କେବିସିରେ ଜିତିଥିଲେ ୫ କୋଟି, ଏବେ ଗୋଟିଏ ବର୍ଷରେ ୭୦ ହଜାର ଗଛ ଲଗାଇ ଚର୍ଚ୍ଚାରେ ସୁଶୀଲ

ବମ୍ବେ: ବର୍ତ୍ତମାନ ସମୟରେ ପରିବେଶ ପ୍ରଦୂଷଣ ମୁଖ୍ୟ ସମସ୍ୟାରେ ପରିଗଣିତ ହେଲାଣି। ଏହାକୁ ରୋକିବା ନିମନ୍ତେ ବୃକ୍ଷ ରୋପଣ କରିବା ଆବଶ୍ୟକ। ତେବେ ଅନେକ ସଚେତନ ନାଗରିକ ଏ ଦିଗରେ ପଦକ୍ଷେପ ନେଉଥିବା ବେଳେ କେବିସି-୫ର ବିଜେତା ସୁଶୀଲ କୁମାର ୭୦ ହଜାରରୁ ଅଧିକ ଗଛ ଲଗାଇ ଚର୍ଚ୍ଚାକୁ ଆସିଛନ୍ତି।

କେବିସିରୁ ୫ କୋଟି ଟଙ୍କା ଜିତିବା ପରେ ସୁଶୀଲ କିଛି ନିଆରା କରିବାକୁ ଭାବିଥିଲେ। ଶେଷରେ ବିହାରର ‘ଚମ୍ପାରଣ’ରେ ଉଜୁଡ଼ି ଯାଇଥିବା ଚମ୍ପା ଗଛ ବଣକୁ ପୁନର୍ବାର ଫେରାଇ ଆଣିବାକୁ ପ୍ରତିଶ୍ରୁତି ନେଇଥିଲେ। ଦୀର୍ଘ ଏକ ବର୍ଷ ଧରି ସତୁରୀ ହଜାର ଚମ୍ପା ଗଛ ଲଗାଇବା ଫଳରେ ସେଠାରେ ପୁର୍ବାବସ୍ଥା ଫେରିଆସଛି। ଏହା ପରେ ସେ ଏବେ ବର ଏବଂ ପିପଳି ଗଛ ଲଗାଇବା ଅଭିଯାନ ଆରମ୍ଭ କରିଛନ୍ତି।

ଏ ନେଇ ସେ କୁହନ୍ତି, ପୂର୍ବରୁ ଚମ୍ପାରଣ ଚମ୍ପକାରଣ୍ୟ ନାମରେ ଖ୍ୟାତ ଥିଲା, କାରଣ ଏଠାରେ ବିପୁଳ ପରିମାଣରେ ଚମ୍ପା ଗଛ ଦେଖିବାକୁ ମିଳୁଥିଲା। ମାତ୍ର ସେଠାରେ ଗୋଟିଏ ବି ଚମ୍ପା ଗଛ ଦେଖିବାକୁ ପାଇଲି ନାହିଁ। ଏଥିଯୋଗୁ ଗତ ବର୍ଷ ଚମ୍ପା ଗଛ ଲଗାଇବା ଅଭିଯାନ ଆରମ୍ଭ କରିଥିଲି। ୨୨ ଏପ୍ରିଲ ୨୦୧୮ରେ ଆରମ୍ଭ କରିଥିବା ଅଭିଯାନ ଏବେ ବଡ଼ ହେଲାଣି। ଇତିମଧ୍ୟରେ ୭୦ହଜାର ଚମ୍ପା ଗଛ ଲଗାଇବା ପରେ ଏକ ମାସ ମଧ୍ୟରେ ୯୪ଟି ପିପଳି ଏବଂ ୪ଟି ବରଗଛ ଲଗାଇସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ଦିନ ପୂର୍ବରୁ ହିଁ ନିଶ୍ଚିତ ହୋଇ ସାରିଥିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା! ଜାଣନ୍ତୁ କିଭଳି ଲେଖାଯାଇଥିଲା…

ନୂଆଦିଲ୍ଲୀ,୨୫।୭: NEET ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ସରକାରଙ୍କ ସହ ଆଲୋଚନା ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ‘କକ୍ରୋଚ୍ ଜନତା ପାର୍ଟି’ (CJP)…

ଇଶାନ, ତିଲକଙ୍କ ବିସ୍ଫୋରକ ବ୍ୟାଟିଂ, ୨-୦ରେ ଭାରତ ସିରିଜ୍‌ ଆଗୁଆ

ହରାରେ,୨୫ା୭: ଇଶାନ କିଶନ ଓ ତିଲକ ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୯୦ ରନରେ ଜିମ୍ବାଓ୍ବେକୁ ପରାସ୍ତ କରିଛି।…

ମହାପ୍ରଭୁଙ୍କୁ ସୁନାବେଶରେ ଦର୍ଶନ କରି ଭକ୍ତ ବିଭୋର

ଜି.ଉଦୟଗିରି,୨୫।୭(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠି): ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କ ପବିତ୍ର ସୁନାବେଶ ଅନୁଷ୍ଠିତ ହୋଇଛି। ତିନି ରଥରେ ରଥାରୂଢ଼ ଚତୁର୍ଦ୍ଧାବିଗ୍ରହଙ୍କ ସୁନା ବେଶ…

କାଣ୍ଡେଲରେ ବାହୁଡା ଯାତ୍ରା, ଦ୍ୱିତୀୟ ଦିନରେ ରଥ ଟାଣିଲେ ଶ୍ରଦ୍ଧାଳୁ

କେସିଙ୍ଗା,୨୫ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମ ଆୟୁର୍ବେଦିକ ସେବା ସଦନ ନିକଟରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରେ ଶନିବାର ବାହୁଡା ଯାତ୍ରାର ଦ୍ୱିତୀୟ…

ଭବାନୀପାଟଣାରେ ଇତିହାସ: ପ୍ରଥମ ଥର ପାଇଁ ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଦେଖି ଭାବବିହ୍ୱଳ ହେଲେ ଶ୍ରଦ୍ଧାଳୁ

ଭବାନୀପାଟଣା,୨୫ା୭(ଉତ୍ତମ କୁମାର ଦାଶ): ଭବାନୀପାଟଣା ସହରରେ ପ୍ରଥମ ଥର ପାଇଁ ନନ୍ଦିଘୋଷ ରଥ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହୋଇଯାଇଛି। ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଏହି…

ସୁନାବେଶରେ ଝଲସିଲେ ମହାପ୍ରଭୁ, ଭାବବିହ୍ବଳ ହେଲେ ଭକ୍ତ

ଛତ୍ରପୁର, ୨୫ା୭ (ଦିଲ୍ଲୀପ ସାମଲ): ପବିତ୍ର ସୁନାବେଶର ଦିବ୍ୟ ରୂପରେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତି ଝଲସିଛନ୍ତି। ଛତ୍ରପୁର ତାଡେପଲ୍ଲୀ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ ରଥ ଉପରେ…

ସୁନା ବେଶ ଦର୍ଶନ ପାଇଁ ପ୍ରବଳ ଭିଡ଼, ଭୁବନେଶ୍ୱର-ପୁରୀ ରାସ୍ତା ଜାମ୍‌

ଭୁବନେଶ୍ୱର,୨୫।୭: ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥି। ତିନିରଥରେ ରଥାରୂଢ଼ ଚତୁର୍ଦ୍ଧାବିଗ୍ରହ ମହଣ ମହଣ ସୁନାରେ ସଜେଇ ହୋଇ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ସୁନାବେଶ ଦର୍ଶନ…

ବାହୁଡ଼ା ଯାତ୍ରାରେ ଅନନ୍ତଙ୍କ ଘରେ ଅଲୌକିକ ଦୃଶ୍ୟ: ପାଣି ଗରାରେ ଦର୍ଶନ ଦେଲେ ମହାପ୍ରଭୁ ଜଗନ୍ନାଥ

କୃଷ୍ଣପ୍ରସାଦ,୨୫ା୭(କୈଳାଶ ଚନ୍ଦ୍ର ପଟ୍ଟନାୟକ ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ସହାବାଜପୁର ଗ୍ରାମରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି। ବାହୁଡ଼ା ଯାତ୍ରା ଦିନ ସେହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri