ଖବରଦାତାଙ୍କୁ ଆକ୍ରମଣ ଘଟଣା: ବ୍ରହ୍ମପୁର ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନିନ୍ଦା

ବ୍ରହ୍ମପୁର ଅଫିସ,୨୦।୭: ରାଜ୍ୟର ବିଭିନ୍ନ ସ୍ଥାନରେ ଗତ କିଛିଦିନ ହେବ ଖବରଦାତାଙ୍କ ଉପରେ ବାରମ୍ବାର ଆକ୍ରମଣ ହେଉଛି। ଏହାକୁ ବ୍ରହ୍ମପୁର ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦୃଢ଼ ନିନ୍ଦା କରାଯିବା ସହ ଶନିବାର ସ୍ଥାନୀୟ ଏନ୍‌ଜିଓ ହଲ୍‌ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ସାଧାରଣ ଲୋକଙ୍କ ସମସ୍ୟା ଏବଂ ସରକାରୀ ବିଫଳତାକୁ ନେଇ ଖବର ପରିବେଷଣ କରୁଥିବା ଖବରଦାତାଙ୍କ ଉପରେ ଆକ୍ରମଣ ନିନ୍ଦନୀୟ ବୋଲି କମିଟି ପକ୍ଷରୁ କୁହାଯାଇଛି। ଖବରଦାତାଙ୍କ ସୁରକ୍ଷା ପାଇଁ ସରକାର ତୁରନ୍ତ ଆଇନ ଆଣନ୍ତୁ ବୋଲି କମିଟି ଦାବି କରିଛି। ଏହି ବିକ୍ଷୋଭରେ ଅବନୀ କୁମାର ଗୟା, ରାଜା ସୁରେଶ, ଶ୍ୟାମ ସୁନ୍ଦର ଖଡ଼ଙ୍ଗାଙ୍କ ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ପରେ ଉଦ୍ଧବଙ୍କ ପାଳି, ଦଳ ଛାଡିବେ ୧୬ ବିଧାୟକ ୭ ଏମପି…

ମୁମ୍ୱାଇ,୧୬।୬: ମହାରାଷ୍ଟ୍ରର ପୂର୍ୱତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା(ୟୁବିଟି) ପୁଣିଥରେ ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି। ୧୪ରୁ ୧୬ ଜଣ ବିଧାୟକ ଏବଂ ୭ ଜଣ…

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ରମ୍ଭାକୁ ହରାଇ ଛତ୍ରପୁର ଚମ୍ପିୟାନ

ଛତ୍ରପୁର, ୧୬।୬(ବିଦ୍ୟାଧର ସାହୁ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର ରଜ ପର୍ବ ଉପଲକ୍ଷେ ବାବା ବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଏକ ୬-ଓଭର…

ରାତି ପାହିଲେ ଖୋଲିବ ସ୍କୁଲ, କାଳବୈଶାଖୀ ଯୋଗୁ ଉଡିଯାଇଛି ୩ ଶ୍ରେଣୀ ଗୃହ ଛପର; ଚିନ୍ତାରେ ବିଦ୍ୟାର୍ଥୀ

ତୁମୁଡିବନ୍ଧ, ୧୬।୬ (ଦିପକ କୁମାର ପରାସେଠ): କାଳବୈଶାଖୀର ସାଙ୍ଘାତିକ ପ୍ରଭାବ ଯୋଗୁ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ମାଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ୟୁପି ସ୍କୁଲ)ର ଶିକ୍ଷାଦାନ…

ତିଖିରି ସରପଞ୍ଚ ଚାମେଲିଙ୍କୁ ମିଳିଲା ଜାମିନ୍‌, କୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ

କେନ୍ଦ୍ରାପଡ଼ା/ମହାକାଳପଡା, ୧୬।୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଛି। ପୋଲିସକୁ ଆକ୍ରମଣ କରିବା ଭଳି…

ଟ୍ରେସ୍‌ ମ୍ୟାପ୍‌ ପାଇଁ ଲାଞ୍ଚ ମାଗି ଫସିଗଲେ କୋସାଗୁଡ଼ା RI; ମାଡ଼ି ବସିଲା ଭିଜିଲାନ୍ସ, ଦୁଇ ସ୍ଥାନରେ ଚାଲିଛି…

କୋରାପୁଟ,୧୬।୬(ଅମିତାଭ ବେହେରା): କୋରାପୁଟ ଜିଲାରେ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ବୋରିଗୁମ୍ମା ତହସିଲ ଅଧୀନ କୋସାଗୁଡ଼ା ଆର୍‌ଆଇ(RI) ସର୍କଲର ରେଭିନ୍ୟୁ ଇନ୍ସପେକ୍ଟର (ଆର୍‌ଆଇ)…

ଦ୍ରୁତ ଗତିରେ ଆସୁଥିଲେ, ମୁହାଁମୁହିଁ ପିଟି ହୋଇଗଲେ ଦୁଇ ବାଇକ୍‌; ଚାଲିଗଲା ୨ ଜୀବନ, ୩ ଜଣ…

ବଞ୍ଚୋ, ୧୬।୬(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ବଞ୍ଚୋ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦ୍ରୁତଗତିରେ ଆସୁଥିବା ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ…

ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ମିଳିବ PM KISANର ୨୩ତମ କିସ୍ତି

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତିକୁ ନେଇ ସାରା ଦେଶର ଚାଷୀ ଅପେକ୍ଷା କରିଛନ୍ତି । ଏବେ ଦେଶର କୋଟି କୋଟି ଚାଷୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri