ସାହାଯ୍‌ର ହାତ୍‌ ବଢ଼ାଲା ପରଶାସନ

ଖପ୍ରାଖୋଲ,୧୭ା୨(ଡି.ଏନ୍‌.ଏ.)-  ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଘୁନସର ପଁଚେତ୍‌ ଅଧୀନ ପିଙ୍ଗଲମୁଣ୍ଡା ଗଁାରେ ନିଜର ଆଈବୁଢ଼ୀର ସଂଗେ ରହୁଥିବାର ୩ ଅସାହା ଛୁଆକୁ ପରଶାସନ ରଇବାର ଉଧାର କରିଛେ।
ସୂଚନା ଅନ୍‌ସାରେ ଗଁାର ବୁରୁଧ୍‌ ଚମ୍ପା ମାଝିକଁର ସଂଗେ ତାକର ୩ ଅସାହା ନାତି ପଦ୍ମନ ମାଝି(୭), ଜୟସିଂ ମାଝି(୫) ଆର ଶିବକାନ୍ତ ମାଝି(୨) ରହିଆସୁଥିଲେ। ଚମ୍ପା ବଡ଼ାଦୁଖେ ନାତିମାନକୁ ପାଲପୋଷ କରୁଥିବାର ଘଟନାକେ ସାମାଜିକ କରମୀ ଭୋଜରାଜ ବରିହା ପରଶାସନର ନଜରକେ ଆନିଥିଲେ। ଇ ଘଟନାକେ ନେଇ ଖପ୍ରାଖୋଲ ବିଡିଓ ତରଣୀ ସୁନା, ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ ସଦସ୍ୟ ଅରୁଣ କୁମାର ଖୁଆସ, ଉପଖଣ୍ଡ ମଙ୍ଗଳ ଅଧିକାରୀ ଡ.ନନ୍ଦିକିଶୋର ତାଣ୍ଡି, ଆଇସିଡିଏସ୍‌ ସୁପରଭାଇଜର ପଙ୍କଜିନି ମିଶ୍ର, ଅଙ୍ଗନଓ୍ବାଡି କରମୀ କଲ୍ୟାଣୀ ମିଶ୍ର ପରମୁଖ ଗଁାରେ ପୁହୁଁଚି ବୁରୁଧ୍‌ ଚମ୍ପାକୁଁ ଛୁଆକର ଭବିଷତ୍‌ ବାବ୍‌ଦେ ବୁଝାଶୁଝା କରିଥିଲେ। ପଛେ ୩ ଭାଇକୁ ନୂଆ କପଡ଼ାଲତା ପିଁଧେଇ ବଲାଙ୍ଗୀର ପାର୍ବତୀଗିରି ବାଲନିକେତନକେ ଆନିଥିଲେ। ପୂରବର ସୂଚନା ଅନ୍‌ସାରେ ୩ ଛୁଆକର ବାପ୍‌ ପୂର୍ଣ୍ଣଚନ୍ଦ୍ର ମାଝି ୨ ବଛର ତଲେ ଘରଛାଡ଼ି କେନ୍‌ଅଡ଼େ ପଲେଇ ଯାଇଥିଲାବେଲେ ମା’ ପ୍ରେମଶିଳା ପୁଓମାନକୁ ଛାଡ଼ି ନିଜର ବାପ୍‌ଘରକେ ପଲେଇଯାଇଛନ୍‌। ଏନ୍‌ତାଥି ଆଈବୁଢ଼ୀ ଚମ୍ପା ବଡ଼ାଦୁଖେ ୩ ନାତିକର ଦେଖାଶୁନା କରୁଥିଲେ। ବଡ଼ ନାତି ପଦ୍ମନ ୧ମ ଶ୍ରେଣୀରେ, ଜୟସିଂ ଅଙ୍ଗନଓ୍ବାଡିରେ ପ୍ରିସ୍କୁଲ ଛାତ୍ର ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ‘ୟୁଭିଏ’ର ସୌଜନ୍ୟମୂଳକ ସାକ୍ଷାତ: ଜେଏମ୍ଏଫ୍ସି ବିଚାରପତିଙ୍କ ସହ ସାମାଜିକ-ଆଇନଗତ ସମସ୍ୟା ଉପରେ…

ଥୁଆମୂଳ ରାମପୁର,୨୦।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳରେ ଶିକ୍ଷାର ବିକାଶ, ସ୍କୁଲ ଡ୍ରପଆଉଟ୍ ସମସ୍ୟା, ସାମାଜିକ କୁସଂସ୍କାର ଏବଂ ସାଧାରଣ ଲୋକଙ୍କ ନିଶୁଳ୍କ ଆଇନଗତ…

ଇନଷ୍ଟାଗ୍ରାମରୁ ପ୍ରେମ ସମ୍ପର୍କ ଯୋଡ଼ି ଅପହରଣ କରି ନେଇଥିଲେ, ଭୁବନେଶ୍ୱରରୁ ନାବାଳିକାଙ୍କୁ ଉଦ୍ଧାର, ଅଭିଯୁକ୍ତଙ୍କୁ ଗିରଫ କରି…

ଦିଗପହଣ୍ଡି,୨୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ନେଇ କେ.ନୂଆଗାଁ ଥାନାରେ ଅଭିଯୋଗ…

ନିୟମିତ ଆବର୍ଜନା ଉଠା ନଗଲେ ଆନ୍ଦୋଳନ: ଟ୍ରାକ୍ଟରରେ ଯାଇ ସ୍ମାରକପତ୍ର ପ୍ରଦାନ, ୧୦ଦିନ ମଧ୍ୟରେ…

ବରଗଡ଼,୨୦ା୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ସହରର ରାସ୍ତାକଡ଼, ବସଷ୍ଟାଣ୍ଡ ଓ ବଜାର ଅଞ୍ଚଳରେ କୁଢ଼ କୁଢ଼ ଆବର୍ଜନା ଜମା ହୋଇ…

ଅନୁଦାନରୁ ବଞ୍ଚିତ ଅଧ୍ୟାପକମାନଙ୍କ ସମନ୍ୱୟ ସମିତି ବୈଠକ: ସରକାରୀ ପ୍ରତିଶ୍ରୁତିକୁ ନେଇ କ୍ଷୋଭ

ଭୁବନେଶ୍ୱର/ମହାକାଳପଡ଼ା,୨୦ା୮: ରାଜ୍ୟର ଅନୁଦାନରୁ ବଞ୍ଚିତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନଙ୍କୁ ନେଇ ଭୁବନେଶ୍ୱର ସ୍ଥିତ ଆର୍ଯ୍ୟ ମନ୍ଦିରଠାରେ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି।…

ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ବିଧାନସଭା ଗୃହ କମିଟି: ବିକାଶ କାର୍ଯ୍ୟର…

ପୁରୁଷୋତ୍ତମପୁର,୨୦ା୮(ସବିତା ମିଶ୍ର): ଓଡ଼ିଶା ବିଧାନସଭା ଗୃହ କମିଟି (ସବମିସନ୍) ଗଞ୍ଜାମ ଜିଲା ଗସ୍ତରେ ଆସିଥିବା ଅବସରରେ ଗୁରୁବାର ସନ୍ଧ୍ୟାରେ ମା’ ତାରାତାରିଣୀଙ୍କ ପୀଠ ପରିଦର୍ଶନ କରିଛନ୍ତି। କମିଟି…

ଥୁଆମୂଳ ରାମପୁରରେ ରାସନ ଚାଉଳ ଓଜନରେ ହେରଫେର୍: ଏମ୍‌ଆଇଙ୍କ ତଦନ୍ତ ପରେ ମେସିନ୍ ବନ୍ଦ, ବଳକା ଚାଉଳ ଯାଉଛି କୁଆଡ଼େ?

ଥୁଆମୂଳ ରାମପୁର,୨୦ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତରେ ପିଡିଏସ (PDS) ରାସନ ଚାଉଳ ଓଜନରେ ବ୍ୟାପକ ହେରଫେର୍ ନେଇ ଗୁରୁବାର ଗୁରୁତର ଅଭିଯୋଗ ସାମ୍ନାକୁ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଜେଲ କର୍ମଚାରୀଙ୍କ ପୋଷାକ ଭତ୍ତା ୨ ଗୁଣା ବୃଦ୍ଧି

ଭୁବନେଶ୍ୱର,୨୦।୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ଜେଲ କର୍ମଚାରୀ ଏବଂ ଅଧିକାରୀଙ୍କ ବାର୍ଷିକ ପୋଷାକ ଭତ୍ତାକୁ ୨ ଗୁଣା ବୃଦ୍ଧି…

ଘରୋଇ ବସ୍‌ର ଦାଦାଗିରି: ହାଇଦ୍ରାବାଦରୁ ଟିକେଟ୍ କାଟିଥିବା ଯାତ୍ରୀଙ୍କୁ ଅଧା ରାସ୍ତାରେ ଓହ୍ଲାଇଦେଲେ,ଆମପାଣିରେ…

କୋକସରା,୨୦ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଘରୋଇ ବସ୍ କର୍ମଚାରୀଙ୍କ ଦବଙ୍ଗଗିରି। ପୂରା ରାସ୍ତାର ଟିକେଟ୍ କାଟି ଅଧା ବାଟରେ ଯାତ୍ରୀଙ୍କୁ ଓହ୍ଲାଇ ଦେବା ଭଳି ଅଭାବନୀୟ ଦୃଶ୍ୟ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri