କ୍ରିକେଟର, ଅମ୍ପାୟର, ସ୍କୋରରଙ୍କୁ ସାହାଯ୍ୟ କରିବାକୁ ପିସିବିର ଘୋଷଣା

କରାଚି,୪।୫(ପି.ଟି.): କରୋନା ଭାଇରସ ସଂକ୍ରମଣ ଓ ଦେଶରେ ଚାଲିଥିବା ଲକ୍‌ଡାଉନ୍‌ କାରଣରୁ ସମସ୍ୟାର ସମ୍ମୁଖୀନ ହୋଇଥିଲା ପ୍ରଥମଶ୍ରେଣୀ କ୍ରିକେଟର, ସ୍କୋରର, ଅମ୍ପାୟର ଓ ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କୁ ଅର୍ଥିକ ଭାବେ ସାହାଯ୍ୟ କରିବାକୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ନିଷ୍ପତ୍ତି ନେଇଛି। ପିସିବି ଏକକାଳୀନ ଆର୍ଥିକ ସାହଯ୍ୟ ପାଇଁ ପ୍ୟାକେଜ ଘୋଷଣା କରିଛି।
ପ୍ରଥମ ଶ୍ରେଣୀ କ୍ରିକେଟରଙ୍କୁ ୨୫ ହଜାର, ମ୍ୟାଚ୍‌ ଅଫିସିଆଲଙ୍କୁ ୧୫ ହଜାର ଓ ଗ୍ରାଉଣ୍ଡଷ୍ଟାଫ୍‌ ୧୦ ହଜାର ଟଙ୍କା ପ୍ରଧାନ କରିଯିବ ଓ ସେମାନଙ୍କ ପରିଚୟ ସାର୍ବଜନୀନ କରାଯିବ ନାହିଁ ବୋଲି ପିସିବି ତରଫରୁ କୁହାଯାଇଛି। ଇଦ୍‌ ଛୁଟିଦିନ ପୂର୍ବରୁ ଏହି ଅର୍ଥ ପ୍ରଦାନ କରାଯିବ ଓ ସମସ୍ତଙ୍କ ପ୍ରାଇଭେସିକୁ ସମ୍ମାନ ଦିଆଯିବ ବୋଲି କୁହାଯାଇଛି। ତେବେ କେତେଜଣ ଓ କେଉଁମାନେ ଏହି ଏକ କାଳୀନ ସ୍କିମ୍‌ ଦ୍ୱାରା ଲାଭବାନ ହେବେ ସେ ନେଇ ପିସିବି କିଛି ସୂଚନା ଦେଇନାହିଁ। ପୂର୍ବରୁ ପିସିବି ପ୍ରଧାନମନ୍ତ୍ରୀ କୋଭିଡ-୧୯ ମହାମାରୀ ରିଲିଫ୍‌ ଫଣ୍ଡକୁ ୧୦ ମିଲିୟନ ଟଙ୍କା ପ୍ରଦାନ କରିଥିଲା।
ପୂର୍ବତନ କ୍ରିକେଟର ଶହିଦ୍‌ ଆଫ୍ରିଦି, ଆଝାର ଅଲ୍ଳୀ, ରୁମାନ ରାଇଜ୍‌, ସର୍ଫରାଜ ଅହମ୍ମଦ ଓ ଅନ୍ୟ କ୍ରିକେଟରମାନେ ଦେଶର ଏହି ଦୁର୍ଦ୍ଦିନରେ ବିଭିନ୍ନ ସମାଜ ମଙ୍ଗଳ କାଯ୍ୟକ୍ରମ ମାଧ୍ୟମରେ ସହାଯ୍ୟ କରିବାକୁ ଆଗେଇ ଆସିଥିବାରୁ ପିସିବି ଅଧ୍ୟକ୍ଷ ଏହସାନ ମାନୀ ଏମାନଙ୍କୁ ପ୍ରଶଂସା କରିଛନ୍ତି। କେତେକ ଖେଳାଳି ବ୍ୟକ୍ତିଗତ ଭାବେ କାହାକୁ ନ ଜଣାଇ ଦାନ କରୁଛନ୍ତି ଓ ଏହା ନିଶ୍ଚିତ ମହାନ କାର୍ଯ୍ୟ ବୋଲି ମାନୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଫାଣ୍ଡି କୋଠା ଅଧାପନ୍ତରିଆ

ରିଷିଡା,୩୧ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲାର ବହୁ ପୁରାତନ ରିଷିଡ଼ା ପୋଲିସ ଫାଣ୍ଡି ପ୍ରତିଷ୍ଠାପରଠୁ ଅଦ୍ୟାବଧି ଖପର ଓ ଆଜବେଷ୍ଟସ୍‌ ଘରେ ଚାଲିଆସୁଛି। ବାରମ୍ବାର ଦାବି ପରେ ନୂତନ…

ଉପାନ୍ତରେ ବିକାଶ ବାଟବଣା: ଖଣ୍ଡିଏ ପକ୍କା ରାସ୍ତା ପାଇଁ ଆକୁଳ ନିବେଦନ କରୁଛନ୍ତି ତଳ କନ୍ଦାଗୁଡ଼ା ଗ୍ରାମବାସୀ

ଥୁଆମୂଳ ରାମପୁର, ୩୧।୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ପଞ୍ଚାୟତ ଅନ୍ତର୍ଗତ ତଳ କନ୍ଦାଗୁଡ଼ା ଗ୍ରାମରେ ସ୍ଵାଧୀନତାର ବହୁ ବର୍ଷ ପରେ ବି…

ଚାଷୀଙ୍କୁ ମିଳୁନି ସାର, ବଢୁଛି କଳାବଜାର

ଧରାକୋଟ,୩୧ା୭(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଦୀର୍ଘଦିନ ପରେ ଧରାକୋଟ ଅଞ୍ଚଳରେ ଭଲ ବର୍ଷା ହୋଇଥିବାରୁ ଚାଷୀ ଚାଷକାର୍ଯ୍ୟ ଆଗେଇ ନେଉଛନ୍ତି। ତେବେ ଚାଷରେ ପ୍ରୟୋଗ ପାଇଁ ଆବଶ୍ୟକ ପରିମାଣର…

ଆଲିଆବାଦ ସ୍କୁଲରେ ଶିକ୍ଷକ ଅଭାବ: ୪୮ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ଜଣେ ଶିକ୍ଷୟିତ୍ରୀ

ଗଞ୍ଜାମ, ୩୧/୭ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତର ଆଲିଆବାଦ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି…

‘ଆତ୍ମନିର୍ଭର ଭାରତ ଗଠନରେ ଛାତ୍ରୀଛାତ୍ରଙ୍କ ଭୂମିକା’

ଦିଗପହଣ୍ଡି,୩୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଖେମୁଣ୍ଡି କଲେଜରେ ଶୁକ୍ରବାର ‘ନବସୃଜନ ଓ ନବଉଦ୍ୟମ ପ୍ରତିଯୋଗିତା ୨୦୨୬’ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ…

ହାଣ୍ଡିଶାଳକୁ ମହଙ୍ଗା ମାଡ଼: ବର୍ଷା ଋତୁରେ ଆକାଶଛୁଆଁ ପନିପରିବା ଦର

ଲାଞ୍ଜିଗଡ, ୩୧/୭ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲାର ଲାଞ୍ଜିଗଡ ଶିଳ୍ପାଞ୍ଚଳ ସମେତ ଆଖପାଖ ଅଞ୍ଚଳରେ ବର୍ଷା ଋତୁରେ ପନିପରିବା ଦର ଆକାଶଛୁଆଁ ହୋଇଛି। ଏହାର ପ୍ରଭାବ…

୨୭୪ ଛାତ୍ରୀଛାତ୍ରଙ୍କ ଲାଗି ୩ ଶିକ୍ଷକ, ଅନ୍ଧାରରେ ଭବିଷ୍ୟତ

ଖଜୁରିପଡ଼ା, ୩୧ା୭ (ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଅଧୀନ ଦୂତିମେଣ୍ଡି ପଞ୍ଚାୟତର ଲମ୍ବାଗୁଡ଼ରି ସରକାରୀ ଆଶ୍ରମ ବିଦ୍ୟାଳୟରେ ଶିକ୍ଷକ ଅଭାବ ଦେଖା ଦେଇଛି। ରାଜ୍ୟ…

Assam Floods: ବନ୍ୟାର ତାଣ୍ଡବ: ମୃତ୍ୟୁ ସଂଖ୍ୟା ୮୦କୁ ବୃଦ୍ଧି ପାଇଛି

ଗୁଆହାଟି,୩୧।୭: ଆସାମ ବନ୍ୟାରେ ମୃତ୍ୟୁ ସଂଖ୍ୟା ୮୦ରେ ପହଞ୍ଚିଛି, ଯେତେବେଳେ ଆଠଟି ଜିଲ୍ଲାର ୨.୧୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି; ଅଧିକାରୀମାନେ ଶୁକ୍ରବାର ଏହି ସୂଚନା ଦେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri