ଜମିରେ ଏନ୍‌ଟିପିସି ପାଉଁଶ ପାଣି

କଣିହାଁ, ୧୩ା୯(ଡି.ଏନ.ଏ.)-ଅନୁଗୋଳ ଜିଲା କଣିହାଁ ବ୍ଲକସ୍ଥିତ ଏନ୍‌ଟିପିସି ବିଦ୍ୟୁତ୍‌ ପ୍ରକଳ୍ପର ଆଶପଣ୍ଡ ପାଉଁଶ ପାଣି ଯୋଗୁ ଅଞ୍ଚଳବାସୀ ନାନା ସମସ୍ୟା ଭୋଗୁଛନ୍ତି। ମଙ୍ଗଳବାର ରାତିରେ ଆଶପଣ୍ଡରୁ ପ୍ରବଳ ମାତ୍ରାରେ ପାଉଁଶ ପାଣି ବାହାରି ମସୁଣିହତା ଗ୍ରାମର ପ୍ରାୟ ଦେଢ ଏକର ଜମିରେ ପଶିଛି। ଏଥିଯୋଗୁ ଫସଲ ନଷ୍ଟ ହେବାର ଆଶଙ୍କା ଉପୁଜିଛି। ଏ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ପ୍ରତିବାଦରେ ମସୁଣିହତାର କ୍ଷତିଗ୍ରସ୍ତ ଚାଷୀମାନେ ବୁଧବାରଠାରୁ ଷ୍ଟେଜ ଓ୍ବାନ ପାଉଁଶ ପୋଖରୀ କାର୍ଯ୍ୟକୁ ଦିନବେଳା ବନ୍ଦ କରାଇ ଆନ୍ଦୋଳନ ଚଳାଇଛନ୍ତି। ଏଥିରେ ଗ୍ରାମର ୧୫ରୁ ଊର୍ଦ୍ଧ୍ୱ ପରିବାର ସାମିଲ ହୋଇଛନ୍ତି। କ୍ଷତିଗ୍ରସ୍ତ ଚାଷୀ ଟିକନ ସାହୁ, ଅଖିଳ ପ୍ରଧାନ, ପ୍ରମୋଦ ପ୍ରଧାନ, ନିତ୍ୟାନନ୍ଦ ପ୍ରଧାନ, ବିରଞ୍ଚି ଦେହୁରୀ, ଭାଗୁଡୁ କୋଇତା ପ୍ରମୁଖଙ୍କ ଅଭିଯୋଗ ମୁତାବକ, ଏନ୍‌ଟିପିସି ପାଉଁଶ ପୋଖରୀ ଅଭାବ ସତ୍ତ୍ୱେ ପ୍ରକଳ୍ପ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଉଛି। ସେଥିରୁ ବାହାରୁଥିବା ପାଉଁଶର ପରିଚାଳନା ଠିକ୍‌ ଭାବେ କରାଯାଉନାହିଁ। ବାଙ୍ଖୁଲି ନାଳ ଯୋଗେ ଟିକିରା ନଦୀକୁ ଏହି ପାଉଁଶ ଛାଡି ଦିଆଯାଉଥିବାରୁ ବ୍ରାହ୍ମଣୀ ନଦୀ ପ୍ରଦୂଷିତ ହେଉଛି। ସେହିପରି ରାସ୍ତାରେ ମଧ୍ୟ ପ୍ରକଳ୍ପ କର୍ତ୍ତୃପକ୍ଷ ପାଉଁଶ ପାଣି ଛାଡି ଦେଉଥିବାରୁ ଯାତାୟାତରେ ଅସୁବିଧା ହେଉଛି। ଏବେ ସିଧାସଳଖ ଚାଷ ଜମିରେ ଆସି ପାଉଁଶ ପାଣି ପଶିଛି। ତୁରନ୍ତ ଏହାର ସ୍ଥାୟୀ ପ୍ରତିକାର ସହ କ୍ଷତିପୂରଣ ପ୍ରଦାନ, ଠିକାସଂସ୍ଥାରେ ନିଯୁକ୍ତି ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ପ୍ରକଳ୍ପ ଜନ ସମ୍ପର୍କ ଅଧିକାରୀ ଅମିତ ବେହେରା କୁହନ୍ତି, ଆନ୍ଦୋଳନ ଯୋଗୁ ଲୋକଙ୍କୁ ବୁଝାଶୁଝା କରିବାକୁ ପାଉଁଶ ପୋଖରୀ କର୍ତ୍ତୃପକ୍ଷ ଯାଇଥିଲେ। ୪ଟି ଦାବି ମଧ୍ୟରୁ ଚାଷ ଜମିରୁ ପାଉଁଶ ଉଠାଯିବା, ଆଗରୁ ଏପରି ପରିସ୍ଥିତି ଯେପରି ନ ଉପୁଜେ ସେଥିପ୍ରତି ଦୃଷ୍ଟି ଦିଆଯିବା, ଚାଷ କ୍ଷତି ବାବଦ କ୍ଷତିପୂରଣ ପ୍ରଦାନ କରିବାକୁ ପ୍ରକଳ୍ପ କର୍ତ୍ତୃପକ୍ଷ ରାଜି ହୋଇଛନ୍ତି। ହେଲେ ଆନ୍ଦୋଳନକାରୀ ନିଯୁକ୍ତି ପାଇଁ ଅଡି ବସିଛନ୍ତି। ଶୁକ୍ରବାର ଏ ସର୍ମ୍ପକରେ ଆଲୋଚନା ପାଇଁ ଆନ୍ଦୋଳନକାରୀଙ୍କୁ ଡକାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୋଇସିଂହା ବିଧାନସଭା ଆସନ: ୭ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର କାଏମ

ଲୋଇସିଂହା,୫।୫(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର ଯାଞ୍ଚ ପ୍ରକ୍ରିୟା ସରିଛି। ଯାଞ୍ଚ ପ୍ରକ୍ରିୟା ପରେ ୭ଜଣ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର...

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଘରୁ ମତଦାନ ପ୍ରକ୍ରିୟା ଆରମ୍ଭ

କୋରାପୁଟ,୫।୫(ଅମିତାଭ ବେହେରା): ମେ’ ୧୩ ତାରିଖରେ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏନେଇ ରବିବାର ଆରମ୍ଭ ହୋଇଯାଇଛି ହୋମ୍‌ ଭୋଟିଂ ପ୍ରକ୍ରିୟା। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ...

ପାହାଡ଼ରୁ ଖସିଲା ପଥର: ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ

କୋରାପୁଟ,୫ା୫(ଅମିତାଭ ବେହେରା ): ଆନ୍ଧ୍ରର ଶିବଲିଙ୍ଗପୁରମ ନିକଟସ୍ଥ ରେଳ ଧାରଣାରେ ପାହାଡ଼ରୁ ପଥର ଖସି ରବିବାର ଭୋର ସମୟରେ ଏକ ମାଲବାହୀ ଟ୍ରେନ୍‌ ଇଞ୍ଜିନ ଲାଇନଚ୍ୟୁତ...

କଂଗ୍ରେସ ପ୍ରାର୍ଥୀଙ୍କ ଉପରକୁ ଆକ୍ରମଣ: ମୁଣ୍ଡ ଫଟେଇଦେଲେ ଦୁର୍ବୃତ୍ତ

ପୁରୀ,୫।୫: ପୁରୀ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କ ଉପରେ ରବିବାର ଅପରାହ୍ନରେ ଆକ୍ରମଣ ହୋଇଛି। ସେ ବସ୍‌ଷ୍ଟାଣ୍ଡରେ ବୁଲୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ...

ସଞ୍ଜୟଙ୍କୁ ସମ୍ବଲପୁର ବିଧାନସଭା ନିର୍ବାଚନ ଇନ୍‌ଚାର୍ଜ କଲା ବିଜେଡି

ସମ୍ବଲପୁର,୫ା୫(ପ୍ରମୋଦ ବହିଦାର): ଚଳିତ ନିର୍ବାଚନ ପାଇଁ ବିଜେଡିର ନିର୍ବାଚନ ସଂଯୋଜକ ଓ ନିର୍ବାଚନ ଇନ୍‌ଚାର୍ଜ ନିଯୁକ୍ତ କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ...

ସ୍ତ୍ରୀଙ୍କ ପାଇଁ ପ୍ରଚାର କରୁଛନ୍ତି ସ୍ବାମୀ

କେସିଙ୍ଗା,୫।୫(ତୁମେଶ୍ୱର ସାହୁ): ନର୍ଲା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀନି ମନୋରମା ମହାନ୍ତିଙ୍କ ପାଇଁ ନର୍ଲା ବ୍ଳକ ଉପାଧ୍ୟକ୍ଷ ସ୍ବାମୀ ମୁନା ମହାନ୍ତି ପ୍ରଚାର ପାଇଁ...

ଗଞ୍ଜେଇ ଜବତ କରିବାକୁ ଯାଇ ହଟହଟା ହେଲା ପୋଲିସ

ବାଲିଗୁଡା,୫।୫: (ସଞ୍ଜୟ କୁମାର ପାଣିଗ୍ରାହୀ): ଆଗକୁ ସାଧାରଣ ନିର୍ବାଚନ ଥିବାରୁ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ନିଶା କାରବାର ରୋକିବାକୁ ବିଭିନ୍ନ ସ୍ଥାନରେ ଚଢାଉ...

ବେଆଇନ ମୋରମ ଚୋରାଚାଲାଣ: ଟ୍ରାକ୍ଟର, ଜେସିବି ଜବତ

ଛତ୍ରପୁର,୫।୫(ଦିଲ୍ଲୀପ ସାମଲ): ବେଆଇନ ମୋରମ ଚୋରାଚାଲାଣବେଳେ ଦୁଇ ଟ୍ରାକ୍ଟର ଓ ଗୋଟିଏ ଜେସିବି ଜବତ କରିଛି ମାଇନିଂ ବିଭାଗ। ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର ପାହାଡ଼ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri