କମ୍ପାନୀ ସୋମବାର ପୈଠ କରିପାରନ୍ତି ଏଜିଆର ଦେୟ

ନୂଆଦିଲ୍ଲୀ, ୧୭ା୨: ଭାରତୀ ଏୟାରଟେଲ, ଭୋଡାଫୋନ-ଆଇଡିଆ, ଟାଟା ଟେଲିସିର୍ଭିସେସ ଭଳି ଟେଲିକମ୍‌ କମ୍ପାନୀଗୁଡିକ ଆଡ୍‌ଜଷ୍ଟେଡ ଗ୍ରସ୍‌ ରେଭିନ୍ୟୁ (ଏଜିଆର୍‌) ବାବଦ ବକେୟା ଅର୍ଥ ସୋମବାର ପ୍ରଦାନ କରିପାରନ୍ତି। ଦେୟ ପ୍ରଦାନ ନ କଲେ କଠୋର କାର୍ଯ୍ୟାନୁଷ୍ଠାନ ହେବାର ସମ୍ଭାବନା ଥିବାରୁ କମ୍ପାନୀଗୁଡିକ ଶୀଘ୍ର ଅର୍ଥ ପ୍ରଦାନ କରିପାରନ୍ତି ବୋଲି ବିଭାଗର ଜଣେ ଅଧିକାରୀ କହିଛନ୍ତି। ଏହି ୩ କମ୍ପାନୀଙ୍କ ଉପରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ବକେୟା ରହିଛି। ହେଲେ କମ୍ପାନୀଗୁଡିକ ସମୁଦାୟ ଅର୍ଥ ଏକାଥରକେ ପ୍ରଦାନ କରିପାରିବେ ନାହିଁ। ଆଂଶିକ ଭାବେ ଅର୍ଥ ପ୍ରଦାନ କରିବାକୁ ସେମାନେ ଟେଲିକମ ବିଭାଗ(ଡିଓଟି)କୁ ସୂଚନା ଦେଇଥିବା ଅଧିକାରୀ ଜଣକ କହିଛନ୍ତି। କେଉଁ କମ୍ପାନୀ କେତେ ଅର୍ଥ ପଇଠ କରୁଛନ୍ତି ତାହା ଦେଖିବା ପରେ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ଡିଓଟିର ଏହି ଅଧିକାରୀ ଜଣକ ମତବ୍ୟକ୍ତ କରିଛନ୍ତି।
ଆସନ୍ତା ୨୦ ତାରିଖ ସୁଦ୍ଧା ୧୦ ହଜାର କୋଟି ଟଙ୍କା ପ୍ରଦାନ କରିବାକୁ ଭାରତୀ ଏୟାରଟେଲ ଗତ ଶୁକ୍ରବାର ଦିନ ପ୍ରସ୍ତାବ ଦେଇଛି। କିନ୍ତୁ ଟେଲିକମ ବିଭାଗ କମ୍ପାନୀ ଗୁଡିକୁ ଅଧିକ ଦିନ ମହଲତ ଦେବା ସପକ୍ଷରେ ଆଉ ନାହିଁ। ଏଭଳି ସ୍ଥିତିରେ କେତେ ପରିମାଣର ଏଜିଆର୍‌ ବକେୟା ପ୍ରଦାନ କରାଯିବ ସେ ସମ୍ପର୍କରେ ବିଚାର କରାଯାଉଥିବା ଭୋଡାଫୋନ ଶନିବାର କହିଛି। ଏହାବାଦ ଭାରତ ବଜାରରେ ନିଜ ବ୍ୟବସାୟର ଆଗାମୀ ସ୍ଥିତି କ’ଣ ରହିବ ସେ ନେଇ କମ୍ପାନୀ ଆଶଙ୍କାରେ ରହିଛି। ଟେଲିକମ କମ୍ପାନୀଙ୍କ ଉପରେ ଏବେ ମୋଟ ୧.୪୭ ଲକ୍ଷ କୋଟି ଟଙ୍କାର ବକେୟା ରହିଛି। ଜାନୁୟାରୀ ମାସ ୨୩ ସୁଦ୍ଧା ବକେୟା ରାଶି ପଇଠ କରିବାକୁ କମ୍ପାନୀଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ରିଲାଏନ୍ସ ଜିଓ ବାବ କୌଣସି କମ୍ପାନୀ ଏହା ପାଳନ କରିନାହାନ୍ତି। ଯାହାକୁ ନେଇ ସୁପ୍ରିମକୋର୍ଟ କ୍ଷୋଭ ପ୍ରକାଶ କରିବା ସହ ସବୁ ଟେଲିକମ କମ୍ପାନୀ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକଙ୍କୁ ମାର୍ଚ୍ଚ ୧୭ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ନିଜ କମ୍ପାନୀ ବିଏସ୍‌ଏନଏଲ୍‌ ଏବଂ ଏମ୍‌ଟିଏନଏଲ୍‌ ମଧ୍ୟ ବକେୟା ରାଶି ପ୍ରଦାନ କରିପାରିନାହିଁ।
ଏୟାରଟେଲ ଉପରେ ଏବେ ପ୍ରାୟ ୩୫,୫୮୬ କୋଟି, ଭୋଡାଫୋନ ଉପରେ ୫୩ ହଜାର କୋଟି ପଡି ରହିଛି। ଏହା ମଧ୍ୟରୁ ପ୍ରାୟ ୧.୧୩ ଲକ୍ଷ କୋଟି ଆଦାୟ ହେବାର ସମ୍ଭାବନା ରହିଛି। ବଳକା ଅର୍ଥ ଦେବାକୁ ଥିବା କମ୍ପାନୀଗୁଡିକ ଏବେ କାରବାର ବନ୍ଦ କରି ଦେଇଛନ୍ତି। ଟେଲିକମ ବିଭାଗକୁ ସୁପ୍ରିମକୋର୍ଟ ତାଗିଦ କରିବା ପରେ ଶୁକ୍ରବାର ମଧ୍ୟରାତ୍ରି ସୁଦ୍ଧା ଦେୟ ପଇଠକରିବାକୁ ଏହା କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଇଥିଲା। କିଛି କମ୍ପାନୀ ଦେୟର ଆକଳନ ଲାଗି ସମୟ ମାଗିଥିବାବେଳେ ସେମାନଙ୍କୁ ପର୍ଯ୍ୟାପ୍ତ ସମୟ ମିଳିଥିବା ଅଧିକାରୀ ଜଣକ କହିଛନ୍ତି। ସେହିଭଳି ଟେଲିକମ ସେବାରେ ନ ଥିବା କିଛି ରାଷ୍ଟ୍ରାୟତ୍ତ କମ୍ପାନୀଙ୍କ ଉପରେ ମଧ୍ୟ ୨.୬୫ ଲକ୍ଷ କୋଟି ଟଙ୍କାର ବକେୟା ରହିଛି। ଏହି ଅର୍ଥ ମଧ୍ୟରେ ଗେଲ୍‌ର ବକେୟା ପ୍ରାୟ ୬୫% ହେବ। ରାଷ୍ଟ୍ରାୟତ୍ତ କମ୍ପାନୀଗୁଡିକ ଏ ନେଇ ଆଇନର ଧାରା ଆପଣାଇବା ସହ କୋର୍ଟର ଦ୍ୱାରସ୍ଥ ହୋଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

ଗୋଟିଏ ଦିନରେ କେତେ ତେଲ ବିକ୍ରି କରିପାରିବ ପେଟ୍ରୋଲ ପମ୍ପ? ଜାଣନ୍ତୁ କଣ ରହିଛି କୋଟା ଓ ସରକାରୀ ନିୟମ

ନୂଆଦିଲ୍ଲୀ,୨୬।୫: ଦେଶରେ ପେଟ୍ରୋଲ ଓ ଡିଜେଲର ବଢୁଥିବା ଦର ମଧ୍ୟରେ ପେଟ୍ରୋଲ ପମ୍ପଗୁଡ଼ିକର ବିକ୍ରି କ୍ଷମତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆସନ୍ତୁ ଜାଣିବା ଜଣେ ପେଟ୍ରୋଲ…

ଖାଇବା ତେଲ ଉପରେ ସରକାରଙ୍କ ନଜର; ଜାଣନ୍ତୁ କ’ଣ ହେବ ନୂଆ ନିୟମ?

ନୂଆଦିଲ୍‌ଲୀ,୨୬।୫: ବଜାରରେ ବର୍ତ୍ତମାନ ଖାଦ୍ୟ ତେଲ ପ୍ୟାକେଟଗୁଡ଼ିକ ବିଭିନ୍ନ ଆକାରରେ ବିକ୍ରି ହେଉଛି ଯେପରିକି 650 ଗ୍ରାମ, 700 ଗ୍ରାମ, 810 ଗ୍ରାମ ଏବଂ 850 ଗ୍ରାମ।…

ଗଙ୍ଗା ଦଶହରାରେ କମିଲା ସୁନା-ରୂପା ଦର, ଏକାଥରେ ୪ହଜାର…..

ନୂଆଦିଲ୍ଲୀ,୨୬।୫: ସୁନା ଏବଂ ରୂପା ମୂଲ୍ୟରେ ଏକ ବଡ଼ ହ୍ରାସ ପରିଲକ୍ଷିତ ହୋଇଥିଲା। ରୂପା ମୂଲ୍ୟ ୪,୩୦୦ଟଙ୍କାରୁ ଅଧିକ ହ୍ରାସ ପାଇଛି । ସୁନା ମଧ୍ୟ ପ୍ରାୟ ୯୦୦…

ବିଶେଷଜ୍ଞଙ୍କ ବଡ଼ ଆକଳନ, ଅନ୍ତର୍ଜାତୀୟ ବଜାର ଦର ହ୍ରାସ ସତ୍ତ୍ୱେ କମି ନ ପାରେ ପେଟ୍ରୋଲ ମୂଲ୍ୟ

ନୂଆଦିଲ୍ଲୀ,୨୬।୫: ଇତିମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇଛି। ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ବୁଝାମଣା ସହ ବହୁଚର୍ଚ୍ଚିିତ ହର୍ମୁଜ୍‌ ପ୍ରଣାଳୀକୁ ମୁକ୍ତ…

ଶୀଘ୍ର ଭରିଦିଅନ୍ତୁ ପେଟ୍ରୋଲ-ଡିଜେଲ, ପ୍ରତି ଲିଟର ପିଛା ବଢିଯିବ ଏତେ ଟଙ୍କା! ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ, ୨୫।୫: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନାରେ ସକାରାତ୍ମକ ଅଗ୍ରଗତି ହୋଇଛି। ଏହା ବଜାରରେ ଆଶା ସୃଷ୍ଟି କରିଛି ଯେ ଗତ ତିନି…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଶସ୍ତା ହେବ LPG ଗ୍ୟାସ?

ନୂଆଦିଲ୍‌ଲୀ,୨୩।୫: ସରକାର ଖୁବ ଶୀଘ୍ର ସିନ୍ଥେଟିକ ଇନ୍ଧନ ଡାଇମିଥାଇଲ ଇଥରକୁ LPG ସହିତ ମିଶ୍ରଣ କରିବା ପାଇଁ ଏକ ରୋଡମ୍ୟାପ ପ୍ରସ୍ତୁତ କରିପାରନ୍ତି। ଏହି ପରିପ୍ରେକ୍ଷୀରେ, ବ୍ୟୁରୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri