ଚାଷ ଆଗରେ ଚାକିରି ତୁଚ୍ଛ

ଅନୁଗୋଳ ସହର,୨୦ା୨ – ଉଚ୍ଚ ପଦବୀର ଅଧିକାରୀ ଥିଲେ। ମୋଟା ଅଙ୍କର ବେତନ ବି ପାଉଥିଲେ। ଅତୀତରେ ଅନୁଗୋଳ କଲେଜର ଛାତ୍ର ସଂସଦ ସଭାପତି ଥିବାରୁ ସହରରେ ଭଲ ପରିଚୟ ମଧ୍ୟ ଥିଲା। ତଥାପି ଆତ୍ମସନ୍ତୋଷ ପାଇଁ ସେ ଚାକିରିକୁ ତୁଚ୍ଛ କରି ଚାଷକୁ ଆପଣାଇ ନେଲେ।ଜୈବିକ ଚାଷପଦ୍ଧତିକୁ ଗୁରୁତ୍ୱ ଦେଇ ଅନୁଗୋଳ ଜିଲାରେ ଆଧୁନିକ କୃଷିକ୍ଷେତ୍ରରେ ନଁ। କରିଥିବା ଏହି ଉଚ୍ଚଶିକ୍ଷିତ ଚାଷୀ ଜଣକ ହେଲେ ବନ୍ତଳା ଥାନା ତଳଗଡ଼ ଗ୍ରାମର ବିଭୁ ପ୍ରଧାନ।


ଅନୁଗୋଳ ମହାବିଦ୍ୟାଳୟରେ ଯୁକ୍ତ ୩ ବାଣିଜ୍ୟ ପଢ଼ୁଥିବା ବେଳେ ୨୦୦୦-୨୦୦୧ରେ ସେ ଛାତ୍ର ସଂସଦ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ପାଠ ସରିବା ପରେ ସେ ପ୍ରଥମେ ଏକ ବିଜ୍ଞାପନ ଏଜେନ୍ସି ଖୋଲି ୬ ବର୍ଷ ଚଳାଇଥିଲେ। ପରେ ଆଇସିଆଇସିଆଇ ବ୍ୟାଙ୍କର ଅନୁଗୋଳ ଶାଖାରେ ବୀମା ମ୍ୟାନେଜର ଭାବେ ନିଯୁକ୍ତି ପାଇଥିଲେ। ସେଠାରେ ୫ ବର୍ଷ ଧରି କାମ କରିଥିଲେ ମଧ୍ୟ ଚାକିରିର ମୋହ ତାଙ୍କୁ ରୋକିପାରି ନ ଥିଲା। କୃଷିକ୍ଷେତ୍ର ପ୍ରତି ମନରେ ଆଗ୍ରହ ଦେଖାଦେବାରୁ ସେ ଚାକିରି ଛାଡ଼ି ପ୍ରଥମେ ଭୁବନପୁରରେ ଥିବା ନିଜର ୧୧ ଏକର ଜମିରେ ଅମୃତ ଭଣ୍ଡା, ପୋଟଳ, କଦଳୀ, ଆମ୍ବ, ସଜନା ଆଦି ଚାଷ କରିଥିଲେ। କିନ୍ତୁ ବନ୍ୟଜନ୍ତୁ ବ୍ୟାପକ କ୍ଷୟକ୍ଷତି ଘଟାଇବାରୁ ସେଠାରୁ ମୁହଁ ଫେରାଇ ଅନୁଗୋଳ ସହର ନିକଟ ଶରଧାପୁର ଗ୍ରାମର ଜଣେ ବ୍ୟକ୍ତିଙ୍କ ୬ ଏକର ଜମି ଲିଜ୍‌ ନେଇ ଚାଷ କଲେ। ଏକ ଲକ୍ଷ ଟଙ୍କା ଖର୍ଚ୍ଚ କରି ଖାଲ ଢିପକୁ ସମତଳ କରିବା ପରେ ମାଟି ବିଶୁଦ୍ଧ ପାଇଁ ୫୦ ହଜାର ଟଙ୍କାର ଗୋବର କିଣି ଜମିରେ ପକାଇଲେ। ଏଥିସହିତ ବୁନ୍ଦା ଜଳ ସେଚନ, ବୋରଓ୍ବେଲ ଓ ୬ ହଜାର ମିଟର ପାଇପ୍‌ କିଣିବା ବାବଦକୁ ୩ ଲକ୍ଷ ଟଙ୍କା ବ୍ୟୟ କରିଥିଲେ। ୨୦୧୭ ମସିହାରେ କଦଳୀ, ଲେମନ ଗ୍ରାସ, ପାମା ରୋଜା ଏକ ଏକର ଲେଖାଏ, ଦେଶୀ ମକା ଅଧା ଏକର, ବେବିକର୍ନ ଅଧା ଏକର, ସୁଇଟ କର୍ନ ପାଞ୍ଚ ଗୁଣ୍ଠ, କଲରା, ପୋଟଳ, କଖାରୁ ଅଧା ଏକର ଲେଖାଏ, ମଶା ଘଉଡାଇବା ତେଲ ଅଧ ଏକର, ରୋହିତ ଏକ ଏକର, ଭାଗ୍ୟ ସଜନା ଅଧା ଏକର, ସପୁରୀ (କୁଇନ ଭେରାଇଟ) ଦୁଇଶହ ଗଛ, କଦଳୀ ଜି୯ ଭିତରେ ଅଦା ଏକ ଏକର, ବନ୍ତଳ ଓ ପାଟକୁରା କଦଳୀ ଚାଷ ସହ ନିଜେ ଖାଇବା ପାଇଁ କିଚେନ ଗାର୍ଡେନ ଆରମ୍ଭ କଲେ। ଏହିପାଇଁ ସେ ପ୍ରାୟ ୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଚାଷରେ ସହାୟତା ପାଇଁ ଦୈନିକ ୫ ଜଣ ଶ୍ରମିକଙ୍କୁ ସେ ନିଯୁକ୍ତ କରିଛନ୍ତି। ଏହି ଚାଷରୁ ସେ ପ୍ରଥମ ବର୍ଷ ୩ ଲକ୍ଷ, ୨ୟ ବର୍ଷ ୪ ଲକ୍ଷ ଓ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ଟଙ୍କା ରୋଜଗାର କରିସାରିଛନ୍ତି। ଏହି ଅଢେଇ ବର୍ଷ ମଧ୍ୟରେ ସେ ପ୍ରାୟ ତିନି ଲକ୍ଷ ଟଙ୍କା ଲାଭ ପାଇଛନ୍ତି। ସରକାରୀ ସହାୟତା ପାଇ ନ ଥିଲେ ବି ନିଜେ ଜୈବିକ ପଦ୍ଧତିରେ ଓ ବିନା କୀଟ ନାଶକରେ ଏସବୁ ଚାଷ କରି ଲାଭବାନ ହେବା ଅନ୍ୟମାନଙ୍କୁ ଏଥିପାଇଁ ପ୍ରୋତ୍ସାହିତ କରୁଥିବା ବିଭୁ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଅନୁଗୋଳ ଜିଲାରେ ବେବିକର୍ନର ଭଲ ଚାହିଦା ଥିବାରୁ ଭୁବନେଶ୍ୱରର ଜଣେ ଚାଷୀଙ୍କଠାରୁ ଦୁଇ କେଜି ମଞ୍ଜି ଆଣିବା ସହ ଚାଷ ପ୍ରଣାଳୀ ସମ୍ପର୍କରେ ତାଲିମ ନେଇ ଅନୁଗୋଳରେ ତାହାକୁ ସଫଳ କରିପାରିଛନ୍ତି। ଏପରି କି ବେବିକର୍ନ ଉତ୍ପାଦନରେ ସେ ଜିଲାର ପ୍ରଥମ ଚାଷୀ ବୋଲି ଦାବି କରିଛନ୍ତି। ସେହିପରି ଉନ୍ନତମାନର କଳାଧାନ ଚାରି କୁଇଣ୍ଟାଲ ଓ ତିନି ଗୁଣ୍ଠ ଜମିରୁ ସାରିଆ ଧାନ ଅମଳ କରିସାରିଛନ୍ତି। ଜୈବିକ ପଦ୍ଧତିରେ ସେ କରିଥିବା ଚାଷ କାର୍ଯ୍ୟ ଦେଖିବାକୁ ଜିଲାର ବିଭିନ୍ନ ଅଞ୍ଚଳରୁ ତାଙ୍କ ବଗିଚାକୁ ଆସୁଥିବା ଚାଷୀଙ୍କୁ ସେ ଏ ଦିଗରେ ସଚେତନ କରୁଥିବା ବିଭୁ ପ୍ରକାଶ କରିଛନ୍ତି। କୃଷିକୁ ନିଶା ଓ ପେସା କରିଥିବା ବିଭୁ ଚାଷରୁ ଗଭୀର ଆତ୍ମସନ୍ତୋଷ ଲାଭ କରୁଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri