ଏଇ ଭାରତରେ

ମୁମ୍ବାଇର ସବିତା ରାଓ ନାମ୍ନୀ ଜଣେ ମହିଳା ପଲିଥିନ୍‌ମୁକ୍ତ ତଥା ସ୍ବଚ୍ଛ ପରିବେଶ ଲାଗି ଅଣ୍ଟା ଭିଡ଼ିଛନ୍ତି। ୨୦୧୩ରେ ‘କ୍ଲିନ୍‌ ପ୍ଲାନେଟ୍‌’ବ୍ରାଣ୍ଡ୍‌ ଆରମ୍ଭ କରି ପରିବେଶ ଉପଯୋଗୀ ବହୁ ଟେକ୍ସଟାଇଲ ପ୍ରଡକ୍ଟ ପ୍ରସ୍ତୁତ କରୁଛନ୍ତି। ମୁଖ୍ୟତଃ ପରିବା ଓ ତେଜରାତି ଜିନିଷ ଆଣିବା ଲାଗି ସେ କପଡ଼ା ବ୍ୟାଗ୍‌ ତିଆରି କରୁଛନ୍ତି। ଲୋକମାନଙ୍କଠାରୁ ପୁରୁଣା ଶାଢି, ବେଡ୍‌ଶିଟ ଏବଂ ପୁରୁଣା ପୋଷାକ ସଂଗ୍ରହ କରି ସେ ବ୍ୟାଗ୍‌ ତିଆରି ହେଉଛି। ବ୍ୟାଗ୍‌ ବ୍ୟତୀତ ତାଙ୍କ ଉପତ୍ାଦ ମଧ୍ୟରେ ରହିଛି କପଡାର ଗିଫ୍ଟବ୍ୟାଗ, ପର୍ସ ଓ ବିଭିନ୍ନ ପ୍ରକାର ଝୁଲା। ଏହି କାର୍ଯ୍ୟରେ ସେ ମହିଳାମାନଙ୍କୁ ବି ଜୀବିକା ଯୋଗାଇ ଦେଇଛନ୍ତି। ଯେଉଁମାନେ ପୁରୁଣା ପୋଷାକ ଦାନ କରୁଛନ୍ତି ସବିତା ସେମାନଙ୍କୁ ଏହା ବଦଳରେ ଗୋଟିଏ ବ୍ୟାଗ୍‌ ମଧ୍ୟ ଦେଉଛନ୍ତି। ଗତ ଦୁଇବର୍ଷ ମଧ୍ୟରେ ସେ ୬ରୁ ୭ ହଜାର ବ୍ୟାଗ୍‌ ତିଆରି କରିପାରିଛନ୍ତି ବୋଲି କହନ୍ତି ସବିତା। ଏଥିପାଇଁ ସେ ତାଙ୍କ ସଂସ୍ଥାରେ କାର୍ଯ୍ୟ କରୁଥିବା ମହିଳାମାନଙ୍କୁ ତିନୋଟି ଗ୍ରୁପ୍‌ରେ ଭାଗ କରିଛନ୍ତି। କପଡା କାଟିବାଠାରୁ ଆରମ୍ଭ କରି ସିଲାଇ ତଥା ବ୍ୟାଗ୍‌ ଉପରେ ବିଭିନ୍ନ ପ୍ୟାଚ୍‌ଓ୍ବାର୍କ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଏମାନେ କରିଥାନ୍ତି। ଇ-କମର୍ସ ଜରିଆରେ ଏହା ମଧ୍ୟ ଉପଲବ୍ଧ ହୋଇଥାଏ। ଏମିତିକି ଭାରତ ସମେତ ଆମେରିକା, ୟୁରୋପ ଓ ଜାପାନରେ ‘କ୍ଲିନ୍‌ ପ୍ଲାନେଟ୍‌’ର ଚାହିଦା ବଢୁଛି ବୋଲି କହିଛନ୍ତି ସବିତା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri