ଗଞ୍ଜାମ, ଖୋର୍ଦ୍ଧା ଜିଲାରେ ସର୍ବାଧିକ ସକ୍ରିୟ ସଂକ୍ରମିତ

ଭୁବନେଶ୍ୱର, ୪ା୬ (ବ୍ୟୁରୋ)- ରାଜ୍ୟର ଦୁଇ ଜିଲା ଗଞ୍ଜାମ ଓ ଖୋର୍ଦ୍ଧାରେ ସର୍ବାଧିକ ସକ୍ରିୟ ସଂକ୍ରମିତଙ୍କ ରହିଛନ୍ତି। ଶେଷ ୨୪ ଘଣ୍ଟାରେ ଆଉ ୯୦ଜଣ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୫ ଓ ଗଞ୍ଜାମ ଜିଲାରୁ ୨୨ଜଣ ରହିଛନ୍ତି। ଫଳରେ ଏବେ ଗଞ୍ଜାମରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୬୪ ଓ ଖୋର୍ଦ୍ଧାରେ ୧୧୪ ରହିଛି। ଅନ୍ୟ ଜିଲାଗୁଡ଼ିକରେ ଏହି ସଂଖ୍ୟା ଶହେ ତଳକୁ ରହିଥିବା ଗୁରୁବାର ରାଜ୍ୟ ସରକାରଙ୍କ କୋଭିଡ୍‌ ଡ୍ୟାସ୍‌ବୋର୍ଡ ତଥ୍ୟରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ଚିହ୍ନଟ ନୂଆ ଆକ୍ରାନ୍ତ ୧୩ ଜିଲାରୁ ରହିଥିବାବେଳେ ଖୋର୍ଦ୍ଧା ଜିଲା ପୁଣି ଚର୍ଚ୍ଚାକୁ ଆସିଛି। ଏଠାରେ ଏବେ ଫେରନ୍ତା ପ୍ରବାସୀଙ୍କ ସଂଖ୍ୟା ୩ହଜାର ଛୁଇଁଛି। କ୍ୱାରାଣ୍ଟାଇନ୍‌ ସେଣ୍ଟର ଓ ଲୋକାଲ ପଜିଟିଭ୍‌ କେସ୍‌କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୯୫ରେ ପହଞ୍ଚତ୍ଛି। ସକ୍ରିୟ ଥିବା ୧୧୪ଜଣ ସଂକ୍ରମିତଙ୍କ ମଧ୍ୟରୁ ୯୯ଜଣ ଖୋର୍ଦ୍ଧା ଉପଖଣ୍ଡର ଓ ୧୫ଜଣ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳର ବୋଲି ଜଣାପଡିଛି।
ତେବେ ସବୁଠାରୁ ଉଦ୍‌ବେଗର ବିଷୟ ହେଲା, ଭୁବନେଶ୍ୱରରେ ଆଉ ୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହୋମ୍‌ କ୍ୱାରାଣ୍ଟାଇନ୍‌ ଥିବା ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ପୂର୍ବରୁ ଚିହ୍ନଟ ହୋଇଥିବା ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ଅନ୍ୟ ୩ଜଣ କରୋନା ଆକ୍ରାନ୍ତ ଲୋକାଲ କେସ୍‌ ଅନ୍ତର୍ଭୁକ୍ତ। ଏମାନଙ୍କ ମଧ୍ୟରେ ଏମ୍ସର ଜଣେ କର୍ମଚାରୀ ଥିବାବେଳେ ଆଇଗିଣିଆ ଓ ଡୁମୁଡୁମାରୁ ଜଣେ ଲେଖାଏ ଆକ୍ରାନ୍ତ ରହିଛନ୍ତି। ସୂଚନା ଓ ଲୋକଙ୍କ ସମ୍ପର୍କ ବିଭାଗ, ବିଏମ୍‌ସି ଓ ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ଟୁଇଟ୍‌ ଯୋଗେ ଏହି ସୂଚନା ଦିଆଯାଇଛି।
ସେହିପରି ନୂଆ ୯୦ ଆକ୍ରାନ୍ତଙ୍କ ମଧ୍ୟରୁ ଢେଙ୍କାନାଳରୁ ୧୦, ଭଦ୍ରକରୁ ୯, ନୟାଗଡରୁ ୭, ସୁନ୍ଦରଗଡ ଓ କଟକରୁ ୫, ପୁରୀରୁ ୨ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୋଳ, ବାଲେଶ୍ୱର, କଳାହାଣ୍ଡି, ସମ୍ବଲପୁର ଏବଂ ବରଗଡରୁ ଜଣେ ଲେଖାଏ ରହିଛନ୍ତି। ୭୯ଜଣ କ୍ୱାରାଣ୍ଟାଇନ୍‌ରୁ ଓ ୧୧ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି। ଏମାନଙ୍କୁ ମିଶାଇ ଏବେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨୪୭୮କୁ ବୃଦ୍ଧି ପାଇଛି।
ସେପଟେ ରାଜ୍ୟରେ ଗୁରୁବାର ଆଉ ୬୫ ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୪୮୧ରେ ପହଞ୍ଚତ୍ଛି। ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ୧୪ଜଣ, ଜଗତ୍‌ସିଂହପୁର ଓ କେନ୍ଦ୍ରାପଡାରୁ ୧୦ଜଣ ଲେଖାଏ, ଭଦ୍ରକରୁ ୮ଜଣ ଓ କେନ୍ଦୁଝରରୁ ୭ ଜଣ, ବଲାଙ୍ଗୀରରୁ ୬ଜଣ, ଖୋର୍ଦ୍ଧାରୁ ୩ଜଣ, ବାଲେଶ୍ୱର ଓ ଯାଜପୁରରୁ ୨ଜଣ ଲେଖାଏ, ଢେଙ୍କାନାଳ, ଝାରସୁଗୁଡା ଓ କନ୍ଧମାଳରୁ ଜଣେ ଲେଖାଏ ସୁସ୍ଥ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗରିମା ଦିବସ: ସଫେଇ କର୍ମୀ ପ୍ରତାପ ଦଳେଇଙ୍କ ପତ୍ନୀଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ରାଶି

ଭୁବନେଶ୍ୱର, ୨୨।୮: ସଫେଇ କର୍ମୀଙ୍କ ସୁରକ୍ଷା, ସାମାଜିକ ସୁରକ୍ଷା ଓ ମର୍ଯ୍ୟାଦା ବୃଦ୍ଧି ଲକ୍ଷ୍ୟରେ ଆଜି ଗରିମା ଦିବସ ୨୦୨୬ ପାଳିତ ହୋଇଛି। ଏହି ଅବସରରେ ଲୋକସେବା…

ପୁଣି ଲଘୁଚାପ ସମ୍ଭାବନା: ୨୪ ଘଣ୍ଟାରେ ସ୍ପଷ୍ଟ ହେବ ଚିତ୍ର

ଭୁବନେଶ୍ୱର, ୨୨।୮: ଉତ୍ତର ବଙ୍ଗୋପସାଗର ଉପରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ଉତ୍ତର ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମବଙ୍ଗ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ…

ମହଙ୍ଗା ପଡ଼ିବ ସରକାରୀ ଜମି ଜବରଦଖଲ: ପୁଣି କବ୍‌ଜା କଲା ବିଡିଏ

ଭୁବନେଶ୍ୱର,୨୨ା୮(ରବିନାରାୟଣ ଜେନା):ଶଙ୍କରପୁର ମୌଜାରେ ସରକାରୀ ଜମି ଜବରଦଖଲ କରିବା ଏବଂ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ପାଚେରି ଭାଙ୍ଗିବା ଜଣେ ଜବରଦଖଲକାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବ। ଏନେଇ…

୧୦ ଜିଲାରେ ହେବ ବମ୍ପର ନିଯୁକ୍ତି: ୨,୭୮୦ କୋଟିର ନିବେଶ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର,୨୨ା୮(ରବିନାରାୟଣ ଜେନା):ଓଡ଼ିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଳ୍ପ ଓ ପୁଞ୍ଜି ନିବେଶ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ଶୁକ୍ରବାର ୨,୭୮୦ କୋଟି ଟଙ୍କାର…

ପୁଣି ଏକ ଲଘୁଚାପ ସମ୍ଭାବନା: ୨୧ ଜିଲାକୁ ଝଡ଼ବର୍ଷା ସତର୍କତା

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ) – ୪ଦିନ ହେବ ରାଜ୍ୟରେ ବର୍ଷା ନ ଥିବାବେଳେ ଖରା ଓ ଗୁଳୁଗୁଳି ଜାରି ରହିଛି। ଏପରିସ୍ଥିତିରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ…

ମହିଳା ଉଦ୍ୟୋଗୀଙ୍କ ପାଇଁ ‘ଉଦ୍ୟମୀ ଶକ୍ତି’ ଜାତୀୟ ସେମିନାର

ଭୁବନେଶ୍ୱର, ୨୧।୮: ମହିଳା ଉଦ୍ୟୋଗୀଙ୍କୁ ବଜାର ସହ ଯୋଡ଼ିବା, ଡିଜିଟାଲ ପ୍ଲାଟଫର୍ମରେ ସୁଯୋଗ ସୃଷ୍ଟି କରିବା ଏବଂ ସରକାରୀ ଯୋଜନାର ଲାଭ ପହଞ୍ଚାଇବା ଲକ୍ଷ୍ୟରେ ‘ଉଦ୍ୟମୀ ଶକ୍ତି’…

ବରିଷ୍ଠ IPS ସ୍ତରରେ ଅଦଳବଦଳ: ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ

ଭୁବନେଶ୍ୱର,୨୧।୮: ରାଜ୍ୟ ସରକାର ବରିଷ୍ଠ IPS ସ୍ତରରେ ଅଦଳବଦଳ କରିଛନ୍ତି। ପୋଲିସ ପ୍ରଶାସନକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ଲକ୍ଷ୍ୟରେ ବରିଷ୍ଠ IPS ଅଧିକାରୀମାନଙ୍କୁ ବିଭିନ୍ନ…

୨୭ ନା ୨୮ କେବେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ କ’ଣ କହିଲେ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର,୨୧ା୮: ଚଳିତ ବର୍ଷ ରକ୍ଷାବନ୍ଧନ ପର୍ବକୁ ନେଇଥିବା ଦ୍ୱନ୍ଦ୍ୱ ଦୂର ହୋଇଛି। ୨୭ରେ ରକ୍ଷାବନ୍ଧନ ପର୍ବ ପାଳନ କରାଯିବାକୁ ଥିବାବେଳେ ରାଖୀପୂର୍ଣ୍ଣିମା ୨୮ରେ। ତେଣୁ ଏହି ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri