କୋଭିଡ- ୧୯: ୨୦ ଲକ୍ଷ ଟଙ୍କା ଦାନ କଲା ମୋହନ ବାଗାନ

କୋଲକାତା,୨୮।୩ (ପି.ଟି.)- କରୋନା ଭାଇରସ ମହାମାରୀ ବିରୋଧରେ ଚାଲିଥିବା ଲଢେଇ ପାଇଁ ଆଇ- ଲିଗ୍‌ ଚାମ୍ପିୟନ ମୋହନ ବାଗାନ କ୍ଲବ ୨୦ ଲକ୍ଷ ଟଙ୍କା ଦାନ କରିଛି। ଏହି ଅର୍ଥ ପଶ୍ଚିମବଙ୍ଗ ଷ୍ଟେଟ୍‌ ଇମର୍ଜେନ୍ସି ରିଲିଫ୍‌ ପଣ୍ଡକୁ ଦିଆଯାଇଛି ବୋଲି ମୋହନ ବାଗାନ ତରଫରୁ କୁହାଯାଇଛି। ନିଜ ଅଫିସିଆଲ ଫେସ୍‌ବୁକ୍‌ ପେଜ ମୋହନ ବାଗାନ ଏ ନେଇ ଘୋଷଣା କରିଛି।
ଫୁଟବଲ ହେଉଛି ଏକତା ଓ ମାନବତାର ପ୍ରତୀକ। ତେଣୁ ଏହି ଭାଇରସ ବିରୋଧରେ ଲଢେଇ ପାଇଁ ସମସ୍ତଙ୍କୁ ରାଜ୍ୟ ସରକାରଙ୍କ ଇମର୍ଜେନ୍ସି ରିଲିଫ ପଣ୍ଡକୁ ଦାନ କରିବାକୁ ଏହି ପୋଷ୍ଟରେ ନିବେଦନ କରାଯାଇଛି। ସମସ୍ତଙ୍କ ଜୀବନରେ ଏଭଳି ଚ୍ୟାଲେଞ୍ଜ ଆସିଥାଏ। କେହି ଏଥିରୁ ବାଦ୍‌ ପଡି ନ ଥାନ୍ତି। ଆମର ଦାନ କେବଳ ଏକ ଆରମ୍ଭ ମାତ୍ର। ଅନ୍ୟମାନେ ଏଥିରେ ସହଯୋଗ କରିବାକୁ ଆଗେଇ ଆସିବେ। ଏହି ବିପଦ ବେଳେ ଆମେ ଏକାଠି ହେବା ଓ ଲଢିବା ବୋଲି ମୋହନ ବାଗାନ ସାଧାରଣ ସମ୍ପାଦକ ଶ୍ରୀଞ୍ଜୟ ବୋଷ୍‌ କ୍ଲବର ଓ୍ବେବ୍‌ସାଇଟ୍‌ରେ ଉଲ୍ଲେଖ କରିଛନ୍ତି। କ୍ଲବ ଫାଇନାନ୍ସ ସେକ୍ରେଟାରୀ ଦେବାଶିଷ ଦତ୍ତା ମଧ୍ୟ ସମାନ ମତ ପୋଷଣ କରିଛନ୍ତି। ଖରାପ ଓ ଭଲ ଏମିତି ସବୁ ପ୍ରକାର ପରିସ୍ଥିତିରେ ପ୍ରଶଂସକମାନେ କ୍ଲବ୍‌କୁ ସମର୍ଥନ କରିଆସିଛନ୍ତି। ଏହି ବିପଦ ସମୟରେ ଲୋକଙ୍କୁ ସାହାଯ୍ୟ କରିବାକୁ ସମସ୍ତଙ୍କୁ ନିବେଦନ କରୁଛି ବୋଲି ଦେବାଶିଷ କହିଛନ୍ତି। ୪ ରାଉଣ୍ଡ ବାକିଥିଲେ ମଧ୍ୟ କରୋନା ଭାଇରସ କାରଣରୁ ଆଇ- ଲିଗ୍‌କୁ ବାତିଲ କରାଯାଇଛି ଥିଲେ ମଧ୍ୟ ମୋହନ ବାଗାନ ଦ୍ୱିତୀୟଥର ପାଇଁ ଚାମ୍ପିୟନ ଘୋଷିତ ହୋଇଥିଲା। କୋଲକାତାର ଆଉ ଏକ କ୍ଲବ ଆର୍ଯ୍ୟନ୍‌ ରିଲିଫ୍‌ ଫଣ୍ଡକୁ ୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧରାତିରେ ହଠାତ୍‌ ୱାଙ୍ଗଚୁକଙ୍କୁ ଭେଟିବାକୁ ଗଲେ ଜେପି ନଡ୍ଡା: ବଢିଲା…

ନୂଆଦିଲ୍ଲୀ,୨୨।୭: ଜଳବାୟୁ କର୍ମୀ ଏବଂ ବୈଜ୍ଞାନିକ ସୋନମ ୱାଙ୍ଗଚୁକଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏବଂ…

ଅଟକରୁ ମୁକ୍ତ ହେବା ପରେ ୪ ବଡ଼ ସର୍ତ୍ତ ରଖିଲେ ରାହୁଲ ଗାନ୍ଧୀ, ସରକାରଙ୍କୁ ପଶିଲା ଭୟ

ନୂଆଦିଲ୍ଲୀ,୨୨।୭: NEET-UG ପରୀକ୍ଷାରେ ଅନିୟମିତତା ଏବଂ ଛାତ୍ରୀଛାତ୍ରଙ୍କ ଉପରେ ହୋଇଥିବା ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଦେଶର ରାଜଧାନୀରେ ରାଜନୈତିକ ପାରା ଚଢ଼ିବାରେ ଲାଗିଛି। ଲୋକ ସଭାର ବିରୋଧୀ…

ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି: ସୁନା-ରୁପା ବି ଛାଡ଼ିଲେନି

କେସିଙ୍ଗା,୨୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବସହର ୱାର୍ଡ ନ.୩ରେ ଅମ୍ବାଜି ଏଜେନ୍ସି ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତକାଲି ରାତିରେ ତାଲା ଭାଙ୍ଗି ଲକ୍ଷ ଲକ୍ଷ…

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ନିଟ୍‌ ପରୀକ୍ଷାରେ ସାଇ ସୋହମ ବଡ଼ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ

ସାକ୍ଷୀଗୋପାଳ,୨୨।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତବର୍ଷ ପ୍ରକାଶିତ ନିଟ୍‌ (ୟୁଜି) ପରୀକ୍ଷା ଫଳରେ ସତ୍ୟବାଦୀ ଅଞ୍ଚଳର ସାଇ ସୋହମ ପ୍ରଧାନ ସର୍ବଭାରତୀୟ ସ୍ତରରେ ୫୨୬୫ ସ୍ଥାନରେ ସଫଳତାର…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri