ଜନ୍ମବେଦିରେ ପହଞ୍ଚିଲେ ଶ୍ରୀଜୀଉ

ଖୋର୍ଦ୍ଧା ଅଫିସ,୫।୭: ଖୋର୍ଦ୍ଧା ନିକଟସ୍ଥ ଗୁରୁଜଙ୍ଗ, ମକୁନ୍ଦପ୍ରସାଦ, ଉଇଲକିଶନନଗର ଓ ଦଧିମାଛଗାଡିଆଠାରେ ରଥଯାତ୍ରା ଅନୁରୂପ ଭାବେ ଅନୁଷ୍ଠିତ ହୋଇଯାଇଛି। ଗୁରୁଜଙ୍ଗର ବିଶ୍ୱନାଥ ମନ୍ଦିରରୁ ଏକକ ଜଗନ୍ନାଥ ରଥାରୂଢ ହୋଇ ଟାଙ୍ଗିସାହିସ୍ଥିତ ମାଉସୀ ମା’ ମନ୍ଦିରକୁ ଯାଇଥିଲେ। ଧର୍ମ ପ୍ରକାଶ ମହାନ୍ତି ଛେରା ପହଁରା କରିଥିଲେ। ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟର ରୋଭର ରେଞ୍ଜର ଓ ମକୁନ୍ଦପ୍ରସାଦ ଗ୍ରାମବାସୀଙ୍କ ପକ୍ଷରୁ ଦଧିବାମନ ମନ୍ଦିରରୁ ଏକକ ଜଗନ୍ନାଥ ରଥାରୂଢ ହୋଇ ମେଳଣ ପଡିଆ ନିକଟସ୍ଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚତ୍ଛନ୍ତି। ହୁଲାସ ସାମନ୍ତରାୟ ଏଠାରେ ଛେରାପହଁରା କରିଥିଲେ। ରଥଯାତ୍ରା କମିଟିର ଆବାହକ ଅଧ୍ୟାପକ ଗୋପାଳକୃଷ୍ଣ ଦାସ ଏହାର ପରିଚାଳନା କରିଥିଲେ। ଦଧିମାଛଗାଡିଆରେ ଏକକ ଜଗନ୍ନାଥଙ୍କୁ ଭକ୍ତମାନେ ସନ୍ଧ୍ୟା ସୁନ୍ଧା ମହାବୀର ମନ୍ଦିର ନିକଟସ୍ଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚାଇଥିଲେ। ଏଠାରେ ମାନସ ପଟ୍ଟନାୟକ ଛେରା ପହଁରା କରିଥିଲେ। ଉଲକିଶନନଗରର ମଠାଧୀଶ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଠାକୁର ରଥାରୂଢ ହୋଇ ଅଁଳେଇ ମନ୍ଦିରସ୍ଥିତ ମାଉସୀ ମା’ ମନ୍ଦିରରେ ସନ୍ଧ୍ୟା ସୁଦ୍ଧା ପହଞ୍ଚତ୍ ଯାଇଛନ୍ତି। ସୁଦର୍ଶନ ବଳିଆଳସିଂ ଛେରାପହଁରା କରିଥିଲେ। ଓଳସିଂହରେ ପତିତପାବନ ଦେବଙ୍କ ପୀଠରେ ବ୍ରହ୍ମାନନ୍ଦ ମହାନ୍ତ, ଛଣଗିରିରେ ପତିତପାବନଦେବଙ୍କ ପୀଠରେ ଅଜୟ କୁମାର ମହାନ୍ତି ଓ କୁମାରବସ୍ତ ବରାଳସାହି ପତିତପାବନ ଦେବଙ୍କ ପୀଠରେ ଦିବ୍ୟସିଂହ ବରାଡ ଛେରା ପହଁରା କରିଥିଲେ। ବାଣପୁର ସହରାଞ୍ଚଳର ପଲଟନ ପଡିଆସ୍ଥିତ ବଡହନ୍ତୁଆଡର ଚରଣ ଚକାଦେବଙ୍କ ରଥଯାତ୍ରା ସହ ସାନ ହନ୍ତୁଆଡ ରଙ୍କନାଥ ଦେବଙ୍କର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ଜଟଣୀ,(ଡି.ଏନ.ଏ.): ଜଟଣୀର ବିଭିନ୍ନ ସ୍ଥାନରେ ଗୁରୁବାର ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ କୁଦିଆରୀ ଗ୍ରାମରେ ଶତାଧିକ ଭକ୍ତ ଶ୍ରୀଜୀଉଙ୍କ ରଥ ଟାଣିଥିଲେ। ସେହିପରି ବାଛରାପାଟଣା, କୁଶମାଟି ଆଦି ସ୍ଥାନରେ ଆନନ୍ଦଉଲ୍ଲାସ ସହିତ ରଥଟଣା ଅନୁଷ୍ଠିତ ହୋଇଥିଲା।
ବୋଲଗଡ,(ଡି.ଏନ.ଏ.) : ବୋଲଗଡ ତୃତୀୟାଦେବଙ୍କ ପୀଠରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ରଣପୁର ମଠ ମହନ୍ତ ପର୍ଶୁରାମ ଦାସ ଛେରାପହଁରା କରିଥିଲେ। ଗୋଟିଏ ରଥରେ ତିନିଠାକୁର ମାଉସୀ ମା’ ମନ୍ଦିର ନନ୍ଦିଘୋଷ ଭବନରେ ପହଞ୍ଚତ୍ବା ପରେ ନୀଳାଦ୍ରିବିଜେ ହୋଇଛନ୍ତି। ସେହିଭଳି ରାଜସୁନାଖଳା, ସାଗର ଗାଁ , ବେଣାଗାଡିଆ, ଚମ୍ପାଇଲୋ ଓ ସାନକୁମାରୀରେ ଅନୁରୂପ ଭାବେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି।
କୃଷ୍ଣପ୍ରସାଦ,(ଡି.ଏନ୍‌.ଏ.): ରଥଯାତ୍ରା ଅବସରରେ ଗୁରୁବାର ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଶିଆଳଗାଁରେ ଏକ ନିଆରା ଢଙ୍ଗରେ ପିଲା ରଥଯାତ୍ରା ଆୟୋଜିତ ହେଉଛି। ଉଲ୍ଲେଖଯୋଗ୍ୟ, ୨୨ ବର୍ଷ ପୂର୍ବେ ଅନିରୁଦ୍ଧ ପଣ୍ଡା ନାମକ ଶ୍ରଦ୍ଧାଳୁ ପିଲାଟିଏ ନଡିଆ ଖଡ଼ିିକାରେ ରଥ ଓ ନଡ଼ିଆରେ ଅଙ୍କିତ ୩ ମୂର୍ତ୍ତି ସ୍ଥାପନ କରି ଗାଁ ଦାଣ୍ଡରେ ଟାଣିଥିଲେ। ପିଲା, ମହିଳାମାନେ ଏହା ଟାଣିଥିଲେ। ନଗେନ୍ଦ୍ର ଜଗଦେବ ନାୟକ ଛେରାପହଁରା କରିଥିଲେ। ସେହିଭଳି ପାରିକୁଦଗଡ଼ରେ ପାରିକୁଦ ରାଜ ପୁରୋହିତ, ତିତିପ ଗାଁରେ ଭଗବାନ ପଣ୍ଡା ଛେରାପହଁରା କରିଥିଲେ। ଗୁରୁବାଈ, ଗୋରାପୁର, ମାଲୁଦର ଦଧିବାମନ ଦେବ, ବଜ୍ରକୋଟସ୍ଥିତ ଜଗନ୍ନାଥ ମନ୍ଦିରରେ ମଧ୍ୟ ଘୋଷଯାତ୍ରା ଅନୁଷ୍ଠିତ ହୋଇଥିଲା।
ଟାଙ୍ଗୀ(ଖୋର୍ଦ୍ଧା),(ଡି.ଏନ୍‌.ଏ.)-ଚିଲିକା ଉପକୂଳସ୍ଥିତ ଭୁଷଣ୍ଡପୁର ଓ କୁହୁଡ଼ିଠାରେ ଅନୁଷ୍ଠିତ ରଥଯାତ୍ରାରେ ଛେରାପହଁରା କାର୍ଯ୍ୟ ସମ୍ପାଦନ କରିଥିଲେ ପାରିକୁଦ ରାଜା ସନ୍ତୋଷ ସିଂହ ମର୍ଦ୍ଦରାଜ ଭ୍ରମରବର ରାୟବାହାଦୁର। ରଥଯାତ୍ରା କମିଟି ତରଫରୁ ରାଜାଙ୍କୁ ବାଲିପାଟପୁର ପଞ୍ଚାୟତ କାର୍ଯ୍ୟାଳୟଠାରୁ ରାଜାଙ୍କୁ ପାଛୋଟି ନିଆଯାଇଥିଲା  ଡିଏସ୍‌ପି ସତୀଶ ପାଢ଼ୀ, ଟାଙ୍ଗୀ ଥାନାଧିକାରୀ ସରୋଜ କୁମାର ଉପାଧ୍ୟାୟ ଓ ଭୁଷଣ୍ଡପୁର ଫାଣ୍ଡି ଅଧିକାରୀ ହରିବନ୍ଧୁ ଦାସଙ୍କ ନେତୃତ୍ୱରେ ୧ ପ୍ଲାଟୁନ ଫୋର୍ସ ପୋଲିସ ନିୟୋଜିତ ହୋଇଥିଲେ। ଶ୍ରୀଗୁଣ୍ଡିଚାଠାରୁ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ପ୍ରତି ସନ୍ଧ୍ୟାରେ ଦୋଳପଡିଆଠାରେ ରାଜ୍ୟ ସଂସ୍କୃତି ବିଭାଗ ତରଫରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବାଘେଇ ମନ୍ଦିରଠାରୁ ହାଟନୂଆସାହି ମନ୍ଦିର ପର୍ଯ୍ୟନ୍ତ ରଥଟଣା କାର୍ଯ୍ୟକ୍ରମରେ ବାଘନାଚ, ଘୋଡାନାଚ, ଡିଜେ, କରତାଳ, ଘଣ୍ଟଘଣ୍ଟି, କାହାଳି ଓ ମୁଦଙ୍ଗ ବାଜି ଉଠିଥିଲା। ଚଣ୍ଡେଶ୍ୱର, ସୋରଣ, ରତନପୁର, ହାଟବରଡିହ ଆଦି ଅଞ୍ଚଳର ଶ୍ରଦ୍ଧାଳୁମାନେ ରଥ ଟାଣିଥିଲେ। ଏହି କାର୍ଯ୍ୟକ୍ରମରେ ଟାଙ୍ଗୀ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ଜେନା, କୁହୁଡ଼ି ସରପଞ୍ଚ ବିପିନ ଉଦୟସିଂହ, ଡାକ୍ତର ଟୁନି ମହାରଣା ଓ ପ୍ରାକ୍ତନ ସରପଞ୍ଚ ପବିତ୍ର ହରିଚନ୍ଦନ ପ୍ରମୁଖ ସହଯୋଗ କରିଥିଲେ। ସେହିପରି ଟାଙ୍ଗୀଠାରେ ଅନୁଷ୍ଠିତ ରଥଯାତ୍ରାରେ ପ୍ରଶାସନିକ ଅଧିକାରୀ ଭାରତ ଭୂଷଣ ଜଗଦେବ ଛେରାପହଁରା କରିଥିଲେ। ଭକ୍ତମାନେ ଦୋଳପଡିଆଠାରୁ ପ୍ରାୟ ଦେଢ କିମି ଦୂର ବଳରାମଦେବ ମନ୍ଦିର ପର୍ଯ୍ୟନ୍ତ ରଥକୁ ଟାଣି ଟାଣି ଆଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଲ୍ଡେନ ବୁଟ୍‌ ରେସ୍‌ରେ ଏହି ୩ ଖେଳାଳି, ଜାଣନ୍ତୁ…

ଇଷ୍ଟ ରଦରଫୋର୍ଡ,୭ା୭: ବ୍ରାଜିଲ ବିପକ୍ଷ ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଡବଲ ଗୋଲ ଦେଇ ନରଓ୍ବେକୁ ଜିତାଇଥିବା ଏର୍ଲିଂ ହାଲାଣ୍ଡ ଚଳିତ ବିଶ୍ୱକପ୍‌ରେ ଗୋଲ୍ଡେନ ବୁଟ୍‌ ରେସରେ ସାମିଲ ହୋଇଛନ୍ତି।…

ଶିଶୁ କନ୍ୟାଙ୍କୁ ଝୁଣି ଦେଲେ ୨ ବୁଲା କୁକୁର: ୩ ସ୍ଥାନରେ ଲାଗିଛି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନାଳା ଗ୍ରାମର ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପାଟପୁର ଗ୍ରାମର ପ୍ରମୋଦ ସାହୁଙ୍କ…

ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ରାଜସ୍ୱ ଭବନ: ୬୦୦ କୋଟି ଟଙ୍କା ବ୍ୟୟରେ ଉଠିବ ୧୦ ମହଲା ବିଶିଷ୍ଟ କୋଠା

ଭୁବନେଶ୍ୱର, ୭।୭: ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଏକ ନୂଆ ରାଜସ୍ୱ ଭବନ ନିର୍ମାଣ…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

ଆନ୍ନା ହଜାରେଙ୍କୁ ନେଇ ବିବାଦୀୟ ବୟାନ ଦେଲେ ‘କକ୍ରୋଚ ଜନତା ପାର୍ଟି’ର ଅଭିଜିତ ଦୀପକେ, ହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୭।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ଆନ୍ଦୋଳନ କରୁଥିବା ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆନ୍ନା ହଜାରେଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ…

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରି ପ୍ରଧାନଶିକ୍ଷକ ଅଟକ

ଭଣ୍ଡାରିପୋଖରୀ,୭।୭: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବାଲିପୋଖରୀ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାଲିପୋଖରୀ ପଞ୍ଚାୟତ ଶୁକଦେବ ଜେନା ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ…

ବନ୍ଦ ଘରୁ ମିଳିଲା ଆଉଟସୋର୍ସିଂ କର୍ମଚାରୀଙ୍କ ମୃତଦେହ, ଗନ୍ଧ ହେବାରୁ…

ବଲାଙ୍ଗୀର,୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାର୍ତ୍ତିକ ମଛଖଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri