‘ଖାସ୍‌ ତୁମ ପାଇଁ’ ସାଂସ୍କୃତିକ ସନ୍ଧ୍ୟା

ବାଲେଶ୍ୱର ଅଫିସ,୧୭।୨-ବାଲେଶ୍ୱର ବାମପଦାସ୍ଥିତ ନୋସି ଉତ୍କଳା ମୁକ୍ତ ମଞ୍ଚରେ ସ୍ଥାନୀୟ ଉଦୀୟମାନ କଳାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ରତି ଶନିବାର ଓ ରବିବାର ସାପ୍ତାହିକ ସାଂସ୍କୃତିକ କାର୍ଯ୍ୟକ୍ରମ ନୋସି କଲଚୁରାଲ ଏକାଡେମୀ ପକ୍ଷରୁ ଆୟୋଜିତ ହୋଇଆସୁଛି। କଣ୍ଠଶିଳ୍ପୀ ଡା. ଅମିତାଭ ଗିରି ମୁଖ୍ୟଅତିଥି ଭାବରେ ଯୋଗଦେଇ ‘ଖାସ୍‌ ତୁମ ପାଇଁ ’ ସାଂସ୍କୃତିକ ସନ୍ଧ୍ୟା ନୂଆ ରେକର୍ଡ ସୃଷ୍ଟି କରିଛି ବୋଲି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମକୁ ନୋସିର ସିଇଓ କେ. କେ. ମୁଦୁଲି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିବା ବେଳେ ଶିଳ୍ପୀ କେଶୁ ଦାସ ପରିଚାଳନା କରିଥିଲେ ା ଏଥିରେ ଝିଅପୁଅ କଣ୍ଠଶିଳ୍ପୀ ଓ ନୃତ୍ୟଶିଳ୍ପୀମାନେ ଦୁଇ ଜଣ ନିଜର କଳା ପ୍ରଦର୍ଶନ କରି ଦର୍ଶକମାନଙ୍କ ମନୋରଞ୍ଜନ କରିଥିବା ବେଳେ କବି କବୟିତ୍ରୀ ପ୍ରେମ କବିତା ପାଠ କରିଥିଲେ ା କବି ଗଗନ ସେଠୀ ଓ କୁମାର ସୋମୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। କୁମାର ମାନସ ସହ ଭାଗ୍ୟଶ୍ରୀ, କୁମାର କ୍ରିଷ୍ଣା ସହ ମୋନାଲୀ ଯୁଗଳ ରୋମାଣ୍ଟିକ ସଙ୍ଗୀତ ପରିବେଷଣ କରିଥିବା ବେଳେ ସୌମ୍ୟ ସହ ରଚନା, ମିଥୁନ ସହ ଅଲିଭା, ଶ୍ରୀୟା ସହ ନୀଖିଲ, ଗୌତମ ସହ ନନ୍ଦିନୀ, ନନ୍ଦିତା ସହ ଗିରିଜା, ପିକୁନ ସହ କାମନା ନୃତ୍ୟ ପରିବେଷଣ କରିଥିଲେ ା ସେହିପରି କବି ଦେବାଶିଷ ସିଂ ସହ ତୃପ୍ତିରାଣୀ ପାତ୍ର, ଇନାୟତ ଅଲ୍ଲୀ ଖାଁ, ସୁବାସ ସ୍ବାଇଁ ସୁନ୍ଦର ସୁନ୍ଦର ପ୍ରେମ କବିତାପାଠ କରିଥିଲେ ା ନିୟମ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଯୋଗଦେଇ ଅର୍ଚ୍ଚନା ଘଡେଇ, ଦୀପ୍ତିରାଣୀ ଜେନା ଗୀତରେ, ଦୀପ୍ତିରାଣୀ ଜେନା, ରୁଇ ବାରିକ, ବିଶ୍ୱଶ୍ରୀ ସାହୁ ନୃତ୍ୟରେ ପୁରସ୍କୃତ ହୋଇଥିଲେ। ନୋସିର ଆବାହକ ଅମିତ ବେହେରା, ଅନ୍ୟତମ ନିର୍ଦ୍ଦେଶକ ମୁକୁଲ କୁମାର, ଡା. ଅମିତାଭ ଗିରି, ବିଶ୍ୱଜିତ ଘୋଷ, ଘନଶ୍ୟାମ ଦାସ, କନକଲତା ଦାସ ପ୍ରମୁଖ ଶିଳ୍ପୀମାନଙ୍କୁ ପ୍ରଶଂସାପତ୍ର ପ୍ରଦାନ କରି ଉତ୍ସାହିତ କରିଥିଲେ ା ନୋସିର ଗିରିଜା ଶଙ୍କର ମାଝି, ରୁଦ୍ର ପ୍ରସାଦ ବଳ, ପ୍ରଶାନ୍ତ ବେହେରା, ଅଶୋକ କୁମାର ପ୍ରମୁଖ ସହଯୋଗ କରିଥିବା ବେଳେ କଣ୍ଠଶିଳ୍ପୀ ଅତନୁ କୁମାର ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ରାଜନୈତିକ ଗୋଷ୍ଠୀ ମୁହାଁମୁହିଁ ଆଶଙ୍କା, ବରାଳ ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ୧୬୩ ଧାରା ଜାରି

ସାକ୍ଷୀଗୋପାଳ,୧୧ା୧୦(କିଶୋର ମହାପାତ୍ର/ପ୍ରଶାନ୍ତ ବାରିକ): ଶାସକ ଓ ବିରୋଧୀ ଦୁଇ ରାଜନୈତିକ ଗୋଷ୍ଠୀ ମୁହାଁମୁହିଁ ଆଶଙ୍କା ଥିବାରୁ ସତ୍ୟବାଦୀ ପ୍ରଶାସନ ପକ୍ଷରୁ ବରାଳ ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ବିଏନଏସ୍‌ର…

କୁଶପଲ୍ଲୀ ଚଳଚଞ୍ଚଳ: ମା’ ଚାମୁଣ୍ଡାଙ୍କ ପୀଠରେ ଆରମ୍ଭ ହେଲା ନବରାତ୍ର ପୂଜା

ଗଞ୍ଜାମ,୧୧ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ମଲାଡ଼ ପଞ୍ଚାୟତ ଅନ୍ତର୍ଗତ କୁଶପଲ୍ଲୀସ୍ଥିତ ମା’ ଚାମୁଣ୍ଡାଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ଅବସରରେ ୯ ଦିନବ୍ୟାପୀ ନବରାତ୍ର ପୂଜା ଓ ଅଖଣ୍ଡ…

୮ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରିଲାନି ଛାତ୍ରୀନିବାସ: ଭୂତକୋଠି ପାଲଟିଛି କୋଟି ଟଙ୍କାର କୋଠା

ଗୁଡ଼ାରି, ୧୦।୧୦ (ପ୍ରମୋଦ କୁମାର ପତି): ଆଦିବାସୀ ଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପ୍ରଦାନ ଓ ସେମାନଙ୍କ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ମାତ୍ର…

ଖଡ଼ିଆଳ କଲେଜ ସାଇନ୍‌ ଡାଏ: ଅଧ୍ୟକ୍ଷଙ୍କ ଇସ୍ତଫା ଦାବି ନେଇ ତେଜିଲା ଛାତ୍ର ଆନ୍ଦୋଳନ

ଖଡ଼ିଆଳ,୧୧ା୧୦(ସୁଜିତ୍‌ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବା ଘଟଣାକୁ ନେଇ କ୍ୟାମ୍ପସରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।…

ବାଘଛାଲ କାରବାର ଘଟଣାର ୪ ଅଭିଯୁକ୍ତ ଗିରଫ, କେତେଦୂର ଲମ୍ବିଛି ଚେର, ଜାରି ରହିଛି ଖୋଳତାଡ଼

ମୋହନା,୧୧ା୧୦(ମନ୍ମଥ ମିଶ୍ର): କଲରାପତରିଆ ବାଘଛାଲ କାରବାର ଘଟଣାରେ ବନ ବିଭାଗ ୪ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଗଜପତି ଜିଲା ମୋହନା ବନାଞ୍ଚଳ…

କର୍ଲାମୁଣ୍ଡା ଉତ୍ସବମୁଖର: ଆରମ୍ଭ ହେଲା ମା’ ଦୁର୍ଗାଙ୍କ ଶାରଦୀୟ ନବରାତ୍ର ପୂଜା, ୨୨ରେ ଭସାଣି

କର୍ଲାମୁଣ୍ଡା,୧୧ା୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମାସ୍ଥିତ ଦୁର୍ଗା ମଣ୍ଡପଠାରେ ଡୁକେରମାଲ ଦୁର୍ଗାପୂଜା କମିଟି ପକ୍ଷରୁ ରବିବାରଠାରୁ ସାର୍ବଜନୀନ ଶାରଦୀୟ ନବରାତ୍ର ପୂଜା…

ଗାଧୋଇବାକୁ ଯାଇ ଘାଇରେ ବୁଡ଼ିଗଲେ ଯୁବକ, ଦୀର୍ଘ ୮ ଘଣ୍ଟାର କସରତ ପରେ…

ମୋହନା,୧୧ା୧୦(ମନ୍ମଥ ମିଶ୍ର): ଗାଧୋଇବାକୁ ଯାଇ ଘାଇରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ଆର ଉଦୟଗିରି ଥାନା ଅନ୍ତର୍ଗତ…

ଆଜି ଅତାବିରା ଆସୁଛନ୍ତି ରାଜ୍ୟପାଳ: ଶିକ୍ଷା ଓ ସାଂସ୍କୃତିକ କ୍ଷେତ୍ରରେ ନୂଆ ଅଧ୍ୟାୟର କରିବେ ଶୁଭାରମ୍ଭ

ଅତାବିରା,୧୧ା୧୦(ଯୁଧିଷ୍ଠିର ମହାପାତ୍ର): ଓଡ଼ିଶାର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପାଟି ରବିବାର ବରଗଡ଼ ଜିଲାର ଅତାବିରା ଗସ୍ତରେ ଆସୁଥିବାରୁ ଅଞ୍ଚଳରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି। ରାଜ୍ୟପାଳଙ୍କ ଗସ୍ତକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?