Posted inଫୁରସତ

ଜଳଚର ‘ସ୍ପିନୋସର’

ଡାଇନୋସରକୁ ନେଇ ଏକ ନୂଆ ତଥ୍ୟ ପ୍ରକାଶ କରିଛନ୍ତି ବ୍ରାଜିଲ୍‌ର ଗବେଷକମାନେ। ସେମାନେ କହିଛନ୍ତି ଯେ, ଡାଇନୋସର କେବଳ ଏକ ସ୍ଥଳଚର ପ୍ରାଣୀ ନ ଥିଲା। ସେଗୁଡ଼ିକ ଭିତରୁ ଏମିତି କିଛି ପ୍ରଜାତି ଥିଲେ, ଯେଉଁଗୁଡ଼ିକ ଉଭୟ ସ୍ଥଳଚର ଓ ଜଳଚର ପ୍ରାଣୀ ଥିଲେ। ଏହି ଉଭୟଚର ଡାଇନୋସରକୁ ସେମାନେ ‘ସ୍ପିନୋସର’ ବୋଲି ନାମକରଣ କରିଛନ୍ତି। ଏହି ସ୍ପିନୋସର ପ୍ରଜାତିର ଡାଇନୋସରର ଶରୀର ଗଠନ ସମ୍ପୂର୍ଣ୍ଣ ଭିନ୍ନ ଧରଣର ଥିଲା। ଏମାନଙ୍କ ଶରୀରରେ ଲୋମ ପରିବର୍ତ୍ତେ ଅତି ଛୋଟଛୋଟ କାତି ରହିଥିଲା। ଫଳରେ ସେଗୁଡ଼ିକ ଖୁବ୍‌ ଭଲଭାବେ ଜଳ ଭିତରେ ଗତି କରିପାରୁଥିଲେ। ପୁଣି ମାଛ ବା ଅନ୍ୟ ଜଳଚର ପ୍ରାଣୀଙ୍କ ଭଳି ଏମାନେ ପାଣିରୁ ନିଜ ପାଇଁ ଆବଶ୍ୟକ ଅମ୍ଳଜାନ ସଂଗ୍ରହ କରି ପାରୁଥିଲେ। ବିଶେଷକରି ଆଫ୍ରିକା ଅଞ୍ଚଳରେ ଏ ଧରଣର ଡାଇନୋସର ବହୁଳ ଭାବରେ ଦେଖିବାକୁ ମିଳୁଥିବା ଗବେଷକ ଦଳର ମୁଖ୍ୟ ଫ୍ରାନ୍‌ଜ ଆନ୍ଥୋନି ପ୍ରକାଶ କରିଛନ୍ତି। ସେ ଆହୁରି କହିଛନ୍ତି ଯେ,ଏଗୁଡ଼ିକ ସମୁଦ୍ରର ଶେଷସ୍ତର ପର୍ଯ୍ୟନ୍ତ ଯାଇ ଖାଦ୍ୟ ଶିକାର କରିପାରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାନସିକ ଉଦ୍‌ବେଗ ପାଇଁ ଦାୟୀ ୭୪ ଜିନ୍‌ ଚିହ୍ନଟ

ନୂଆଦିଲ୍ଲୀ,୨୩ା୬: ବିଜ୍ଞାନ ଜଗତରେ ମାନସିକ ସ୍ବାସ୍ଥ୍ୟକୁ ନେଇ ଏକ ବଡ଼ ସଫଳତା ମିଳିଛି। ବୈଜ୍ଞାନିକମାନେ ମାନବ ଶରୀରର ଡିଏନ୍‌ଏ (ଜେନୋମ) ମଧ୍ୟରେ ଏଭଳି ୭୪ଟି ଦିଗ ଚିହ୍ନଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri