ଚଢ଼ାଦରରେ କିଣୁଛନ୍ତି ୬୦.୯% ଭାରତୀୟ

ନୂଆଦିଲ୍ଲୀ, ୩୧ା୩(ଆଇଏଏନ୍‌ଏସ୍‌): କରୋନା ଭାଇରସ୍‌ ସଂକ୍ରମଣ ରୋକିବା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦରଦାମ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଅସାଧୁ ବ୍ୟବସାୟୀମାନେ ଅଚଳାବସ୍ଥାର ସୁଯୋଗ ନେଇ କଳାବଜାର କରିବାରେ ଲାଗିଛନ୍ତି। ଏଥିଯୋଗୁ ୬୦.୯% ଭାରତୀୟ ନିଜ ପାଇଁ ଚଢ଼ା ଦରରେ ଜରୁରୀ ସାମଗ୍ରୀ କିଣିବାକୁ ବାଧ୍ୟ ହେଉଥିବା ଏକ ସଦ୍ୟ ସର୍ବେକ୍ଷଣ ରିପୋର୍ଟରେ ପ୍ରଘଟ ହୋଇଛି।
ଭାରତରେ ମାର୍ଚ୍ଚ ୨୪ ତାରିଖ ମଧ୍ୟରାତ୍ରିରୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଆଇଏଏନ୍‌ଏସ୍‌ ସି-ଭୋଟର କରେନା ଟ୍ରାକର ପକ୍ଷରୁ ୨୬ ଓ ୨୭ ତାରିଖରେ ଦେଶବ୍ୟାପୀ ଏକ ସର୍ଭେ କରାଯାଇଥିଲା। ‘ଆପଣ ଜରୁରୀ ସାମଗ୍ରୀଗୁଡ଼ିକ ଅଧିକ ମୂଲ୍ୟ ଦେଇ କିଣୁଛନ୍ତି କି’ ବୋଲି ଏଥିରେ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ୬୦.୯% ଲୋକ ଚଢ଼ା ଦରରେ ସାମଗ୍ରୀ କିଣୁଥିବା ଉତ୍ତର ଦେଇଥିଲେ। ୨୮.୭% ଲୋକ ଏଥିସହ ଅସହମତି ପ୍ରକାଶ କରିଥିବାବେଳେ ଅବଶିଷ୍ଟ କୌଣସି ଉତ୍ତର ନ ଦେବାକୁ ପସନ୍ଦ କରିଥିଲେ।
ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାର ହେବା ଓ ଚାହିଦା ତୁଳନାରେ ଯୋଗାଣ ହୋଇ ନ ପାରିବା ଦେଶରେ ବିଚିତ୍ର ସ୍ଥିତି ସୃଷ୍ଟି କରିଛି। ଏଥିଯୋଗୁ ଦରଦାମ ଆକାଶଛୁଆଁ ହୋଇଥିବାରୁ ବିଭିନ୍ନ ସ୍ଥାନରେ ଏହାର ଅଭାବ ଦେଖାଦେଲାଣି। ଏପରି କି ଗ୍ରସେରି ଆଇଟମ୍‌ ଓ ମେଡିସିନ୍‌ର ମୂଲ୍ୟ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍‌ଡାଉନ୍‌ ଘୋଷଣା ପରେ ବଢ଼ିଯାଇଛି। ଅଧିକାଂଶ ଦୋକାନବଜାର ବନ୍ଦ ରହିଥିବାବେଳେ କେତେକ ସ୍ଥାନରେ ପଛଦ୍ୱାରରୁ କିଣାବିକା ଚାଲିଥିବା ନଜରକୁ ଆସିଛି। ଏପରି ସ୍ଥଳେ ଜରୁରୀ ଜିନିଷକୁ ବାଦ୍‌ ଦେଲେ ଅନ୍ୟ ପଣ୍ୟ ସାମଗ୍ରୀର କାରବାର ଉପରେ ଜାରି ହୋଇଥିବା କଟକଣାକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରାଯିବ ତାହା ଏକ ବଡ଼ ଚ୍ୟାଲେଞ୍ଜରେ ପରିଣତ ହୋଇଛି। ସରକାର ଜରୁରୀ ସାମଗ୍ରୀର ଅଭାବ ରହିବ ନାହିଁ ବୋଲି ଦେଶବାସୀଙ୍କୁ ଆଶ୍ୱାସନା ଦେଉଥିବାବେଳେ ଏହାର କୃତ୍ରିମ ଅଭାବ ଆଗକୁ ବିଚିତ୍ର ସ୍ଥିତି ସୃଷ୍ଟି କରିପାରେ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri