ଖାଦ୍ୟ ମାନ ଯାଞ୍ଚ କରିବେ ଡାକ୍ତରୀ ଦଳ

ଅନୁଗୋଳ ଅଫିସ,୨୩।୧ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ରୋଗୀ କଲ୍ୟାଣ ସମିତିର କାର୍ଯ୍ୟନିର୍ବାହୀ କମିଟି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ମନୋଜ କୁମାର ମହାନ୍ତି ଏଥିରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ମୁଖ୍ୟ ଚିକିତ୍ସାଳୟର ଶଯ୍ୟା ସଂଖ୍ୟା ୧୯୨ ରୁ ୩୦୦କୁ ବୃଦ୍ଧି କରିବା ପାଇଁ ଆବଶ୍ୟକ ଜାଗା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଚିକିତ୍ସାଳୟରେ ଲାଗିଥିବା ୫ ଶହ କେଭି ବିଦ୍ୟୁତ୍‌ ଟ୍ରାନ୍ସଫର୍ମରକୁ ଆସନ୍ତା ୭ ଦିନ ମଧ୍ୟରେ କାର୍ଯ୍ୟକ୍ଷମ କରିବା, ପରିସର ପରିସ୍କାର ରଖିବା ସହ ବର୍ଜ୍ୟବସ୍ତୁ ନିୟମିତ ସଫା କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ।
ସେହିପରି ଜରୁରୀସେବାର ନିୟୋଜିତ କର୍ମଚାରୀମାନଙ୍କୁ ଚିକିତ୍ସାଳୟ ପରିସରରେ ରହିବାକୁ ଗୃହ ଯୋଗାଇ ଦେବା, ଅଲଟ୍ରାସାଉଣ୍ଡ ମେଶିନ ଚଲାଇବା ପାଇଁ ବିଶେଷଜ୍ଞ ଡାକ୍ତର ନିୟୋଜିତ କରିବା, ଡିଜିଟାଲ ଜେରକ୍ସ କାର୍ଯ୍ୟକ୍ଷମ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ରୋଗୀମାନଙ୍କୁ ଉତ୍ତମମାନର ଖାଦ୍ୟ ଦିଆଯାଉଛି କି ନାହିଁ ତାର ତଦାରଖ କରାଯିବ। ଏଥିପାଇଁ ଜଣେ ଡାକ୍ତରଙ୍କ ଅଧ୍ୟକ୍ଷତାରେ ଏକ କମିଟି ରୋଷେଇ ଶାଳକୁ ଅଚାନକ ପରିଦର୍ଶନ କରି ଖାଦ୍ୟରମାନ ପରଖିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଟ୍ରକ୍‌ ମାଲିକ ସଂଘ ଦ୍ୱାରା ଚିକିତ୍ସାଳୟ ପରିସରରେ ଥିବା କ୍ୟାବିନ୍‌ଗୁଡ଼ିକୁ ଠିକ୍‌ ଭାବେ ମରାମତି କରିବା, ମୃତଦେହ ବ୍ୟବଚ୍ଛେଦ ଗୃହ ପାଇଁ ଏକ ପାଚେରି ନିର୍ମାଣ, ଡ୍ରେସିଂ ରୁମ୍‌ର ସମ୍ପ୍ରସାରଣ କରିବା ଓ ପ୍ରତୀକ୍ଷାଳୟରେ ଅଧିକ ଚେୟାର ବ୍ୟବସ୍ଥା କରିବାକୁ ସଦସ୍ୟମାନେ ପ୍ରସ୍ତାବ କରିଥିଲେ। ଡାକ୍ତରଖାନା ପରିସରରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ପାଇଁ ଦୁଗ୍ଧ ଯୋଗାଇଦେବା ସହ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀର ବିକ୍ରୟ ନିମନ୍ତେ ଜିଲା ଖଣିଜ ପାଣ୍ଠିରୁ ଏକ ପାର୍ଲର ପ୍ରତିଷ୍ଠା କରାଯିବ। ଚିକିତ୍ସାଳୟରେ ଚାଲୁଥିବା ଡାଏଲିସିସ୍‌ରେ ୟୁନିଟ୍‌କୁ ଜେନେରେଟର ଯୋଗାଇ ଦିଆଯିବ ବୋଲି ସ୍ଥିର ହୋଇଥିଲା। ଖୁବ୍‌ଶୀଘ୍ର ଆଉ ୨ଟି ଡାଏଲିସିସ୍‌ ୟୁନିଟ୍‌ ପ୍ରତିଷ୍ଠା କରାଯିବା ସହିତ ଚିକିତ୍ସାଳୟ ପରିସରରେ କୌଣସି ହୋଟେଲ କିମ୍ବା କ୍ୟାଣ୍ଟିନ ରହିବ ନାହିଁ ବୋଲି ନିଷ୍ପତ୍ତ ନିଆଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଜିଲା ପରିଷଦ ସଭାପତି ବାସନ୍ତୀ କିଷାନ, ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ, ଆଇନଜୀବୀ ଭବାନୀପ୍ରସାଦ ମିଶ୍ର, ସାମାଜିକ କର୍ମୀ କୁଞ୍ଜ ବିହାରୀ ଦାସ, ଜନସ୍ବାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀ ମୃତ୍ୟୁଞ୍ଜୟ ପାଣି, ଏଡିଏମ୍‌ଓ (ମେଡିକାଲ) ଡାକ୍ତର ପ୍ରତାପ ଚନ୍ଦ୍ର ବେହେରା, ଲାଉଚନ୍ଦ୍ର ତନ୍ତି, ପତଞ୍ଜଳି ଯୋଗ ସମିତିର ଅଭୟ ରାୟ, ସଦସ୍ୟ ପ୍ରିୟଦର୍ଶୀ ପଟ୍ଟନାୟକ, ମେଡିକାଲ ମ୍ୟାନେଜର ଦେବାଶିଷ ଦାସ ପ୍ରମୁଖ ଯୋଗ ଦେଇଥିଲେ। ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଅମରେନ୍ଦ୍ରନାଥ ମହାନ୍ତି ସ୍ବାଗତ ଭାଷଣ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶଙ୍ଖ ଛାଡ଼ିଲେ ପୂର୍ବତନ ବିଧାୟକ

ଛେଣ୍ଡିପଦା,୧ା୫(ଅଜିତ ଧଳ):ଅନୁଗୋଳ ଜିଲା ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ସେ...

‘ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ରାଜ୍ୟକୁ ୧ ନମ୍ବର କରିବା’

ଅନୁଗୋଳ,୩୦ା୪ (ଅମିତ କୁମାର ସାମଲ)/ ଆଠମଲ୍ଲିକ (ଉଦୀପ୍ତ ପୁରୋହିତ)/ ବଇଣ୍ଡା (ପରିକ୍ଷିତ ସାହୁ):ଓଡ଼ିଶାରେ ପ୍ରଥମ ଥର ଓ କେନ୍ଦ୍ରରେ ତୃତୀୟ ଥର ପାଇଁ ଭାଜପା ସରକାର...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

ନିର୍ବାଚନ ଥିବାରୁ ମୁହଁ ଦେଖାଇଲେ ନେତା

ଅନୁଗୋଳ,୨୮।୪ (ଅମିତ କୁମାର ସାମଲ)ଅନୁଗୋଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୀର୍ଘବର୍ଷ ହେଲା କାର୍ଯ୍ୟ ଚାଲିଥିଲେ ମଧ୍ୟ ଶେଷ...

ଉଚ୍ଛେଦକୁ ୬ ବର୍ଷ ବିତିଲା, ନିର୍ମାଣ ହେଉନି

ବଇଣ୍ଡା,୨୮।୪(ପରିକ୍ଷିତ ସାହୁ)ରାଜପଥ ନିର୍ମାଣ ପାଇଁ କରାଯାଇଥିଲା ଉଚ୍ଛେଦ। ଭଙ୍ଗା ଯାଇଥିଲା ରାସ୍ତା ପାର୍ଶ୍ୱରେ ଥିବା ଅନେକ ଯାତ୍ରୀ ବିଶ୍ରାମାଗାର। ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ମଧ୍ୟ ମାଟିରେ ମିଶାଇ...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri