Posted inଖେଳ

କ୍ଷତି ଭରଣା ପାଇଁ ବିସିସିଆଇର ଯୋଜନା

ନୂଆଦିଲ୍ଲୀ, ୨୭।୪-କରୋନା ଭାଇରସ୍‌ ସଂକ୍ରମଣ ପ୍ରଭାବରେ ବିଶ୍ୱବ୍ୟାପୀ କ୍ରିକେଟ ବାତିଲ ହୋଇଛି। ଫଳରେ ସମସ୍ତ କ୍ରିକେଟ ବୋର୍ଡ କ୍ଷତି ସହିଛନ୍ତି। ସ୍ଥିତି ସ୍ବାଭାବିକ ହେଲେ ଏହାର ଭରଣା ପାଇଁ ବିଶ୍ୱ କ୍ରିକେଟରେ ସବୁଠାରୁ ବିିତ୍ତଶାଳୀ କ୍ରିକେଟ ବୋର୍ଡ ଭାବେ ପରିଚିତ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିିଆଇ) ଯୋଜନା ପ୍ରସ୍ତୁତ କରୁଛି। କ୍ଷତି ସହିଥିବା କ୍ରିକେଟ ବୋର୍ଡଗୁଡ଼ିକ କିପରି ଅଧିକ ଆୟ କରିପାରିବେ ସେ ସମ୍ପର୍କରେ ବିସିସିଆଇ ଚିନ୍ତା କରୁଥିବା ଜଣେ ଅଫିସିଆଲ ପ୍ରକାଶ କରିଛନ୍ତି। ଏପରି କରିିବା ପାଇଁ ବିସିସିଆଇ ଛୋଟ ଦଳ ଗୁଡ଼ିକ ବିପକ୍ଷରେ ଅଧିକ ଦ୍ୱିପାକ୍ଷିକ ସିରିଜ ଖେଳିବ। ଏପରି ହେଲେ ସମ୍ପୃକ୍ତ କ୍ରିକେଟ ବୋର୍ଡ ରାଜସ୍ବ ପାଇପାରିବ। ଚଳିତ ବର୍ଷ ଶେଷରେ ୨୦୨୩-୨୦୩୨ ବର୍ଷ ପାଇଁ ଫ୍ୟୁଚର ଟୁର୍‌ ପ୍ରୋଗ୍ରାମ(ଏଫ୍‌ଟିପି) ଚୂଡ଼ାନ୍ତ ହେବ। ପୂର୍ବଭଳି ରାଜସ୍ବ ପାଇଁ ଆଇସିସି ବିସିସିଆଇ ଉପରେ ବହୁ ପରିମାଣରେ ନିର୍ଭର କରିବ।
ଆଗାମୀ ୧୨ ମାସ ମଧ୍ୟରେ ଭାରତୀୟ କ୍ରିକେଟ ଦଳ ୪ଟି ଦେଶକୁ ଟୁର୍‌ରେ ଯିବାର ଯୋଜନା ରହିଛି। ଟିମ୍‌ ଇଣ୍ଡିଆ ଶ୍ରୀଲଙ୍କାରେ ୬ଟି ଏକଦିବସୀୟ ମ୍ୟାଚ, ଅଷ୍ଟ୍ରେଲିଆରେ ୪ଟେଷ୍ଟ, ଜିମ୍ବାୱେରେ ୩ ଦିନିକିଆ ଏବଂ ଦକ୍ଷିଣ ଆଫ୍ରିକାରେ ୩ଟି ଟି୨୦ ମ୍ୟାଚ ଖେଳିବ। ଏହା ବ୍ୟତୀତ ଅଷ୍ଟ୍ରେଲିଆରେ ଅକ୍ଟୋବରରେ ଟି୨୦ ବିଶ୍ୱକପ୍‌ ଅଛି। ତେବେ ଅନ୍ତର୍ଜାତୀୟ କ୍ରିକେଟ ସ୍ବାଭାବିକ ହେଲେ ଯାଇ ଏହା ସମ୍ଭବ ହୋଇପାରିବ। ଆଇସିସି କିନ୍ତୁ ଟି୨୦ ବିଶ୍ୱକପ ବାତିଲ କରିବା ପୂର୍ବରୁ ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିଛି। ତେବେ ଏହି ମେଗା ଇଭେଣ୍ଟ ଆୟୋଜନ ସମ୍ଭାବନା ଅତ୍ୟନ୍ତ କ୍ଷୀଣ ବୋଲି ସେ କହିଛନ୍ତି। ଅକ୍ଟୋବରରେ ବିଶ୍ୱକପ ହେଲେ ୮ଟି ଭେନ୍ୟୁ ଆବଶ୍ୟକ ହେବ। ଏଥିରେ ୧୬ଟି ଦଳ ଭାଗ ନେବାକୁ ଥିବାରୁ ସେହି ଦେଶର ସରକାର ଦଳ ଗୁଡ଼ିକୁ ବିଦେଶ ଯିବାପାଇଁ ଅନୁମତି ଦେବେ କି ନାହିଁ ତାହା ଏକ ପ୍ରଶ୍ନ। ଆସନ୍ତା ଡିସେମ୍ବରରେ ଭାରତ ବିପକ୍ଷ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ଅଷ୍ଟ୍ରେଲିଆ ଗୋଟିଏ ଭେନ୍ୟୁରେ କରିବା ପାଇଁ ଚିନ୍ତା କରୁଛି। ଏପରିସ୍ଥଳେ ତା’ ପୂର୍ବରୁ ଅର୍ଥାତ୍‌ ଅକ୍ଟୋବରରେ କିପରି ୮ଟି ଭେନ୍ୟୁ ପ୍ରସ୍ତୁତ କରିପାରିବ ବୋଲି ଉକ୍ତ କର୍ମକର୍ତ୍ତା ଜଣକ ପ୍ରଶ୍ନ ଉଠାଇଛନ୍ତି। ବିସିସିଆଇ ପାଇଁ ଟି୨୦ ବିଶ୍ୱକପ୍‌ କିିମ୍ବା ଏସିଆ କପ୍‌ ମୁଖ୍ୟ ନୁହେଁ। ୨୦୨୦-୨୧ ସିଜନରେ ଭାରତୀୟ ବୋର୍ଡ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରୁ ୨୫୦୦ କୋଟି ଏବଂ ଦ୍ୱିପାକ୍ଷିକ କ୍ରିକେଟରୁ ୯୫୦ କୋଟି ଟଙ୍କା ଆୟ କରିବାକୁ ଲକ୍ଷ୍ୟ ରଖିଥିଲା। ଆଇସିସି ରାଜସ୍ବରୁ ଏହାର ଅଂଶ ବାବଦରେ ୩୮୦ କୋଟି (୮ବର୍ଷରେ ୪୦୫ମିଲିୟନ ଡଲାର) ଟଙ୍କା ଅର୍ଜନ କରିବ।
ଚଳିତ ୮ ବର୍ଷିଆ ଏଫ୍‌ଟିପି ଅନୁସାରେ ଇଂଲଣ୍ଡ କ୍ରିକେଟ ବୋର୍ଡ ଆଇସିସିଠାରୁ ୧୩୯ ମିଲିୟନ ଡଲାର ପାଇବ। ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ପାକିସ୍ତାନ, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ ଓ ବାଂଲାଦେଶ କ୍ରିକେଟ ବୋର୍ଡ ୧୨୮ ମିଲିୟନ ଡଲାର ଲେଖାଏ ଏବଂ ଜିମ୍ବାୱେ ବୋର୍ଡ ୯୪ ମିଲିୟନ ଡଲାର ପାଇବ। ବିସିସିଆଇକୁ ମିଶାଇ ଏହି ସମସ୍ତ କ୍ରିକେଟ ବୋର୍ଡ ୬୦ରୁ ୯୦ କୋଟି ଟଙ୍କା ଲେଖାଏ ଟି୨୦ ବିଶ୍ୱକପ୍‌ରୁ ପାଇବେ। ମାତ୍ର ପ୍ରସାରଣକାରୀ ସଂସ୍ଥା ଷ୍ଟାର ସହିତ ହୋଇଥିବା ଚୁକ୍ତି ଅନୁସାରେ ବିସିସିଆଇ ଗୋଟିଏ ଘରୋଇ ମ୍ୟାଚରୁ ୬୦ କୋଟି ଟଙ୍କା ପାଇବ। ତେଣୁ ବିସିସିଆଇ ଅଳ୍ପ ସମୟ ମଧ୍ୟରେ କେବଳ ବିଦେଶରେ ସିରିଜ ନ ଖେଳି କିିଛି ଘରୋଇ ମ୍ୟାଚ ମଧ୍ୟ ଆୟୋଜନ କରି ଅନ୍ୟ ବୋର୍ଡ ଗୁଡ଼ିକର କ୍ଷତି ଭରଣା କରିବାକୁ ଯୋଜନା ରଖିଛି। ଆଇପିଏଲ୍‌ ଆୟୋଜନ ହେଲେ କେବଳ ବିସିସିଆଇ ନୁହେଁ ସମସ୍ତ ବୋର୍ଡ ଲାଭବାନ ହୋଇଥାନ୍ତି। କାରଣ ସେମାନେ ସେମାନଙ୍କ ଖେଳାଳିଙ୍କୁ ଅନୁମତି ଦେବା(ରିଲିଜ୍‌ ଫି’) ବାବଦରେ ସେମାନେ ଆୟ କରୁଥିବା ଅର୍ଥର ୨୦ ପ୍ରତିଶତ ପାଇଥାନ୍ତି। ଯଦି ଆଇପିଏଲ୍‌ର ୧୩ତମ ସଂସ୍କରଣ ବାତିଲ ହୁଏ ତେବେ ବିଦେଶୀ ଖେଳାଳିମାନେ ପାଖାପାଖି ୨୪୦ କୋଟି ଟଙ୍କା ହରାଇବେ। ସେହି ଅନୁସାରେ ସେମାନଙ୍କ ବୋର୍ଡ ମଧ୍ୟ ଆର୍ଥିକ କ୍ଷତି ସହିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଭୀଷ୍ମଗିରି ଉଚ୍ଚ ବିଦ୍ୟାଳୟରେ ପାଚିକା ସହାୟିକାମାନଙ୍କୁ ରୋଷେଇ ସମୟରେ ସୁରକ୍ଷା

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ସ୍ଥିତ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ କାର୍ଯ୍ଯରତ ପାଚିକା…

ଦୁର୍ଗମ ଗାଁରେ ଉପଜିଲାପାଳଙ୍କ ଗସ୍ତ, ଆଦିବାସୀଙ୍କ ସମସ୍ୟା ଶୁଣିଲେ

ବଞ୍ଚୋ, ୩୧ ଜୁଲାଇ (ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ପନସଡ଼ିହା ପଞ୍ଚାୟତର ଅତି ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଗ୍ରାମଗୁଡ଼ିକୁ ଉପଜିଲାପାଳ ନୀଳମାଧବ ସୁନା, ବିଡିଓ…

CWG 2026: ଜୁଡୋରେ ଭାରତର ଐତିହାସିକ ସଫଳତା, ଅସ୍ମିତାଙ୍କ ପରେ ହର୍ଷ ସିଂହ ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୩୧।୭: କମନୱେଲଥ୍ ଗେମ୍ସ ୨୦୨୬ରେ ଭାରତୀୟ କ୍ରୀଡ଼ା ଜଗତ ପାଇଁ ଆଜିର ଦିନଟି ଏକ ଐତିହାସିକ ଦିନ ହୋଇଛି। ଜୁଡୋରେ ଅସ୍ମିତା ଦେ ସ୍ୱର୍ଣ୍ଣ ପଦକ ଜିତିବାର…

ପିକ୍ଅପ  ଧକ୍କାରେ ସାଇକେଲ ଆରୋହୀ ମୃତ:  ମୃତଦେହ ଜବତ

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗୋକର୍ଣ୍ଣପୁର ଗ୍ରାମ ଶିବାନନ୍ଦ ଆଶ୍ରମ ନିକଟରେ ଏକ ମହିନ୍ଦ୍ରା ପିକ୍ଅପ…

ସ୍ମାର୍ଟ ସ୍କୁଲରେ ତାଲା, ବାରଣ୍ଡାରେ ପାଠପଢ଼ା

ମୋହନା,୩୦।୭(ମନ୍ମଥ ମିଶ୍ର): ପୂର୍ବ ସରକାରଙ୍କ ୫-ଟି ଯୋଜନାରେ ରୂପାନ୍ତରିତ ସ୍ମାର୍ଟ ସ୍କୁଲ, କିନ୍ତୁ ସ୍ମାର୍ଟ ଶିକ୍ଷା କେବଳ ସରକାରୀ ଦସ୍ତାବିଜରେ ସୀମିତ ରହିଯାଇଛି। ଏଠାରେ ସ୍ମାର୍ଟ କ୍ଲାସରୁମରେ…

କଶ୍ମୀର କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ଦୁଇ ଅଣସ୍ଥାନୀୟ ବ୍ୟକ୍ତିଙ୍କୁ ଗୁଳିମାଡ଼, ଜଣଙ୍କ ମୃତ୍ୟୁ

ଶ୍ରୀନଗର,୩୧।୭: କଶ୍ମୀରର କୁଲଗାମ ଜିଲାରେ ଶୁକ୍ରବାର ଏକ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀମାନେ ଦୁଇଜଣ ଅଣ-ସ୍ଥାନୀୟ ବା ବାହାର ଶ୍ରମିକଙ୍କୁ ଟାର୍ଗେଟ କରି ଆଖିବୁଜା ଗୁଳିଚାଳନା…

CWG 2026: ଇତିହାସ ରଚିଲେ ଭାରତର ଅସ୍ମିତା ଦେ’, ଜୁଡୋରେ ଜିତିଲେ ପ୍ରଥମ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ, ୩୧।୭: କମନୱେଲ୍ଡ ଗେମ୍ସ (ରାଜ୍ୟଗୋଷ୍ଠୀ କ୍ରୀଡା) ଇତିହାସରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଭାରତର ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ୪୮…

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ, ଥାନାରେ ଅଭିଯୋଗ

ହାଟଡିହୀ,୩୧।୭(ଶୁଭକାନ୍ତ ନାୟକ):ରାଜ୍ୟରେ ଭାଜପା ସରକାର ଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri