ଖାପ୍‌ ପଞ୍ଚାୟତର ଅଜବ ନିୟମ: ଏହି ୨୪ଗାଁର ଲୋକେ ନିଜ ନାଁରେ ଲଗାଇପାରିବେନି ସରନେମ୍‌

ଜିନ୍ଦ,୧।୭: ଜାତିପ୍ରଥା ବ୍ୟବସ୍ଥାକୁ ଦୂର କରିବା ଉଦ୍ଦେଶ୍ୟରେ ହରିୟଣା ଜିନ୍ଦ ଜିଲାର ଖେଡା ଖାପ୍‌ରେ ଏକ ବଡ ନିୟମ ତିଆରି କରାଯାଇଛି। କୌଣସି ବ୍ୟକ୍ତି ନିଜ ନାଁରେ ଜାତିକୁ ଦର୍ଶାଉଥିବା ଶଦ୍ଦକୁ ବ୍ୟବହାର କରିପାରିବେନି। ଭୂଷାଲା ଗାଁରେ ହୋଇଥିବା ଖାପ୍‌ ପଞ୍ଚାୟତ ଏନେଇ ନିଷ୍ପତ୍ତି ନେଇଛି। ଖେଡା ଖାପ୍‌ ଅର୍ନ୍ତଗତ ଉଛାନା କସ୍‌ବେରେ ୨୪ଟି ଗାଁ ଆସୁଛି। ଏଥିରେ ନାଗୁରା, ବରୋଦା, ଭଡାନା, କରସିନ୍ଧୁ, ବରସୋଲା ଓ ମୋହନ ଗଢ଼ ଛପରା ପ୍ରମୁଖ ଗାଁ ରହିଛି। କିଛି ବର୍ଷରୁ ଜାତିପ୍ରଥା ଲୋକଙ୍କ ମଧ୍ୟରେ ଘୃଣାଭାବ ସୃଷ୍ଟି କରିବା ସହ ସମାଜକୁ ବଣ୍ଟନ କରୁଛି ବୋଲି ଖେଡା ଖାପର ମୁଖ୍ୟ ଓ ବରସୋଲା ଗାଁର ବାସିନ୍ଦା ସତବୀର ପହଲଓ୍ବାନ କହିଛନ୍ତି। ଜାତି ଦର୍ଶାଉଥିବା ସରନେମ୍‌ର ବ୍ୟବହାର ଦ୍ୱାରା ଲୋକେ କାହାକୁ ନ ଜାଣି ଓ ତା’ର ଦକ୍ଷତା ଉପରେ ସନ୍ଦେହ କରି ପକ୍ଷପାତିତା କରିଥାନ୍ତି। ଏଥିଯୋଗୁ ୨୪ଟି ଗାଁର ଲୋକେ ନିଜ ନାଁରେ ସରନେମ୍‌ ଲଗାଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଯଦି କୌଣସି ବ୍ୟକ୍ତି ଚାହାଁନ୍ତି ତେବେ ସେ ସରନେମ୍‌ ବଦଳରେ ଗାଁର ନାଁକୁ ଯୋଡିପାରିବେ। ଏଥିସହ ଗାଁରେ ଜାତିପ୍ରଥା ପୂରା ଦୂର ହୋଇଛି କି ନାହିଁ ଏନେଇ ଗଠନ ହୋଇଥିବା ଏକ କମିଟି ଯାଞ୍ଚ କରିବ। ତେବେ ଏହାଦ୍ୱାରା ସାମାଜିକ କୁପ୍ରଥାକୁ ରୋକାଯାଇପାରିବ ବୋଲି ଆଶା କରାଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବିଜୟର ଛକା ସହ ପ୍ରେମର ନିବେଦନ… RCBର ଟାଇଟଲ ବିଜୟ ପରେ ବିରୁୁଷ୍କାଙ୍କ ରୋମାଣ୍ଟିକ ମୁଡର ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୧।୬: ଆଇପିଏଲ ଇତିହାସରେ RCBର ନାମ ସ୍ବର୍ଣ୍ଣାକ୍ଷରରେ ଲେଖାଯାଇଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଫାଇନାଲ ମ୍ୟାଚ ଚାଲିଥିବା ସମୟରେ ଷ୍ଟାଡିୟମରେ ଥିବା…

ଚଳନ୍ତା ଅବସ୍ଥାରେ ଆମ୍ବୁଲାନ୍ସରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଭୁବନେଶ୍ୱର,୧ା୬: ଖଣ୍ଡଗିରି ନିକଟ ଜାଗମରାରେ ଏକ ଆମ୍ବୁଲାନ୍ସରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି। ଚଳନ୍ତା ଅବସ୍ଥାରେ ହିଁ ଆମ୍ବୁଲାନ୍ସଟିରେ ନିଆଁ ଲାଗିଯାଇଥିଲା। ଫଳରେ ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି…

ଟ୍ରମ୍ପଙ୍କ ‘ପ୍ରକୃତ ବନ୍ଧୁତା’ କଥାରେ ପାକିସ୍ତାନ ଖୁସି ହେବା ଉଚିତ ନୁହେଁ! ଇରାନ ଖୋଲିଲା ଆମେରିକା ଡାଏରୀ

ତେହରାନ,୧।୬: ଆମେରିକା ପାକିସ୍ତାନକୁ ‘ପ୍ରକୃତ ବନ୍ଧୁ’ ବୋଲି ବର୍ଣ୍ଣନା କରିଛି। ଦୁଇ ରାଷ୍ଟ୍ର ମଧ୍ୟରେ ବଢୁଥିବା ଘନିଷ୍ଠତାକୁ ଦୃଷ୍ଟିରେ ରଖି, ଇରାନ ଇସଲାମାବାଦକୁ ଏକ ଚେତାବନୀ ଦେଇଛି।…

କଳା ତାଲିକାଭୁକ୍ତ ଠିକାଦାରଙ୍କୁ କାମ ନ ଦିଆଯିବା ପାଇଁ ଦାବି

ବରଗଡ଼,୧ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଥାନାଛକ ସମ୍ମୁଖରେ ରହିଥିବା ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ଲାଗି ରହିଛି। ତୋରଣ ନିର୍ମାଣରେ ବ୍ୟାପକ ଅନିୟମିତତା ତଥା…

ଆଜି ଏହି ଜିଲାକୁ କାଳବୈଶାଖୀ: ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ନେଇ ସତର୍କତା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୧ା୬: ରାଜ୍ୟରେ ଏବେ କାଳବୈଶାଖୀ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ଦିନ ତାପମାତ୍ରା ହ୍ରାସ ପାଉଛି। ଆହୁରି ୪ଦିନ ଏଭଳି ସ୍ଥିତି ଲାଗି ରହିବ ବୋଲି…

IPL 2026 ଫାଇନାଲ ପରେ ବଡ଼ ଘଟଣା: ଖେଳାଳିମାନଙ୍କୁ ନେଇ ଯାଉଥିବା ଗୁଜରାଟ ଟାଇଟାନ୍ସ ଟିମ ବସରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୧।୬: IPL 2026 ଫାଇନାଲ ପରେ, ଗୁଜୁରାଟ ଟାଇଟାନ୍ସର ଦଳର ବସରେ ନିଆଁ ଲାଗିଗଲା। ଦଳ ନରେନ୍ଦ୍ର ମୋଦି ଷ୍ଟାଡିୟମରୁ ହୋଟେଲକୁ ଯାଉଥିବା ସମୟରେ ଏହି ଘଟଣା…

JEE ଆଡ୍‌ଭାନ୍ସଡ ରେଜଲ୍ଟ ପ୍ରକାଶ, ଶୁଭମ କୁମାର ଟପ୍ପର

ନୂଆଦିଲ୍ଲୀ,୧ା୬: ୨୦୨୬ JEE ଆଡ୍‌ଭାନ୍ସଡ ରେଜଲ୍ଟ ପ୍ରକାଶ ପାଇଛି। ଆଇଆଇଟି ଦିଲ୍ଲୀ ଜୋନ୍‌ରୁ ଶୁଭମ କୁମାର ଟପ୍ପର ହୋଇଛନ୍ତି। ସେ ମୋଟ୍‌ ୩୬୦ରୁ ୩୩୦ ନମ୍ବର ରଖି…

Watch:‘କେତେ କ୍ଷୀର ପିଉଛ’, ରବି ଶାସ୍ତ୍ରୀଙ୍କ ଏମିତି ପ୍ରଶ୍ନରେ ମଜାଦାର ଉତ୍ତର ଦେଲେ ବୈଭବ ସୂର୍ଯ୍ୟବଂଶୀ, ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧।୬: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲ 2026 ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଆରସିବି ଗୁଜରାଟ ଟାଇଟନ୍ସକୁ ୫ ୱିକେଟରେ ପରାସ୍ତ କରିଛି। ୧୫ ବର୍ଷୀୟ ବୈଭବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri