Posted inଖେଳ

ଖେଳାଳିଙ୍କ ପରେ ପାକିସ୍ତାନ ଗସ୍ତରୁ ଓହରିଲେ ବାଂଲାଦେଶ କୋଚ୍‌

ଢାକା,୧୮।୧- ଆସନ୍ତା ସପ୍ତାହରେ ବାଂଲାଦେଶ ପାକିସ୍ତାନ ଗସ୍ତ କରି ଟି୨୦ ସିରିଜ୍‌ ଖେଳିବ। ଏହି ସିରିଜ୍‌ରୁ ବାଂଲାଦେଶ ଦଳର ଉଇକେଟକିପର ବ୍ୟାଟ୍ସମ୍ୟାନ ମୁଶଫିକର ରହିମ ବ୍ୟକ୍ତିଗତ କାରଣ ଦର୍ଶାଇ ଓହରିଯାଇଥିଲେ। ତାଙ୍କ ପରେ ଦଳର ୫ ଜଣ କୋଚିଂ ଷ୍ଟାଫ ପାକିସ୍ତାନ ଗସ୍ତ କରିବାକୁ ମନା କରିଦେଇଛନ୍ତି। ଏଥିରେ ବ୍ୟାଟିଂ କୋଚ୍‌ ନିଲ ମ୍ୟାକକେଞ୍ଜି ଓ ଫିଲ୍ଡିଂ କୋଚ୍‌ ରିଆନ କୁକ୍‌ ରହିଛନ୍ତି। ଦୁହେଁ ନିଜ ଆଡ଼ୁ ଓହରିଥିବାବେଳେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ସ୍ପିନ ପରାମର୍ଶଦାତା ଡାନିଏଲ ଭିଟୋରିଙ୍କୁ ଛୋଟ ସିରିଜ୍‌ ପାଇଁ ନ ଡାକିବାକୁ ନିଷ୍ପତ୍ତି ନେଇଛି। ଏ ନେଇ ବିସିବିର କ୍ରିକେଟ ଅପରେଶନ୍ସ ଚେୟାରମ୍ୟାନ ଆକ୍ରମ ଖଁା କହିଛନ୍ତି। ଦଳୀୟ ଆନାଲିସିଷ୍ଟ ଶ୍ରୀନିବାସ ଚନ୍ଦ୍ରଶେଖରନ ଭାରତୀୟ ନାଗିରିକ ହୋଇଥିବାରୁ ପାକିସ୍ତାନ ଯିବେ ନାହିଁ। ଷ୍ଟ୍ରେନ୍ଥ ଓ କଡିଶନିଂ କୋଚ୍‌ ମାରିଓ ଭିଲାଭାରାୟନଙ୍କ ହାତ ଭାଙ୍ଗି ଯାଇଛି। ସେ ସ୍କାଇପି ଜରିଆରେ ନିଜ କାର୍ଯ୍ୟ ତୁଲାଇବେ। ମାତ୍ର ଏପର୍ଯ୍ୟନ୍ତ ପାକିସ୍ତାନ ଗସ୍ତ ଲାଗି ଆମେ ନୂଆ ବୋଲିଂ କୋଚ୍‌ ନିଯୁକ୍ତ କରିନାହୁଁ ବୋଲି ଆକ୍ରମ ପ୍ରକାଶ କରିଛନ୍ତି। ସୋହେଲ ଇସଲାମ ଓ ତୁଷାରକାନ୍ତି ହଲଦାର କୁକ୍‌ ଓ ଭିଲାଭାରାୟନଙ୍କ ଦାୟିତ୍ୱ ତୁଲାଇବେ। କେବଳ ମୁଖ୍ୟ କୋଚ୍‌ ରସେଲ ଡୋମିଙ୍ଗୋ ଓ ଫିଜିଓ ଜୁଲିଆନ କାଲେଫାଟୋ ଦଳ ସହ ଗସ୍ତ କରିବେ। ପାକିସ୍ତାନ ଗସ୍ତରେ ବାଂଲାଦେଶ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦, ଦୁଇ ଟେଷ୍ଟ ଓ ଏକ ଦିନିକିଆ ମ୍ୟାଚ୍‌ ଖେଳିବ। ଏହି ସିରିଜ୍‌ ୩ ଚରଣରେ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ ପ୍ରସାଦ ରାୟଗଡ଼ାର ନୂଆ ଏସ୍ପି; ଦାୟିତ୍ବ ଗ୍ରହଣ କରୁକରୁ କହିଦେଲେ ଏହି କଥା, ଛାନିଆ…

ଗୁଣପୁର,୨୭।୫(ସୁଜାତା ପାଢ଼ୀ): ରାୟଗଡ଼ା ଜିଲାର ନୂତନ ଏସପି ଭାବେ ରାଜ୍ ପ୍ରସାଦ ବୁଧବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି । ପୂର୍ବତନ ଏସପି ସ୍ୱାତି ଏସ କୁମାରଙ୍କ ଠାରୁ…

କର୍ନାଟକରେ ସତ୍ତା ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଶେଷ! କାଲି ଏହି ସମୟରେ ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୨୭।୫: କର୍ନାଟକରେ ଆଗାମୀ ଦୁଇ ଦିନ ମଧ୍ୟରେ କ୍ଷମତା ପରିବର୍ତ୍ତନ ନେଇ କଳ୍ପନାଜଳ୍ପନା ତୀବ୍ର ହେଉଥିବା ବେଳେ, କଂଗ୍ରେସ ବିଧାୟକ ଆର.ଭି. ଦେଶପାଣ୍ଡେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ…

ବେଆଇନ ଗୋହତ୍ୟା ରୋକିବାକୁ ଜିଲାପାଳ, ଥାନାଧିକାରୀଙ୍କୁ ସ୍ମାରକପତ୍ର

ବନ୍ତ,୨୭ା୫(କିଶୋର କୁମାର ସେଠୀ): ମୁସଲମାନ ସମ୍ପ୍ରଦାୟର ପର୍ବ ଇଦ-ଉଲ-ଜୁହା (ବକ୍ରିଦ) ପର୍ବ ପାଳନ ହେବାକୁ ଯାଉଥିବା ବେଳେ, ଏହି ସମୟରେ ବେଆଇନ ଗୋହତ୍ୟା ଏବଂ ଗୋ-ଚାଲାଣକୁ ସମ୍ପୂର୍ଣ୍ଣ…

ଭାଇ-ଭାଇ ବିବାଦ ଯୋଗୁଁ ମା’ର କଲେନି ଅନ୍ତିମସଂସ୍କାର, ପୋଲିସ ଆସି କାନ୍ଧେଇଲା ଶବ

ବାଲେଶ୍ୱର,୨୭ା୫( ବାଞ୍ଛାନିଧି ଦେ): ଦୁଇ ପୁଅ ମଧ୍ଯରେ ବିବାଦ ପାଇଁ ବଳି ପଡିଲେ ମା’ । ଏମିତି କି ମା’ର ଶବସତ୍କାର କଲେନି ଦୁଇ ପୁଅ ।…

OCS ପରୀକ୍ଷାରେ ଚାଷୀ ପୁଅଙ୍କ କମାଲ୍, ପ୍ରଥମ ପ୍ରୟାସରେ ସଫଳ ହୋଇ…

ବରଗଡ଼,୨୭।୫(ପ୍ରେମାନନ୍ଦ ଖମାରୀ): ଓଡିଶା ସର୍ଭିସ୍ କମିଶନ(OPSC ) ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ୍ (ଓସିଏସ୍) ପରୀକ୍ଷାରେ ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ବାଘମୁଣ୍ଡା(ଭିଞ୍ଜେତୋରା) ଗ୍ରାମର ନିବାସ…

ଭାଜପାରେ ଯୋଗଦେଇ ଭୁବନେଶ୍ବର ଫେରିବା ପରେ ବଡ଼ ଗୁମର ଖୋଲିଦେଲେ ଦେବାଶିଷ, ବିଜେଡିର ଅବସ୍ଥା….

ଭୁବନେଶ୍ବର,୨୭ା୫: ବିଜେଡି ଛାଡି ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ ରାଜ୍ୟ ସଭା ଏମ୍‌ପି ଦେବାଶିଷ ସାମନ୍ତରାୟ । ସୋମବାର ଦେବାଶିଷ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ…

ପେଟ୍ରୋଲ ପମ୍ପରେ ତେଲ ବଳିଥିବାବେଳେ ଯଦି ଦାମ୍ ବଢ଼େ; ତେବେ କାହା ପକେଟ୍‌କୁ ଯାଏ ବର୍ଦ୍ଧିତ ଟଙ୍କା, ମାଲିକ ନା କମ୍ପାନୀ?

ନୂଆଦିଲ୍‌ଲୀ,୨୭।୫: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଉତ୍ତେଜନା ଯୋଗୁଁ ଗତ କିଛି ଦିନ ହେବ ପେଟ୍ରୋଲ ଏବଂ ଡିଜେଲ ଦର ଅନେକ ଥର ବୃଦ୍ଧି ପାଇଛି। ନିକଟରେ ପେଟ୍ରୋଲ ଲିଟର…

୩ ବ୍ୟାଙ୍କ ଅଫିସରଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର,୨୭।୫(ତ୍ରିନାଥ ମହାନ୍ତି): ଜାଲ ଦସ୍ତାବିଜ୍‌ ଦେଇ ଏସ୍‌ବିଆଇର ୪ଟି ଶାଖାରୁ ବ୍ୟକ୍ତିଗଣ ଋଣ ନାମରେ ୬କୋଟି ୮୮ଲକ୍ଷ ୨୯ ହଜାର ଟଙ୍କା ଠକେଇ ମାମଲାରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri