Posted inଖେଳ

ଗଲ୍ଫ ସିଜନ ଆରମ୍ଭରୁ ଲଖିଙ୍କୁ ସଫଳତା

ଭୁବନେଶ୍ବର, ୨୧ା୧(କ୍ରୀଡ଼ା ପ୍ରତିନିଧି)- ରାଜ୍ୟର ଏକ ନମ୍ବର ମହିଳା ଗଲ୍ଫର ଲଖି ସ୍ବାଇଁ ଚଳିତ ସିଜନ ଆରମ୍ଭରୁ ସଫଳତା ପାଇଛନ୍ତି। ଭୁବନେଶ୍ବର ଗଲ୍ଫ କୋର୍ସର ନୂଆ ସିଜନ (୨୦୧୯-୨୦)ର ପ୍ରଥମ ଦୁଇ ପ୍ରତିଯୋଗିତା ହୋଲ୍‌-ଇନ୍‌-ୱାନ ଏବଂ କଳିଙ୍ଗ ଟ୍ରଫିର ମହିଳା ବିଭାଗରେ ଲଖି ଟ୍ରଫି ଜିତିଛନ୍ତି। ଏହା ବ୍ୟତୀତ ଦ୍ବିତୀୟ ସପ୍ତାହରେ କୋଲକାତାର ଟଲିଗଞ୍ଜ ଗଲ୍ଫ କୋର୍ସରେ ଅନୁଷ୍ଠିତ ସର୍ବଭାରତୀୟ ସ୍ତରୀୟ ପ୍ରତିଯୋଗିତାରେ ତାଙ୍କ ବେଷ୍ଟ୍‌ ନେଟ୍‌ ଉଲ୍ଲେଖନୀୟ ହୋଇଛି। ସେଠାରେ ଅନ୍ୟ ଦୁଇ ଓଡ଼ିଆ ଖେଳାଳି ହର୍ଷଦୀପ କୌର୍‌ (୨୫-୩୬ ଶ୍ରେଣୀର ବଗି ଓ ଶ୍ରେଷ୍ଠ ଗ୍ରସ୍‌) ଏବଂ ଜୟଶ୍ରୀ ମିଶ୍ର (ଷ୍ଟେଟେଷ୍ଟ୍‌ ଡ୍ରାଇଭ୍‌) ମଧ୍ୟ ବ୍ୟକ୍ତିଗତ ସଫଳତା ପାଇଛନ୍ତି। ”କାନ୍ଧରେ ଆଘାତଜନିତ ସମସ୍ୟା କାରଣରୁ ଚଳିତ ବର୍ଷ ସୀମିତ ପ୍ରତିଯୋଗିତାରେ ଭାଗନେବାକୁ ଲକ୍ଷ୍ୟ ରଖିଛି। ତଥାପି ବମ୍ବେ, ବାଙ୍ଗାଲୋର୍‌, ଜାମସେଦପୁର, ଦିଲ୍ଲୀରେ ଖେଳିବି“ ବୋଲି ଲଖି ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ୫୭ ବର୍ଷୀୟା ଲଖି ବିଗତ ଋତୁରେ ମୋଟ ୯ଟି ପ୍ରମୁଖ ପ୍ରତିଯୋଗିତାରେ ସଫଳ ହୋଇଥିଲେ। ରାଜ୍ୟ ବାହାରେ ଟଲିଗଞ୍ଜ, ବାଙ୍ଗାଲୋର୍‌ ସର୍ବଭାରତୀୟ ପ୍ରତିଯୋଗିତା, ଦିଲ୍ଲୀରେ ଇଣ୍ଡୋ-ନିପୋ ଗୋଲ୍ଡେନ୍‌ ଗ୍ରିନ୍‌ କପ୍‌, ମୁମ୍ବାଇରେ ଚାମ୍ବର୍ସ ପ୍ରେସିଡେନ୍ସି ପ୍ରତିଯୋଗିତାର ମହିଳା ବିଭାଗ ସମ୍ମାନ ପାଇଥିଲେ। ବାଙ୍ଗାଲୋରରେ ବଗି ସହିତ ବିଜୟିନୀ ଏବଂ ଟଲିରେ ୬ଟି ଭିନ୍ନ ବର୍ଗରେ ମଧ୍ୟ ସଫଳତା ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନୂଆ ଅବତାରରେ ଧୋନୀ: ଭାଇରାଲ ହେଉଛି VIDEO

ରାଞ୍ଚି,୩।୮: ପୁଣି ଚର୍ଚ୍ଚାରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ତାଙ୍କୁ ଏକ ନୂଆ ଅବତାରରେ ଦେଖାଯାଇଛି। ଧୋନୀ ଏକ ରେସଟ୍ରାକରେ ବାଇକ…

ମ୍ୟାଚ୍‌ ଫିକ୍ସଂ କରି ୮ ବର୍ଷ ବାସନ୍ଦ ହେଲେ ଏହି କ୍ରିକେଟର

ଦୁବାଇ,୩ା୮: ୟୁଏସ୍‌ଏ ଖେଳାଳି ବୋଦୁଗମ ଅଖିଳେଶ ରେଡ୍ଡୀ ଏକ ମ୍ୟାଚ୍‌ ଫିକ୍ସଂ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୮ ବର୍ଷ ଲାଗି ସମସ୍ତ ପ୍ରକାର କ୍ରିକେଟରୁ ବାସନ୍ଦ…

ଟିମ ଇଣ୍ଡିଆର ବଦଳିଲେ କୋଚ୍‌, ଭାବୁକ ହୋଇ ଏମିତି କହିଦେଲେ ରୋହିତ, ପଢନ୍ତୁ…

ନୂଆଦିଲ୍ଲୀ,୩।୮: ଟିମ ଇଣ୍ଡିଆର କୋଚିଂ ଷ୍ଟାଫ୍‌ରେ ବଡ଼ ପରିବର୍ତ୍ତନ ହୋଇଛି। ଫିଲ୍ଡିଂ କୋଚ ଟି. ଦିଲୀପଙ୍କ ଚୁକ୍ତି ଶେଷ ହୋଇଯାଇଛି। ଏଥର ବିସିସିଆଇ ତାଙ୍କ ଚୁକ୍ତିକୁ ନବୀକରଣ…

କ୍ରିକେଟ ଜଗତରୁ ଆସିଲା ବଡ଼ ଖବର: ୮ ବର୍ଷ ପାଇଁ ଏହି କ୍ରିକେଟରଙ୍କୁ ବ୍ୟାନ୍‌ କଲା ICC

ନୂଆଦିଲ୍ଲୀ,୩।୮: କ୍ରିକେଟ ଜଗତରୁ ଏକ ଚମକାଇଦେଲା ଭଳି ଖବର ସାମ୍ନାକୁ ଆସିଛି। ମ୍ୟାଚ ଫିକ୍ସିଂ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଆମେରିକାର କ୍ରିକେଟର ଅଖିଲେଶ ରେଡ୍ଡିଙ୍କୁ…

ଛାଡ଼ପତ୍ର ହେଲେ କାଙ୍ଗାଳ ହେବେ ରୋନାଲ୍ଡୋ! ବିବାହ ପୂର୍ବରୁ ରୋନାଲ୍ଡୋ-ଜର୍ଜିନା କରିଥିଲେ ଏହି ଏଗ୍ରିମେଣ୍ଟ

ଲିସବନ,୩।୮: ପର୍ତ୍ତୁଗାଲର ଦିଗ୍ଗଜ ଫୁଟବଲର୍‌ କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ଜର୍ଜିନା ରୋଡ୍ରିଗେଜଙ୍କ ବିବାହ ତାରିଖକୁ ନେଇ ଚାଲିଥିବା କଳ୍ପନାଜଳ୍ପନା ମଧ୍ୟରେ ଉଭୟଙ୍କର ବିବାହ ପୂର୍ବରୁ…

ମହିଳା ରେସଲର ଯୌନ ନିର୍ଯାତନା ମାମଲାରେ ବ୍ରିଜଭୂଷଣ ସିଂହଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୩।୮: କୈସରଗଞ୍ଜ (ଉତ୍ତର ପ୍ରଦେଶ)ର ପୂର୍ବତନ ଏମପି ଏବଂ ଭାରତୀୟ ଜନତା ପାର୍ଟିର ନେତା ବ୍ରିଜଭୂଷଣ ଶରଣ ସିଂହଙ୍କୁ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରୁ ବଡ଼ ଆଶ୍ୱସ୍ତି…

IND vs SL: ବୁମରା OUT; ଶ୍ରୀଲଙ୍କା ଗସ୍ତ ପୂର୍ବରୁ BCCIର ବଡ଼ ନିଷ୍ପତ୍ତି, ଏହି ଖେଳାଳିଙ୍କୁ ସୁଯୋଗ

ନୂଆଦିଲ୍ଲୀ,୩ା୮: ଶ୍ରୀଲଙ୍କା ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆର ସମସ୍ୟା ବଢ଼ିଚାଲିଛି । ନୀତିଶ କୁମାର ରେଡ୍ଡୀ ଓ ହର୍ଷିତ ରାଣା ଆହତ ହୋଇ…

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ BCCI ଗ୍ରହଣ କଲା ବଡ଼ କାର୍ଯ୍ୟାନୁଷ୍ଠାନ!

ନୂଆଦିଲ୍ଲୀ,୩।୮: ଆସାମ ଏବଂ ରେଳବାଇର ପୂର୍ବତନ କ୍ରିକେଟର ଶୁଭଦୀପ ଘୋଷଙ୍କୁ ଭାରତୀୟ ପୁରୁଷ କ୍ରିକେଟ ଦଳର ଫିଲ୍ଡିଂ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରାଯିବାକୁ ସ୍ଥିର ହୋଇଛି। ଜିମ୍ବାୱେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri