କୋରାପୁଟ ମେଡିକାଲ : ବିଜୁଳି ଗଲେ ଟର୍ଚ୍ଚ ଲାଇଟରେ ଚିକିତ୍ସା

କୋରାପୁଟ,୨ା୬(ସ୍ବ.ପ୍ର.)କୋରାପୁଟ ମେଡିକାଲ ବର୍ତ୍ତମାନ ବିଭିନ୍ନ ସମସ୍ୟା ଘେରରେ ଚାଲିଛି। କେତେବେଳେ ମେଡିକାଲରେ ବିଦ୍ୟୁତ କଟିଗଲେ ମେଡିକାଲ ସେବା ଟର୍ଚ୍ଚ ଲାଇଟରେ କରାଯାଉଛି ତ ପୁଣି କେତେବେଳେ ବିଭିନ୍ନ ବିଭାଗ ଥାଇ ମଧ୍ୟ ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁ ରୋଗୀ ଉପଯୁକ୍ତ ସେବା ପାଇପାରୁ ନାହାନ୍ତି। କେତେବେଳେ ମେଡିକାଲରେ ଅଲଟ୍ରାସାଉଣ୍ଡ ସମେତ ବହୁ ମୂଲ୍ୟବାନ ଯନ୍ତ୍ରପାତି ଖରାପ ହେବା ଯୋଗୁ ଦୂର ଦୂରାନ୍ତରୁ ଆସୁଥିବା ରୋଗୀ ଏଠାରେ ଭର୍ତ୍ତି ହେବା ପରେ ସେମାନଙ୍କୁ ବିଶାଖାପାଟଣା ନଚେତ ବ୍ରହ୍ମପୁର ଯିବାକୁ କୁହାଯାଉଛି। ମେଡିକାଲକୁ ଆସୁଥିବା ଶହ ଶହ ରୋଗୀ ଓ ତାଙ୍କ ସମ୍ପର୍କୀୟ ଏଭଳି ଅଭିଯୋଗ କରୁଛନ୍ତି।
କିଛି ଦିନ ହେଲା ମେଡିକାଲ କଲେଜରେ ରୋଗୀଙ୍କ ପାଇଁ ଆବଶ୍ୟକ ପରିମାଣରେ ଷ୍ଟ୍ରେଚର ଓ ହୁଇଲ ଚେୟାରର ଘୋର ଅଭାବ ରହିଥିବା ବେଳେ ରୋଗୀଙ୍କୁ କାନ୍ଧେଇ ମେଡିକାଲ ଭିତରକୁ ନେଉଛନ୍ତି ସମ୍ପର୍କୀୟ। ଗୁରୁତର ରୋଗୀଙ୍କୁ ଦୁଇ ତିନି ଜଣ ଲୋକ ବୋହି ଡାକ୍ତରଙ୍କ ପାଖକୁ ନେଉଛନ୍ତି। ଡାକ୍ତରଙ୍କ ପାଖରେ ଅଧିକ ଭଡ଼ି ଥିଲେ, ରୋଗୀ ଜଣଙ୍କୁ ତଳେ ଶୁଆଇବାକୁ ପଡୁଛି। ଏହି ମେଡିକାଲକୁ ଦୈନନ୍ଦିନ କୋରାପୁଟ ସମେତ ଜିଲା ବାହାରୁ ତଥା ପଡ଼ୋଶୀ ଛତିଶଗଡ଼ ଅଞ୍ଚଳର ହଜାର ହଜାର ରୋଗୀ ଆସୁଛନ୍ତି। କିନ୍ତୁ ମେଡିକାଲରେ ରହିଥିବା ବିଭିନ୍ନ ସମସ୍ୟା ପାଇଁ ସେମାନଙ୍କୁ ଉଚିତ୍‌ ସେବା ମିଳୁପାରୁ ନାହିଁ। ମେଡିକାଲରେ ଅସ୍ଥିଶଲ୍ୟ ବିଭାଗରେ ଅସ୍ତ୍ରୋପଚାର ସୁବିଧା ନ ଥିବାରୁ ରୋଗୀଙ୍କୁ ବ୍ରହ୍ମପୁର ନଚେତ ବିଶାଖାପାଟଣା ରେଫର କରାଯାଉଛି। ସେହିପରି ମେଡିକାଲରେ ଥିବା ୩ଟି ଡିଜିସେଟ୍‌ରୁ ବର୍ତ୍ତମାନ ୨ଟି ଖରାପ ହୋଇଥିବାରୁ ବିଜୁଳି ଗଲେ ବେଳେବେଳେ ଡାକ୍ତରଙ୍କୁ ଅନ୍ଧାରରେ ରୋଗୀଙ୍କ ଚିକିତ୍ସା କରିବାକୁ ପଡୁଛି। ମେଡିକାଲ କଲେଜର ଡିନ୍‌ କୃଷ୍ଣଚନ୍ଦ୍ର ବିଶ୍ୱାଳ ଓ ମେଡିକାଲ ଅଧୀକ୍ଷକଙ୍କୁ ବହୁବାର ଏହି ସମସ୍ୟା ଉପରେ ଅବଗତ କରାଯାଇଥିଲେ ମଧ୍ୟ ଏହାର ସମାଧାନ ପ୍ରତିଶ୍ରୁତି ମିଳୁଛି ସତ, କିନ୍ତୁ ସମାଧାନ ହେଉନାହିଁ। ଅନ୍ୟପକ୍ଷରେ ମେଡିକାଲ କଲେଜର ସମସ୍ୟା ନେଇ ଆଗାମୀ ବିଧାନସଭା ଅଧିବେଶନରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଷଣ୍ଢ, ପଦାରେ ଛେଳି

ବିଶ୍ୱ ମାନଚିତ୍ରରେ ମହାଦେଶଗୁଡ଼ିକର ଆପେକ୍ଷିକ ଆକାରରେ ଥିବା ବିଭିନ୍ନ ତ୍ରୁଟିକୁ ସୁଧାରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ସାଧାରଣ ସଭା(ୟୁଏନ୍‌ଜିଏ) ପକ୍ଷରୁ ୪ ସେପ୍ଟେମ୍ବରରେ ଏକ ସଂକଳ୍ପ ଅଣାଯାଇଥିଲା।…

ଆରାବଳୀ ମାମଲାରେ ସୁପ୍ରିମକୋର୍ଟଙ୍କ ଚେତାବନୀ, ନଭେମ୍ବର ୩୦ ସୁଦ୍ଧା ରିପୋର୍ଟ ନଦେଲେ…

ନୂଆଦିଲ୍ଲୀ,୮ା୯(ପି.ଟି.): ଆରାବଳୀ ପର୍ବତମାଳାର ସଂଜ୍ଞା ଏବଂ ସୁରକ୍ଷା ଉପରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବା ପାଇଁ ଉଚ୍ଚସ୍ତରୀୟ କମିଟି ଏହାର ସମୟସୀମାକୁ ୬ ମାସ ବଢ଼ାଇବା ନିମନ୍ତେ…

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଚାଉଳଧୁଆ ଜଳପ୍ରପାତ: ନୀରବତା ଭିତରେ ଝରଣାର କୁଳୁକୁଳୁ ନାଦ..

ନୂଆପଡ଼ା,୮ା୯ (ମକାରୁ ବେମାଲ):ବଣପାହାଡ଼ ଘେରା ପ୍ରାକୃତିକ ପରିବେଶରେ ରହିଛି ନୂଆପଡ଼ାର ପ୍ରସିଦ୍ଧ ଚାଉଳଧୁଆ ଜଳପ୍ରପାତ। ପାହାଡ଼ର ଛାତି ଚିରି ଝରିପଡ଼ୁଥିବା ଜଳଧାରାର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କ ଆକୃଷ୍ଟ…

୯/୧୧ ଆକ୍ରମଣକୁ ନେଇ ୨୫ ବର୍ଷ ପରେ ନୂଆ ଖୁଲାସା, ଅଲକାଏଦା ନେତାଙ୍କ ସହ ପେଣ୍ଟବଲ୍ ଖେଳୁଥିଲେ…

ୱାଶିଂଟନ୍,୮।୯: ଆମେରିକାରେ ୨୦୦୧ ମସିହାରେ ହୋଇଥିବା ୯/୧୧ ଆତଙ୍କୀ ଆକ୍ରମଣକୁ ନେଇ ୨୫ ବର୍ଷ ପରେ ଏକ ବଡ଼ ଖୁଲାସା ହୋଇଛି । ତଦନ୍ତରେ ଓମର ଅଲ-ବାୟୁମୀଙ୍କ…

ଜିଲାପାଳଙ୍କୁ ଫେରାଦ ହେଲେ ନିରାଶ ଆଶାୟୀ: ରାତିଅଧରେ ସ୍ପଷ୍ଟୀକରଣ ଦେଲା ବିଭାଗ

ବରଗଡ଼/ଅତାବିରା,୮।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର):ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡିଂ ଲାଇଭହୁଡସ୍‌ ଥ୍ରୁ…

ଅସଜଡ଼ା ଭିତ୍ତିଭୂମିରୁ ମୁହଁ ମୋଡ଼ୁଛନ୍ତି ପିଲା: ୫ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ୨ ଶ୍ରେଣୀ କକ୍ଷ, ୨ ଶିକ୍ଷକ

ସମ୍ବଲପୁର,୮ା୯(ପ୍ରମୋଦ ବହିଦାର):ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୧୧୨ ବର୍ଷର ପୁରୁଣା ଖଣ୍ଡୁଆଳ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସମ୍ପ୍ରତି ଦୁର୍ବଳ ଭିତ୍ତିଭୂମି ଏବଂ ଶିକ୍ଷକ ଅଭାବରେ ଚାଲିଛି।…

ଦିଲ୍ଲୀରେ ମଣିପୁରୀ ମ୍ୟୁଜିକ୍ ଶିକ୍ଷକଙ୍କୁ ହତ୍ୟା, ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ

ନୂଆଦିଲ୍ଲୀ,୮।୯: ଦିଲ୍ଲୀର କିଲୋକରୀ ଗାଁରେ ମଣିପୁରର ଅବସରପ୍ରାପ୍ତ ମ୍ୟୁଜିକ୍ ଶିକ୍ଷକ ତଥା ସଙ୍ଗୀତଜ୍ଞ ଚୋଙ୍ଗଥମ ବିକ୍ରମ ସିଂଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି । ତାଙ୍କ…

୯ରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୮ା୯(ବନ୍ଦନା ସେଠୀ):ରାଜ୍ୟରେ ଆସନ୍ତା ୯ ତାରିଖରୁ ବଢ଼ିପାରେ ବର୍ଷାର ପରିମାଣ। ଏହି ସମୟ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri