ଛେଣ୍ଡିପଦାରେ ଗ୍ରୀଷ୍ମପ୍ରବାହ ଜାରି: ଅଟକିଛି ଚାଷ, ମରୁଡ଼ି ଆଶଙ୍କା

ଛେଣ୍ଡିପଦା,୨୨ା୭(ଡି.ଏନ.ଏ.) ଅନୁଗୋଳ କୃଷି ଜିଲା ଅନ୍ତର୍ଗତ ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଜାରି ରହିଛି ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳି। ଜୁଲାଇ ଆରମ୍ଭରୁ ସ୍ବଳ୍ପ ବର୍ଷା ପରେ ଆଉ ବର୍ଷାର ନାଁ ଗନ୍ଧ ନାହିଁ। ଲଗାତର ୧୫ ଦିନ ହେଲାଣି ପ୍ରବଳ ଖରା ଯୋଗୁ ଗ୍ରୀଷ୍ମଋତୁ ପରି ଅନୁଭୂତ ହେଉଛି। ବର୍ଷା ଅଭାବରୁ ଏବେ ସମଗ୍ର ବ୍ଲକରେ ଅଞ୍ଚଳରେ ଚାଷ ପ୍ରଭାବିତ ହୋଇଛି। ଜୁନରେ ଚାଷୀମାନେ ଧାନ ବୁଣା ସାଙ୍ଗକୁ ତଳିପକା କାର୍ଯ୍ୟ କରିଥିଲେ। ଅଦ୍ୟାବଧି ବର୍ଷା ହେଉ ନ ଥିବାରୁ ଚାଷକାର୍ଯ୍ୟ ଆଗେଇପାରୁନି। ଆଉ କିଛି ଦିନ ଏପରି ଲାଗି ରହିଲେ ମରୁଡ଼ି ସ୍ଥିତି ଉପୁଜିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି।
ସାଧାରଣତଃ ଜୁଲାଇରେ ୨୫୦ ମିମିରୁ ୩୦୦ ମିମି ବର୍ଷା ଆବଶ୍ୟକ ହୋଇଥାଏ। ହେଲେ ବ୍ଲକ ଅଫିସ ବୃଷ୍ଟିପାତ ବିବରଣୀ ଅନୁଯାୟୀ ମାତ୍ର ୪ ଦିନ ଜୁଲାଇରେ ୨ରେ ୧୨.୬ ମିମି, ୩ରେ ୬.୨ମିମି, ୪ରେ ୧୩.୪ ମିମି, ୬ରେ ୯.୬ ମିମି ବର୍ଷା ହୋଇଛି। ସେହିପରି ଜୁନରେ ମୌସୁମୀ ବର୍ଷା ନ ଥିବାବେଳେ କେବଳ ଲଘୁଚାପଜନିତ ୨୦୮.୪ ମିମି ବୃଷ୍ଟିପାତ ହୋଇଥିବା ରେକର୍ଡ କରାଯାଇଛି। ଏହାପରଠାରୁ ଆଦୌ ବୃଷ୍ଟିପାତ ହୋଇ ନ ଥିବା ଯୋଗୁ ଧାନ ସହ ଅଣଧାନ ଫସଲ, ପନିପରିବା ଚାଷ ଆଦି ଉଜୁଡିବାକୁ ବସିଛି। ହାତଗଣତି ଭାବେ ଥିବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ବନ୍ଧ, ଗାଡିଆ, ପୋଖରୀ ସହ ନଈନାଳ ଆଦି ଶୁଖିଲା ହୋଇପଡିଛି। ବ୍ଲକ ଅଞ୍ଚଳର ଅଧିକାଂଶ ଚାଷୀ ବର୍ଷା ଉପରେ ନିର୍ଭର କରୁଥିବାରୁ ଏବେ ସେମାନେ ଫସଲହାନି ଚିନ୍ତାରେ ପଡିଛନ୍ତି। ଏହାର ମୁକାବିଲା ପାଇଁ କୃଷି ବିଭାଗ, ଜିଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ଅଭିଯୋଗ ହୋଇଛି। ସ୍ଥିତିରେ ସୁଧାର ପାଇଁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri