ଜଜାଙ୍ଗ ଖଣି ଶ୍ରମିକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଯୋଡ଼ା, ୮।୧୧(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳ ଅଧୀନ ଜଜାଙ୍ଗ ଖଣି ଶ୍ରମିକମାନେ ଗୁରୁବାର କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି ା ବିଭିନ୍ନ ଦାବି ନେଇ ସେମାନେ ସକାଳ ୬ ଟାରୁ ଏହି ଆନ୍ଦୋଳନ ଚାଲିଛି ା ଏହି ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଥମି ନାହିଁ ା ଏହାକୁ ନେଇ ଖଣି ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ସେଠାରେ ପୋଲିସ ଫେର୍ସ ମୁତୟନ କରାଯାଇଛି ା
ଗୁରୁବାର ସକାଳୁ ଜଜାଙ୍ଗ ମାଇନ୍ସ ମଜଦୁର ସଂଘର ସମର୍ଥିତ ଶ୍ରମିକମାନେ କାର୍ଯ୍ୟବନ୍ଦ କରିବା ସହ ଖଣି ଭିତରେ ବସି ରହିଛନ୍ତି। ଆନ୍ଦୋଳନ ସମ୍ପର୍କରେ ଭାରତୀୟ ମଜଦୁର ସଂଘର ରାଜ୍ୟ ସମ୍ପାଦକ ତଥା ଜଜାଙ୍ଗ ମାଇନ୍ସ ମଜଦୁର ସଂଘର ସଭାପତି ଡାକ୍ତର ମହାନ୍ତ କହିଛନ୍ତି, ଶ୍ରମିକମାନେ ତା୨୬।୫।୨୦୧୯ ରିଖରେ ବିଭିନ୍ନ ଦାବି ପୂରଣ ପାଇଁ ୧୫ ଦିନ ଧରି କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିଲେ ା ଏହାପରେ ରିଜିଓନାଲ ଲେବର କମିଶନର ଓ ସେଣ୍ଟ୍ରାଲ ଡାଇରେକ୍ଟର ଚିଫ୍‌ ଲେବର କମିଶନର ପକ୍ଷରୁ ଏହାର ସମାଧାନ ପାଇଁ କମ୍ପାନୀକୁ ନୋଟିସ କରାଯାଇଥିଲା। ୫ ଥର ନୋଟିସ ପରେ ବି ଆଲୋଚନା ପାଇଁ କମ୍ପାନୀ କର୍ତ୍ତୃପକ୍ଷ ଯାଇ ନ ଥିବାରୁ ଏହି ବିବାଦର କୌଣସି ସମାଧାନ ହୋଇ ପାରି ନ ଥିଲା । ଏଣୁ ବାଧ୍ୟ ହୋଇ ସଂଘ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ତା୨୪।୧୦।୨୦୧୯ ରିଖରେ ଏକ ଚିଠି ଲେଖିଥିଲା। ଉକ୍ତ ଚିଠିରେ ଶ୍ରମିକଙ୍କ ଦାବି ନେଇ ଯେଉଁ ବିବାଦ ରହିଛି ତା’ର ସମାଧାନ କରା ନ ଗଲେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା ା ମାତ୍ର କମ୍ପାନୀ କର୍ତ୍ତୃପକ୍ଷ ଏହାକୁ ଭ୍ରୂକ୍ଷେପ ନ କରିବାରୁ ଜଜାଙ୍ଗ ମାଇନ୍ସ ମଜଦୁର ସଂଘର କେତେଜଣ ଶ୍ରମିକ ଗୁରୁବାର ଆନ୍ଦୋଳନରେ ବସିଛନ୍ତି। ଏହି ବିବାଦର ସମାଧାନ ନ ହେଲେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଶ୍ରମିକମାନେ ଆନ୍ଦୋଳନ କରିବେ ବୋଲି ସଂଘର ସଭାପତି ମହାନ୍ତ କହିଛନ୍ତି।
ସଂଘର ସକ୍ରିୟ ସଦସ୍ୟ ଶିଶିର ମାଝି, ଗଣେଶ ପାତ୍ର, ବାବୁଲୁ ମାଝି, ଅଖୀଳ ମହାକୁଡ, ମାନସିଂ ମୁଣ୍ଡା, ରତ୍ନାକର ହଂସ, ଲକ୍ଷ୍ମୀଧର ଆରୋରା ପ୍ରମୁଖ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ା ଏସମ୍ପର୍କରେ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଶ୍ରମିକଙ୍କ ଆନ୍ଦୋଳନ ପରେ ପ୍ରଶାସନ ପକ୍ଷରୁ ଖଣିର କାର୍ଯ୍ୟ ଚାଲୁରଖିବା ପାଇଁ ତା ୨୯।୦୯।୨୦୧୯ ରିଖରେ ୨ମାସ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଥିଲା ା ଯାହାକି ଆସନ୍ତା ୨୯ ପର୍ଯ୍ୟନ୍ତ ବଳବତ୍ତର ରହିଛି ା ଏହାସତ୍ତ୍ୱେ ସଂଘ ଡାକରାରେ ଶ୍ରମିକମାନେ ଖଣି ଭିତରେ ଆନ୍ଦୋଳନ କରିବା ଏକ ପ୍ରକାର ଅପରାଧ । ଖଣିକୁ ଯେଉଁମାନେ କାମ କରିବାକୁ ଯାଉଛନ୍ତି ସେମାନଙ୍କୁ ଧମକଚମକ ଦିଆଯାଇ ବାହାର କରିଦିଆଯାଉଛି ବୋଲି କମ୍ପାନୀ ପକ୍ଷରୁ ଅଭିଯୋଗ କରାଯାଇଛି ା
ଆନ୍ଦୋଳନ ସ୍ଥଳରେ ବଡବିଲ ଏସ୍‌ଡିପିଓ ଦିଲୀପ କୁମାର ବାଗ୍‌, ଯୋଡା ଥାନା ଆଇଆଇସି ରାଇସେନ୍‌ ମୁର୍ମୁ, ବାମେବାରୀ ଭାରପ୍ରାପ୍ତ ଅଧିକାରୀ ପରେଶ କୁମାର ମହାନ୍ତିଙ୍କ ସହିତ ବଡ଼ବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା ଓ ମାଜିଷ୍ଟ୍ରେଟ ଏବଂ ପୋଲିସ ଫୋର୍ସ ମୁତୟନ ହୋଇଛି। ଏନେଇ ବାମେବାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପରେଶ କୁମାର ମହାନ୍ତି କହିଛନ୍ତି, ଖଣିରେ ୧୪୪ ଧାରା ଜାରି ରହିଛି ା ଆନ୍ଦୋଳନକାରୀ ଶ୍ରମିକମାନଙ୍କୁ ପୋଲିସ ଉଠାଇ ନେବା ପରେ ବାମେବାରୀ ଥାନାରେ ଚାପା ଉତ୍ତେଜନା ପ୍ରକାଶ ପାଇଛି ା ତଥାପି ପୋଲିସ ପରିସ୍ଥିତିକୁ ସମ୍ଭାଳିବାକୁ ଚେଷ୍ଟା ଚଳାଇଛି ା

 


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ‘ୟୁଭିଏ’ର ସୌଜନ୍ୟମୂଳକ ସାକ୍ଷାତ: ଜେଏମ୍ଏଫ୍ସି ବିଚାରପତିଙ୍କ ସହ ସାମାଜିକ-ଆଇନଗତ ସମସ୍ୟା ଉପରେ…

ଥୁଆମୂଳ ରାମପୁର,୨୦।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳରେ ଶିକ୍ଷାର ବିକାଶ, ସ୍କୁଲ ଡ୍ରପଆଉଟ୍ ସମସ୍ୟା, ସାମାଜିକ କୁସଂସ୍କାର ଏବଂ ସାଧାରଣ ଲୋକଙ୍କ ନିଶୁଳ୍କ ଆଇନଗତ…

ଇନଷ୍ଟାଗ୍ରାମରୁ ପ୍ରେମ ସମ୍ପର୍କ ଯୋଡ଼ି ଅପହରଣ କରି ନେଇଥିଲେ, ଭୁବନେଶ୍ୱରରୁ ନାବାଳିକାଙ୍କୁ ଉଦ୍ଧାର, ଅଭିଯୁକ୍ତଙ୍କୁ ଗିରଫ କରି…

ଦିଗପହଣ୍ଡି,୨୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ନେଇ କେ.ନୂଆଗାଁ ଥାନାରେ ଅଭିଯୋଗ…

ନିୟମିତ ଆବର୍ଜନା ଉଠା ନଗଲେ ଆନ୍ଦୋଳନ: ଟ୍ରାକ୍ଟରରେ ଯାଇ ସ୍ମାରକପତ୍ର ପ୍ରଦାନ, ୧୦ଦିନ ମଧ୍ୟରେ…

ବରଗଡ଼,୨୦ା୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ସହରର ରାସ୍ତାକଡ଼, ବସଷ୍ଟାଣ୍ଡ ଓ ବଜାର ଅଞ୍ଚଳରେ କୁଢ଼ କୁଢ଼ ଆବର୍ଜନା ଜମା ହୋଇ…

ଅନୁଦାନରୁ ବଞ୍ଚିତ ଅଧ୍ୟାପକମାନଙ୍କ ସମନ୍ୱୟ ସମିତି ବୈଠକ: ସରକାରୀ ପ୍ରତିଶ୍ରୁତିକୁ ନେଇ କ୍ଷୋଭ

ଭୁବନେଶ୍ୱର/ମହାକାଳପଡ଼ା,୨୦ା୮: ରାଜ୍ୟର ଅନୁଦାନରୁ ବଞ୍ଚିତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନଙ୍କୁ ନେଇ ଭୁବନେଶ୍ୱର ସ୍ଥିତ ଆର୍ଯ୍ୟ ମନ୍ଦିରଠାରେ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି।…

ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ବିଧାନସଭା ଗୃହ କମିଟି: ବିକାଶ କାର୍ଯ୍ୟର…

ପୁରୁଷୋତ୍ତମପୁର,୨୦ା୮(ସବିତା ମିଶ୍ର): ଓଡ଼ିଶା ବିଧାନସଭା ଗୃହ କମିଟି (ସବମିସନ୍) ଗଞ୍ଜାମ ଜିଲା ଗସ୍ତରେ ଆସିଥିବା ଅବସରରେ ଗୁରୁବାର ସନ୍ଧ୍ୟାରେ ମା’ ତାରାତାରିଣୀଙ୍କ ପୀଠ ପରିଦର୍ଶନ କରିଛନ୍ତି। କମିଟି…

ଥୁଆମୂଳ ରାମପୁରରେ ରାସନ ଚାଉଳ ଓଜନରେ ହେରଫେର୍: ଏମ୍‌ଆଇଙ୍କ ତଦନ୍ତ ପରେ ମେସିନ୍ ବନ୍ଦ, ବଳକା ଚାଉଳ ଯାଉଛି କୁଆଡ଼େ?

ଥୁଆମୂଳ ରାମପୁର,୨୦ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତରେ ପିଡିଏସ (PDS) ରାସନ ଚାଉଳ ଓଜନରେ ବ୍ୟାପକ ହେରଫେର୍ ନେଇ ଗୁରୁବାର ଗୁରୁତର ଅଭିଯୋଗ ସାମ୍ନାକୁ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଜେଲ କର୍ମଚାରୀଙ୍କ ପୋଷାକ ଭତ୍ତା ୨ ଗୁଣା ବୃଦ୍ଧି

ଭୁବନେଶ୍ୱର,୨୦।୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ଜେଲ କର୍ମଚାରୀ ଏବଂ ଅଧିକାରୀଙ୍କ ବାର୍ଷିକ ପୋଷାକ ଭତ୍ତାକୁ ୨ ଗୁଣା ବୃଦ୍ଧି…

ଘରୋଇ ବସ୍‌ର ଦାଦାଗିରି: ହାଇଦ୍ରାବାଦରୁ ଟିକେଟ୍ କାଟିଥିବା ଯାତ୍ରୀଙ୍କୁ ଅଧା ରାସ୍ତାରେ ଓହ୍ଲାଇଦେଲେ,ଆମପାଣିରେ…

କୋକସରା,୨୦ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଘରୋଇ ବସ୍ କର୍ମଚାରୀଙ୍କ ଦବଙ୍ଗଗିରି। ପୂରା ରାସ୍ତାର ଟିକେଟ୍ କାଟି ଅଧା ବାଟରେ ଯାତ୍ରୀଙ୍କୁ ଓହ୍ଲାଇ ଦେବା ଭଳି ଅଭାବନୀୟ ଦୃଶ୍ୟ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri