କମ୍ପାନୀ ସୋମବାର ପୈଠ କରିପାରନ୍ତି ଏଜିଆର ଦେୟ

ନୂଆଦିଲ୍ଲୀ, ୧୭ା୨: ଭାରତୀ ଏୟାରଟେଲ, ଭୋଡାଫୋନ-ଆଇଡିଆ, ଟାଟା ଟେଲିସିର୍ଭିସେସ ଭଳି ଟେଲିକମ୍‌ କମ୍ପାନୀଗୁଡିକ ଆଡ୍‌ଜଷ୍ଟେଡ ଗ୍ରସ୍‌ ରେଭିନ୍ୟୁ (ଏଜିଆର୍‌) ବାବଦ ବକେୟା ଅର୍ଥ ସୋମବାର ପ୍ରଦାନ କରିପାରନ୍ତି। ଦେୟ ପ୍ରଦାନ ନ କଲେ କଠୋର କାର୍ଯ୍ୟାନୁଷ୍ଠାନ ହେବାର ସମ୍ଭାବନା ଥିବାରୁ କମ୍ପାନୀଗୁଡିକ ଶୀଘ୍ର ଅର୍ଥ ପ୍ରଦାନ କରିପାରନ୍ତି ବୋଲି ବିଭାଗର ଜଣେ ଅଧିକାରୀ କହିଛନ୍ତି। ଏହି ୩ କମ୍ପାନୀଙ୍କ ଉପରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ବକେୟା ରହିଛି। ହେଲେ କମ୍ପାନୀଗୁଡିକ ସମୁଦାୟ ଅର୍ଥ ଏକାଥରକେ ପ୍ରଦାନ କରିପାରିବେ ନାହିଁ। ଆଂଶିକ ଭାବେ ଅର୍ଥ ପ୍ରଦାନ କରିବାକୁ ସେମାନେ ଟେଲିକମ ବିଭାଗ(ଡିଓଟି)କୁ ସୂଚନା ଦେଇଥିବା ଅଧିକାରୀ ଜଣକ କହିଛନ୍ତି। କେଉଁ କମ୍ପାନୀ କେତେ ଅର୍ଥ ପଇଠ କରୁଛନ୍ତି ତାହା ଦେଖିବା ପରେ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ଡିଓଟିର ଏହି ଅଧିକାରୀ ଜଣକ ମତବ୍ୟକ୍ତ କରିଛନ୍ତି।
ଆସନ୍ତା ୨୦ ତାରିଖ ସୁଦ୍ଧା ୧୦ ହଜାର କୋଟି ଟଙ୍କା ପ୍ରଦାନ କରିବାକୁ ଭାରତୀ ଏୟାରଟେଲ ଗତ ଶୁକ୍ରବାର ଦିନ ପ୍ରସ୍ତାବ ଦେଇଛି। କିନ୍ତୁ ଟେଲିକମ ବିଭାଗ କମ୍ପାନୀ ଗୁଡିକୁ ଅଧିକ ଦିନ ମହଲତ ଦେବା ସପକ୍ଷରେ ଆଉ ନାହିଁ। ଏଭଳି ସ୍ଥିତିରେ କେତେ ପରିମାଣର ଏଜିଆର୍‌ ବକେୟା ପ୍ରଦାନ କରାଯିବ ସେ ସମ୍ପର୍କରେ ବିଚାର କରାଯାଉଥିବା ଭୋଡାଫୋନ ଶନିବାର କହିଛି। ଏହାବାଦ ଭାରତ ବଜାରରେ ନିଜ ବ୍ୟବସାୟର ଆଗାମୀ ସ୍ଥିତି କ’ଣ ରହିବ ସେ ନେଇ କମ୍ପାନୀ ଆଶଙ୍କାରେ ରହିଛି। ଟେଲିକମ କମ୍ପାନୀଙ୍କ ଉପରେ ଏବେ ମୋଟ ୧.୪୭ ଲକ୍ଷ କୋଟି ଟଙ୍କାର ବକେୟା ରହିଛି। ଜାନୁୟାରୀ ମାସ ୨୩ ସୁଦ୍ଧା ବକେୟା ରାଶି ପଇଠ କରିବାକୁ କମ୍ପାନୀଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ରିଲାଏନ୍ସ ଜିଓ ବାବ କୌଣସି କମ୍ପାନୀ ଏହା ପାଳନ କରିନାହାନ୍ତି। ଯାହାକୁ ନେଇ ସୁପ୍ରିମକୋର୍ଟ କ୍ଷୋଭ ପ୍ରକାଶ କରିବା ସହ ସବୁ ଟେଲିକମ କମ୍ପାନୀ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକଙ୍କୁ ମାର୍ଚ୍ଚ ୧୭ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ନିଜ କମ୍ପାନୀ ବିଏସ୍‌ଏନଏଲ୍‌ ଏବଂ ଏମ୍‌ଟିଏନଏଲ୍‌ ମଧ୍ୟ ବକେୟା ରାଶି ପ୍ରଦାନ କରିପାରିନାହିଁ।
ଏୟାରଟେଲ ଉପରେ ଏବେ ପ୍ରାୟ ୩୫,୫୮୬ କୋଟି, ଭୋଡାଫୋନ ଉପରେ ୫୩ ହଜାର କୋଟି ପଡି ରହିଛି। ଏହା ମଧ୍ୟରୁ ପ୍ରାୟ ୧.୧୩ ଲକ୍ଷ କୋଟି ଆଦାୟ ହେବାର ସମ୍ଭାବନା ରହିଛି। ବଳକା ଅର୍ଥ ଦେବାକୁ ଥିବା କମ୍ପାନୀଗୁଡିକ ଏବେ କାରବାର ବନ୍ଦ କରି ଦେଇଛନ୍ତି। ଟେଲିକମ ବିଭାଗକୁ ସୁପ୍ରିମକୋର୍ଟ ତାଗିଦ କରିବା ପରେ ଶୁକ୍ରବାର ମଧ୍ୟରାତ୍ରି ସୁଦ୍ଧା ଦେୟ ପଇଠକରିବାକୁ ଏହା କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଇଥିଲା। କିଛି କମ୍ପାନୀ ଦେୟର ଆକଳନ ଲାଗି ସମୟ ମାଗିଥିବାବେଳେ ସେମାନଙ୍କୁ ପର୍ଯ୍ୟାପ୍ତ ସମୟ ମିଳିଥିବା ଅଧିକାରୀ ଜଣକ କହିଛନ୍ତି। ସେହିଭଳି ଟେଲିକମ ସେବାରେ ନ ଥିବା କିଛି ରାଷ୍ଟ୍ରାୟତ୍ତ କମ୍ପାନୀଙ୍କ ଉପରେ ମଧ୍ୟ ୨.୬୫ ଲକ୍ଷ କୋଟି ଟଙ୍କାର ବକେୟା ରହିଛି। ଏହି ଅର୍ଥ ମଧ୍ୟରେ ଗେଲ୍‌ର ବକେୟା ପ୍ରାୟ ୬୫% ହେବ। ରାଷ୍ଟ୍ରାୟତ୍ତ କମ୍ପାନୀଗୁଡିକ ଏ ନେଇ ଆଇନର ଧାରା ଆପଣାଇବା ସହ କୋର୍ଟର ଦ୍ୱାରସ୍ଥ ହୋଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

ବଜାରରେ ଭି-ଗାର୍ଡର ନୂତନ ଉତ୍ପାଦ

ଭୁବନେଶ୍ୱର,୧୮।୪: ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ଉତ୍ପାଦଗୁଡ଼ିକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ରାଣ୍ଡ୍‌ର ନୂତନ ଉତ୍ପାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri