କୋଚି,୨୦ା୨(ଆଇଏଏନ୍ଏସ୍): ଏକ ଘରକୁ ଚୋରି କରିବା ପାଇଁ ଜଣେ ଚୋର ଯାଇଥିଲେ। ଘରେ ଆର୍ମି କ୍ୟାପ୍ ଦେଖି ତାହା ଜଣେ ପୂର୍ବତନ ସୈନିକଙ୍କ ଘର ବୋଲି ଜାଣିବା ପରେ ସେ ଚୋରି ନ କରିବାକୁ ନିଷ୍ପତ୍ତି ନେଇଥିଲେ। ଫେରିଆସିବା ପୂର୍ବରୁ ଚୋର ସେଠାରେ ଥିବା ମଦ ପିଇଦେଇଥିଲେ। ଏପରି କୌତୂହଳପୂର୍ଣ୍ଣ ଘଟଣା ଘଟିଛି କେରଳର କୋଚିସ୍ଥିତ ତ୍ରିପୁନିଥୁରାରେ। ବୁଧବାର ସକାଳେ ଶ୍ରମିକମାନେ ସମ୍ପୃକ୍ତ ପୂର୍ବତନ ସେନା ଅଧିକାରୀଙ୍କ ଘର ମରାମତି କରିବାବେଳେ ଏହି ଘଟଣା ସାମ୍ନାକୁ ଆସିଛି। ଘର ସାମ୍ନାପଟ କବାଟକୁ ଭାଙ୍ଗିଦିଆଯାଇଛି। କାନ୍ଥରେ ଚୋର ଲେଖିଥିବା କଥା ପଢ଼ି ସମସ୍ତେ ବିସ୍ମିତ ହୋଇଯାଇଛନ୍ତି। ଚୋର ଲେଖିଛନ୍ତି, ଏହା ଜଣେ ସେନା ଅଧିକାରୀଙ୍କ ଘର ବୋଲି ମୁଁ ଜାଣି ନ ଥିଲି। ହେଲେ ତାଙ୍କର ଟୋପି ଦେଖିବା ପରେ ଚୋରି କରିବା ନିଷ୍ପତ୍ତି ବଦଳାଇଦେଲି। ଅଫିସର, ଦୟାକରି ମୋତେ କ୍ଷମା କରିଦିଅନ୍ତୁ। ଅନ୍ୟ ଏକ ସ୍ଥାନରେ ସେ ପୁଣି ଲେଖିଛନ୍ତି, ନିକଟସ୍ଥ ଏକ ଦୋକାନରୁ ସେ ଟଙ୍କା ଓ ବ୍ୟାଗ୍ ଚୋରି କରିଛନ୍ତି। ସେ ଯେହେତୁ ଟଙ୍କା ନେଇସାରିଛନ୍ତି, ବ୍ୟାଗ୍ଟିକୁ ଦୋକାନୀଙ୍କୁ ଫେରସ୍ତ କରାଯିବା ଉଚିତ। ସମ୍ପ୍ରତି ମଧ୍ୟପ୍ରାଚ୍ୟରେ କାର୍ଯ୍ୟରତ ଘର ମାଲିକ ଇସାକ୍ ମନି କହିଛନ୍ତି, ଏହି ଘଟଣା ପରେ ତାଙ୍କ ପାଖକୁ ଅନେକ ଫୋନ୍ କଲ ଆସିବାରେ ଲାଗିଛି।
ମୁଖ୍ୟମନ୍ତ୍ରୀ ହେବା ପରେ ଦିଲ୍ଲୀରେ ମୋଦିଙ୍କୁ ସାକ୍ଷାତ କଲେ ବିଜୟ, ୨୦ ମିନିଟରେ କଲେ…..
ନୂଆଦିଲ୍ଲୀ,୨୭।୫: ଜୋସେଫ ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଦିଲ୍ଲୀ ଗସ୍ତ କରିଥିଲେ। ଏଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ଏହା ତାମିଲନାଡୁରେ…
କର୍ନାଟକରେ ସତ୍ତା ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଶେଷ! କାଲି ଏହି ସମୟରେ ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ
ବେଙ୍ଗାଲୁରୁ,୨୭।୫: କର୍ନାଟକରେ ଆଗାମୀ ଦୁଇ ଦିନ ମଧ୍ୟରେ କ୍ଷମତା ପରିବର୍ତ୍ତନ ନେଇ କଳ୍ପନାଜଳ୍ପନା ତୀବ୍ର ହେଉଥିବା ବେଳେ, କଂଗ୍ରେସ ବିଧାୟକ ଆର.ଭି. ଦେଶପାଣ୍ଡେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ…
ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ଇଡି ଚଢ଼ାଉକୁ ବିରୋଧ: ଅଧିକାରୀଙ୍କ ଗାଡ଼ି ଉପରକୁ ଆକ୍ରମଣ
ଥିରୁଭାନନ୍ତପୁରମ୍,୨୭ା୫: କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ଥିରୁଭାନନ୍ତନପୁରମ୍ସ୍ଥିତ ବାସଭବନ ବାହାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) (ସିପିଆଇଏମ) କର୍ମୀମାନେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀଙ୍କ ଗାଡ଼ି…
ମୋଦି କ୍ୟାବିନେଟ୍ର ବଡ଼ ନିଷ୍ପତ୍ତି: ରାସନକୁ ନେଇ ଆସିଲା ନୂଆ ନିୟମ; ୮୦ କୋଟି ଲୋକଙ୍କ ଉପରେ ପଡ଼ିବ ସିଧା ପ୍ରଭାବ!
ନୂଆଦିଲ୍ଲୀ,୨୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି କ୍ୟାବିନେଟ ନିଷ୍ପତ୍ତି ରାସନ ପାଉଥିବା 800 ନିୟୁତ…
TMC ଛାଡ଼ିଲେ ଏମ୍ପି କାକୋଲି ଘୋଷ, ମମତାଙ୍କର ଥିଲେ ଅତି ଘନିଷ୍ଠ
କୋଲକାତା,୨୭ା୫: TMCକୁ ବଡ଼ ଝଟ୍କା। ଦଳ ଛାଡ଼ଛନ୍ତି ଏମ୍ପି କାକୋଲି ଘୋଷ। ସେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅତି ଘନିଷ୍ଠ ଥିଲେ। ବାରାଶତ୍ରୁରୁ ସେ…
ଅଧାରୁ ଫେରିଲା ଏୟାର ଇଣ୍ଡିଆ ବିମାନ, ୩ ଘଣ୍ଟା ଉଡ଼ାଣ ପରେ…
ନୂଆଦିଲ୍ଲୀ,୨୭ା୫: ଯାନ୍ତ୍ରିକ ତ୍ରୁଟି ପାଇଁ ଅଧାରୁ ଫେରିଆସିଲା ଏୟାର ଇଣ୍ଡିଆ ବିମାନ। ସାନ ଫ୍ରାନ୍ସିସ୍କୋ ଯାଉଥିଲା ବେଳେ ଫେରି ଆସିଲା। ୩ ଘଣ୍ଟା ଉଡ଼ାଣ କରି ସାରି…
୪ ଡେପୁଟି ସିଏମ୍ଙ୍କ ସହ କ୍ଷମତା ସମ୍ଭାଳିବେ ଡିକେ ଶିବକୁମାର; ନାଁ ଫାଇନାଲ୍!
ବେଙ୍ଗାଲୁରୁ,୨୭।୫: ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଇସ୍ତଫା ଏବଂ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ ସମ୍ପର୍କରେ କଳ୍ପନାଜଳ୍ପନା ମଧ୍ୟରେ, ରାଜ୍ୟରେ ନୂଆ ସରକାର ଗଠନ ସମ୍ପର୍କରେ ଆଉ…
ରେଲେଓ଼୍ବ ଷ୍ଟେଶନରେ ମହଙ୍ଗା ହେଲା ଖାଦ୍ୟ; ଜାଣନ୍ତୁ କେଉଁ ଖାଦ୍ୟ କେତେ ବଢିଲା…
ନୂଆଦିଲ୍ଲୀ,୨୭।୫: ରେଳ ଷ୍ଟେସନରେ ମହଙ୍ଗା ହେଲା ଖାଦ୍ୟ; ନୂତନ ଦର ଜୁନ ୧ ରୁ ଲାଗୁ ହେବା ନେଇ ବଡ଼ ଘୋଷଣା। ଏହି ନୂତନ ସଂଶୋଧନ ପରେ,…
Archives

