ବ୍ରହ୍ମପୁର ଅଫିସ,୯ା୭-ଗଞ୍ଜାମ ଜିଲାରେ ୨୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ୨୬୨ ଶାଖାରେ କାରବାର ହେଉଛି । କେବଳ ଗ୍ରାହକଙ୍କଠାରୁ ଜମା (ଡିପୋଜିଟ) ସଂଗ୍ରହକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ଋଣ ପ୍ରଦାନ ପ୍ରତି କର୍ତ୍ତୃପକ୍ଷ ଆଗ୍ରହ ଦେଖାଉ ନାହାନ୍ତି ା
୨୦୧୮-୧୯ ଆର୍ଥିକ ବର୍ଷରେ ସବୁ ବ୍ୟାଙ୍କ ୧୪୫୭୯ କୋଟି ୭୭ ଲକ୍ଷ ୪୨ ହଜାର ଟଙ୍କା ଜମା ସଂଗ୍ରହ କରିଥିବା ବେଳେ ମାତ୍ର ୪୬୪୦ କୋଟି ୦୨ ଲକ୍ଷ ୫୮ ହଜାର ଟଙ୍କା ଋଣ ଦେଇଛନ୍ତି। ନିୟମାନୁସାରେ ସମୁଦାୟ ଜମା ସଂଗ୍ରହର ୬୦% ଋଣ ଦେବାର ବ୍ୟବସ୍ଥା ରହିଛି ।
ତେବେ ଏହା ମାତ୍ର ୩୨% ହୋଇଛି ।
ଅପରପକ୍ଷରେ ଫସଲ ଉପତ୍ାଦନ ବୃଦ୍ଧି ନିମନ୍ତେ ଚାଷୀଙ୍କୁ ପର୍ଯ୍ୟାପ୍ତ କୃଷି ଋଣ ଦେବା ଉପରେ ସରକାର ଗୁରୁତ୍ୱ ଦେଉଥିବା ସତ୍ତ୍ବେ ଗତ ଆର୍ଥିକ ବର୍ଷରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ପକ୍ଷରୁ ୬୯ ହଜାର ୯୮୭ ଚାଷୀଙ୍କୁ ମାତ୍ର ୩୭୦ କୋଟି ୩୯ ଲକ୍ଷ ୬୮ ହଜାର ଟଙ୍କା ଋଣ ଦିଆଯାଇଛି। ଅନୁଷ୍ଠିତ ଜିଲାସ୍ତରୀୟ ବ୍ୟାଙ୍କ ସମୂହ ପରାମର୍ଶଦାତା ସମୀକ୍ଷା ବୈଠକରୁ ଏହି ତଥ୍ୟ ପ୍ରକାଶ ପାଇଛି । ତେଣୁ ବୈଠକରେ ଅଧ୍ୟକ୍ଷତା କରିଥିବା ଜିଲାପାଳ ବ୍ୟାଙ୍କ ଅଧିକାରୀମାନଙ୍କ ଉପରେ ବିରକ୍ତି ହୋଇଥିଲେ ।
ଜାତୀୟକରଣ ବ୍ୟାଙ୍କଗୁଡ଼ିକ ମଧ୍ୟରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଜିଲାରେ ଥିବା ସର୍ବାଧିକ ୭୮ ଶାଖାରେ ୭୬୫୮.୭୭ କୋଟି ଜମା ସଂଗ୍ରହ ସ୍ଥଳେ ୨୧୩୫ କୋଟି ୮୦ ଲକ୍ଷ ୬୭ ହଜାର ଟଙ୍କା ଋଣ ଦିଆଯାଇଛି । ଅଗ୍ରଣୀ ବ୍ୟାଙ୍କ ମାନ୍ୟତା ପାଇଥିବା ଆନ୍ଧ୍ରବ୍ୟାଙ୍କର ୩୬ ଶାଖାରେ ୧୯୯୪.୬୩ କୋଟିରୁ ଅଧିକ ଟଙ୍କା ଡିପୋଜିଟ ସଂଗ୍ରହ କରାଯାଇ ୬୮୪.୫୨ କୋଟି ଋଣ ଲଗାଣ କରାଯାଇଛି। ବ୍ୟାଙ୍କ ଅଫ ଇଣ୍ଡିଆର ୧୯ ଶାଖାରେ ୪୮୦.୬୬ କୋଟି ଜମା ସଂଗ୍ରହ କରାଯାଇଥିବା ସ୍ଥଳେ ଋଣ ଦିଆଯାଇଛି ୧୪୬୧୦୦୦ ଟଙ୍କା।
ସେହିପରି ବ୍ୟାଙ୍କ ଅଫ ବରୋଦାର ୮ ଶାଖାରେ ୩୭୫.୩୮ କୋଟି ଡିପୋଜିଟ ମଧ୍ୟରୁ ୧୮୧.୫୪ କୋଟି ଋଣ ଦିଆଯାଇଛି। ଆହ୍ଲାବାଦ ବ୍ୟାଙ୍କର ୩ ଶାଖାରେ ୯୮ କୋଟି ୧୮ ଲକ୍ଷ ୫୦ ହଜାର ଜମା ସଂଗ୍ରହ କରାଯାଇ ୩୦ କୋଟି ୨୭ ଲକ୍ଷ ୬୯ ହଜାର ଋଣ ଲଗାଣ ହୋଇଛି। ବ୍ୟାଙ୍କ ଅଫ ମହାରାଷ୍ଟ୍ରର ୧ ମାତ୍ର ଶାଖାରେ ୨୧.୫୪ କୋଟି ଡିପୋଜିଟ୍ ସଂଗ୍ରହ ସ୍ଥଳେ ୧୯.୬୦ କୋଟି ଋଣ ଦିଆଯାଇଛି।
କାନରା ବ୍ୟାଙ୍କର ୧୩ ଶାଖାରେ ୫୧୪.୮୨ କୋଟି ଡିପୋଜିଟ ସଂଗ୍ରହ କରାଯାଇଛି ଏବଂ ୨୧୦.୫୬ କୋଟି ଋଣ ପ୍ରଦାନ କରାଯାଇଛି।
ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ୪ ଶାଖାରେ ୨୨୧.୫୦ କୋଟି ଜମା ସଂଗ୍ରହ ସ୍ଥଳେ ମାତ୍ର ୩୫.୯୯ କୋଟି ଋଣ ଦିଆଯାଇଛି। କର୍ପୋରେଶନ ବ୍ୟାଙ୍କର ୭ ଶାଖାରେ ୧୧୮.୧୧ କୋଟି ଡିପୋଜିଟ ସଂଗ୍ରହ କରାଯାଇ ୮୩.୩୧ କୋଟି ଋଣ ପ୍ରଦାନ କରାଯାଇଛି। ଦେନା ବ୍ୟାଙ୍କର ଗୋଟିଏ ଶାଖାରେ ୨୯.୮୭ କୋଟି ଡିପୋଜିଟ ସଂଗ୍ରହ ସ୍ଥଳେ ୮.୮୪ କୋଟି ଋଣ ଦିଆଯାଇଛି । ଇଣ୍ଡିଆନ ବ୍ୟାଙ୍କର ୧୬ ଶାଖାରେ ୫୬୨.୧୫ କୋଟି ଜମା ସଂଗ୍ରହ ସ୍ଥଳେ ୧୫୬.୦୧ କୋଟି ଋଣ ପ୍ରଦାନ କରାଯାଇଛି।
ଆଇଓବିର ଜିଲାରେ ଥିବା ୨୬ ଶାଖାରେ ୧୦୪୨.୬୭ କୋଟି ଡିପୋଜିଟ ସ୍ଥଳେ ୩୭୭.୦୬ କୋଟି ଋଣ ଲଗାଣ କରାଯାଇଛି। ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସର ଗୋଟିଏ ଶାଖାରେ ୩୫.୬୫ କୋଟି ଜମା ସଂଗ୍ରହ ସ୍ଥଳେ ୨୭.୨୦ କୋଟି ଋଣ ଦିଆଯାଇଛି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ୧୧ ଶାଖାରୁ ୨୩୧.୫୧ କୋଟି ଜମା ସଂଗ୍ରହ କରାଯାଇ ୫୭.୯୫ କୋଟି ଋଣ ଦିଆଯାଇଛି ।
ଅପରପକ୍ଷରେ ସିଣ୍ଡିକେଟ ବ୍ୟାଙ୍କର ୧୧ ଶାଖାରେ ୨୯୪.୨୦ କୋଟି ଜମା ସଂଗ୍ରହ କରାଯାଇ ଋଣ ଦିଆଯାଇଛି ୧୧୪.୨୫ କୋଟି । ୟୁକୋ ବ୍ୟାଙ୍କର ୯ ଶାଖାରେ ୨୫୮.୧୮ କୋଟି ଜମା ସଂଗ୍ରହ ସ୍ଥଳେ ୯୨.୯୨ କୋଟି ଋଣ ଲଗାଣ ହୋଇଛି। ୟୁନିୟନ ବ୍ୟାଙ୍କର ୮ ଶାଖାରେ ୩୮୩ କୋଟି ଜମା ବେଳେ ୧୬୨.୭୨ କୋଟି ଋଣ ପ୍ରଦାନ କରାଯାଇଛି । ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆର ୮ ଶାଖାରେ ୨୪୦.୪୬ କୋଟି ଜମା ସଂଗ୍ରହ କରାଯାଇ ଋଣ ଦିଆଯାଇଛି ୯୨.୩୩ କୋଟି, ବିଜୟା ବ୍ୟାଙ୍କର ଏକମାତ୍ର ଶାଖାରେ ୧୩.୯୬ କୋଟି ଜମା ହୋଇଥିବା ବେଳେ ୨୦ କୋଟିରୁ ଅଧିକ ଟଙ୍କା ଋଣ ଲଗାଣ କରାଯାଇଛି । ଏହା ୧୪୩% ହୋଇଛି ।
ଗୋ’ ଚାଲାଣବେଳେ ଫାଟିଲା ପିକ୍ଅପ୍ ଟାୟାର, ୩ ବଳଦ ମୃତ
ଜଗନ୍ନାଥପ୍ରସାଦ,୭ା୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ରବିବାର ମଧ୍ୟରାତ୍ରିରେ ବେଆଇନ ଗୋ-ଚାଲାଣ ବେଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଜିରାବାଡ଼ି ଗ୍ରାମ ନିକଟରେ…
ଡାକ୍ତର ଅଛନ୍ତି ମାତ୍ର ୧୦…ଛତ୍ରପୁର ହସ୍ପିଟାଲରେ ICU ଓ ଟ୍ରମା କେୟାର ପାଇଁ ଉଠିଲା ଦାବି
ଛତ୍ରପୁର,୬ା୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଉପରେ ଦୈନିକ ଶତାଧିକ ରୋଗୀ ନିର୍ଭର କରନ୍ତି । ପର୍ଯ୍ୟାପ୍ତ ସଂଖ୍ୟକ…
ରାସ୍ତା ନିର୍ମାଣ କାର୍ଯ୍ୟରେ ଅନିୟମିତତା ଅଭିଯୋଗ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର
ଗଞ୍ଜାମ,୬।୯(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡ ୯ ବରପଲ୍ଲୀ ଗ୍ରାମକୁ ଉପଯୁକ୍ତ ରାସ୍ତା ଟିଏ ନଥିଲା । ଦୀର୍ଘ ବର୍ଷ ହେବ ମୋରମ ବିଛା…
ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ
ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…
ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ
ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…
ପୌର ନିର୍ବାଚନ ପାଇଁ ଦିଗପହଣ୍ଡି ବିଜେଡିର ସଜବାଜ, ପ୍ରତି ୱାର୍ଡରେ ଗଠନ ହେବ ଦଳୀୟ କମିଟି
ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ କମାପଡିଆ ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ଵର ଶୈବ ପୀଠ ପ୍ରାଙ୍ଗଣରେ ଦିଗପହଣ୍ଡି ନଗର ବିଜୁ ଜନତା ଦଳ…
ଗୁରୁଙ୍କୁ ସମ୍ମାନ, ଶିକ୍ଷକଙ୍କୁ ସମ୍ବର୍ଦ୍ଧନା; ଭଞ୍ଜନଗର ବିଧାୟକ କହିଲେ…
ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ରବିବାର ସନ୍ଧ୍ୟାରେ ‘ଗୁରୁ ପୂଜନ ସହ ସମ୍ବର୍ଦ୍ଧନା ଉତ୍ସବ’ ଅନୁଷ୍ଠିତ ହୋଇଯାଇଛି…
ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ପରିବାରକୁ ଭେଟିଲେ ବିଜେଡି ପ୍ରତିନିଧି ଦଳ, ବିଧାୟକ…
ଗଞ୍ଜାମ,୬।୯(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ପୂର୍ବତନ ବ୍ଲକ ଅଧକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ସୁଧୀର ବିଶ୍ୱାଳଙ୍କ ଗତ ଶୁକ୍ରବାର ଦିନ ଦେହାନ୍ତ ହୋଇଥିଲା ।…
Archives

