Posted inଫୁରସତ

ଗୋଲ୍ଡଫିଡ୍‌ ପାହାଡ଼ରେ କାର୍‌ ଚାଷ

ଗାଁ ହେଉକି ସହର, ଭାରତର ଯେକୌଣସି ସ୍ଥାନକୁ ଗଲେ ସବୁଜ କ୍ଷେତ ଦେଖିବାକୁ ମିଳେ। ପ୍ରତ୍ୟେକ ସ୍ଥାନ ନିଜର କିଛି ଖାସ୍‌ ଉତ୍ପାଦନ ପାଇଁ ବି ପ୍ରସିଦ୍ଧ ଥାଏ। ଯେମିତିକି ନାଗପୁର କମଳା ପାଇଁ ତ ଉତ୍ତର ପ୍ରଦେଶ ଆମ୍ବଚାଷ ପାଇଁ ପ୍ରସିଦ୍ଧ। ହେଲେ କେବେ ଆପଣ ଏମିତି କ୍ଷେତ ଦେଖିଛନ୍ତି, ଯେଉଁଠି ଖାଇବା ଜିନିଷ ନୁହେଁ ବରଂ କାର୍‌ର ଚାଷ ହେଉଥିବ। ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ ଆମେରିକାର ନେଭାଡାରେ ଗୋଲ୍ଡଫିଡ୍‌ ନାମକ ପାହାଡ଼ ଅଛି, ଯେଉଁଠି ଜଣେ ବ୍ୟକ୍ତି କାର୍‌ ଚାଷ କରିଛନ୍ତି। ୨୦୧୧ ମସିହାରେ ମାଇକେଲ ମାର୍କ ରିପ୍ପି ନାମକ ଜଣେ ବ୍ୟକ୍ତି ମାଟିରେ କାର୍‌କୁ ଅଧା ପୋତିବା ଆରମ୍ଭ କଲେ। ମାର୍କ କାର୍‌ ରିସାଇକେଲ କାମ କରନ୍ତି। ମାର୍କଙ୍କର ଏହି କାମରେ କ୍ୟାଡ ସର୍ଗ ବି ସାମିଲ ହେଲେ। ଆଉ ଉକ୍ତ କ୍ଷେତର ନାମ ଦେଲେ ‘ଦ ଇଣ୍ଟରନ୍ୟାଶନାଲ କାର୍‌ ଫରେଷ୍ଟ ଅଫ୍‌ ଦ ଲାଷ୍ଟ ଚର୍ଚ୍ଚ’। ଏବେ ତାଙ୍କର ଏହି କ୍ଷେତରେ ୪୦ରୁ ଊର୍ଦ୍ଧ୍ୱ ଛୋଟ ବଡ଼ କାର୍‌ ଓ ଟ୍ରକ୍‌ ବାଲି ଓ ମାଟିରେ ଅଧା ପୋତିହୋଇ ଥିବାର ଦେଖିବାକୁ ମିଳେ। ଏହାକୁ ଦେଖି ଲାଗେ ସତେ ଯେମିତି କାର୍‌ର ଫସଲ ଲଗାଯାଇଛି। ରଙ୍ଗବେରଙ୍ଗ ଗାଡ଼ି ଓ ସେଥିରେ ଲାଗିଥିବା ସୁନ୍ଦର ଲାଇଟ୍‌ ପାଇଁ ଏହି ସ୍ଥାନ ବହୁତ ସୁନ୍ଦର ଦେଖାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲା ମାଙ୍କଡ଼, ପୋଲିସ ପହଞ୍ଚିବା ପରେ ଯାହା ଘଟିଲା…

ଅଯୋଧ୍ୟାରୁ ସୋସିଆଲ ମିଡିଆରେ ମାଙ୍କଡ଼ର ଏକ କାରନାମା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କଠାରୁ ଟଙ୍କା ବ୍ୟାଗ୍‌ ଝାମ୍ପିନେଇ ମାଙ୍କଡ଼ ପଳାଇଗଲା। ମହିଳା ଏବଂ ପାଖରେ ଥିବା ଲୋକମାନେ…

ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ଚାଲିଆସିଲେ ହାତୀପଲ, ବନ କର୍ମଚାରୀ କଲେ ଏମିତି କାମ, ସମସ୍ତେ ଆଶ୍ଚର୍ଯ୍ୟ…

ଆସାମର ହୋଜାଇ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ରାଜଧାନୀ ଏକ୍ସପ୍ରେସ୍‌ ଯିବାକୁ ଥିବାବେଳେ ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ହାତୀପଲ…

ଗୁଲିଗପ ଇତିହାସକୁ ବଦଳାଇପାରେ ନାହିଁ

କୋଣାର୍କଠାରେ ସୂର୍ଯ୍ୟଙ୍କ ଉପାସନାର ସବିଶେଷ ଆଲୋଚନା ଅନେକଙ୍କ ମନରେ ପ୍ରଶ୍ନ ଉଠାଇପାରେ। ଇତିହାସ ବା ଐତିହ୍ୟ ପ୍ରସଙ୍ଗରେ ଉପାସନା ଧାରାକୁ ଏତେ ଗୁରୁତ୍ୱ ଦେବାର କାରଣ କ’ଣ!…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri