ଘୁମା ରୋଗରେ ମଲେଣି ୫ ହଜାରରୁ ଊର୍ଦ୍ଧ୍ୱ କୁକୁଡ଼ା: ଚାଷୀ ମହଲରେ ବଢ଼ୁଛି ଅସନ୍ତୋଷ

ବନ୍ତଳା,୨୦ା୯(ଡି.ଏନ.ଏ.)-ଅନୁଗୋଳ ବ୍ଲକ ଅଞ୍ଚଳରେ ଅଜଣା ରୋଗରେ ଗୋରୁ ଆକ୍ରାନ୍ତ ହେଉଥିବା ବେଳେ ଏବେ ବ୍ରଏଲର କୁକୁଡ଼ା ମଡ଼କ ଦେଖାଦେଇଛି। ବିଶେଷକରି ବନ୍ତଳା ଅଞ୍ଚଳରେ କିଛି ଦିନ ମଧ୍ୟରେ ଘୁମା ରୋଗରେ ୫ ହଜାରରୁ ଊର୍ଦ୍ଧ୍ୱ କୁକୁଡ଼ା ମୃତ୍ୟୁମୁଖରେ ପଡ଼ିଥିବାରୁ ଏହି ଚାଷୀମାନେ ବହୁ ଆର୍ଥତ୍କ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଦେଢ଼ କେଜିରୁ ଦୁଇ କେଜି ମଧ୍ୟରେ ହୋଇଥିବା କୁକୁଡ଼ା ବିକ୍ରି ପୂର୍ବରୁ ରୋଗରେ ମରୁଥିବା ବେଳେ ବିଭାଗ ପକ୍ଷରୁ ପ୍ରତିକାର କରାଯାଉ ନାହିଁ। ଏ ନେଇ କୁକୁଡ଼ା ଚାଷୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ଅନୁଗୋଳ ବ୍ଲକର ବନ୍ତଳା, ଖାଲଙ୍ଗା, ଖିଣ୍ଡା, ବାରଗୌଣିଆ, କଲେଇପଦା, କନ୍ତମେଘ, ରଗୁଡ଼ିଆପଡା, ମରଣ୍ଡା, ତାଳପଦା, ବଡ଼କନ୍ତକୁଳ, ସାନକନ୍ତକୁଳ, ଗଡ଼ତରାସ, ନୂଆଖେତା ଆଦି ଗ୍ରାମରେ ଏହି କୁକୁଡ଼ା ମଡ଼କ ଦେଖାଦେଇଛି। ଖିଣ୍ଡା ଗ୍ରାମର ଅରୁଣ କୁମାର ସାହୁଙ୍କ ୩୫୭, କାମଦେବ ଦେହୁରୀଙ୍କ ୩୮୦, କଲେଇପଦା ଗ୍ରାମର ସ୍ମୃତି ରଞ୍ଜନ ବେହେରାଙ୍କ ୧୯୦୦, ବଣାମୀରା ଗ୍ରାମର ଅନୀଲ କୁମାର ଦାସଙ୍କ ୧୦୦୦ କୁକୁଡ଼ା, ତାଳପଦା ଗ୍ରାମର ଗାଙ୍ଗୁଲି ପ୍ରଧାନଙ୍କ ୮୫୦, ନୂଆକ୍ଷେତାର ଅଶୋକ ପ୍ରଧାନଙ୍କ ୯୮୨ କୁକୁଡ଼ା ମରିଥିବା ବେଳେ ଆହୁରି ୫୦ରୁ ଅଧିକ ଚାଷୀଙ୍କ ଶହ ଶହ କୁକୁଡ଼ା ମୃତ୍ୟୁମୁଖରେ ପଡ଼ିଥିବା ଅଭିଯୋଗ ହୋଇଛି। ଚାଷୀମାନେ ବିଭିନ୍ନ ବ୍ୟାଙ୍କରୁ ଋଣ ଓ ହାତଉଧାରି ଆଣି ଏହି ଚାଷ କରିଥିବା ବେଳେ ଏଭଳି ମଡ଼କ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି। ଏଯାଏ ବିଭାଗ ପକ୍ଷରୁ କୋଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ଏ ସମ୍ପର୍କରେ ପ୍ରାଣୀ ବିଭାଗର ଉପ ନିର୍ଦ୍ଦେଶକ ଭରତ ଚନ୍ଦ୍ର ଗଡନାଏକ କୁହନ୍ତି, ବ୍ରଏଲର କୁକୁଡ଼ା ଚାଷୀମାନଙ୍କୁ ବିଭିନ୍ନ କମ୍ପାନୀ ଦେଉଛି। ସେମାନେ ତାହାର ରକ୍ଷାଣା ବେକ୍ଷଣ କରୁଛନ୍ତି। ଆମର ତାଙ୍କ ସହିତ କୌଣସି ସମ୍ପର୍କ ନାହିଁ। ଯଦି ଦେଶୀ କୁକୁଡ଼ା ମୃତ୍ୟୁମୁଖରେ ପଡ଼ନ୍ତି ତା’ହେଲେ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

୧୮ ବର୍ଷ ପରେ ମା’ ଯୋଗମାୟା ପୀଠକୁ ସ୍ପେନର ଗବେଷକଙ୍କ ପୁନଃ ପରିଦର୍ଶନ

କେସିଙ୍ଗା, ୧୪/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଗୁର୍ଜିମୁଣ୍ଡାସ୍ଥିତ ମା’ ଯୋଗମାୟା ଶକ୍ତିପୀଠକୁ ୧୮ ବର୍ଷ ପରେ ପୁଣି ଥରେ ପରିଦର୍ଶନ କରିଛନ୍ତି…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ, ଗୁରୁତର ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

କୋକସରା,୧୪ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଠେଙ୍ଗା ଆକ୍ରମଣରେ ଗୁରୁତର ଯୁବକଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ମୃତକ ହେଲେ…

ଘରେ ପଶି ମହିଳାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ଏମିତି ରାୟ ଶୁଣାଇଲେ….

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ ସିନିୟର ଡିଭିଜନ କୋର୍ଟରେ ଏକ ମାମଲାର ଚୂଡାନ୍ତ ଶୁଣାଣି ହୋଇଛି। ଗତ ୨ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri