Posted inଜାତୀୟ

ଗାନ୍ଧୀ ପରିବାର ସହ ରାଣାଙ୍କ ସମ୍ପର୍କ

ନୂଆଦିଲ୍ଲୀ,୯ା୩: ମନିଲଣ୍ଡରିଂ ନିବାରଣ ଆଇନ ବଳରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ରବିବାର ଭୋର ୩ଟାରେ ଗିରଫ ହୋଇଥିବା ୟେସ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କୁ ନେଇ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ରାଣା କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଏକ ପେଣ୍ଟିଂକୁ ୨ କୋଟି ଟଙ୍କାରେ କିଣିଥିଲେ। ଆୟକର ବିଭାଗ ପକ୍ଷରୁ ଏହି ଚାଞ୍ଚଲ୍ୟକର ତଥ୍ୟ ପ୍ରଘଟ ହେବା ପରେ ଗାନ୍ଧୀ ପରିବାର ସହ ତାଙ୍କ ସମ୍ପର୍କ ପଦାରେ ପଡ଼ିଛି। ଏହାକୁ ନେଇ ଭାଜପା-କଂଗ୍ରେସ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହେବା ସହ ଜାତୀୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି।
ବର୍ଷୀୟ ୟେସ ବ୍ୟାଙ୍କ ପ୍ରମୋଟର ରାଣା କପୁରଙ୍କୁ ଆର୍ଥିକ ଅନିୟମିତତା ଅଭିଯୋଗରେ ଇଡି ଶୁକ୍ରବାରଠାରୁ ୩୦ ଘଣ୍ଟା ଧରି ଜେରା କରିଥିଲା। ମୁମ୍ବାଇ ଅଫିସରେ ପଚରାଉଚରା ବେଳେ ମିଳିଥିବା ସୂଚନାନୁସାରେ ଗାନ୍ଧୀ ପରିବାରର ଅନ୍ୟତମ ଦାୟାଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ରାଣାଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଛି। ପ୍ରିୟଙ୍କାଙ୍କଠାରୁ ରାଣା ଏକ ପେଣ୍ଟିଂକୁ ୨ କୋଟି ଟଙ୍କାରେ କିଣିଥିଲେ। ତେବେ ଭାରତୀୟ ରାଜନୀତିର ଏହି ବିଶିଷ୍ଟ ପରିବାର ସହ ରାଣା ଆଉ କ’ଣ ସବୁ କାରବାର କରିଥିଲେ ତାହା ସ୍ପଷ୍ଟ କରିବା ଲାଗି ତଦନ୍ତକାରୀ ସଂସ୍ଥାଗୁଡ଼ିକ ତନାଘନା ଚଳାଇଛନ୍ତି। ୟେସ ବ୍ୟାଙ୍କ ସଙ୍କଟକୁ ନେଇ କେନ୍ଦ୍ର ସରକାରଙ୍କୁ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ଟାର୍ଗେଟ କରୁଥିବାବେଳେ ସଦ୍ୟ ପ୍ରଘଟ ଗାନ୍ଧୀ ପରିବାରକୁ ଅଡ଼ୁଆରେ ପକାଇଛି। ଭାରତର ସମସ୍ତ ଆର୍ଥିକ ଅପରାଧ ସହ ଗାନ୍ଧୀ ପରିବାରର ଗଭୀର ସମ୍ପର୍କ ରହିଛି ବୋଲି ଭାଜପା ନେତା ଅମିତ ମାଲବ୍ୟ ଟୁଇଟ୍‌ କରିଛନ୍ତି। ଭାଜପାର ସୂଚନା ଓ ପ୍ରଯୁକ୍ତିବିଦ୍ୟା ଶାଖା ପ୍ରଭାରୀ ମାଲବ୍ୟ ଅଭିଯୋଗ ଆଣିଛନ୍ତି ଯେ କିଙ୍ଗ୍‌ଫିଶର ଏୟାରଲାଇନ୍ସର ମାଲିକ ତଥା ମଦ ବ୍ୟବସାୟୀ ବିଜୟ ମାଲ୍ୟା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ଫ୍ଲାଇଟ୍‌ ଟିକେଟ ପଠାଉଥିଲେ। ଏପରି କି ମନମୋହନ ସିଂ (ଏମ୍‌ଏମ୍‌ଏସ୍‌) ଏବଂ ପି. ଚିଦାମ୍ବରମ (ପିସି)ଙ୍କ ସହ ମଧ୍ୟ ପଳାତକ ମାଲ୍ୟାଙ୍କ ସମ୍ପର୍କ ଥିଲା। କଂଗ୍ରେସ ନେତା ରାହୁଲ ଗାନ୍ଧୀ ପଳାତକ ଅଳଙ୍କାର ବ୍ୟବସାୟୀ ନୀରବ ମୋଦିଙ୍କ ବ୍ରାଇଡାଲ ଜୁଏଲେରି କଲେକ୍ସନ୍‌ର ଉଦ୍‌ଘାଟନ କରିଥିଲେ। ଏବେ ପ୍ରିୟଙ୍କାଙ୍କ ପେଣ୍ଟିଂକୁ ରାଣା କିଣିଥିବା ବିଷୟ ସାମ୍ନାକୁ ଆସିଛି ବୋଲି ମାଲବ୍ୟ ସମାଲୋଚନା କରିଛନ୍ତି। ଅନ୍ୟପକ୍ଷରେ ଭାଜପାର ଏହି ଅଭିଯୋଗକୁ କଂଗ୍ରେସ ପକ୍ଷରୁ ଖଣ୍ଡନ କରାଯାଇଛି।

ଖଣ୍ଡନ କଲା କଂଗ୍ରେସ

ଭାଜପା ପକ୍ଷରୁ ଗାନ୍ଧୀ ପରିବାର ବିରୋଧରେ ଅଣାଯାଇଥିବା ଅଭିଯୋଗକୁ ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭୀ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ସରକାର ନିଜ ବିଫଳତାରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଏଭଳି କୌଶଳ ଅବଲମ୍ବନ କରୁଛନ୍ତି। ୨୦୧୪ ମାର୍ଚ୍ଚରେ ୟେସ ବ୍ୟାଙ୍କର ଋଣ ୫୫,୬୩୩ କୋଟି ଟଙ୍କାରେ ପହଞ୍ଚତ୍ଥିଲା। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରଠୁ ୨୦୧୯ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ପରିମାଣ ୨,୪୧,୪୯୯ କୋଟି ଟଙ୍କାରେ ପହଞ୍ଚତ୍ଥିଲା। ବିମୁଦ୍ରୀକରଣର ଦୁଇବର୍ଷ ପରେ ଲୋନ୍‌ ବୁକ୍‌ରେ ୧୦୦% କାହିଁକି ବୃଦ୍ଧି ପାଇଲା? ୨୦୧୬ ମାର୍ଚ୍ଚରେ ବ୍ୟାଙ୍କର ଋଣ ପରିମାଣ ୯୮,୨୧୦ କୋଟି ଟଙ୍କା ଥିବାବେଳେ ୨୦୧୮ ମାର୍ଚ୍ଚରେ ଏହା ୨,୦୩,୫୩୪ କୋଟିରେ ପହଞ୍ଚତ୍ଥିଲା। ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଶୋଇଥିଲେ କି ? ଯଦି ଶୋଇ ନ ଥିଲେ ତେବେ ଜାଣିଶୁଣି ବ୍ୟାଙ୍କକୁ ପ୍ରଶ୍ରୟ ଦେଉଥିଲେ କି ବୋଲି ସିଂଘଭୀ ପ୍ରଶ୍ନ କରିଛନ୍ତି। ସେହିପରି ପ୍ରିୟଙ୍କାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ ସିଂଘଭୀ କହିଛନ୍ତି, ପ୍ରଖ୍ୟାତ ଚିତ୍ରକର ଏମ୍‌.ଏଫ୍‌. ହୁସେନ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପାଇଁ ଏକ ପେଣ୍ଟିଂ କରିଥିଲେ। ରାଜୀବଙ୍କ ଝିଅ ପ୍ରିୟଙ୍କା ଉକ୍ତ ପେଣ୍ଟିଂକୁ ରାଣା କପୁରଙ୍କୁ ୨ କୋଟି ଟଙ୍କାରେ ବିକ୍ରି କରିଥିଲେ। କଂଗ୍ରେସ ନେତ୍ରୀ ଏହି ଅର୍ଥ ଚେକ୍‌ ଆକାରରେ ନେଇଥିଲେ। ୨୦୧୦ରେ ପ୍ରିୟଙ୍କା ଆୟକର ରିଟର୍ନ ଦାଖଲ ବେଳେ ଏନେଇ ବିଭାଗକୁ ଜଣାଇଥିଲେ। ତେଣୁ ଭାଜପା ପକ୍ଷରୁ ଅଣାଯାଉଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭାବେ ଭିତ୍ତିହୀନ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

ମୃତ୍ୟୁର ଏକ ମାସ ପରେ ହତ୍ୟା ଅଭିଯୋଗ: ମାଟିତଳୁ ଗଳିତ ମୃତଦେହ ଉଦ୍ଧାର କଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୦ା୧୦ (ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ପାଣ୍ଡକିପାଲି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁର ଠିକ୍‌ ଏକ ମାସ ପରେ ଏକ ସାଂଘାତିକ…

ପାଇଲଟ ସ୍ମିତ୍‌ ମଚ୍ଛର ଆକ୍ରମଣର ତଦନ୍ତ କରିବ ଏନ୍‌ଆଇଏ

ନୂଆଦିଲ୍ଲୀ, ୧୦ା୧୦ : ସେପ୍ଟେମ୍ବର ୩୦ରେ ଫ୍ଲାଇଦୁବାଇ ବିମାନର କକ୍‌ପିଟ ଭିତରେ ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛରଙ୍କୁ ହୋଇଥିବା ଆକ୍ରମଣର ତଦନ୍ତ ପାଇଁ ଜାତୀୟ ତଦନ୍ତକାରୀ…

ମୁମ୍ବାଇରେ ବଲିଉଡ ଅଭିନେତା ଇମ୍ରାନ ଖାନ୍‌ ଅଟକ

ମୁମ୍ବାଇ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମୁମ୍ବାଇରେ ଆନ୍ଦୋଳନ ବେଳେ ଶନିବାର ବଲିଉଡ ଅଭିନେତା ଇମ୍ରାନ ଖାନ୍‌ଙ୍କୁ ପୋଲିସ ଅଟକ ରଖିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?