କ୍ଷିତିଭୂଷଣ ଦାସ ହେଲେ ଇଗ୍ନୋର ପ୍ରୋ-ଭାଇସ ଚାନ୍‌ସେଲର

ଭୁବନେଶ୍ୱର, ୨୧।୭(ବ୍ୟୁରୋ): କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ପ୍ରଫେସର କ୍ଷିତିଭୂଷଣ ଦାସଙ୍କୁ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ନୂଆଦିଲ୍ଲୀର ପ୍ରୋ-ଭାଇସ ଚାନ୍‌ସେଲର ଭାବେ ନିଯୁକ୍ତି ଦିଆଯାଇଛି। ପ୍ରଫେସର ଦାସ ବର୍ତ୍ତମାନ ଇଣ୍ଡିଆନ୍‌ କାଉନସିଲ ଅଫ୍‌ ସୋସିଆଲ ସାଇନ୍ସ ରସର୍ଚ୍ଚ(ଆଇସିଏସ୍‌ଏସ୍‌ଆର୍‌)ର ନ୍ୟାଶନାଲ ଫେଲୋ ଅଛନ୍ତି। ଏଥିସହିତ ନ୍ୟାଶନାଲ କାଉନସିଲ୍‌ ଫର୍‌ ଟିଚର ଏଜୁକେଶନ(ଏନ୍‌ସିଟିଇ)ର ଇଷ୍ଟର୍ନ ରିଜିଓନାଲ କମିଟିର ଅଧ୍ୟକ୍ଷ ମଧ୍ୟ ଅଛନ୍ତି। ସେ ପୂର୍ବରୁ ଉତ୍କଳ ବିଶ୍ୱବିଦ୍ୟାଳୟ ବାଣିଜ୍ୟ ବିଭାଗର ପ୍ରାଧ୍ୟାପକ, ବିଭାଗୀୟ ମୁଖ୍ୟ ଥିଲେ। ସେହିପରି କୁଳସଚିବ, ନିର୍ଦ୍ଦେଶକ ଭାବେ ମଧ୍ୟ ବିଭିନ୍ନ ପ୍ରଶାସନିକ ଦାୟିତ୍ୱ ତୁଲାଇଛନ୍ତି। ପ୍ରଫେସର ଦାସ ୟୁନିଭର୍ସିିଟି ଅଫ୍‌ ମରିଶସ୍‌ରେ ଅତିଥି ପ୍ରାଧ୍ୟାପକ ଭାବେ କାର୍ଯ୍ୟ କରିବା ସହିତ ଜାପାନ, ୟୁକେ, ଫ୍ରାନ୍ସରେ ନିମନ୍ତ୍ରିତ ବକ୍ତା ଭାବେ ଯୋଗଦେଇଛନ୍ତି। ଜଣେ ଗବେଷକ ଭାବେ ତାଙ୍କର ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ପତ୍ରପତ୍ରିକାରେ ଅନେକ ପ୍ରବନ୍ଧ ପ୍ରକାଶିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାରା ରାଜ୍ୟରେ ବର୍ଷା ବିତ୍ପାତ: ବଦଳିଗଲା ସ୍ମାର୍ଟସିଟି ଭୁବନେଶ୍ୱରର ଚିତ୍ର, ଜୀବନଯାତ୍ରା…

ଭୁବନେଶ୍ୱର,୬ା୭(ବନ୍ଦନା ସେଠୀ): ରାଜ୍ୟରେ ଲଘୁଚାପଜନିତ ମୌସୁମୀ ବର୍ଷା ସାଧାରଣ ଜୀବନଯାତ୍ରାକୁ ଗୁରୁତର ପ୍ରଭାବିତ କରିଛି। ତିନିଦିନର ଲଗାଣ ବର୍ଷାରେ ବିଭିନ୍ନ ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବହୁ…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ସେଲ୍ଫି ନେଇ ଗାଧୋଇବା ହେଲା କାଳ, ଭାସିଗଲେ ୩ ଯୁବକ

କଟକ,୫।୭(ପ୍ରଭୂକଲ୍ୟାଣ ପାଲ୍‌): ସେଲ୍ଫି ଓ ମସ୍ତି ନିଶା ହେଲା କାଳ। କଟକ ନରାଜରେ ଘଟିଛି ଏକ ଅଘଟଣ। ହଠାତ୍‌ ପାଣି ମାଡ଼ି ଆସି ନରାଜ ପୁରୁଣା ନଦୀ…

SIRରେ କଟିଲା ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟରଙ୍କ ନାଁ

ଭୁବନେଶ୍ୱର,୫ା୭: ରାଜ୍ୟରେ SIR ପ୍ରକ୍ରିୟାରେ ୨୦ ଲକ୍ଷ ୧୪ ହଜାର ଭୋଟରଙ୍କ ନାଁ କଟିଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍‌.ଏସ୍‌ ଗୋପାଳନ।…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ: ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସୁଛି, ୨୪ ଘଣ୍ଟା ମଧ୍ୟରେ…

ଭୁବନେଶ୍ୱର,୫ା୭: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଅବପାତ। ବାଲେଶ୍ୱରର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗର ୫୦ କିମି ଦୂରରେ ଅବପାତ ହୋଇଥିବାବେଳେ ଚାନ୍ଦବାଲିର ଉତ୍ତରପୂର୍ବ ଦିଗର ୬୦ କିମି ଦୂରରେ କେନ୍ଦ୍ରୀଭୂତ…

ଡରାଇଲା IMD ର ଆକଳନ: ଓଡ଼ିଶାକୁ ରେଡ୍‌ ଆଲର୍ଟ, ୩ଦିନ ଏସବୁ ଜିଲାରେ…

ଭୁବନେଶ୍ୱର, ୫ା୭(ବନ୍ଦନା ସେଠୀ): ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଥିବା ଲଘୁଚାପ ଶନିବାର ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।…

ବାଣୀବିହାର ଡ୍ରେନ୍‌ରେ ଭାସିଗଲେ ଯୁବକ, ଅଗ୍ନିଶମ ବାହିନୀର ଚାଲିଛି ଖୋଜାଖୋଜି

ଭୁବନେଶ୍ୱର, ୪।୭: ରାଜଧାନୀରେ ବର୍ଷା ଆରମ୍ଭ ହେଉ ହେଉ ଏକ ଅଘଟଣ ଘଟିଛି। ଭୁବନେଶ୍ୱରର ବାଣୀବିହାର ଅଞ୍ଚଳରେ ଥିବା ପ୍ରମୁଖ ଡ୍ରେନ୍‌ରେ ପ୍ରବଳ ସ୍ରୋତରେ ଭାସି ଜଣେ…

ଡାକ୍ତର ଆନ୍ଦୋଳନ ସ୍ଥଗିତ, ସୂଚନା ଦେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଲେ ଆଜିଠୁ…

ଭୁବନେଶ୍ୱର,୪ା୭: ରାଜ୍ୟରେ ଚାଲିଥିବା ଡାକ୍ତରମାନଙ୍କ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଶନିବାରଠାରୁ ଡାକ୍ତରମାନେ କାର୍ଯ୍ୟରେ ଯୋଗ ଦେବେ ବୋଲି ମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri