Posted inଜାତୀୟ

ଜମ୍ମୁ-କଶ୍ମୀରରେ ନେତାଙ୍କୁ ନଜରବନ୍ଦୀ ଘଟଣାକୁ ନିନ୍ଦା କଲେ ପୂର୍ବତନ ଅର୍ଥମନ୍ତ୍ରୀ

ଶ୍ରୀନଗର,୫।୮: ଜମ୍ମୁ-କଶ୍ମୀରରେ ନେତାଙ୍କୁ ନଜରବନ୍ଦୀ ରଖାଯିବା ଘଟଣାକୁ ନେଇ ରାଜନୈତିକ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ସହ ଏହାକୁ କିଛି ନେତା ବିରୋଧ କରିଛନ୍ତି। ସୋମବାର ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମ୍‌ ଏହି ଘଟଣାକୁ ନିନ୍ଦା କରିବା ସହ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସରକାର ନିଜ ଉଦ୍ଦେଶ୍ୟ ପୂରଣ କରିବାକୁ ଯାଇ ସମସ୍ତ ଲୋକତାନ୍ତ୍ରିକ ମାନଦଣ୍ଡର ଅବହେଳା କରୁଛନ୍ତି। କଶ୍ମୀର ଘାଟିରେ ହଠାତ୍‌ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯିବା ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ଓ ଓମାର ଅବଦୁଲ୍ଲାଙ୍କୁ ନଜରବନ୍ଦୀ କରିଦିଆଯାଇଥିଲା। ଅପରପକ୍ଷରେ କଶ୍ମୀର ସହିତ ଜମ୍ମୁର ବହୁ ଜିଲ୍ଲାରେ ୧୪୪ ଧାରା ଲାଗୁ କରାଯାଇଛି। ଏଥିସହ ସହରର ସମସ୍ତ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନକୁ ବନ୍ଦ କରାଯିବା ସହ ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଛି। ସେହିପରି ଇଣ୍ଟରନେଟ ସେବାକୁ ମଧ୍ୟ ବନ୍ଦ କରିଦିଆଯାଇଛି। ଏହି ସବୁକୁ ଚିଦାମ୍ବରମ ବିରୋଧ କରିଛନ୍ତି। ଏହାପୂର୍ବରୁ କଂଗ୍ରେସ ନେତା ଶଶି ଥରୁର ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ସହ ଅପ୍ରାକୃତ ଯୌନ ସମ୍ପର୍କ ବଳାତ୍କାର ନୁହେଁ: ହାଇକୋର୍ଟ

ନୂଆଦିଲ୍ଲୀ,୫ା୫: ସ୍ତ୍ରୀଙ୍କ ସହ ଅପ୍ରାକୃତ ଯୌନ ସମ୍ପର୍କକୁ ବଳାତ୍କାର କୁହାଯାଇପାରିବ ନାହିଁ ବୋଲି ମଧ୍ୟପ୍ରଦେଶ ହାଇକୋର୍ଟ ଏକ ରାୟରେ କହିଛନ୍ତି। ଏପରିକି ସ୍ତ୍ରୀଙ୍କର ସହମତି ନ...

ଆଜି ଆସିବେ ମୋଦି, ନଡ୍ଡା

ଭୁବନେଶ୍ୱର, ୫।୫(ସୁନିତ୍‌ ମିଶ୍ର)ନିର୍ବାଚନ ପ୍ରଚାର ପାଇଁ ଭାଜପା କେନ୍ଦ୍ରୀୟ ନେତାମାନଙ୍କ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି। ନିକଟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଭାଜପା...

ଏପଟେ ଧମକ, ସେପଟେ ଆକ୍ରମଣ

ପାଲାମ୍‌/ଭୁବନେଶ୍ୱର/ପୁଞ୍ଚ,୫ା୫ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲାରେ ଶନିବାର ସନ୍ଧ୍ୟାରେ ଆତଙ୍କବାଦୀମାନେ ବଡ଼ଧରଣର ଆକ୍ରମଣ କରିଛନ୍ତି। ଏଥିରେ ଭାରତୀୟ ବାୟୁସେନା (ଆଇଏଏଫ୍‌)ର ଜଣେ ଯବାନ ଶହୀଦ ଓ ୪ ଆହତ...

ଯୋଗକୁ ଆପଣାଇଲା ପାକିସ୍ତାନ

ଇସ୍‌ଲାମାବାଦ,୫ା୫ପ୍ରାଚୀନ ଭାରତୀୟ ଶାରୀରିକ, ମାନସିକ ତଥା ଆଧ୍ୟାତ୍ମିକ ଅଭ୍ୟାସ ‘ଯୋଗ’ ବିଶ୍ୱର ଅଧିକାଂଶ ଦେଶରେ ଆଦୃତ ହୋଇଥିବାବେଳେ ଏବେ ପଡ଼ୋଶୀ ଦେଶ ପାକିସ୍ତାନରେ ଏହା ଆନୁଷ୍ଠାନିକ...

କଂଗ୍ରେସ ନେତାଙ୍କ ମିଳିଲା ଦଗ୍ଧ ମୃତଦେହ

ଚେନ୍ନାଇ,୫ା୫ତାମିଲନାଡୁର କଂଗ୍ରେସ ନେତା କେ.ପି.କେ. ଜୟକୁମାର ଧନସିଂଙ୍କ ଦଗ୍ଧ ମୃତଦେହ ତିରୁନେଲଭେଲିସ୍ଥିତ ତାଙ୍କ ଫାର୍ମରୁ ଶନିବାର ମିଳିଛି। ତାଙ୍କ ଦୁଇଗୋଡ଼କୁ ତାରରେ ବନ୍ଧାଯାଇଥିବା ଦେଖାଯାଇଛି। ୨...

କର୍ନାଟକ ସେକ୍ସ ସ୍କାଣ୍ଡାଲରେ ଏଚ୍‌.ଡି ରେଭନ୍ନା ଗିରଫ

ବେଙ୍ଗାଲୁରୁ,୪ା୫: କର୍ନାଟକ ଯୌନ ନିର୍ଯାତନା ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଜେଡିଏସ୍‌ ବିଧାୟକ ଏଚ୍‌.ଡି. ରେଭନ୍ନାଙ୍କୁ ଏସ୍‌ଆଇଟି ଶନିବାର ଗିରଫ କରିଛି। ରେଭନ୍ନାଙ୍କ ଘରେ କାମ...

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ନୋ ଫ୍ଲାଇଂ ଜୋନ୍‌, ନିର୍ଦ୍ଦେଶ ଜାରି କଲେ ଜିଲାପାଳ

ପୁରୀ,୪ା୫: ପ୍ରଧାନମନ୍ତ୍ରୀଙ୍କ ନବରଙ୍ଗପୁର ଗସ୍ତ ପାଇଁ ନୋ ଫ୍ଲାଇଂ ଜୋନ୍‌ ଘୋଷଣା କରାଯାଇଛି। ଚିକିଲିରେ ପ୍ରଧାନମନ୍ତ୍ରୀଙ୍କ ସଭା ଥିବାରୁ ଡ୍ରୋନ ଉଡ଼ାଣ ଉପରେ ରୋକ୍‌ ଲଗାଯାଇଛି।...

‘ମୋଦି ନିଜେ ରାଜା, ହେଲେ ମୋ’ ଭାଇକୁ ରାଜକୁମାର କହୁଛନ୍ତି’

ଗାନ୍ଧିନଗର,୪।୫: ମୋଦି ନିଜେ ରାଜା, ହେଲେ ମୋ’ ଭାଇଙ୍କୁ ରାଜକୁମାର କୁହନ୍ତି। କିଛି ଏଭଳି କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri