତି। ଏହା ବ୍ୟତୀତ ରାସ୍ତାରେ ଗାଡ଼ି ଚଲାଇବା ବେଳେ ସମସ୍ତ ପ୍ରକାର ନିୟମ ମାନିବାକୁ ମଧ୍ୟ ସେ ବିଭିନ୍ନ ସ୍ଥାନରେ ଗାଡ଼ି ଚାଳକମାନଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଛି। ଯୁବକଙ୍କ ଏଭଳି ନିଆରା ଉଦ୍ୟମକୁ ଲୋକେ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପଷ୍ଟ ଦିବାଲୋକରେ ବିଚ ରାସ୍ତାରେ ଦୁଇ ଯୁବକଙ୍କୁ ନିର୍ଘାତ ମାଡ଼ , ଗୁଣ୍ଡାଗିରିର ଭିଡିଓ ଭାଇରାଲ

ଉଦଳା, ୨୨।୫( ସନ୍ତୋଷ ବାଞ୍ଝିନୀ): ରାସ୍ତା ପାଲଟିଲା ରେସଲିଂ ରିଙ୍ଗ। ପୋଲିସକୁ ନାହିଁ ଭୟ, ଥାନା ଠାରୁ ୫ ଶହ ମିଟର ଦୂରରେ ସ୍ପଷ୍ଟ ଦିବାଲୋକରେ ବିଚ…

ବୈଶିଙ୍ଗାରେ ଛାତିଥରା ହତ୍ୟାକାଣ୍ଡ, ଶୋଇଥିବା ବେଳେ ମହିଳାଙ୍କ ତଣ୍ଟି ଚିପି ହତ୍ୟା

ବୈଶିଙ୍ଗା,୨୧।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଗଣେଶ୍ବରପୁର ଗ୍ରାମରେ ଏକ ଛାତିଥରା ହତ୍ୟାକାଣ୍ଡ ହୋଇଛି । ବୁଧବାର ରାତିରେ ଜନୈକା ୫୦ ବର୍ଷିୟା ମହିଳାଙ୍କୁ…

ବିଲକୁ ଯାଇଥିବା ବେଳେ ବଜ୍ରପାତରେ ଯୁବକ ମୃତ, ଜଳି ଯାଇଥିଲା ପିଠି

ବୈଶିଙ୍ଗା,୨୦।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ତଥା ବଡ଼ସାହି ବ୍ଲକ ଅନ୍ତର୍ଗତ ମାନଗୋବିନ୍ଦପୁର ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ବଜ୍ରପାତ ଯୋଗୁଁ ଜଣେ ଚାଷୀଙ୍କ ବିଲରେ ମୃତ୍ୟୁ…

ନ୍ୟାୟ ମାଗିବାକୁ ଥାନାକୁ ଯାଇଥିଲେ ନାବାଳିକା; ଥାନା ଅଧିକାରୀଙ୍କ ଧମକରେ ଅଚେତ ହୋଇଗଲେ, ତାପରେ…

ବାରିପଦା/ମୋରଡ଼ା,୧୮।୫ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ): ମା’ବାପାଙ୍କ ସହିତ ଅଭିଯୋଗ ପତ୍ର ନେଇ ଥାନାକୁ ଯାଇଥିବା ଜଣେ ନାବାଳିକା ଥାନା ଅଧିକାରୀଙ୍କ ଧମକପୂର୍ଣ୍ଣ ବ୍ୟବହାରରେ ଚେତାଶୂନ୍ୟ ହୋଇ…

ସମ୍ପର୍କୀୟ ଭାଇ ଦେଲା ବିଶ୍ବାସରେ ବିଷ:୧୩ ବର୍ଷୀୟା ନାବାଳିକା ହେଲେ ୬ ମାସର ଗର୍ଭବତୀ, ଡାକ୍ତରୀ ପରୀକ୍ଷା ପରେ…

ବୈଶିଙ୍ଗା,୧୫।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଅଞ୍ଚଳରେ ବଳାତ୍କାର ଶିକାର ଜନୈକା ୧୩ ବର୍ଷିୟା ନାବାଳିକା ୬ମାସର ଗର୍ଭବତୀ ହେବା ଘଟଣାରେ ସମ୍ପର୍କୀୟ ଭାଇକୁ ଗିରଫ କରିଛି…

ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ, ଯୁବକଙ୍କୁ ଗଛରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଗ୍ରାମବାସୀ

ଉଦଳା,୧୨ା୫(ସନ୍ତୋଷ କୁମାର ବାଚ୍ଛିନୀ): ରାତିରେ ଗ୍ରାମରେ ପଶି ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ କରିବା ପଡିଲା ମହଙ୍ଗା। ଯୁବକଙ୍କୁ ଗଛରେ ବାନ୍ଧି ଗ୍ରାମବାସୀ ଦେଲେ ଉତ୍ତମ ମଧ୍ୟମ। ଉଦଳା…

ଗୋତସ୍କରଙ୍କ ଗୁଳିମାଡ଼ ଘଟଣା, ପୋଖରୀ ଭିତରୁ ଡାକ୍ତରଙ୍କୁ ବାନ୍ଧିଲା ପୋଲିସ

ବୈଶିଙ୍ଗା,୮।୫(ରତନ ଦାଶ ): ମୟୂରଭଞ୍ଜ-ବାଲେଶ୍ୱର ସୀମାବର୍ତ୍ତୀ ବୈଶିଙ୍ଗା ଥାନା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଥିବା ଗୋମାଫିଆଙ୍କ ଗୁଳିମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିବା ସୂଚନା ମିଳିଛି…

ଗାଁରେ ପଶି ମହିଳାଙ୍କ ଉପରେ ଆକ୍ରମଣ କଲା ଭାଲୁ, ଆଖି ତାଡି….

ଉଦଳା,୭।୫(ସନ୍ତୋଷ କୁମାର ବାଚ୍ଛିନୀ): ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି । ଉଦଳା ବନାଞ୍ଚଳ କୁଶଳଦା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ଭାଲୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri