ଜମିଜମାକୁ କେନ୍ଦ୍ରକରି ଗଣ୍ଡଗୋଳ ଘଟଣା: ୫ ଗିରଫ

ଧାମନଗର, ୯।୬ (ଡି.ଏନ.ଏ.) – ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ଖପରପଦା ଗ୍ରାମରେ ଜମିଜମାକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟଣାରେ ପୋଲିସ ଉଭୟ ପକ୍ଷରୁ ୫ ଜଣଙ୍କୁ ରବିବାର ଗିରଫ କରିଛି। ସେମାନେ ହେଲେ ଡମ୍ବରୁଧର ସେଠୀ, ସାବିତ୍ରୀ ସେଠୀ, ବିମଳା ସେଠୀ, ଦଶରଥ ସେଠୀ ଏବଂ ଗୌରୀ ସେଠୀ। ଗତ ୬ ତାରିଖରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ମାରପିଟ ହୋଇଥିଲା। ଗୋଟିଏ ପକ୍ଷରୁ ଗୌରୀ ସେଠୀଙ୍କ ଅଭିଯୋଗ କ୍ରମେ ଧୂଷୁରୀ ଥାନା ପୋଲିସ ଏକ ମାମଲା(ନଂ.୧୦୦/୧୯) ଓ ଅନ୍ୟପକ୍ଷର ଡମ୍ବରୁଧର ସେଠୀଙ୍କ ଅଭିଯୋଗ କ୍ରମେ ଅନ୍ୟ ଏକ ମାମଲା(ନଂ. ୧୦୧/୧୯) ରୁଜୁ କରିଥିଲା। ଥାନା ଏସ୍‌ଆଇ ବିଭୂତି ଭୂଷଣ ସ୍ବାଇଁ ଘଟଣାର ତଦନ୍ତ କରି ଉଭୟ ପକ୍ଷଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲେ। ରବିବାର ପୋଲିସ ଗୋଟିଏ ପକ୍ଷର ୩ ଓ ଅପରପକ୍ଷର ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଘ ସହ ୩୦ ମିନିଟର ଲଢେଇ: ଯୁବକ ଗୁରୁତର

ନୀଳଗିରି, ୨୪।୭ (ପ୍ରଶାନ୍ତ କୁମାର ବିଶ୍ୱାଳ): କୁଳଡିହା ଅଭୟାରଣ୍ୟ ନିକଟରେ ବାଘ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ପ୍ରଥମେ ତାଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି…

ଘରୁ ବଡ଼ ଧରଣର ଲୁଟ୍, ଶୋଇଥିବା ବେଳେ ଲୁଟିନେଲେ ୨୦ଲକ୍ଷ….

ଖଇରା,୨୩।୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ କୁରୁଣ୍ଟା ପଞ୍ଚାୟତ ଅଧୀନ ବାରିଙ୍ଗିଆ ଗ୍ରାମରେ ବଡ଼ ଧରଣର ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri