ଗାଈ ଖାଇଲେ ଫେରାଦି

ମନ-ମାନଚିତ୍ର/ ଡ. ନରହରି ବେହେରା
ଦୁଲେଇ ନାନୀର ଗାଈ ମିଟିର ଗୁଣ ବିଷୟରେ ଆମ ଗାଁର ଯାହାକୁ ପଚାରିଦେଲେ ସେ ନିମିଷକେ ବିନା ପ୍ରସ୍ତୁତିରେ ଓଗାଳି ପକେଇବ। ମିଟିକୁ ନେଇ ଆମ ଗାଁରେ ଅନେକ ଚର୍ଚ୍ଚା। କଳା ଚିକ୍‌ ଚିକ୍‌ ଡଉଲ ଡାଉଲ ଚେହେରା ରଖିଥିବା ଏ ଗାଈଟା କେଉଁ ନକ୍ଷତ୍ରରେ ଜନ୍ମ ହୋଇଥିଲା କେଜାଣି ‘ହେଇ’ ବୋଲି କହିଦେଲେ ଆଖିପିଛୁଳାକେ ଦୁଇଶହ ମିଟର ଦୌଡ଼ି ପଳାଇବ। ପୁଣି କେହି ନ ଥିବାବେଳେ ଫେରିଆସି ନିରୀହ ପିଲାଟି ପରି ଠିଆହୋଇ ଆଖି ମିଟିମିଟି କରୁଥିବ। ଓର ଉଣ୍ଡି ବାଡ଼ ଡେଇଁ ଭିତରକୁ ପଶିଯିବ। ତିନି ଚାରି ଫୁଟ୍‌ ଉଚ୍ଚ ବାଡ଼କୁ ସେ ଏମିତି ତେର୍ଚ୍ଛାମାରି ଡେଇଁପଡ଼େ ଯେ ହାଇଜମ୍ପ୍‌ ଟ୍ରେନିଂ ମାଷ୍ଟରର ଆଖି ବି ତରାଟି ହୋଇଯିବ। ମିଟି ତା’ କ୍ୟାରିୟରରେ ଏମନ୍ତ ଅନେକ ବାଡ଼ ଡେଇଁ ତା’ ଦକ୍ଷତାର ପ୍ରମାଣ ଦେଇସାରିଛି। କେବଳ ସେତିକି ନୁହେଁ ଘରଭଙ୍ଗା ମଣିଷମାନେ ଯେମନ୍ତ ଅନ୍ୟ ଘରର ଛିଦ୍ର ଉଣ୍ଡି ଭିତରକୁ ପଶି ଘର ଉଜାଡ଼ି ଦିଅନ୍ତି, ତେମନ୍ତ ମିଟି ଯଦି କାହା ବିଲ କି ବାଡ଼ି ଭିତରକୁ ପଶିଯାଏ ତା’ର ସବୁ ଫସଲକୁ ଉଜାଡ଼ି ଦିଏ। ଗାଲୁଆମାନଙ୍କୁ ଯେତେ କଟୁକଥା କହିଲେ ବି ସେମାନେ ନିଜର ସ୍ବାର୍ଥସାଧନ ନ ହେବାଯାଏ ସବୁ ଅପମାନକୁ ହସି ହସି ସହିଯିବା ପରି ମିଟି ଥରେ ବାଡ଼ିରେ ପଶିଗଲେ ତାକୁ ଯେତେ ହୁରୁଡ଼େଇଲେ କି ପିଟାପିଟି କଲେ ବି ତାକୁ ଖାତିର ନ କରି କ୍ଷେତକୁ ହନୁମନ୍ତିଆର ଅଶୋକବାଟିକା ପରିକା ନ କରିବାଯାଏ ଚଙ୍କିବ ନାହିଁ। ବାଡ଼ିର ଏମୁଣ୍ଡରୁ ସେମୁଣ୍ଡ ଦୌଡ଼ୁଥିବ।
ମିଟି ଯେ ଦିନେ ତା’ ଖେଳୁଆଡ଼ କରାମତି ଆମ ବାଡ଼ିରେ ଦେଖାଇବ- ଏକଥା ଭାବି ନ ଥିଲି। ସେଦିନ ଘରେ ପହଞ୍ଚତ୍ବା ବେଳକୁ ଦେଖିଲି ଶ୍ରୀମତୀ ଘରେ କବାଡ଼ି ଖେଳିବା ପରି ଏପଟ ସେପଟ ହୋଇ ଖାଲି ମୋ ନାଁରେ ଆପତ୍ତି ଅଭିଯୋଗ ଅଜାଡ଼ି ପକାଉଛନ୍ତି। ମିଟି ୟାର ମୂଳ କାରଣ ବୋଲି ଜାଣିଗଲି। ବହୁ କଷ୍ଟକରି ଘର ଆଗରେ ସେ ନାନା କିସମର ଫୁଲଗଛ ଲଗେଇଥିଲେ, ମାତ୍ର ମିଟି ସବୁ କିଛି ଉଜାଡ଼ି ଦେଇଛି। ବନ୍ୟାବାତ୍ୟା ଦାଉରୁ ହୁଏତ କିଛି ଗଛ ବଞ୍ଚତ୍ୟାଇପାରେ ମାତ୍ର ମିଟି ଦାଉରୁ ବଞ୍ଚତ୍ବାର ସମ୍ଭାବନା ଆଦୌ ନାହିଁ।
ଶ୍ରୀମତୀଙ୍କର ତାଡ଼ନା ସହି ନ ପାରି ଦୁଲେଇ ନାନୀ ଘରକୁ ଦୌଡ଼ିଲି। ମୋ ଅଭିଯୋଗ ଶୁଣି ଦୁଲେଇ ନାନୀ ଏକପ୍ରକାର ରଣହୁଂକାର ଦେଇ ବାହାରକୁ ବାହାରି ଆସିଲା। ସିଧା ସିଧା ମୋ ମୁହଁ ଉପରେ ବର୍ଷିଗଲା- କ’ଣ କହିଲୁ, ମୋ ମିଟି ତୋ ବାଡ଼ିକୁ ଉଜାଡ଼ି ଦେଇଛି? ଆଜି ଦିନସାରା ମୋ ମିଟି ମୋ ଘରବାଡ଼ିରୁ ବାହାରକୁ ଯାଇନାହିଁ। ଦେଖିବୁ? ଆ’ଲୋ ମିଟି, ଇଆଡ଼େ ଅଇଲୁ। ଦୁଲେଇ ନାନୀର ଡାକ ଶୁଣି ମିଟି କୋଉଠି ଥିଲା କେଜାଣି ଶାନ୍ତ ସୁଧାର ପିଲା ଭଳି ହଲି ଦୋହଲି ଆସି ଠିଆ ହୋଇଗଲା। ଆମକୁ ଚାହିଁ ଆଖି ମିଟି ମିଟି କରି ନିରୀହତାର ପ୍ରମାଣ ଦେଇଦେଲା। ଆହା କି ଠାଣି! ସତେ ଯେମିତି କିଛି ଜାଣିନି। ଦୁଲେଇ ନାନୀ ଟାଣଗଳାରେ ଥଟ୍ଟାକରି କହିଲା- ଦେଖିଲୁ ତ? ମୋ ମିଟି ଏଇଠି ଅଛି। ତୋ ବାଡ଼ିକୁ ଯାଇଛି ବୋଲି ମିଛରେ ତା’ ନାଁରେ ଉଲୁଗୁଣା ଦେଉଛୁ। ମୋତେ ଲାଗିଲା ସତେଯେମିତି ଦୁଲେଇ ନାନୀର ଓଲେଈ ଗାଈ ନୁହେଁ, ଗୋପୀଘରେ ପଶି ସର ଲବଣି ସ୍ବାହା କରିଦେଇ ମା’ ଯଶୋଦା ଆଗରେ ନିଜର ନିର୍ଦ୍ଦୋଷପଣିଆ ପ୍ରମାଣ କରିବାକୁ ସ୍ବୟଂ କାହ୍ନୁ ଠିଆ ହୋଇଛି। ଆଉ କୌଣସି ପ୍ରମାଣ ଦେଇ ନ ପାରି ମୂଢ଼ ଗୋପାଳୁଣୀ ପରି ମୁଁ ନିରସ୍ତ ହୋଇଯାଉଛି।
ଦୁଲେଇ ନାନୀର ଆରମ୍ଭ ହୋଇଗଲା ପ୍ରବଚନସମ୍ବଳିତ ସାମାଜିକ ସ୍ଥିତିର ଧାରା ବିବରଣୀ। ମୋର ସକଳ ଅଭିଯୋଗକୁ ପଦଦଳିତ କରି ଦୁଲେଇ ନାନୀ କହିଲା- ଏ ଦୁନିଆରେ କିଏ ନ ଖାଉଛି ଯେ ଏକା ମୋ ମିଟି ଖାଇଗଲା? ହୁଡୁହୁଡୁ, ତିତ୍‌ଲି, ଫନୀ ପ୍ରଭୃତିରେ ଯେତେଯାହା ଟଙ୍କା କି ଜିନିଷ ଆସିଲା ସବୁତ ନିଜ କାଇଦାରେ ମାରିନେଲ। ମୁଁ ବ୍ଲକ୍‌ ଯାଇପାରୁନି ବୋଲି ଖାଉଟି କାର୍ଡ କରିଦେବ ବୋଲି କହି ଖାଉ ଗଉଡ଼ ମୋଠାରୁ ପାଞ୍ଚଶହ ନେଇଗଲା ଯେ ଏଯାଏ ଦେଖାଦେଉନି। ମୋତେ ଦେଖିଲେ ମୁହଁ ଲୁଚାଇ ପଳଉଚି। ମୋ ମିଟି କ’ଣ ତା’ଠାରୁ ବେଶି ଖାଇ ଯାଉଚି? ଟଙ୍କିକିଆ ଚାଉଳ ପାଇ ଆରାମରେ ଗେଫା ମାରୁଚ! ମୋ ମିଟିପାଇଁ ତମେ କ’ଣ କରିଚ ଯେ ତମ ବାଡ଼ିଘର ଭିତରକୁ ନ ପଶି ଆରାମରେ ଖାଇବ? ଆରେ ମୋ ମିଟି ତ ତମଠାରୁ ହଜାରଗୁଣ ଭଲ। ସେ ପରିଶ୍ରମ କରୁଚି। କାହା ବାଡ଼ିରେ ପଶିବ ବୋଲି ଭାବିଚିନ୍ତି କଷ୍ଟ କରି ଡିଆଁକୁଦା ମାରୁଚି। ନ ହେଲେ କୋଉଠି ଗୋଟେ ଦି’ଟା ଗଛ ଖାଇ ଦେଇଥିବ। ସେଇଠୁ କ’ଣ ହୋଇଗଲା? ତମେଗୁଡ଼ାକ ତ କର୍ମକୋଢ଼ି। କାମ ନ କରି ସମସ୍ତଙ୍କ ସମ୍ପତ୍ତି ଝାମ୍ପମାରି ନେଇଯାଉଚ। ପଡ଼ିଆ ବିଲ ସବୁ ଘେରି ନେଉଚ। ମୋ ମିଟି ଚରିବ କୋଉଠି? ଏ ସଂସାରଟା କ’ଣ ପୂରା ତମର, ଆଉ କାହାର ନାହିଁ? ଆରେ ମୋ ମିଟି କ’ଣ, ସମୟ ଆସିବ ହାତୀ, ବାଘ, ଭାଲୁ ତମ ଘରେ ପଶିବେ, ସେତେବେଳେ ତମେ କାହା ପାଖରେ ଫେରାଦ ହେବ?
ଦୁଲେଇ ନାନୀ ଭାଷଣ ଦେଇ ଚାଲିଥାଏ। ମିଟି ସେଠାରେ ଠିଆହୋଇ ଯୁଦ୍ଧବିଜୟୀ ବୀରପରି ମୋତେ ମଝିରେ ମଝିରେ ତେର୍ଚ୍ଛା ଚାହାଣିରେ ଚାହୁଁଥାଏ। ସତେଯେମିତି କହିଦେଉଥାଏ, ଆରେ ମୋ ନାଁରେ ଅଭିଯୋଗ ଆଣିଥିଲୁ ପରା, ପାନେ ପାଆ। ମୁଁ ଧୀରେ ଧୀରେ ପଶ୍ଚାଦ୍‌ପଦରେ ନିରୁତ୍ତର ହୋଇ ପଳାଇ ଆସିଲି। ମିଟି ଆଉ ମୋ ଦୃଷ୍ଟିରେ ଗୋଟିଏ ଓଲେଈ ଗାଈ ନୁହେଁ, ଗୋଟିଏ ସାମାଜିକ ଚରିତ୍ର ପାଲଟି ଯାଇଥିଲା। ଏ ସଂସାରରେ ଅନେକ ମଣିଷ ନିଜ ସ୍ବାର୍ଥ ସାଧନପାଇଁ ଅନ୍ୟକୁ କଳକୌଶଳ କରି ଲୁଟି ଚାଲିଛନ୍ତି। ତା’କୁ ଦୁଲେଇ ନାନୀ ପରି ଅନେକ ବଡ଼ବଡ଼ିଆ ଅନ୍ଧଭାବରେ ସମର୍ଥନ କରୁଛନ୍ତି। ଆମେ ଚହଟଚିକ୍କଣ ବାବୁ ବୋଲାଉଥିବା ମଣିଷମାନେ ବି କିଛି କମ୍‌ ନୋହୁଁ। ଏ ସଂସାରରେ ଆମର ସବୁ ଦରକାର। ଗୋଚର, ଶ୍ମଶାନ, ନଈନାଳ, ବଣ ଜଙ୍ଗଲ ସବୁକୁ କରାୟତ୍ତ କରିବାପାଇଁ ଆମେ ଅହରହ ଚିନ୍ତା କରୁଛୁ। କିଛି ଲୋକଙ୍କର ସର୍ବଗ୍ରାସୀ ଲାଳସା ଆଜି ସମସ୍ତଙ୍କର ନିଦ ହଜେଇଦେଇଛି। ଦୁଲେଇ ନାନୀ ସଞ୍ଜୟ ପରି ଯୋଉ ଚେତାବନୀ ଦେଲା ତା’କୁ ମୋ ପରି ଧୃତରାଷ୍ଟ୍ରମାନେ ବୁଝି ନ ପାରିଲେ ମହାଭାରତ ଭଳି ପରିସ୍ଥିତି ଅବଶ୍ୟମ୍ଭାବୀ।
ବାସୁଦେବବାସ୍ୟମ୍‌, ଜଗନ୍ନାଥବିହାର, ବାଇପାସ, ଭଦ୍ରକ, ମୋ-୭୯୭୮୯୦୩୫୦୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?